କନକ ବ୍ୟୁରୋ: ଦ୍ୱିତୀୟ ଲହର ତାଣ୍ଡବ ରଚିବା ପରେ ଆଜି ଏକ ଭଲ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ ଲାଇଫ ସାଇନ୍ସ ଯେଉଁ ଅଧ୍ୟୟନ କରୁଥିଲା, ସେ ନେଇ ଆଜି ତଥ୍ୟ ଦେଇଛନ୍ତି ଏହାର ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ବର୍ତମାନ ଯେଉଁମାନେ ଆକ୍ରାନ୍ତ ଭାବେ ଚିହ୍ନଟ ହେଉଛନ୍ତି ସେମାନଙ୍କଠାରେ ସିଟି ଭାଲ୍ୟୁ ଅଧିକ ରହୁଛି ଅର୍ଥାତ ଭାଇରାଲ ଲୋଡ କମ ରହୁଛି । ସିଟି ଭେଲ୍ୟୁ ହେଉଛି ସାଇକେଲ ଥ୍ରେସହୋଲଡ ।Continue reading “କମୁଛି ‘ଭାଇରସ୍’ର ଶକ୍ତି । ସାମ୍ନାକୁ ଆସିଲା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ତଥ୍ୟ । ଏବେ ସଂକ୍ରମିତ ହେଉଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି କମ୍ ଭାଇରାଲ ଲୋଡ ।”
Author Archives: Raghaba
ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ହେଲା ଏୟାରଲିପ୍ଟିଂ । ଫୁସଫୁସ ସଂକ୍ରମିତ ହେବା ପରେ କୋଲକାତା ସ୍ଥାନାନ୍ତର ।
କନକ ବ୍ୟୁରୋ: ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ଇକମୋ ଚିକିତ୍ସା ପାଇଁ କୋଲକାତାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଛି । କଟକ ଦୋଳମମୁଣ୍ଡାଇର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ କରୋନା ଆକ୍ରାନ୍ତ ପରେ ଗତ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ହେଲଥ ଭିଲେଜ ହସ୍ପିଟାଲରେ ଭର୍ତି ହୋଇଥିଲେ । ଚିକିତ୍ସା ସତ୍ତେ୍ୱ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ କୋଲକାତା ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛିContinue reading “ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ହେଲା ଏୟାରଲିପ୍ଟିଂ । ଫୁସଫୁସ ସଂକ୍ରମିତ ହେବା ପରେ କୋଲକାତା ସ୍ଥାନାନ୍ତର ।”
ରାଜ୍ୟରେ ନକଲି ଔଷଧ କାରବାର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଞ୍ଚ । କାହିଁକି ନାଁ, ଆଜି ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ୍ ହୋଇଥିଲା । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନରୁ ଏହି ଔଷଧ ଜବତ ହୋଇଥିଲା । ଯାହା ଭିତରେ ୧୭ ହଜାର ଫାଭିଫିରାଭିର ଟାବଲେଟ୍Continue reading “ରାଜ୍ୟରେ ନକଲି ଔଷଧ କାରବାର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।”
ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ହଳଦିଆରୁ ଦେଶୀ ଅସ୍ତ୍ରଶସ୍ତ୍ର ସହ ଗିରଫ କଲା ପୋଲିସ
କନକ ବ୍ୟୁରୋ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ପଶ୍ଚିମବଙ୍ଗ ପୁଲିସ ଆଜି ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି। ଏହି ଦୁଇ ସହଯୋଗୀମାନେ ହେଲେ ଅରମାନ ଭୋଳୋ ଏବଂ ଅରୁଣାଭା କୁଇଟି । ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ସାତୋଟି ଅଫୁଟା ଗୁଳି ମଧ୍ୟ ଜବତ କରିଛି।Continue reading “ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ହଳଦିଆରୁ ଦେଶୀ ଅସ୍ତ୍ରଶସ୍ତ୍ର ସହ ଗିରଫ କଲା ପୋଲିସ”
କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ । ବଢ଼ିଲା ଆବେଦନର ସମୟ ସୀମା ।
କନକ ବ୍ୟୁରୋ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ ଆୟୋଜନ କରାଯିବ । ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ପରିସ୍ଥିତି ଦେଖି ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ବିଷୟରେ ଜଣାଇ ଦିଆଯିବ ବୋଲିContinue reading “କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ । ବଢ଼ିଲା ଆବେଦନର ସମୟ ସୀମା ।”
କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଅଘଟଣ । ନଈରେ ଗାଧୋଉଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା କୁମ୍ଭୀର ।
କନକ ବ୍ୟୁରୋ: ଗାଧୋଇବାକୁ ଯାଇଥିବା ବୃଦ୍ଧାଙ୍କୁ ନଈରେ ଟାଣି ନେଇଗଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଂଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ନଈକୁ ଅନ୍ୟ ଜଣେ ମହିଳା ସହ ଗାଧୋଇବାକୁ ଯାଇଥିଲେ ଜଗନ୍ନାଥପୁର ଗାଁର ପୁରସ୍ତମ ଧଳ । ଗାଧୋଇବା ବେଳେ କୁମ୍ଭୀର ପୁରସ୍ତମ ଧଳଙ୍କୁ ଟାଣି ନେଇଯାଇଥିଲା । ଏହି ଖବର ଶୁଣିବା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଂଚି ବୋଟ ସହୟତାରେContinue reading “କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଅଘଟଣ । ନଈରେ ଗାଧୋଉଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା କୁମ୍ଭୀର ।”
୮ ବର୍ଷର କୁନି ଝିଅ ଏବଂ ଦେଢ ମାସର ପୁଅକୁ ଅନାଥ କରିଦେଲା କରୋନା । ଦୁନିଆକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ ।
କନକ ବ୍ୟୁରୋ: କରୋନାର କରୁଣ କାହାଣୀ । ମାତ୍ର ୮ ବର୍ଷର କୁନି ଝିଅ କ୍ରିଷ୍ଣା ଦୁନିଆଁକୁ ଚିହ୍ନିବା ଆଗରୁ ହୋଇଯାଇଛି ବାପା-ମା ଛେଉଣ୍ଡ । କରୋନାରେ ବାପା ମା ଆଖି ବୁଜିଛନ୍ତି କିନ୍ତୁ ତା ସାଥିରେ ଛାଡି ଯାଇଛନ୍ତି ମାତ୍ର ଦେଢ଼ ମାସର ଭାଇକୁ । ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଛି ଏହି ହୃଦୟ ବିଦାରକ ଖବର । ନିଷ୍ଠୁର ବିଧାତା କରୋନାରେ ଆଗପଛ କରି ଛଡେଇ ନେଇଛି ମା-ବାପାକୁ । କୁନି ଝିଅ କ୍ରିଷ୍ଣାContinue reading “୮ ବର୍ଷର କୁନି ଝିଅ ଏବଂ ଦେଢ ମାସର ପୁଅକୁ ଅନାଥ କରିଦେଲା କରୋନା । ଦୁନିଆକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ ।”
ଠିକ ବର୍ଷେ ତଳେ ଅଫେରା ରାଇଜକୁ ଚାଲିଯାଇଥିଲେ ରାଜପୁତ । ଏକ ବର୍ଷ ପରେ ବି ଖୋଲି ପାରୁନି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମିଷ୍ଟ୍ରି, ମିଳିପାରୁନି ନାୟକଙ୍କୁ ନ୍ୟାୟ…
କନକ ବ୍ୟୁରୋ: ନିରବୀ ଯାଇଛି ଏହି ହସୁଥିବା ଚେହେରା । ଚୁପ୍ ହୋଇଯାଇଛନ୍ତି ବଲିଉଡର ଏହି ଛିଛୋରେ ବୟ । ଆଜିବି ସୁଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା । ଏହି ରହସ୍ୟ ଆଜି ବି ଫାଇଲ ତଳେ ଲୁଚି ହୋଇରହିଛି । ରହସ୍ୟ ଘେରରେ ରହିଯାଇଛି ସୁଶାନ୍ତଙ୍କ ମୃତ୍ୟୁ । ବିହାରରୁ ଭଲିଉଡର ଯାତ୍ରା । ଛୋଟ ପରଦାରୁ ବଡ ପରଦାକୁ ଆସିବାContinue reading “ଠିକ ବର୍ଷେ ତଳେ ଅଫେରା ରାଇଜକୁ ଚାଲିଯାଇଥିଲେ ରାଜପୁତ । ଏକ ବର୍ଷ ପରେ ବି ଖୋଲି ପାରୁନି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମିଷ୍ଟ୍ରି, ମିଳିପାରୁନି ନାୟକଙ୍କୁ ନ୍ୟାୟ…”
ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଦିଲ୍ଲୀ ଏମ୍ସରେ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ
କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ଦୁର୍ବଳ ହୋଇଚାଲିଛି । ହେଲେ ତୃତୀୟ ଲହର ଭୟ ବଢୁଛି । ଏହାପୂର୍ବରୁ ସତର୍କ ହୋଇଛନ୍ତି ସରକାର । ଏହା ମଧ୍ୟରେ ଛୋଟ ଛୁଆଙ୍କୁ କରୋନା ଭ୍ୟାକ୍ସିନ ଦେବାକୁ ସରକାର ଚିନ୍ତା କରିଛନ୍ତି । ଦିଲ୍ଲୀ ଏମ୍ସରେ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ କରାଯିବ । ଏଥିପାଇଁ ମଙ୍ଗଳବାର ଛୋଟ ପିଲାଙ୍କୁ ଚୟନ କରାଯିବ । ସୂଚନା ଅନୁସାରେ ମଙ୍ଗବାର ଦିଲ୍ଲୀContinue reading “ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଦିଲ୍ଲୀ ଏମ୍ସରେ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ”
ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ । ଜାଣନ୍ତୁ, ବିହାରରେ ଜନ୍ମ ନେଇ କେମିତି ପହଞ୍ଚିଥିଲେ ବଲିଉଡରେ…
କନକ ବ୍ୟୁରୋ: ୧୪ ଜୁନ୍ ୨୦୨୦, ଆଜିକୁ ଠିକ୍ ବର୍ଷେ ତଳେ ମାୟାନଗରୀ ମୁୁମ୍ବାଇରୁ ଏମିତି ଏକ ଖବର ଆସିଥିଲା । ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସେଇ ଦେଇଥିଲା । ଖବର ଥିଲା ବଲିଉଡର ରାଜପୁତ ସୁଶାନ୍ତ ସିଂ ଆଉ ଏ ଦୁନିଆରେ ନାହାନ୍ତି । ବାସ୍ ଏ ଖବର ବିଜୁଳି ବେଗରେ ଚାରିଆଡେ ଖେଳିଗଲା । ଯେଉଁ ଅଭିନେତା ଦିନେ ବଡ ପରଦାରେ ଆତ୍ମହତ୍ୟା ନକରିବାକୁ ବୁଝାଉଥିଲା । ସୁଇସାଇଡକୁ ନଟ୍ ଏContinue reading “ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ । ଜାଣନ୍ତୁ, ବିହାରରେ ଜନ୍ମ ନେଇ କେମିତି ପହଞ୍ଚିଥିଲେ ବଲିଉଡରେ…”