ରାସ୍ତାକୁ ଓହ୍ଲାଇଲେ ଘରୋଇ ବସ କର୍ମଚାରୀ ସଂଘ । କହିଲେ, ଲକଡାଉନରେ ମାଲିକଙ୍କ ପାଇଁ ସୁବିଧା ଅଛି, ହେଲେ ଆମ ପରିବାର ଚଳିବ କେମିତି ।

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ବେକାର ହୋଇ ଘରେ ବସିଛନ୍ତି ଘରୋଇ ବସର ଶହ ଶହ ଡ଼୍ରାଇଭର ଓ ହେଲପର । ରୋଜଗାର ନାହିଁ, ପରିବାର ଚଳାଇବା କଷ୍ଟ ହୋଇପଡୁଛି । ଲକଡାଉନ ପରେ ଶ୍ରମିକ, ଦିନ ମଜୁରିଆଙ୍କୁ ସହାୟତା ଦିଆଯାଇଛି । ହେଲେ ଡ୍ରାଇଭର ହେଲପରଙ୍କୁ କୌଣସି ସୁବିଧା ମିଳି ନାହିଁ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ଘରୋଇ ବସ କର୍ମଚାରୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛିContinue reading “ରାସ୍ତାକୁ ଓହ୍ଲାଇଲେ ଘରୋଇ ବସ କର୍ମଚାରୀ ସଂଘ । କହିଲେ, ଲକଡାଉନରେ ମାଲିକଙ୍କ ପାଇଁ ସୁବିଧା ଅଛି, ହେଲେ ଆମ ପରିବାର ଚଳିବ କେମିତି ।”

କରୋନା କାଳର ‘ରଘୁରାଜପୁର’ । ଶିଳ୍ପୀ ଗାଁରେ ଜୀବନ୍ତ ହେଉଛି ପଟ୍ଟଚିତ୍ର । ଶିଳ୍ପୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସହାୟତାର ହାତ ବଢ଼ାଇଲା ଓଡିଶା ଲଳିତକଳା ଏକାଡେମୀ 

କନକ ବ୍ୟୁରୋ: କରୋନା ଛଡାଇନେଇଛି ଜୀବିକା । ଏଥିରୁ ବାଦ ପଡିନାହିଁ  ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁରାଜପୁରର ଶିଳ୍ପୀ ଗ୍ରାମ । ଆଉ ଏହି ସମୟରେ ଶିଳ୍ପୀଙ୍କ ପ୍ରୋତ୍ସାହନ ପାଇଁ ଚାଲିଛି ପଟ୍ଟଚିତ୍ର ଶିବିର ।  ଗାଁର ପରିବାରର ସମସ୍ତ ସଦସ୍ୟ ନିଜ ଦୁଆରେ ପାମ୍ପାରିକ ଚିତ୍ର ଆଙ୍କୁଛନ୍ତି । କୋଭିଡ଼ କଟକଣା ଯୋଗୁଁ ଗାଁକୁ ପର୍ଯ୍ୟଟକ ମାନେ ଆସୁନାହାନ୍ତି । ତେଣୁ ନିଜ ଦୁଆରକୁ ନିଜେ ସଜାଇବା ପାଇଁ   ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତିContinue reading “କରୋନା କାଳର ‘ରଘୁରାଜପୁର’ । ଶିଳ୍ପୀ ଗାଁରେ ଜୀବନ୍ତ ହେଉଛି ପଟ୍ଟଚିତ୍ର । ଶିଳ୍ପୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସହାୟତାର ହାତ ବଢ଼ାଇଲା ଓଡିଶା ଲଳିତକଳା ଏକାଡେମୀ “

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏ.ସି.ବି.ଏସ୍.ପି ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ନିଯୁକ୍ତ । ପ୍ରଥମ ଓଡିଆ ଭାବେ ହେଲେ ନିର୍ବାଚିତ ।

କନକ ବ୍ୟୁରୋ: ବିଶିଷ୍ଟ ଶିକ୍ଷାବତ୍ ଏବଂ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରେଡିଟେସନ୍ କାଉନସିଲ ଫର ବିଜିନେସ୍ ସ୍କୁଲସ ଏଣ୍ଡ ପ୍ରୋଗ୍ରାମ୍ସର ରିଜନ୍ ୧୦ (ଦକ୍ଷିଣ ପୂର୍ବ ଏସିଆ) କାଉନ୍ସିଲର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି  । ଏ.ସି.ବି.ଏସ୍.ପି. ବିଶ୍ୱର ବିଭିନ୍ନ ମ୍ୟାନେଜମେଣ୍ଟ ସ୍କୁଲକୁ ଗୁଣବତ୍ତାର ମାନ୍ୟତା ପ୍ରଦାନ କରେ । ପ୍ରଫେସର୍ ପଟ୍ଟନାୟକ ଏହି ପଦବୀରେ ନିର୍ବାଚିତ ହେବାରେ ପ୍ରଥମ ଓଡ଼ିଆ । ସେ ଏହି ପଦବୀରେ ରହି ଏ.ସି.ବି.ଏସ୍.ପିର ଦକ୍ଷିଣContinue reading “ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏ.ସି.ବି.ଏସ୍.ପି ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ନିଯୁକ୍ତ । ପ୍ରଥମ ଓଡିଆ ଭାବେ ହେଲେ ନିର୍ବାଚିତ ।”

ମହାମାରୀ ସମୟରେ ମହଙ୍ଗା ହେଉଛି ଚିକିତ୍ସା, ମହରଗ ସାଜିଛି ଇକମୋ ମେସିନ୍ । ଜମିବାଡ଼ି ବିକ୍ରି କରି ପୁଅର ଜୀବନ ବଂଚାଇବାକୁ ଲାଗିଛନ୍ତି ଭୁବନେଶ୍ୱରର ସନ୍ତୋଷ ପ୍ରଧାନଙ୍କ ପରିବାର 

କନକ ବ୍ୟୁରୋ: ଜୀବନ ଓ ମୃତ୍ୟୁର ଦୋଛକିରେ ଚାଲିଛି ଭୁବନେଶ୍ୱର ପାତ୍ରପଡ଼ା ନିବାସୀ ସନ୍ତୋଷ ପ୍ରଧାନଙ୍କ ସଂଘର୍ଷ । କୋଭିଡ୍ରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମଣ ଜନୀତ ସମସ୍ୟା । ଏଭଳି ସ୍ଥିତିରେ ଇକମୋ ଚିକିତ୍ସା ହୁଏତ ଏକମାତ୍ର ବିକଳ୍ପ । ପୁଅର ଚିକିତ୍ସା ପାଇଁ ଜମି ବିକ୍ରି କରିସାରିଲେଣି ବାପା । ସବୁ ସଂଚୟ ବି ଶେଷ, ତଥାପି ଟଙ୍କାର ଅଭାବ । ପୁଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବା ପାଇଁContinue reading “ମହାମାରୀ ସମୟରେ ମହଙ୍ଗା ହେଉଛି ଚିକିତ୍ସା, ମହରଗ ସାଜିଛି ଇକମୋ ମେସିନ୍ । ଜମିବାଡ଼ି ବିକ୍ରି କରି ପୁଅର ଜୀବନ ବଂଚାଇବାକୁ ଲାଗିଛନ୍ତି ଭୁବନେଶ୍ୱରର ସନ୍ତୋଷ ପ୍ରଧାନଙ୍କ ପରିବାର “

ଜୁନ୍ ଶେଷ ସୁଦ୍ଧା ଆସିବ ଦଶମ ରେଜଲ୍ଟ, ପୂର୍ବ ପରୀକ୍ଷା ଆଧାରରେ ଚାଲିଛି ମୂଲ୍ୟାୟନ । ଗଣଶିକ୍ଷା ମନ୍ତ୍ରୀ କହିଲେ, ଆସନ୍ତା ୧୭ରୁ ୟୁ-ଟ୍ୟୁବରେ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ପୂର୍ବପରୀକ୍ଷା ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଚାଲିଛି । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ସବୁଠାରୁ ଭଲ ନମ୍ବର ରଖିଥିବା ବିଷୟ ଏବଂ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ସର୍ବଶ୍ରେଷ୍ଠ ନମ୍ବରକୁ ବିଚାରକୁ ନିଆଯାଇ ମୂଲ୍ୟାୟନ ଚାଲିଛି । କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଭିତରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗିରହିଛି । ତେଣୁ ୟୁ-ଟ୍ୟୁବContinue reading “ଜୁନ୍ ଶେଷ ସୁଦ୍ଧା ଆସିବ ଦଶମ ରେଜଲ୍ଟ, ପୂର୍ବ ପରୀକ୍ଷା ଆଧାରରେ ଚାଲିଛି ମୂଲ୍ୟାୟନ । ଗଣଶିକ୍ଷା ମନ୍ତ୍ରୀ କହିଲେ, ଆସନ୍ତା ୧୭ରୁ ୟୁ-ଟ୍ୟୁବରେ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା”

ରାଜ୍ୟରେ କମୁଛି ସଂକ୍ରମଣ ହାର, ରଜ ପରେ ଆରମ୍ଭ ହେବ କି ଅନଲକ୍ । ୫ ପ୍ରତିଶତରୁ କମ୍ ସଂକ୍ରମଣ ଥିବା ୧୩ ଜିଲ୍ଲାରେ କୋହଳ ହୋଇପାରେ କଟକଣା 

କନକ ବ୍ୟୁରୋ: ଧିରେ ଧିରେ ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍ କମିବାରେ ଲାଗିଛି । କିିଛି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ଥିବା ବେଳେ ୧୩ଟି ଜିଲ୍ଲାରେ ୫ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ ହାର । ସଂକ୍ରମଣ ହାର ଦୃଷ୍ଟିରୁ ଏହି ସବୁ ଜିଲ୍ଲାକୁ ଗ୍ରୀନ ଜୋନ୍ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ । ପଜିଟିଭିଟି ରେଟ୍ ସବୁଠୁ କମ ରହିଛି ଝାରସୁଗୁଡ଼ାରେ । ଝାରସୁଗୁଡ଼ାରେ ୧.୪ ପ୍ରତିଶତ ରହିଥିବା ବେଳେ ପ୍ରଥମ ଲହରରେ ଚିନ୍ତା ସୃଷ୍ଟିContinue reading “ରାଜ୍ୟରେ କମୁଛି ସଂକ୍ରମଣ ହାର, ରଜ ପରେ ଆରମ୍ଭ ହେବ କି ଅନଲକ୍ । ୫ ପ୍ରତିଶତରୁ କମ୍ ସଂକ୍ରମଣ ଥିବା ୧୩ ଜିଲ୍ଲାରେ କୋହଳ ହୋଇପାରେ କଟକଣା “

ବିପଦ ବେଳାରେ ଚିନ୍ତା ବଢ଼ାଇଲା ବିଷ ବେଉସା । ରାଜ୍ୟର୧୩ଟି ଜିଲ୍ଲାରେ ନକଲି ଔଷଧ, ଆଜି ଏକାଧିକ ସ୍ଥାନରେ ଚଢାଉ

କନକ ବ୍ୟୁରୋ: ବିଶ୍ୱାସରେ ବିଷ ଦେଇ ମୁନାଫା ଲୋଭରେ ମଣିଷ ଜୀବନକୁ ବିପଦରେ ଠେଲି ଦେଉଥିବା ଔଷଧ ମାଫିଆଙ୍କ କାରନାମା ସାମ୍ନାକୁ ଆସିବା ପରେ ଓଡ଼ିଶାର କୋଣଅନୁକୋଣରେ ତତ୍ପରତା । କଟକ ଓ ରାଉରକେଲା ପରେ କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗୀର ଭଳି ଏକାଧିକ ସ୍ଥାନରେ ଚଢ଼ାଇ କରାଯାଇଛି । କଟକ କନିକା ଛକ ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ରୁ ଔଷଧ ଆସି ବିକ୍ରି ହୋଇଛି କି? ଯଦି ଆସିଛି କେତେ ଆସିଛି ଓ କୁଆଡେ ଯାଇଛି ତାରContinue reading “ବିପଦ ବେଳାରେ ଚିନ୍ତା ବଢ଼ାଇଲା ବିଷ ବେଉସା । ରାଜ୍ୟର୧୩ଟି ଜିଲ୍ଲାରେ ନକଲି ଔଷଧ, ଆଜି ଏକାଧିକ ସ୍ଥାନରେ ଚଢାଉ”

ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୭,୭୩୩ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୭୩୩ କରୋନା ପଜିଟିଭ । ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୬୫, କଟକରୁ ୮୦୮, ନବରଙ୍ଗପୁରରୁ ୧୯୬, ଝାରସୁଗୁଡାରୁ ୮୦, ଅନୁଗୁଳରୁContinue reading “ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୭,୭୩୩ କରୋନା ଆକ୍ରାନ୍ତ”

ଦିଲ୍ଲୀର ଏହି ହସ୍ପିଟାଲରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ ରୂଷର ସ୍ପୁଟନିକ-ଭି ଟିକା । ପ୍ରତି ଡୋଜର ଦାମ ରହିଛି ୧୧୪୫ ଟଙ୍କା

କନକ ବ୍ୟୁରୋ : ଦେଶରେ ଲାଗିରହିଥିବା ନିଅଣ୍ଟିଆ ଟିକା ସମସ୍ୟା ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ବିରୋଧରେ ଚାଲିଥିବା ଟିକାକରଣରେ ଜୁନ ୧୫ ତାରିଖରୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଋଷ ଟିକା ସ୍ପୁଟିନିକ୍ –ଭି ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଟିକା କେଉଁ ଆଧାରରେ ଲଗାଯିବ ତାହା ସ୍ପଷ୍ଟ ହୋଇ ନଥିଲେ ବି ଯେତିକି ଟିକା ଆସିବ ସେହି ମୁତାବକ ଏହାକୁ ଟିକାକରଣରେ ସାମିଲContinue reading “ଦିଲ୍ଲୀର ଏହି ହସ୍ପିଟାଲରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ ରୂଷର ସ୍ପୁଟନିକ-ଭି ଟିକା । ପ୍ରତି ଡୋଜର ଦାମ ରହିଛି ୧୧୪୫ ଟଙ୍କା”

ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୦୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୨୬ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୦୯ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟୃରୁ ୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୦୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୨୬ ଜଣ”

Design a site like this with WordPress.com
Get started