ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢିବ ଆପ୍

କନକ ବ୍ୟୁରୋ: ଆସନ୍ତା ବର୍ଷ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଆପ) ସମସ୍ତ ୧୮୨ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଆଜି ଏବିଷୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟ ଗସ୍ତ କରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନାଭ୍ଙ୍ଗପୁରା ଅଞ୍ଚଳରେ ଅବସ୍ଥିତ ରାଜ୍ୟ ପାର୍ଟି ମୁଖ୍ୟାଳୟର ଉଦଘାଟନ କରିବା ପରେ ନିଜ ଦଳର ନିର୍ବାଚନ ପ୍ରସ୍ତୁତି ବିଷୟରେ କହିଛନ୍ତି । ଏହା ସହ କେଜ୍ରିୱାଲ କହିଛନ୍ତି ଯେ, ବିଜେପିContinue reading “ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢିବ ଆପ୍”

ଜୁନ ୧୬ରୁ ଦେଶରେ ଖୋଲିବ ସମସ୍ତ ସ୍ମାରକ । ପାଳନ ହେବ କୋଭିଡ ଗାଇଡଲାଇନ

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁଁ ଦେଶରେ ବନ୍ଦ ଥିବା ତାଜମହଲ ଭଳି ସ୍ମାରକ ଖୋଲିବାକୁ ନିର୍ଦ୍ଦେଶ । ସ୍ମାରକ ଖୋଲିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅର୍ଥାତ ଜୁନ ୧୬ରୁ ଦେଶରେ ସମସ୍ତ ସ୍ମାରକ ବୁଲିପାରିବେ ପର୍ଯ୍ୟଟକ । ହେଲେ ଏହି ସମୟରେ କୋଭିଡ ଗାଇଡ ଲାଇନ ପାଳନ କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ସ୍ମାରକକୁ ବନ୍ଦ କରିଦିଆଯାଇଥିଲା ।Continue reading “ଜୁନ ୧୬ରୁ ଦେଶରେ ଖୋଲିବ ସମସ୍ତ ସ୍ମାରକ । ପାଳନ ହେବ କୋଭିଡ ଗାଇଡଲାଇନ”

ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ପରମ୍ପରା ଆଧାରରେ ଝିଅ ବାହାଘର ପାଇଁ ପାର୍ବତୀଙ୍କ ମାମୁଁ ଘରୁ ଆସିଲା ମଉଳା ଭାର ।

କନକ ବ୍ୟୁରୋ: ଆସନ୍ତାକାଲି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବାହାଘର । ଆଉ ଏହା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଂଚିଲାଣି । କରୋନା କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟାର ବନ୍ଧୁ ବାନ୍ଧବ ଘରକୁ ଆସିବାକୁ ଲାଗିଲେଣି । ରୀତିନୀତି ଅନୁସାରେ ଘରେ ବାହାଘର ହେଲେ ମାମୁଁ ଘରୁ ମଉଳା ଭାର ଆସିଥାଏ । ତେବେ ଆଜି ସମ୍ବଲପୁର ଝାଡୁଆପଡାର କନ୍ୟା ପିତାମାତାଙ୍କ ଘରକୁ ଭାର ଆସି ସାରିଛି । ଭାର ଆସିବାContinue reading “ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ପରମ୍ପରା ଆଧାରରେ ଝିଅ ବାହାଘର ପାଇଁ ପାର୍ବତୀଙ୍କ ମାମୁଁ ଘରୁ ଆସିଲା ମଉଳା ଭାର ।”

ଚାଷୀଙ୍କ ଉପରେ ଦାଉ ସାଧିଲା ମୌସୁମୀ ବର୍ଷା : ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ 

କନକ ବ୍ୟୁରୋ : ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ । ବର୍ଷ ଯାକ ପରିଶ୍ରମ କରି ଅମଳ କରିଥିବା ଧାନ ଏବେ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି । ଆଉ ଲଗାଣ ବର୍ଷା ଯୋଗୁଁ ମଣ୍ଡି ଧାନ ମଧ୍ୟ ଗଜା ହେବାରେ ଲାଗିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜୟପାଟଣା ବ୍ଲକରେ । କେତେବେଳ ଅଦିନିଆ ବର୍ଷା ତ କେତେବେଳେ ରୋଗ ପୋକ ଚାଷୀଙ୍କ ସ୍ୱପ୍ନକୁ ଅଧୁରା କରୁଛିContinue reading “ଚାଷୀଙ୍କ ଉପରେ ଦାଉ ସାଧିଲା ମୌସୁମୀ ବର୍ଷା : ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ “

ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ :  ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କନକ ବ୍ୟୁରୋ : ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ । ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ଚାଷୀମାନେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା, ବାତିଲ ହୋଇଥିବା ସମସ୍ତ ଚାଷୀଙ୍କ ଟୋକନକୁ ପୁନଃ କାଯ୍ୟକାରୀ କରିବା, ଅଦିନିଆ ବର୍ଷାରେ କ୍ଷତି ହୋଇଥିବାContinue reading “ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ :  ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ”

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ । ଏନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏହା ଖୋଲାଯିବ । କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଏପ୍ରିଲ ୧୫ରୁ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ବନ୍ଦ ରହିଛି । ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁContinue reading “ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ”

ରଘୁରାଜପୁର କାନ୍ଥ ବଖାଣୁଛି ମନ୍ତ୍ରମୁଗ୍ଧ କଳାର କଥା : ଗାଁର ପ୍ରତିଟି କାନ୍ଥରେ ଅଙ୍କା ହୋଇଛି ସୁନ୍ଦର ପଟ୍ଟଚିତ୍ର

କନକ ବ୍ୟୁରୋ : ପାରମ୍ପାରିକ ଭିତିରେ ଶିଳ୍ପିଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ହେଉଛି ପଟ୍ଟଚିତ୍ର ଶିବିର । ପରିବାରର ସମସ୍ତ ସଦସ୍ୟ ମାନେ ନିଜ ଦୁଆରେ ପାମ୍ପାରିକ ଚିତ୍ର ଅଙ୍କୁଥିବାର ଦେଖିବାକୁ ମିଳିଛି । କୋଭିଡ଼ କଟକଣା ଯୋଗୁଁ ଗାଁକୁ ପର୍ଯ୍ୟଟକ ମାନେ ଆସୁନାହାଁନ୍ତି । ଶିଳ୍ପୀ ମାନେ ଆର୍ଥିକ କ୍ଷତି ସହିବା ସହ ନିଜର କୌଳିକ କାମରୁ ଦୁରେଇ ରହୁଛନ୍ତି । ତେଣୁ ନିଜ ଦୁଆରକୁ ନିଜେ ସଜାଇବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତିContinue reading “ରଘୁରାଜପୁର କାନ୍ଥ ବଖାଣୁଛି ମନ୍ତ୍ରମୁଗ୍ଧ କଳାର କଥା : ଗାଁର ପ୍ରତିଟି କାନ୍ଥରେ ଅଙ୍କା ହୋଇଛି ସୁନ୍ଦର ପଟ୍ଟଚିତ୍ର”

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା : କେବଳ କରୋନା ସଂକ୍ରମଣ ହାର କମୁନି, ବରଂ ବର୍ତମାନ ଭାଇରସ ଲୋଡ୍ ବି କମିଛି

କନକ ବ୍ୟୁରୋ : କେବଳ କରୋନା ସଂକ୍ରମଣ ହାର କମୁନି, ବରଂ ବର୍ତମାନ ଭାଇରସ ଲୋଡ୍ ବି କମିଛି । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । କହିଛନ୍ତି କରାଯାଇଥିବା ପରୀକ୍ଷଣ ଅନୁଯାୟୀ, ଇନଫେକସନର ଭାଇରସ୍ ଲୋଡ୍ କମିଛି । ସିଟିଭ୍ୟାଲୁ ବା କେସ୍ ଲୋଡ୍ ପୂର୍ବରୁ ୧୪ ରୁ ୧୫ ପ୍ରତିଶତ ରହୁଥିଲା । ଏବେ ଏହା ହାରାହାରି ୨୮ ପାଖାପାଖି ରହୁଛି । ଲକଡାଉନର ସୁଫଳ ମିଳିଛି । ଯଦିContinue reading “ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା : କେବଳ କରୋନା ସଂକ୍ରମଣ ହାର କମୁନି, ବରଂ ବର୍ତମାନ ଭାଇରସ ଲୋଡ୍ ବି କମିଛି”

ରାଜ୍ୟରେ ଅନଲକ୍ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : କହିଲେ, ଲକଡାଉନ ଓ ଅନଲକ ଏକ ନିୟମିତ ପ୍ରକ୍ରିୟା; ପରିସ୍ଥିତିକୁ ଲକ୍ଷ୍ୟ କରି ସମୀକ୍ଷା ପରେ ନିଆଯିବ ନିଷ୍ପତ୍ତି

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମିବାକୁ ଆଶ୍ୱସ୍ତିକର କଥା ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ରାଜ୍ୟ ପାଇଁ ଏହା ଆଶ୍ୱସ୍ତିର କଥା । କମୁଛି ପଜିଟିଭ ହାର । ଆଶା କରିବା ଆଗକୁ ଆହୁରି ମଧ୍ୟ କମିବ । ଏବେ ଲକ୍ଡାଉନ୍ ଆଉ ଅନଲକ ନିୟମିତ ପ୍ରକ୍ରିୟା ହେଇଯାଇଛି । କାରଣ ଏହା ସଂକ୍ରମିତଙ୍କ ସଂଖ୍ୟା ଉପରେ ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି ।Continue reading “ରାଜ୍ୟରେ ଅନଲକ୍ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : କହିଲେ, ଲକଡାଉନ ଓ ଅନଲକ ଏକ ନିୟମିତ ପ୍ରକ୍ରିୟା; ପରିସ୍ଥିତିକୁ ଲକ୍ଷ୍ୟ କରି ସମୀକ୍ଷା ପରେ ନିଆଯିବ ନିଷ୍ପତ୍ତି”

ଓଡିଶାବାସୀଙ୍କୁ ଗଣ ପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ : ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବା ‘ରଜ’ ପର୍ବର ଅନନ୍ୟ ପରମ୍ପରା

ଓଡ଼ିଶାର ଗଣ ପର୍ବ ‘ରଜ’ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀ, ଗୁରୁଜନ ମାନଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରଜ ଉତ୍ସବ ଅବସରରେ ଓଡିଶାବାସୀଙ୍କୁ କୋଭିଡ୍ ନିୟମ ମାନିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକାକରଣ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ଭିଡିଓ ବାର୍ତାରେ କହିଛନ୍ତି ଯେ ପ୍ରକୃତି,Continue reading “ଓଡିଶାବାସୀଙ୍କୁ ଗଣ ପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ : ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବା ‘ରଜ’ ପର୍ବର ଅନନ୍ୟ ପରମ୍ପରା”

Design a site like this with WordPress.com
Get started