କନକ ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ୪୭ଜଣଙ୍କ ଜୀବନ ନେଲା କରୋନା । ଏପ୍ରିଲ ମାସରେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମେ ମାସରେ ୭୧୧, ଜୁନ ମାସର ପ୍ରଥମ ୧୨ ଦିନରେ ୫୦୩ ମୁଣ୍ଡ ନେଲାଣି ମହାମାରୀ । ସେପଟେ ଗତ ୨୪ଘଂଟାରେ ୫ ହଜାର ତଳକୁ ଖସିଲା ସଂକ୍ରମଣ । ୪ ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨Continue reading “ରାଜ୍ୟରେ କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ଼ : ଦିନକରେ ରାଜ୍ୟରେ ସର୍ବାଧିକ ୪୭ଜଣଙ୍କ ଜୀବନ ନେଲା କରୋନା”
Author Archives: Raghaba
ମୟୂରଭଞ୍ଜ କପ୍ତିପଦା ଉପଖଣ୍ଡର କଶିବଣୀ ଗାଁକୁ ଛୁଁଇନି କରୋନା : ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ଜଣେ ହେଲେ ବି କୋଭିଡ ରୋଗୀ
କନକ ବ୍ୟୁରୋ : ସାରାବିଶ୍ୱକୁ କଲବଲ କରୁଥିଲେ ବି ମୟୂରଭଞ୍ଜ ଉପଖଣ୍ଡର କଶିବଣୀ ଗାଁକୁ ଏପର୍ଯ୍ୟନ୍ତ ଛୁଇଁନି ମହାମାରୀ କରୋନା । ଏହି ଗାଁରୁ ଏପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ଏହି ଗାଁରେ ପାଖାପାଖି ଶହେ ଲୋକ ରୁହନ୍ତି । ଏମାନେ ମୁଖ୍ୟତଃ ଚାଷ ଓ ପଶୁପାଳନ କରି ଗୁଜୁରାଣ ମେଂଟାଉଥିବାରୁ ବାହାରକୁ ଯାଆନ୍ତି ନାହିଁ । ଏଥିସହ ଲକଡାଉନ ଲାଗୁ ହେବା ଯୋଗୁଁ ଗାଁକୁ କେହି କୁଣିଆContinue reading “ମୟୂରଭଞ୍ଜ କପ୍ତିପଦା ଉପଖଣ୍ଡର କଶିବଣୀ ଗାଁକୁ ଛୁଁଇନି କରୋନା : ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ଜଣେ ହେଲେ ବି କୋଭିଡ ରୋଗୀ”
କୋଭିଡ ହସ୍ପିଟାଲରେ ଅଭାବନୀୟ ଘଟଣା : ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାତି ଉଠିଲେ ସଂପର୍କୀୟ; ଡାକ୍ତରଙ୍କୁ ଧମକ, ଅଙ୍ଗ ତସ୍କରୀ ନେଇ ଗୁଜବ ପରେ ପ୍ରକାଶ ପାଇଲା ଉତ୍ତେଜନା
କନକ ବ୍ୟୁରୋ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ ସୀତାପୁର କୋଭିଡ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହୋଇଯିବାରୁ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରି ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ମୃତକଙ୍କ ସମ୍ପର୍କୀୟ ଓ ପରିବାର ଲୋକ । ସମ୍ପର୍କୀୟଙ୍କ ଯୁକ୍ତି ହେଉଛି ପାଂଚ-ଛଅ ଘଂଟା ତଳେ ରୋଗୀ ଜଣଙ୍କ କଥା ହେଉଥିଲେ । ହଠାତ ସେ ମରିଗଲେ କେମିତି ?Continue reading “କୋଭିଡ ହସ୍ପିଟାଲରେ ଅଭାବନୀୟ ଘଟଣା : ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାତି ଉଠିଲେ ସଂପର୍କୀୟ; ଡାକ୍ତରଙ୍କୁ ଧମକ, ଅଙ୍ଗ ତସ୍କରୀ ନେଇ ଗୁଜବ ପରେ ପ୍ରକାଶ ପାଇଲା ଉତ୍ତେଜନା”
ରାଜ୍ୟରେ ଧିରେଧିରେ କମୁଛି କରୋନା : ଗ୍ରୀନ ଜୋନକୁ ଆସୁଛି ଓଡିଶା; ୧୨ ଜିଲ୍ଲା ଗ୍ରୀନ ଜୋନରେ
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣର ହାର କମିବାରେ ଲାଗିଛି । ଓଡିଶା ମାନଚିତ୍ର ଧିରେ ଧିରେ ସବୁଜ ହେବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୋଭିଡ ଡ୍ୟାସବୋର୍ଡ ଅନୁସାରେ ଏବେ ରାଜ୍ୟର ୧୨ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ସେହିପରି ୟେଲୋ ଜୋନରେ ୧୧ଟି ଜିଲ୍ଲା ଓ ରୋଡ ଜୋନରେ ରହିଛି ମାତ୍ର ୭ଟି ଜିଲ୍ଲା । ତେଣୁ ରଜ ବେଳକୁ ସଂକ୍ରମଣ ଅଧିକ କମିବା ଆଶା କରାଯାଉଛି ଓ ରଜContinue reading “ରାଜ୍ୟରେ ଧିରେଧିରେ କମୁଛି କରୋନା : ଗ୍ରୀନ ଜୋନକୁ ଆସୁଛି ଓଡିଶା; ୧୨ ଜିଲ୍ଲା ଗ୍ରୀନ ଜୋନରେ”
ରୋଗୀଙ୍କ ଜୀବନ ସହ ଖେଳ : ସିଲଭର ସିଟିରୁ ଜବତ ହେଲା ନକଲି ଫାଭିପିରାଭିର ଔଷଧ
କନକ ବ୍ୟୁରୋ : କଟକର ନକଲି କାରବାରରେ ଶେଷରେ ଯୋଡ଼ି ହେଇ ଯାଇଛି ଔଷଧ । କରୋନା କାଳରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖେଳିଛନ୍ତି ଅସାଧୁ ବେପାରୀ। କଟକର ତୁଳସୀପୁର କନିକାଛକସ୍ଥିତ ଏକ ହୋଲସେଲ ଗୋଦାମ ଉପରେ ଚଢ଼ଉ କରି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୁଲିସ ଫାବିଫିରାଭର ସମେତ ୭ପ୍ରକାର ନକଲି ଔଷଧ ଜବତ କରିଛନ୍ତି । ଏହାର ମୂଲ୍ୟ ୭୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । କଟକରୁ ଏଭଳିContinue reading “ରୋଗୀଙ୍କ ଜୀବନ ସହ ଖେଳ : ସିଲଭର ସିଟିରୁ ଜବତ ହେଲା ନକଲି ଫାଭିପିରାଭିର ଔଷଧ”
କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା : ୨୦୧୯ ପରେ କ୍ୟାବିନେଟରେ ହୋଇନି ଅଦଳବଦଳ
କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ନେଇ ଜୋରଦାର ଚର୍ଚ୍ଚା । କିଛି ଦିନ ହେଲା ୟୁପି ରାଜନୀତି ସରଗରମ ରହିଛି । ଦିଲ୍ଲୀ ଦରବାରରେ ମଧ୍ୟ ବିଜେପି ରାଜନୀତିରେ ଉଷ୍ମତା ଦେଖିବାକୁ ମିଳୁଛି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା । ବିଜେପିର ଏହି ୩ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇContinue reading “କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା : ୨୦୧୯ ପରେ କ୍ୟାବିନେଟରେ ହୋଇନି ଅଦଳବଦଳ”
୪ ଦିନ ପ୍ରବଳ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
କନକ ବ୍ୟୁରୋ : ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଶୁକ୍ରବାର ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି କରିଛି। ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ ଓ ଓଡ଼ିଶା ଦେଇ ଅତିକ୍ରମ କରିବ। ଏହା ପ୍ରଭାବରେ ଆସନ୍ତା ୪ ଦିନ ଅର୍ଥାତ ୧୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳContinue reading “୪ ଦିନ ପ୍ରବଳ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”
ଦେଶରେ କମୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୯୧,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ଗଲା ୩ ହଜାରରୁ ଅଧିକ ଜୀବନ । ସୁସ୍ଥ ହାର ଟପିଲା ୯୪ ପ୍ରତିଶତ ।
କନକ ବ୍ୟୁରୋ : ଦେଶରେ ବଦଳୁଛି କରୋନା ଗ୍ରାଫ । ଧିରେ ଧିରେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହେଲେ ମୃତ୍ୟୁ ସଂଖ୍ୟାରେ ଉଥାନ-ପତନ ଲାଗି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୯୧ହଜାର ୨୬୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା କିନ୍ତୁ ୩ହଜାର ଉପରେ ରହିଛି । ଦେଶରେ କରୋନା ସୁସ୍ଥ ହାର ବଢ଼ିବାରେ ଲାଗିଛି । ସୁସ୍ଥ ହାର ବୃଦ୍ଧି ପାଇ ୯୪.୯୪ରେ ପହଂଚିଛି ।Continue reading “ଦେଶରେ କମୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୯୧,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ଗଲା ୩ ହଜାରରୁ ଅଧିକ ଜୀବନ । ସୁସ୍ଥ ହାର ଟପିଲା ୯୪ ପ୍ରତିଶତ ।”
ଜୋର ଧରିଲା ରାସନ ରାଜନୀତି । ଦୁଆର ମୁହଁରେ ରାସନ ପହଂଚାଇବା ନେଇ ବିଜେପି ଆପ୍ ମୁହାଁମୁହିଁ । ସିସୋଦିଆ କହିଲେ ରାଜ୍ୟ ସରକାରଙ୍କ ସହ ଝଗଡ଼ା କରିବା ପାଲଟିଛି ବିଜେପିର କାମ ।
କନକ ବ୍ୟୁରୋ : ଜୋର ଧରୁଛି ରାସନ ରାଜନୀତି । ଯାହକୁ ନେଇ ଏବେ ପରସ୍ପରକୁ ଆରୋପ-ଦୋଷାରୋପ କରୁଛନ୍ତି ଦିଲ୍ଲୀ ଓ କେନ୍ଦ୍ର ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘରେ ଘରେ ରାସନ ଯୋଜନା ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ବିଜେପି ଓ ଆମ୍ ଆଦମୀ ପାର୍ଟି ଭିତରେ ତୁତୁ ମେମେ । ବିଜେପି କେଜ୍ରିୱାଲଙ୍କୁ ସମାଲୋଚନା କରି କହିଛି, ଯେଉଁ ସରକାର ଅକ୍ସିଜେନ, ମେଡିସିନ୍ ଯୋଗାଇ ପାରୁନି ସେ ରାସନ କିପରିContinue reading “ଜୋର ଧରିଲା ରାସନ ରାଜନୀତି । ଦୁଆର ମୁହଁରେ ରାସନ ପହଂଚାଇବା ନେଇ ବିଜେପି ଆପ୍ ମୁହାଁମୁହିଁ । ସିସୋଦିଆ କହିଲେ ରାଜ୍ୟ ସରକାରଙ୍କ ସହ ଝଗଡ଼ା କରିବା ପାଲଟିଛି ବିଜେପିର କାମ ।”
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ । ୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଯୋଗୀ ଆଦିତ୍ୟନାଥ, ଯୋଗୀଙ୍କ ଦିଲ୍ଲୀ ଗସ୍ତ ଓ ମୋଦୀଙ୍କୁ ଭେଟିବାର କାରଣ ନେଇ ଚର୍ଚ୍ଚା ଜୋରଦାର ।
କନକ ବ୍ୟୁରୋ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ପ୍ରାୟ ଦେଢ ଘଂଟା ଧରି ରହିଥିଲା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା । ଆଦିତ୍ୟନାଥ ଗୁରୁବାର ଶାହାଙ୍କୁ ମଧ୍ୟ ଭେଟିଥିଲେ । ଶୁକ୍ରବାର ମୋଦୀଙ୍କୁ ଭେଟିଛନ୍ତି । ଏହାରି ଭିତରେ ଚର୍ଚ୍ଚା ଉଠୁଛି, ଦେଢ ଘଂଟା ଧରି କେଉଁ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଥିଲେ ଯୋଗୀ । ଗୋଟିଏ ଟୁଇଟ୍ ଆସିଥିଲାContinue reading “ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ । ୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଯୋଗୀ ଆଦିତ୍ୟନାଥ, ଯୋଗୀଙ୍କ ଦିଲ୍ଲୀ ଗସ୍ତ ଓ ମୋଦୀଙ୍କୁ ଭେଟିବାର କାରଣ ନେଇ ଚର୍ଚ୍ଚା ଜୋରଦାର ।”