ଆଜି ଦେବଦମ୍ପତିଙ୍କ ବିବାହ : କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ବନ୍ଧୁବାନ୍ଧବରେ ହେବ ବାହାଘର

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଶୋଭାଯାତ୍ରାର ଧୁମ୍‌ଧାମ, ମେଳା, ଯାତ୍ରା ବଜାର, କିଣାବିକା, ମନୋରଂଜନ ଆଦି ୨ ବର୍ଷ ହେଲା ବନ୍ଦ ହୋଇ ଯାଇଥିଲେ ବି ଯାଇଥିଲେ ବି ସାଢ଼େ ତିନିଶହ ବର୍ଷ ପୁରୁଣା ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁରବାସୀଙ୍କ ମନରେ ଉତ୍ସାହର ଊଣା ନାହିଁ । ନିଷ୍ଠା, ଭାବ, ଭକ୍ତି ମଧ୍ୟରେ ଧରାପୃଷ୍ଠରେ ମାନବୀୟ ରୀତିନୀତିରେ ଦେବ ବିବାହର ଏହି ନିଆରା ପର୍ବ ସଂସ୍କୃତିର ସହର ସମ୍ବଲପୁରର ପରିବେଶକୁ ଆନନ୍ଦମୟ କରିଦେଇଛି। ଗୋଟିଏContinue reading “ଆଜି ଦେବଦମ୍ପତିଙ୍କ ବିବାହ : କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ବନ୍ଧୁବାନ୍ଧବରେ ହେବ ବାହାଘର”

ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ନେଇ ଚର୍ଚ୍ଚା । ଉଦ୍ଧବ ହିଁ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଲେଖିଲା ଶିବସେନା ମୁଖପତ୍ର ‘ସାମ୍ନା’ ।

କନକ ବ୍ୟୁରୋ: ମହାରାଷ୍ଟ୍ର ମେଣ୍ଟ ସରକାରରେ ସବୁ ଠିକ୍ ଠାକ୍ ଅଛି ତ ? କାହିଁକି ନା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ବୋଲି ଏବେ ଚର୍ଚ୍ଚା ଚାଲିଛି । ଆଉ ଏହି ଚର୍ଚ୍ଚାର କାରଣ ହେଉଛି ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ବୟାନ । ସଂଜୟ ରାଉତ ଶିବସେନା ମୁଖପତ୍ର ସାମନାରେ ଲେଖିଛନ୍ତି, ଉଦ୍ଧବ ଠାକରେ ହିଁ ପାଂଚବର୍ଷ ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବେ । ମୁଖ୍ୟମନ୍ତ୍ରୀ ପଦ କଂଗ୍ରେସ କିମ୍ବା ଏନସିପିContinue reading “ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ନେଇ ଚର୍ଚ୍ଚା । ଉଦ୍ଧବ ହିଁ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଲେଖିଲା ଶିବସେନା ମୁଖପତ୍ର ‘ସାମ୍ନା’ ।”

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ଅଭିଯୋଗ । ଆପ୍ ଓ ସମାଜବାଦୀ ପାର୍ଟିର ଅଭିଯୋଗ, ପ୍ରକୃତ ମୂଲ୍ୟ ଠାରୁ ବହୁ ଅଧିକ ମୂଲ୍ୟରେ କିଣାଯାଇଛି ଜମି ।

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆପ୍ ଏବଂ ସମାଜବାଦୀ ପାର୍ଟି । ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଟ୍ରଷ୍ଟ ଦ୍ୱାରା ଏକ ଜମି କିଣାବିକା ବେଳେ ଦୁର୍ନୀତି ହୋଇଥିବା ଉଭୟ ପାର୍ଟି ଅଭିଯୋଗ କରିଛନ୍ତି । ଏପରିକି ସିବିଆଇ କିମ୍ବା ଇଡି ଦ୍ୱାରା ଏହାର ତଦନ୍ତ ପାଇଁ ଦାବି ଉଠାଇଛନ୍ତି ଆପ୍ ଓ ଏସପି । ଶିବସେନା ମଧ୍ୟ ଏହି ଜମି ଦୁର୍ନୀତି ଅଭିଯୋଗରContinue reading “ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ଅଭିଯୋଗ । ଆପ୍ ଓ ସମାଜବାଦୀ ପାର୍ଟିର ଅଭିଯୋଗ, ପ୍ରକୃତ ମୂଲ୍ୟ ଠାରୁ ବହୁ ଅଧିକ ମୂଲ୍ୟରେ କିଣାଯାଇଛି ଜମି ।”

ଖସୁଛି ସଂକ୍ରମଣ ହାର, କୋହଳ ହେଉଛି କଟକଣା । ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୭୦,୪୨୧ ନୂଆ ସଂକ୍ରମଣ ଚିହ୍ନଟ ।

କନକ ବ୍ୟୁରୋ: ଦିନକୁ ଦିନ ଦେଶରେ ଖସିବାରେ ଲାଗିଛି କୋଭିଡ୍ ସଂକ୍ରମଣ ମାମଲା । ଏପ୍ରିଲ ମାସ ପରେ ଏବେ ସବୁଠାରୁ କମ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ ଦେଶରେ ୭୦ ହଜାର ୪୨୧ କରୋନା ସଂକ୍ରମଣ କେସ୍ ରେକର୍ଡ ହୋଇଛି । ଏହାରି ସହିତ ଦେଶରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ରେ ପହଁଚିଛି । ସେହିପରି ସକ୍ରିୟ କରୋନା ରୋଗୀଙ୍କContinue reading “ଖସୁଛି ସଂକ୍ରମଣ ହାର, କୋହଳ ହେଉଛି କଟକଣା । ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୭୦,୪୨୧ ନୂଆ ସଂକ୍ରମଣ ଚିହ୍ନଟ ।”

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ବର୍ଷେ । ଏବେ ବି ପ୍ରିୟ ଅଭିନେତାଙ୍କୁ ଝୁରି ହେଉଛନ୍ତି ଦର୍ଶକ । ସେପଟେ ମୃତ୍ୟୁର କାରଣ ଉପରୁ ଏଯାଏଁ ଉଠିପାରିଲାନି ରହସ୍ୟ ।

କନକ ବ୍ୟୁରୋ: ୧୪ ଜୁନ୍ ୨୦୨୦, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହରାଜପୁତଙ୍କ ଅକାଳ ବିୟୋଗ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ତାଙ୍କର ସେ ଆଖିର ଚମକ, ତାଙ୍କର ସେ ହସହସ ମୁହଁ, ତାଙ୍କର ସେ ହୃଦୟ ଖୋଲା କଥା ଆଉ ଅନ୍ୟ ପ୍ରତି ଦରଦ ଏବେ ବି ପଡୁଛି ମନେ । ଚାହୁଁଚାହୁଁ ତାଙ୍କ ମୃତ୍ୟୁକୁ ପୂରଣ ହୋଇଯାଇଛି ଏକ ବର୍ଷ । ତଥାପି ରହସ୍ୟ ଘେରରେ ସୁଶାନ୍ତଙ୍କ ମୃତ୍ୟୁର କାରଣ । ସେContinue reading “ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ବର୍ଷେ । ଏବେ ବି ପ୍ରିୟ ଅଭିନେତାଙ୍କୁ ଝୁରି ହେଉଛନ୍ତି ଦର୍ଶକ । ସେପଟେ ମୃତ୍ୟୁର କାରଣ ଉପରୁ ଏଯାଏଁ ଉଠିପାରିଲାନି ରହସ୍ୟ ।”

ଇସ୍ରାଏଲ ରାଜନୀତିରେ ପଟ୍ଟ ପରିବର୍ତନ । ନୂଆ ପ୍ରଧାନମନ୍ତ୍ରୀ ହେଲେ ନେଫ୍ଟାଲି ବେନେଟ୍ । ଦୀର୍ଘ ୧୨ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ବେଂଜାମିନ ନେତାନ୍ୟାହୁ ।

କନକ ବ୍ୟୁରୋ: ୧୨ ବର୍ଷ ପରେ ଇସ୍ରାଏଲକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଦକ୍ଷିଣପନ୍ଥୀ ନେତା ନେଫ୍ଟାଲି ବେନେଟ୍ ହେଲେ ଇଜ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ । ଏହାସହିତ ବେଂଜାମିନ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ପଡିଛି । ନୂଆ ଗଠବନ୍ଧନ ସରକାର ଆଗରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି ବେଂଜାମିନ୍ । ଫଳରେ ତାଙ୍କୁ ନିଜ ପଦ ଛାଡିବାକୁ ପଡିଛି ଆଉ ଦେଶକୁ ମିଳିଛି ୪୯ ବର୍ଷୀୟ ନୂଆ ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ୍ । ଇସ୍ରାଏଲContinue reading “ଇସ୍ରାଏଲ ରାଜନୀତିରେ ପଟ୍ଟ ପରିବର୍ତନ । ନୂଆ ପ୍ରଧାନମନ୍ତ୍ରୀ ହେଲେ ନେଫ୍ଟାଲି ବେନେଟ୍ । ଦୀର୍ଘ ୧୨ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ବେଂଜାମିନ ନେତାନ୍ୟାହୁ ।”

ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ । ପଶୁପତି କୁମାର ପାରସ ଲୋକସଭାରେ ଦଳୀୟ ନେତା ନିର୍ବାଚିତ । ଚିରାଗ ପାଶୱାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନବାଚୀ ।

କନକ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟି ବା ଏଲଜେପିରେ ବିଦ୍ରୋହ ଆଉ ଅଣଦେଖା ହୋଇପଡ଼ିଛନ୍ତି ଚିରାଗ ପାଶୱାନ । ଚିରାଗଙ୍କ ଦାଦା ତଥା ସାଂସଦ ପଶୁପତି କୁମାର ପାରସଙ୍କୁୁ ଲୋକସଭାରେ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି ଦଳୀୟ ସାଂସଦ । ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସାଂସଦ ପଶୁପତି କୁମାର ପାରସ ଅନ୍ୟ ୪ ଜଣ ସାଂସଦଙ୍କ ସହ ମିଶି ଦଳରେ ବିଦ୍ରୋହର ସ୍ୱର ଉଠାଇଥିଲେ । ୫ଜଣ ବିଦ୍ରୋହୀ ସାଂସଦ ଆଜିContinue reading “ଲୋକ ଜନଶକ୍ତି ପାର୍ଟିରେ ବିଦ୍ରୋହ । ପଶୁପତି କୁମାର ପାରସ ଲୋକସଭାରେ ଦଳୀୟ ନେତା ନିର୍ବାଚିତ । ଚିରାଗ ପାଶୱାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନବାଚୀ ।”

ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କ ଶେଷ ଟୁଇଟ । ଲେଖିିଲେ କରୋନାରେ ମୃତ୍ୟୁ ହୋଇଥିବା ଶବର ହେବା କଥା ପରୀକ୍ଷା । ଏପରି ହେଲେ ମୃତ୍ୟୁର ଅସଲ କାରଣ ପାଖରେ ପହଞ୍ଚିପାରିବ ଚିକିତ୍ସା ବିଜ୍ଞାନ ।

କନକ ବ୍ୟୁରୋ: ରାଜ୍ୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ତେବେ କରୋନାକୁ ନେଇ ସେ କରିଥିବା ଶେଷ ଟୁଇଟ ଏବେ ଚର୍ଚ୍ଚାରେ ରହିଛି । ଟୁଇଟରେ ସେ ଲେଖିଥିଲେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଜଳାଇ ନଦେଇ ଗବେଷଣା କରିବା ପାଇଁ ସଂରକ୍ଷିତ ରଖିବା ଉଚିତ୍ । ଯାହାଦ୍ୱାରା କରୋନା ସଂକ୍ରମିତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । ତେବେ ଦୁର୍ଭାଗ୍ୟ ଏ ସଂପର୍କରେContinue reading “ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କ ଶେଷ ଟୁଇଟ । ଲେଖିିଲେ କରୋନାରେ ମୃତ୍ୟୁ ହୋଇଥିବା ଶବର ହେବା କଥା ପରୀକ୍ଷା । ଏପରି ହେଲେ ମୃତ୍ୟୁର ଅସଲ କାରଣ ପାଖରେ ପହଞ୍ଚିପାରିବ ଚିକିତ୍ସା ବିଜ୍ଞାନ ।”

ରଜ ପରେ ଖୋଲିବ କି ଓଡ଼ିଶା? ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ବଳବତ୍ତର ରହିପାରେ ନାଇଟ କର୍ଫ୍ୟୁ । ସପ୍ତାହାନ୍ତ ସଟଡାଉନ ବି ରହିପାରେ ବଳବତ୍ତର ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କର ଲକଡାଉନ ୩.୦ ଆସନ୍ତା ୧୭ରେ ସରୁଛି । ନୂଆ ଗାଇଡଲାଇନ ନେଇ କୈାଣସି ବି ମୁହୁର୍ତ୍ତରେ ସରକାର ଘୋଷଣା କରିପାରନ୍ତି । ହେଲେ ଏହା ଆଗରୁ ପଜିଟିଭ୍ ହାର ଏବଂ ସକ୍ରିୟ କେସ୍ ସଂଖ୍ୟାର ବିଶ୍ଳେଷଣ ହିଁ ଦର୍ଶାଇବ, କେଉଁ ଜିଲ୍ଲା ପାଇଁ କଣ ନିୟମ ଲାଗୁ କରିପାରନ୍ତି ସରକାର । ପୂର୍ବରୁ ସୁନ୍ଦରଗଡ, ଗଜପତି ଓ ନୂଆପଡାରେ ସଂଖ୍ୟାରେ ସୁଧାର ଆସିବା ପରେ ତାଲାବନ୍ଦ ନିୟମ କିଛିଟା କୋହଳ କରାଯାଇଥିଲାContinue reading “ରଜ ପରେ ଖୋଲିବ କି ଓଡ଼ିଶା? ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ବଳବତ୍ତର ରହିପାରେ ନାଇଟ କର୍ଫ୍ୟୁ । ସପ୍ତାହାନ୍ତ ସଟଡାଉନ ବି ରହିପାରେ ବଳବତ୍ତର ।”

କରୋନା ଆଣିଲା ଦାରୁଣ ଦୁଃଖ । ବାପା-ମାଆଙ୍କୁ ଛଡେଇ ନେଲା ମହାମାରୀ । ଆଠ ବର୍ଷର କୁନି ଝିଅ କାନ୍ଧରେ ଦେଢ ମାସର ପୁଅ ।

କନକ ବ୍ୟୁରୋ: ମହାମାରୀ କେବଳ ଜୀବନ ନିଏ ତାହା ନୁହେଁ, ବେଳେବେଳେ ବଂଚିଥିବା ଲୋକଙ୍କୁ ଏଭଳି ଅସହାୟ ସ୍ଥିତିରେ ଛାଡ଼ିଯାଏ ଯେଉଁଠି ଜୀବନ ଆହୁରି ଦୁର୍ବିସହ ହୋଇପଡ଼େ । ୮ ବର୍ଷର କୁନି ଝିଅ କ୍ରିଷ୍ଣା, ତା’ର ଦେଢ ମାସର ଭାଇ ଦୁନିଆଁକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ କରି ଦେଇଛି କରୋନା । ମହାମାରୀ ସମୟରେ କରୋନାର ଏଭଳି କରୁଣ କାହାଣୀ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ । କଟକ କ୍ୟାନ୍ସର ହସ୍ପିଟାଲରେ ଷ୍ଟାଫ୍Continue reading “କରୋନା ଆଣିଲା ଦାରୁଣ ଦୁଃଖ । ବାପା-ମାଆଙ୍କୁ ଛଡେଇ ନେଲା ମହାମାରୀ । ଆଠ ବର୍ଷର କୁନି ଝିଅ କାନ୍ଧରେ ଦେଢ ମାସର ପୁଅ ।”

Design a site like this with WordPress.com
Get started