ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନରେ ୫ କୋଟି ଟଙ୍କା ହେରଫେର । ଆକାଉଂଟ ହ୍ୟାକ୍ କରି ଇ-ଚେକ୍, ନକଲି ସିଲ୍ ଜରିଆରେ ବେଆଇନ ଭାବେ ଟଙ୍କା ଟ୍ରାନସଫର୍

କନକ ବ୍ୟୁରୋ: ଯେଉଁଠି ଆକାଉଂଟାଂଟ ଥିଲେ, ଯେଉଁ ବ୍ୟାଙ୍କ ଅକାଉଂଟର ହିସାବ କିତାବ ରଖୁଥିଲେ, ସେହି ଆକାଉଂଟରୁ ଗାଏବ କରିଦେଲେ ୫ କୋଟିରୁ ଅଧିକ ଟଙ୍କା । ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ରେ ଏଭରି ବିପୁଳ ପରିମାଣର ଟଙ୍କା ହେରପେର ହୋଇଥିବା ଅଭିଯୋଗ ହୋଇଛି । ମାମଲାର ତଦନ୍ତ କରି ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ପୂର୍ବତନ ଆକାଉଂଟାଂଟଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଇଓଡବ୍ଲୁ । ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେContinue reading “ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନରେ ୫ କୋଟି ଟଙ୍କା ହେରଫେର । ଆକାଉଂଟ ହ୍ୟାକ୍ କରି ଇ-ଚେକ୍, ନକଲି ସିଲ୍ ଜରିଆରେ ବେଆଇନ ଭାବେ ଟଙ୍କା ଟ୍ରାନସଫର୍”

ସ୍ନାନଯାତ୍ରାର ନୀତିକାନ୍ତି ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା । ରାତି ଗୋଟିଏରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ନେଇ ଚର୍ଚ୍ଚା

କନକ ବ୍ୟୁରୋ: ସ୍ନାନପୂର୍ଣ୍ଣିମାରେ ନୀତିକାନ୍ତିକୁ ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା ହୋଇଛି । ସେବାୟତଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ । ରାତି ଗୋଟିଏରେ ପହଣ୍ଡି ବିଜେ ନେଇ ବୈଠକରେ ଚର୍ଚ୍ଚା ହୋଇଛି । ଏଥିସହ ରାତି ୪ଟା ସୁଦ୍ଧା ସ୍ନାନମଣ୍ଡପରେ ପହଂଚିବେ ଦାରୁ ବ୍ରହ୍ମ । ବେଶ ସାରି ଅପରାହ୍ନ ୫ଟା ସୁଦ୍ଧା ବାହୁଡା ପହଣ୍ଡି କରିବାକୁ ନିଷ୍ପତି ହୋଇଛି । ଆଉ ରାତି ୭ଟା ସୁଦ୍ଧା ପହଣ୍ଡି ସାରି ଅଣସରContinue reading “ସ୍ନାନଯାତ୍ରାର ନୀତିକାନ୍ତି ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା । ରାତି ଗୋଟିଏରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ନେଇ ଚର୍ଚ୍ଚା”

୬ ମାସ ପରେ ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ । ସର୍ତମୂଳକ ଜାମିନ ଦେଲେ ହାଇକୋର୍ଟ ।

କନକ ବ୍ୟୁରୋ: ଡିସେମ୍ବରରେ ଗିରଫଦାରୀ, ଜୁନ୍ରେ ବେଲ୍ । ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଭଳି ମାମଲାରେ ଗିରଫ ହୋଇ ଜେଲରେ ରହିବାର ୬ ମାସ ପରେ ଜାମିନ୍ ପାଇ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ହାଇକୋର୍ଟରୁ ସମସ୍ତ ମାମଲାରେ ବେଲ୍ ପାଇବା ପରେ ମୁକୁଳିଛନ୍ତି ଏହି ବହୁ ଚର୍ଚ୍ଚିତ ନେତା । ଅତି ନାଟକୀୟ ଥିଲା ପ୍ରଦୀପ ପାଣିଗ୍ରାହୀ ଗିରଫଦାରୀ ପ୍ରସଙ୍ଗ । ପ୍ରଥମେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍Continue reading “୬ ମାସ ପରେ ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ । ସର୍ତମୂଳକ ଜାମିନ ଦେଲେ ହାଇକୋର୍ଟ ।”

ରାଜଧାନୀରେ ବୀଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ବୀଭତ୍ସ ହତ୍ୟାକାଣ୍ଡ । ଆଜି ଭୁବନେଶ୍ୱରର ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କୁ ପଥରେ ଛେଚି ଛେଚି ହତ୍ୟା କରାଯିବା ସହିତ ରାସ୍ତା ଉପରେ ରକ୍ତର ଛିଟା ପଡିଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ଏବେ ମାମଲାରେ ପୋଲିସ ଏବେ କ୍ୟାପିଟାଲ ହସ୍ପିଟାଲରେ ଜଣକୁ ଅଟକ ରଖିଛି । । ମୃତ ଯୁବକଙ୍କContinue reading “ରାଜଧାନୀରେ ବୀଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ ।”

ରାଜ୍ୟରେ କମୁଛି ସଂକ୍ରମଣ, ହେଲେ ଚିନ୍ତା ବଢ଼ାଉଛି ଉପକୂଳ । ଉପକୂଳ ଓଡ଼ିଶାର ୭ ଜିଲ୍ଲାରେ ପଜିଟିଭି ହାର ୧୦% ଉପରେ।

କନକ ବ୍ୟୁରୋ: ତାଲାବନ୍ଦ ବନ୍ଦ ଅବଧି ସରି ଆସୁଥିବା ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ବି ରେଡ୍ ଜୋନ୍ ଭିତରେ ରହିଛି । ଏହା ଜିଲ୍ଲାରେ ପିଜିଟିଭ୍ ହାର ମଧ୍ୟ ଆଶ୍ୱସ୍ତିକର ନୁହେଁ । ଯାଜପୁରରେ ୧୯.୪୮%, ପୁୁରୀରେ ୧୪.୩୫%, କେନ୍ଦ୍ରାପଡ଼ାରେ ୧୨.୫୯% ଖୋର୍ଦ୍ଧାରେ ୧୧.୫୧%, କଟକରେ ୧୧.୩୧%, ଜଗତସିଂହପୁରରେ ୧୦.୭୫%, ଭଦ୍ରକରେ ୧୦. ୬୧%, ଢେଙ୍କାନାଳରେ ୯% ରହିଛି ସଂକ୍ରମଣର ସଂଖ୍ୟା । ରାଜ୍ୟରେ ସଂକ୍ରମଣ କମୁଛି ସତ, କିନ୍ତୁ ଉପକୂଳ ଓଡ଼ିଶାରେ ଏହାContinue reading “ରାଜ୍ୟରେ କମୁଛି ସଂକ୍ରମଣ, ହେଲେ ଚିନ୍ତା ବଢ଼ାଉଛି ଉପକୂଳ । ଉପକୂଳ ଓଡ଼ିଶାର ୭ ଜିଲ୍ଲାରେ ପଜିଟିଭି ହାର ୧୦% ଉପରେ।”

ବିପଦ ବେଳେ ବିଷ ବେଉସା । ହିମାଚଳ ପ୍ରଦେଶରେ ତିଆରି ହୋଇ କଟକ ଆସିଥିଲା ନକଲି ଔଷଧ ।

କନକ ବ୍ୟୁରୋ: କଟକରେ କିଭଳି ହୋଇଥିଲା ନକଲି ଫାଭିଫିରାଭିର୍ ଔଷଧର କାରବାର ସେନେଇ ବିଶଦ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନରୁ ନକଲି ଔଷଧ ଯୋଗାଣ ନେଇ ସୂଚନା ମିଳିବା ପରେ ପଦକ୍ଷେପ ନେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ସୋଲାନରେ ଥିବା ମ୍ୟାକ୍ସ ରିଲିଫ୍ ହେଲଥ କେୟାର ଫାଭିମାକ୍ସ – ୪୦୦ ନାମରେ ନକଲି ଫାଭିପିରାଭିର୍ ଟାବଲେଟ ତିଆରି କରିଥିଲା । କଟକର କନିକାContinue reading “ବିପଦ ବେଳେ ବିଷ ବେଉସା । ହିମାଚଳ ପ୍ରଦେଶରେ ତିଆରି ହୋଇ କଟକ ଆସିଥିଲା ନକଲି ଔଷଧ ।”

ହଜ୍ ଯାତ୍ରା ଉପରେ କଟକଣା ଲଗାଇଲା ସାଉଦୀଅରବ । ବାହାର ଦେଶର ଲୋକଙ୍କ ପାଇଁ ମିଳିବନାହିଁ ଅନୁମତି । କେବଳ ୬୦ ହଜାର ସ୍ଥାନୀୟ ଲୋକ କରିପାରିବେ ହଜ୍ ଯାତ୍ରା

କନକ ବ୍ୟୁରୋ : ସାଉଦୀଅରବ ପକ୍ଷରୁ କୁହାଯାଇଛି କି, କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କ ଅନୁମତି ମିଳିବ । ସରକାରଙ୍କ ଦ୍ୱାରା ପରଚାଳିତ ସାଉଦୀ ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରଣାଳୟ ଏନେଇ ବୟାନ ଜାରି କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇ ମାସ ମଧ୍ୟଭାଗରୁ ଆରମ୍ଭ ହେବ । ଏଥିରେ ୧୮ ରୁ ୬୫ ବର୍ଷରContinue reading “ହଜ୍ ଯାତ୍ରା ଉପରେ କଟକଣା ଲଗାଇଲା ସାଉଦୀଅରବ । ବାହାର ଦେଶର ଲୋକଙ୍କ ପାଇଁ ମିଳିବନାହିଁ ଅନୁମତି । କେବଳ ୬୦ ହଜାର ସ୍ଥାନୀୟ ଲୋକ କରିପାରିବେ ହଜ୍ ଯାତ୍ରା”

ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର ହେଉଥିବା ଔଷଧରେ ପଡିବନି ଜିଏସଟି । କରୋନା ଚିକିତ୍ସା ପାଇଁ ଦରକାର ଔଷଧରେ ମଧ୍ୟ କମିବ ଟ୍ୟାକ୍ସ ।

କନକ ବ୍ୟୁରୋ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧରେ ଆଉ ପଡ଼ିବନି ଜିଏସ୍ଟି । ସେହିପରି କରୋନା ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଔଷଧ ଗୁଡ଼ିକରେ ଟ୍ୟାକ୍ସର ପରିମାଣ କମାଇ ଦିଆଯାଇଥିବା ନେଇ ମଧ୍ୟ ଜିଏସଟି କାଉନସିଲ ବୈଠକରେ ନିଷ୍ପତି ହୋଇଛି । ବ୍ଲାକ୍ ଫଙ୍ଗସ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଏମଫୋଟେରେସିନ୍-ବି ଭଳି ଇଂଜେକସନ୍ ଜିଏସଟି ସଂପୂର୍ଣ୍ଣ ହଟାଇ ଦିଆଯାଇଥିବାContinue reading “ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର ହେଉଥିବା ଔଷଧରେ ପଡିବନି ଜିଏସଟି । କରୋନା ଚିକିତ୍ସା ପାଇଁ ଦରକାର ଔଷଧରେ ମଧ୍ୟ କମିବ ଟ୍ୟାକ୍ସ ।”

ଜିଏସଟି କାଉଁସିଲ ବୈଠକରେ ନିଷ୍ପତ୍ତି , ବ୍ଲାକ ଫଙ୍ଗସ୍ ଔଷଧ ଉପରେ ଟ୍ୟାକ୍ସ ଛାଡ, କରୋନା ଟିକା ଉପରେ ଜାରି ରହିଲା ୫ ପ୍ରତିଶତ ଟ୍ୟାକ୍ସ, ଅକ୍ସିଜେନ ହେଲା ଶସ୍ତା

କନକ ବ୍ୟୁରୋ : କରୋନା ସହ ଜଡିତ ସାମଗ୍ରୀ ଉପରେ ମନ୍ତ୍ରୀ ସମୁହ କରିଥିବା ସୁପାରିଶକୁ ଆଜି ଜିଏସଟି କାଉଁସିଲ ସ୍ୱୀକାର କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉଁସିଲ ବୈଠକରେ ବ୍ଲାକ ଫଙ୍ଗସ୍ ଔଷଧକୁ ଟ୍ୟାକ୍ସମୁକ୍ତ କରାଯାଇଥିବା ବେଳେ କରୋନା ଟିକା ଉପରେ ପୂର୍ବରୁ ଥିବା ୫ ପ୍ରତିଶତ ଟ୍ୟାକ୍ସକୁ ବଳବତ୍ତର ରଖା ଯାଇଛି । ଏହାସହ କରୋନା ସହିତ ଜଡିତ ଅନ୍ୟକିଛି ସାମଗ୍ରୀ ଉପରେ ଟ୍ୟାକ୍ସ ହ୍ରାସ କରାଯାଇଥିବା ସୂଚନାContinue reading “ଜିଏସଟି କାଉଁସିଲ ବୈଠକରେ ନିଷ୍ପତ୍ତି , ବ୍ଲାକ ଫଙ୍ଗସ୍ ଔଷଧ ଉପରେ ଟ୍ୟାକ୍ସ ଛାଡ, କରୋନା ଟିକା ଉପରେ ଜାରି ରହିଲା ୫ ପ୍ରତିଶତ ଟ୍ୟାକ୍ସ, ଅକ୍ସିଜେନ ହେଲା ଶସ୍ତା”

ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମାଛ ଧରିବାକୁ ନଦୀ ପାରବେଳେ ଟାଣି ନେଇଥିବା ସୂଚନା ।

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବାବେଳେ ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି । ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ମହିଳାଙ୍କ ପତା ମିଳିନାହିଁ । ପୂର୍ବରୁ ଏହି ଅଂଚଳରେ ଏକାଧିକ ଲୋକଙ୍କୁ କୁମ୍ଭୀରContinue reading “ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମାଛ ଧରିବାକୁ ନଦୀ ପାରବେଳେ ଟାଣି ନେଇଥିବା ସୂଚନା ।”

Design a site like this with WordPress.com
Get started