କନକ ବ୍ୟୁରୋ : ଆଜି ପହିଲି ରଜ । କରୋନା ଫିକା କରି ଦେଇଛି ରଜ ଉତ୍ସାହ । ସଜବାଜ ଓ ପ୍ରଥମ ରଜ ଫିକା ପଡିଥିବାବେଳେ ଆଉ ଦିନ ମଧ୍ୟ ଫିକା ପଡିବ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ତ ଅନଲକ ଆରମ୍ଭ ହୋଇଯାଇଥିଲା, କଟକଣା ଲାଗିଥିଲେ ବି ଦୋକାନ ଖୋଲିଥିଲା । ନୂଆ ଡ୍ରେସ କିଣି ପିନ୍ଧିବାର ସୁଯୋଗ ମିଳିଥିଲା । ହେଲେ, ଏବର୍ଷ ରଜରେ ସେ ସୁଯୋଗ ବି ମିଳିଲାContinue reading “ଆଜି ପହିଲି ରଜ : କରୋନା ଫିକା କରି ଦେଇଛି ରଜ ଉତ୍ସାହ; ଗାଁ ଆମ୍ବ ତୋଟାରେ ଝୁଲୁନି ଦୋଳି କି ଶୁଭୁନି ରଜଗୀତ”
Author Archives: Raghaba
ସଂକ୍ରମଣ କମୁଛି ଦିଲ୍ଲୀ ଖୋଲୁଛି : ଆଜିଠାରୁ ଦେଶର ରାଜଧାନୀରେ ତୃତୀୟ ପର୍ଯ୍ୟାୟ ଅନଲକ୍; ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ଯାଏଁ ଖୋଲିବ ଦୋକାନ ବଜାର
କନକ ବ୍ୟୁରୋ : ଆଜିଠାରୁ ସର୍ତମୂଳକ ଭାବେ ଦିଲ୍ଳୀରେ ଖୋଲିବ ରେଷ୍ଟୁରାଂଟ । ବସିବାକୁ ଥିବା କ୍ଷମତାର ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ରେଷ୍ଟୁରାଂଟ ଖୋଲିବାକୁ ଦିଲ୍ଳୀ ସରକାର ଅନୁମତି ଦେଇଛନ୍ତି । ଦିଲ୍ଳୀର ରେଷ୍ଟୁରାଂଟ ଶିଳ୍ପ ପାଇଁ ଏହା ଏକ ବଡ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି । କାରଣ ଅନଲାଇନ ଡେଲିଭରୀ ଓ ଟେକଆୱେ ସେବାକୁ ସରକାର ଅନୁମତି ଦେଇଥିଲେ ବି କରୋନା ଭୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇ ଯାଇଛି ।Continue reading “ସଂକ୍ରମଣ କମୁଛି ଦିଲ୍ଲୀ ଖୋଲୁଛି : ଆଜିଠାରୁ ଦେଶର ରାଜଧାନୀରେ ତୃତୀୟ ପର୍ଯ୍ୟାୟ ଅନଲକ୍; ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ଯାଏଁ ଖୋଲିବ ଦୋକାନ ବଜାର”
ଚାଲିଗଲେ ବିଶ୍ୱର ସବୁଠାରୁ ବଡ଼ ପରିବାରର ମୁଖିଆ : ମିଜୋରାମର ଆଇଜୋଲରେ ଜିଓନା ଚାନାଙ୍କ ମୃତ୍ୟୁ; ଚାନାଙ୍କ ଅଛନ୍ତି ୩୮ ସ୍ତ୍ରୀ ଏବଂ ୮୯ ପିଲାଛୁଆ
କନକ ବ୍ୟୁରୋ : ଏକାଥରକେ ବିଧବା ହୋଇଗଲେ ୩୮ ସ୍ତ୍ରୀ । ବିଶ୍ୱର ସବୁଠାରୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କ ଆଜି ମିଜୋରମର ଆଇଜଲରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଜିଓନାଙ୍କ ୩୮ ସ୍ତ୍ରୀ ଓ ୮୯ ଜଣ ପୁଅଝିଅ ଅଛନ୍ତି । ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ମିଜୋରମର ରାଜଧାନୀ ଆଇଜଲର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇContinue reading “ଚାଲିଗଲେ ବିଶ୍ୱର ସବୁଠାରୁ ବଡ଼ ପରିବାରର ମୁଖିଆ : ମିଜୋରାମର ଆଇଜୋଲରେ ଜିଓନା ଚାନାଙ୍କ ମୃତ୍ୟୁ; ଚାନାଙ୍କ ଅଛନ୍ତି ୩୮ ସ୍ତ୍ରୀ ଏବଂ ୮୯ ପିଲାଛୁଆ”
ଆଜି ପହଲି ରଜ : କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଘରେ ଘରେ ପାଳନ ହେଉଛି ରଜ ମଉଜ
କନକ ବ୍ୟୁରୋ : ‘ବନସ୍ତେ ଡାକୁଛି ଗଜ, ବରଷକ ଥରେ ଆସିଛି ରଜ…’। ଆଜି ପହଲି ରଜ । ପ୍ରତିବର୍ଷ ବେଶ୍ ଜାକଜମକରେ ପାଳନ ହେଉଥିବା ଓଡ଼ିଶା ଏହି ମହାନ ଗଣପର୍ବର ଖୁସିର ମାହୋଲକୁ ଛଡାଇ ନେଇଛି ମହାମାରୀ କରୋନା । ଗତ ବର୍ଷ ଏବଂ ଚଳିତ ଥର ସ୍ମାର୍ଟସିଟି ରାଉରକେଲାରେ ଫିକା ପଡିଛି ରଜ ମଉଜ । ସବୁଠୁ ବେଶି ନିରାଶ ହୋଇଛନ୍ତି ସହରର ବସବାସ କରୁଥବା ଉପକୂଳର୍ତ୍ତୀ ଜିଲ୍ଲାବାସୀ । ସେମିତି ବିଭିନ୍ନ ଅନଷ୍ଠାନରେContinue reading “ଆଜି ପହଲି ରଜ : କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଘରେ ଘରେ ପାଳନ ହେଉଛି ରଜ ମଉଜ”
ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ : ଏକଛତ୍ରବାଦ, ଆତଙ୍କବାଦ, ମିଛଖବର ଓ ଅର୍ଥନୀତି ପ୍ରସଙ୍ଗରେ ରଖିଲେ ମତ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜି-୭ର ସ୍ୱାଭାବିକ ବନ୍ଧୁ ରାଷ୍ଟ୍ର ହେଉଛି ଭାରତ । ଭର୍ଚୁଆଲ ଉଦବୋଧନ ଦେଇ ଜି-୭ ସମ୍ମିଳନୀର ଏକ ସେସନ୍ରେ ଏପରି କହିଛନ୍ତି ମୋଦୀ । ଏକଛତ୍ରବାଦ, ଆତଙ୍କବାଦ, ଗୁଜବ ପ୍ରଚାର, ଅର୍ଥନୈତିକ ବାଧ୍ୟବାଧକତା କିପରି ଚ୍ୟାଲେଂଜ ସୃଷ୍ଟି କରୁଛି, ଏ ସଂପର୍କରେ ମତ ଦେଇଥିଲେ ପ୍ରଧାନମନ୍ତ୍ରୀ । ‘ମୁକ୍ତ ସମାଜ ଓ ମୁକ୍ତ ଅର୍ଥନୀତି’ ଶୀର୍ଷକ ଆଲୋଚନା ଚକ୍ରକୁ ସମ୍ବୋଧନ କରି ଗଣତନ୍ତ୍ର, ସ୍ୱାଧୀନ ଚିନ୍ତାଧାରା ପ୍ରତିContinue reading “ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ : ଏକଛତ୍ରବାଦ, ଆତଙ୍କବାଦ, ମିଛଖବର ଓ ଅର୍ଥନୀତି ପ୍ରସଙ୍ଗରେ ରଖିଲେ ମତ”
ଲକଡାଉନ ଓ ଅନଲକ ପ୍ରସଙ୍ଗରେ ଏସଆରସିଙ୍କ ସ୍ପଷ୍ଟିକରଣ : କହିଲେ, ରାଜ୍ୟ ସରକାର ନେଇ ନାହାଁନ୍ତି କୌଣସି ନିଷ୍ପତ୍ତି, ଜାରି ହୋଇନି ମାର୍ଗଦର୍ଶିକା
କନକ ବ୍ୟୁରୋ : ମିଛ ଖବରକୁ ନେଇ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ରିଲିଫ୍ କମିଶନର ପ୍ରଦୀପ ଜେନା । ଲକଡାଉନ ଓ ଅନଲକ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚର୍ଚ୍ଚା ଉପରେ ସ୍ପଷ୍ଟିକରଣ ରଖି, ପ୍ରଦୀପ ଜେନା କହିଛନ୍ତି- ନିର୍ଦ୍ଧିଷ୍ଟ ସମୟରେ ଏନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ଲକଡାଉନ୍ ଓ ଅନଲକ ନେଇ ବର୍ତମାନ ସୁଦ୍ଧା ରାଜ୍ୟ ସରକାର କୌଣସି ମାର୍ଗଦର୍ଶିକା ଜାରି କରି ନାହାଁନ୍ତି । ୧୭Continue reading “ଲକଡାଉନ ଓ ଅନଲକ ପ୍ରସଙ୍ଗରେ ଏସଆରସିଙ୍କ ସ୍ପଷ୍ଟିକରଣ : କହିଲେ, ରାଜ୍ୟ ସରକାର ନେଇ ନାହାଁନ୍ତି କୌଣସି ନିଷ୍ପତ୍ତି, ଜାରି ହୋଇନି ମାର୍ଗଦର୍ଶିକା”
କରୋନା ସ୍ଥିତି ଯୋଗୁଁ ବିକ୍ରି ହୋଇପାରୁନି ରାୟଗଡ଼ା ଆମ୍ବ । ଚିନ୍ତାରେ ଆମ୍ବ ଚାଷୀ, ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ
କନକ ବ୍ୟୁରୋ: ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣର ଆମ୍ବ ଉପାôଦନ ହୋଇଛି । ହେଲେ ମହାମାରୀ କରୋନା, ଚାଷୀଙ୍କ ପାଇଁ ପାଲଟିଛି ବଡ଼ ବାଧକ । କରୋନା ଯୋଗୁଁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ନଥିବାରୁ ଜାତୀୟ ବଜାରରେ ପହଁଚି ପାରୁନାହିଁ ଆମ୍ବ । ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି । ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି ଦଲାଲ । ଏଭଳି ସ୍ଥିତିରେ ଚାଷୀଙ୍କୁ ସହାୟତାର ହାତ ବଢ଼ାଇଛି ଜିଲ୍ଲାContinue reading “କରୋନା ସ୍ଥିତି ଯୋଗୁଁ ବିକ୍ରି ହୋଇପାରୁନି ରାୟଗଡ଼ା ଆମ୍ବ । ଚିନ୍ତାରେ ଆମ୍ବ ଚାଷୀ, ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ”
ରଙ୍ଗ ତୁଳି ଦେଇଛି ପରିଚୟ ସହ ରୋଜଗାର । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତିଙ୍କ ଚିତ୍ରକଳା ସାଉଁଟୁଛି ପ୍ରଶଂସା ।
କନକ ବ୍ୟୁରୋ: ରଙ୍ଗ ତୁଳି ଦେଇଛି ପରିଚୟ । ରୋଜଗାରର ମାଧ୍ୟମ ବି ପାଲଟିଛି ରଙ୍ଗତୁଳି । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତି ଏବେ ନିଜ ଚିତ୍ରକଳା ପାଇଁ ପ୍ରଶଂସା ସାଉଁଟିବା ସହ ଅଳ୍ପ କିଛି ରୋଜଗାର ମଧ୍ୟ କରୁଛନ୍ତି । ଚିତ୍ର ଆଙ୍କିବା ନେଇ ତାଲିମ ନେଇଛନ୍ତି ଦିବ୍ୟଜ୍ୱତି । ଚିତ୍ରକଳାର ଶିକ୍ଷା ନେବା ପରେ ଏବେ ମୋବାଇଲ ଯୋଗେ କିମ୍ବା ଫଟୋକୁ ତୁଳୀ ମାଧ୍ୟମରେ ଆଙ୍କୁଛନ୍ତି ସେ । ତାଂକContinue reading “ରଙ୍ଗ ତୁଳି ଦେଇଛି ପରିଚୟ ସହ ରୋଜଗାର । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତିଙ୍କ ଚିତ୍ରକଳା ସାଉଁଟୁଛି ପ୍ରଶଂସା । “
ଗଛ ଲଗାଇବାର ନିଶା । ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନଙ୍କ ଫଳବଗିଚାକୁ ନେଇ ଚର୍ଚ୍ଚା । ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୧୫ ଲକ୍ଷ ଟଙ୍କା
କନକ ବ୍ୟୁରୋ: ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନ । ବୟସ ପାଖାପାଖି ୬୨ । ଚକବନ୍ଦିରେ ସରକାରି ଚାକିରି କରୁଥିବା ବେଳେ ୧୯୮୫ ରେ ଚାକରି ଛାଡ଼ି ଆରମ୍ଭ କରିଥିଲେ ଫାର୍ମ । ଗଛ ଲଗାଇବା ନିଶାରେ ବନ୍ଧା ପୀତବାସ । ୧୮ ଏକର ଜମିରେ ଆରମ୍ଭ କରିଥିଲେ ଫାର୍ମ । ଏବେ ତାଙ୍କ ବଗିଚାରେ ଭଳିକି ଭଳି ଆମ୍ବ ଗଛରେ ଆମ୍ବ ଫଳିଛି । ଆମ୍ବ ସହ ସପୁରି , ଲେମ୍ବୁ , ସପେଟାContinue reading “ଗଛ ଲଗାଇବାର ନିଶା । ପୋଲସରା ଚିରିକିପଡା ଶାସନର ପିତବାସ ପ୍ରଧାନଙ୍କ ଫଳବଗିଚାକୁ ନେଇ ଚର୍ଚ୍ଚା । ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୧୫ ଲକ୍ଷ ଟଙ୍କା”
ଆମ୍ବ ଶଡ଼ା ଦେଇଛି ରୋଜଗାର । ବୈପାରୀଗୁଡ଼ା ବ୍ଲକର ଦୋରାଗୁଡ଼ା ଗାଁର ମହିଳାଙ୍କ ଉଦ୍ୟମ । ଆମ୍ବ ତୋଳି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆମ୍ବ ଶଡା
କନକ ବ୍ୟୁରୋ: ଆମ୍ବ ଅଛି ବଜାର ନାହିଁ । କରୋନା କାଳରେ ସବୁକିଛି ବନ୍ଦ ରହିଥିବା ବେଳେ ଆମ୍ବର ରସରୁ ପ୍ରସ୍ତୁତ ହେଉଥିବା ଆମ୍ବ ସଢ଼ା ଏବେ ଆଦିବାସୀଙ୍କୁ ଯୋଗାଉଛି ରୋଜଗାରର ବାଟ । କୋରାପୁଟ ଜିଲ୍ଲାରେ ପ୍ରଚୁର ପରିମାଣରେ ଆମ୍ବ ଚାଷ ହୋଇଥାଏ । ଏହା କେବଳ ଚାଷୀ ନୁହେଁ, ଏହା ସମ୍ପର୍କିତ ଆହୁରି ଅନେକଙ୍କୁ ରୋଜଗାର ଯୋଗାଇଥାଏ । ଆମ୍ବକୁ ଭିତି କରି ବେପାର ହେବା ସହ ଦି’ ପଇସା ରୋଜଗାର କରୁଥିଲେ ଚାଷୀContinue reading “ଆମ୍ବ ଶଡ଼ା ଦେଇଛି ରୋଜଗାର । ବୈପାରୀଗୁଡ଼ା ବ୍ଲକର ଦୋରାଗୁଡ଼ା ଗାଁର ମହିଳାଙ୍କ ଉଦ୍ୟମ । ଆମ୍ବ ତୋଳି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆମ୍ବ ଶଡା”