କନକ ବ୍ୟୁରୋ: ଜେଲରୁ ମୁକୁଳିଲେ ବିବାଦୀୟ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ପ୍ରାୟ ୬ ମାସ କାଳ ଜେଲରେ ରହିବା ପରେ ସେ ଆଜି ମୁକୁଳିଛନ୍ତି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାର ଦୀର୍ଘ ଦିନ ପରେ ସେ ଆଜି ଜେଲରୁ ବାହାରକୁ ଆସିଛନ୍ତି । ଗତବର୍ଷ ନଭେମ୍ବର ୨୭ ତାରିଖରେ ଆଇଏଫଏସ୍ ଅଭୟକାନ୍ତ ପାଠକକୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା ।Continue reading “ଜେଲରୁ ମୁକୁଳିଲେ ଅଭୟ ପାଠକ । ୬ ମାସ ପରେ ବେଲ ମିଳିବାରୁ ଜେଲରୁ ବାହାରିଲେ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଥିଲେ ଗିରଫ ।”
Author Archives: Raghaba
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଢିଲା ଚିନ୍ତା । ଡେଲଟା ପରେ ବିଶ୍ୱକୁ ଡରାଇଲାଣି କରୋନାର ଲମ୍ବଡା ଭାରିଆଣ୍ଟ । ୨୯ ଦେଶରେ ମିଳିଲେଣି ସଂକ୍ରମିତ
କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦିନ କହିଛି କି ୨୯ ଟି ଦେଶରେ ପୁଣି କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଲମ୍ବଡା ନାମକ ଏହି ଭାରିଆଣ୍ଟ ବାବଦରେ କୁହାଯାଇଛି କି, କରୋନାର ଏହି ସ୍ୱରୂପ ପ୍ରଥମେ ଦକ୍ଷୀଣ ଆମେରିକାରେ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାପ୍ତାହିକ ଅପଡେଟ୍ ରେ କୁହାଯାଇଛି କି ଏହି ଭୂତାଣୁକୁ ପ୍ରଥମେ ପେରୁରୁ ଚିହ୍ନଟ କରାଯାଇଥିଲା । ଆମେରିକାରେ ଅତ୍ୟାଧିକ ସଂକ୍ରମଣ ଏହିContinue reading “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଢିଲା ଚିନ୍ତା । ଡେଲଟା ପରେ ବିଶ୍ୱକୁ ଡରାଇଲାଣି କରୋନାର ଲମ୍ବଡା ଭାରିଆଣ୍ଟ । ୨୯ ଦେଶରେ ମିଳିଲେଣି ସଂକ୍ରମିତ”
ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ।
କନକ ବ୍ୟୁରୋ: ନୟାଗଡର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ପକସୋ କୋର୍ଟ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୋଲିସ ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା ହେଲେ କୋର୍ଟ କେବଳ ୩ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛାContinue reading “ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ।”
ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ । ପାରିତ ଆଇନ ଉପରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ
କନକ ବ୍ୟରୋ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ତୋମର କହିଛନ୍ତି କି, ପାରିତ ହୋଇଥିବା ନୂଆ କୃଷି ଆଇନ ବାବଦରେ କୌଣସି କୃଷକ ସଂଗଠନ ସହିତ କୌଣସି ସମୟରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ଆଇନରେ କୃଷକଙ୍କ ସମସ୍ତ ସ୍ୱାର୍ଥ ଜଡିତ ରହିଛି । କେବଳ ଏହି ଆଇନକୁ ନିରସ୍ତ୍ର କରିବା ପରିବର୍ତ୍ତେ ଅନ୍ୟ ଯେକୌଣସି ପ୍ରାବଧାନContinue reading “ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ । ପାରିତ ଆଇନ ଉପରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ”
ଜୟପୁରରେ ରବି ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ବଢୁଛି ବିବାଦ । ଟୋକନ ଥାଇ ବି ଚାଷୀଙ୍କ ଧାନ କିଣୁନାହାନ୍ତି ମିଲର୍ସ । ଆଗାମୀ ୩ ଦିନ ଭିତରେ ଧାନ ନଉଠିଲେ ଜିଲ୍ଳା ଅଚଳ କରିବା ଧମକ ଦେଲା ଚାଷୀ ସଙ୍ଗଠନ ।
କନକ ବ୍ୟୁରୋ: ଗଦା ହୋଇ ରହିଛି ଶହ ଶହ କ୍ୱଇଂଟାଲ ଧାନ । କେତେକ ଖୋଲା ମେଲାରେ ବର୍ଷାରେ ଭିଜୁଛି, ଆଉ କେତେକ ପଲିଥିନ ଓ ଛାତ ତଳେ ଗଦା ହୋଇଛି । ରବି ଧାନ ବିକ୍ରୀ ପାଇଁ ଚାଷୀ ୪ ଦିନ ହେଲା ଟୋକନ ଧରି ବସିଛନ୍ତି, ହେଲେ ନା ମିଲର ଆସୁଛନ୍ତି ନା ଯୋଗାଣ ବିଭାଗର କୌଣସି ଅଧିକାରୀ । ଟୋକନ ବ୍ୟବସ୍ଥାରେ ଛନ୍ଦି ହୋଇ ପଡ଼ିଛନ୍ତି ଚାଷୀ । କୋରାପୁଟ ଜିଲ୍ଲାରୁ ରବିContinue reading “ଜୟପୁରରେ ରବି ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ବଢୁଛି ବିବାଦ । ଟୋକନ ଥାଇ ବି ଚାଷୀଙ୍କ ଧାନ କିଣୁନାହାନ୍ତି ମିଲର୍ସ । ଆଗାମୀ ୩ ଦିନ ଭିତରେ ଧାନ ନଉଠିଲେ ଜିଲ୍ଳା ଅଚଳ କରିବା ଧମକ ଦେଲା ଚାଷୀ ସଙ୍ଗଠନ ।”
ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୦ ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଓଡିଶାରେ ବି ପାକ୍ ମୌସୁମୀ ବର୍ଷା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୦ ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷରା ସମ୍ଭାବନା ଥିବା କଥା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।Continue reading “ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୦ ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା”
ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ ପହଞ୍ଚିଲା ସ୍ୱାସ୍ଥ୍ୟ ସେବା । ଟିକାକରଣ ଶିବିରରେ ୪୦ ଜଣଙ୍କୁ ଦିଆଗଲା କୋଭିସିଲଡ୍ ଟିକା ।
କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ କରୋନା କାଳରେ ଜଙ୍ଗଲି ଆଦିବାସୀଙ୍କ ନିକଟରେ ପ୍ରଶାସନ ପହଁଚାଇଲା ସ୍ୱାସ୍ଥ୍ୟସେବା । କୋଭିଡ ଭ୍ୟାକ୍ସିନେସନ ଶିବିର କରି ଲୋକଙ୍କୁ ଟିକାକରଣ କରିବା ସହ ସମସ୍ତ ଆଦିବାସୀ ଲୋକଙ୍କର ନମୂନା ପରୀକ୍ଷା କରାଯାଇଛି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିବା ଏହି କୋଭିଡ୍ ଟିକାକରଣ ଶିବିରରେ ୪୦ ଜଣଙ୍କୁ କୋଭିସିଲଡ୍ ଟିକା ଦିଆଯାଇଛି । ସେହିପରି ୯୭ ଜଣଙ୍କର ନମୂନା ପରୀକ୍ଷା କରାଯାଇଥିଲାContinue reading “ଢେଙ୍କାନାଳ ଜିଲ୍ଲାର ନଗଡା ଅଂଚଳ ଭାବରେ ପରିଚିତ ଏକୁଲ ସେକୁଲରେ ପହଞ୍ଚିଲା ସ୍ୱାସ୍ଥ୍ୟ ସେବା । ଟିକାକରଣ ଶିବିରରେ ୪୦ ଜଣଙ୍କୁ ଦିଆଗଲା କୋଭିସିଲଡ୍ ଟିକା ।”
ହାଇକୋର୍ଟରେ ପହଞ୍ଚିଲା ରାଜ୍ୟର କରୋନା ମୃତ୍ୟୁ ମାମଲା । ସ୍ୱତନ୍ତ୍ର ଅଡିଟ୍ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।
କନକ ବ୍ୟୁରୋ: ହାଇକୋର୍ଟରେ ପହଞ୍ଚିଛି ରାଜ୍ୟର କରୋନା ମୃତ୍ୟୁ ମାମଲା । ରାଜ୍ୟରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ଏହାର ସ୍ୱତନ୍ତ୍ର ଅଡିଟ୍ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ବିଭିନ୍ନ ହସ୍ପିଟାଲ ଓ ଘରେ ଚିକିତ୍ସିତ ହେଉଥିବା ବେଳେ କେତେ ଲୋକ ଏହି ମହାମାରୀରେ ଆଖି ବୁଝିଛନ୍ତି ତାହାର ଅଡିଟ୍ କରାଯାଉ । ଏଭଳି କିଛି ଆବେଦନ କରି ପିଟିସନରେ ମୁଖ୍ୟ ଶାସନ ସଚିବଙ୍କ ସହ ୭Continue reading “ହାଇକୋର୍ଟରେ ପହଞ୍ଚିଲା ରାଜ୍ୟର କରୋନା ମୃତ୍ୟୁ ମାମଲା । ସ୍ୱତନ୍ତ୍ର ଅଡିଟ୍ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।”
ଗଲୱାନ ଘାଟିରେ ଡ୍ରାଗନ ସେନା ସହ ଲଢି ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ବୀର ପୁଅଙ୍କୁ ଆଜି ବି ଝୁରୁଛି ମାଟି । ବର୍ଷେ ପରେ କେମିତି ଅଛି ସହିଦଙ୍କ ପରିବାର… ?
କନକ ବ୍ୟୁରୋ: ଦିନ ଯାଇଛି ଚିହ୍ନ ରହିଛି । ବର୍ଷେ ପରେ ବି ବୀର ପୁଅକୁ ଝୁରୁଛି ମାଆ, ଝୁରୁଛି ମାଟି । ଗାଁ ପାଇଁ ଗୌରବ ପାଲଟିଥିବା ପୁଅକୁ ଖୋଜି ହେଉଛନ୍ତି ଗାଁ ଲୋକେ । ଠିକ୍ ବର୍ଷେ ତଳେ ଅର୍ଥାତ ଜୁନ ୧୫ ୨୦୨୦ରେ ଗଲୱାନ ଘାଟିରେ ଡ୍ରାଗନ ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା । ଜୋରଦାର ସଙ୍ଘର୍ଷରେ ୨୦ ଯବାନ ସହିଦ ହୋଇଥିବା ବେଳେ ଓଡିଶା ହରାଇଥିଲା ୨ ବୀରContinue reading “ଗଲୱାନ ଘାଟିରେ ଡ୍ରାଗନ ସେନା ସହ ଲଢି ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ବୀର ପୁଅଙ୍କୁ ଆଜି ବି ଝୁରୁଛି ମାଟି । ବର୍ଷେ ପରେ କେମିତି ଅଛି ସହିଦଙ୍କ ପରିବାର… ?”
ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ +୨ ରେଜଲ୍ଟ । ଦଶମ ଶ୍ରେଣୀ ପରୀକ୍ଷାକୁ ଆଧାର କରି ଦିଆଯିବ ମାର୍କ ।
କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ ଯୁକ୍ତ ଦୁଇ ରେଜଲ୍ଟ । ତେବେ ଗୁରତ୍ୱପୂର୍ଣ୍ଣ କଥା ହେଉଛି, ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଆଧାର କରି ମାର୍କ ପ୍ରଦାନ କରାଯିବ ଏବଂ ଫଳାଫଳରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ଆଉଥରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । ଯେଉଁମାନେ ପରୀକ୍ଷା ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ସେମାନେ କରୋନା ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ସୂଚନା ଦିଆଯାଇଛିContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ +୨ ରେଜଲ୍ଟ । ଦଶମ ଶ୍ରେଣୀ ପରୀକ୍ଷାକୁ ଆଧାର କରି ଦିଆଯିବ ମାର୍କ ।”