କନକ ବ୍ୟୁରୋ : ଚିନ୍ତା ବଢାଇଲା ଡେଲ୍ଟା ଭାରିଆଂଟ । ଏମ୍ସ ଓ ନ୍ୟାସନାଲ ସେଂଟର ଫର ଡିଜିଜ୍ କଂଟ୍ରୋଲର ଭିନ୍ନଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିସିଲ୍ଡ ବା କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିଲେ ମଧ୍ୟ ଡେଲ୍ଟା ଭାରିଆଂଟ ଭୂତାଣୁ ସଂକ୍ରମଣ କରିପାରିବ । ତେବେ ଏହି ପରୀକ୍ଷଣର ଏଯାଏଁ ସମୀକ୍ଷା କରାଯାଇନାହିଁ । କରୋନାର ଦୁଇଟି ଟିକା ନେଇଥିଲେ ବି ହୋଇପାରେ ସଂକ୍ରମଣ । ଏମ୍ସ ଓ ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲରContinue reading “ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ । ଦୁଇଟି ଡୋଜ୍ ଟୀକା ନେବା ପରେ ବି କରିପାରେ ସଂକ୍ରମଣ ।”
Author Archives: Raghaba
ମହାରାଷ୍ଟ୍ରରେ ବର୍ଷା ଆଣିଛି ସଙ୍କଟ । ମଲାଡରେ ଘର ଭୁଷୁଡ଼ି ୧୧ ଜଣଙ୍କ ମୃତ୍ୟୁ, ୭ ଆହତ । ମୌସୁମୀ ପହଁଚିବା ପରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।
କନକ ବ୍ୟୁରୋ : ମୁମ୍ବାଇରେ ବର୍ଷା ଆଣିଲା ସଙ୍କଟ । ଘର ଭୁଷୁଡ଼ି ମଲ୍ଲାଡ ଅଂଚଳରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ମହାରାଷ୍ଟ୍ରରେ ମୌସୁମୀ ପହଁଚିବା ପରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛିି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ । ମୁମ୍ୱାଇର ତଳିଆ ଅଂଚଳରେ ବର୍ଷା ପାଣି ଜମିବାରୁ ଲୋକେ ଜଳବନ୍ଦୀ ହୋଇପଡିଛନ୍ତି । ଲଗାଣ ବର୍ଷାରେ ଭୁଷୁଡିଲା କୋଠାContinue reading “ମହାରାଷ୍ଟ୍ରରେ ବର୍ଷା ଆଣିଛି ସଙ୍କଟ । ମଲାଡରେ ଘର ଭୁଷୁଡ଼ି ୧୧ ଜଣଙ୍କ ମୃତ୍ୟୁ, ୭ ଆହତ । ମୌସୁମୀ ପହଁଚିବା ପରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।”
ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଗୋଟେ ଦିନରେ ସର୍ବାଧିକ ୬,୧୪୮ଜଣଙ୍କ ମୃତ୍ୟୁ, ବିହାରର ପୁରୁଣା ତଥ୍ୟ ମିଶିବାରୁ ଅଚାନକ ବଢ଼ିଲା ମୃତ୍ୟୁ ସଂଖ୍ୟା ।
କନକ ବ୍ୟୁରୋ : ଦେଶରେ ମହାମାରୀ ମୃତ୍ୟୁରେ ଅଲୋଡା ରେକର୍ଡ । ଗୋଟିଏ ଦିନରେ ପ୍ରଥମ ଥର ପାଇଁ ୬ହଜାର ଟପିଯାଇଛି ମୃତ୍ୟୁସଂଖ୍ୟା । ବିହାରର ପୁରୁଣା ତଥ୍ୟ ଯୋଡା ଯାଇଥିବାରୁ ଏପରି ଅଚାନକ ଗୋଟିଏ ଦିନରେ ପ୍ରଥମଥର ପାଇଁ ୬ହଜାର ଟପିଯାଇଛି ମୃତ୍ୟୁ ସଂଖ୍ୟା । ବିହାରରେ ପୂର୍ବରୁ ହୋଇଥିବା ୩ ହଜାର ୯୫୧ ମୃତ୍ୟୁସଂଖ୍ୟା ନୂଆଭାବେ ଯୋଡାଯାଇଛି । ତେବେ ବିହାରର ପୁରୁଣା ମୃତ୍ୟୁସଂଖ୍ୟାକୁ ଛାଡି ଦେଶରେ ଗତ ୨୪ ଘଂଟାରେ ୨ହଜାର୧୯୭ ଜଣଙ୍କContinue reading “ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଗୋଟେ ଦିନରେ ସର୍ବାଧିକ ୬,୧୪୮ଜଣଙ୍କ ମୃତ୍ୟୁ, ବିହାରର ପୁରୁଣା ତଥ୍ୟ ମିଶିବାରୁ ଅଚାନକ ବଢ଼ିଲା ମୃତ୍ୟୁ ସଂଖ୍ୟା । “
ସରକାରଙ୍କ ସମସ୍ତ ସଚେତନ ସତ୍ୱେ ବି ଟୀକାକୁ ନେଇ ଦୂର ହେଉନି ଲୋକଙ୍କ ଭୟ । ଟିକାକରଣ ଟିମ୍ ପହଁଚିବା ଆଗରୁ ତାଟି କବାଟ ପକାଇ ଜଙ୍ଗଲ ପଳାଇଲେ ଗ୍ରାମବାସୀ ।
କନକ ବ୍ୟୁରୋ : ସହରାଞ୍ଚଳରେ କରୋନା ଟିକା ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କିନ୍ତୁ ଗାଁ ଗଣ୍ଡାରେ ଏହି ଟିକାକରଣ ପ୍ରକ୍ରିୟା ପ୍ରତି ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ । ଏପରିକି କରୋନା ଟିକା ଭୟରେ ଗାଁରେ ତାଟିକବାଟ ପକାଇ ଲୋକେ ଜଙ୍ଗଲକୁ ଚାଲିଯାଇଥିବା ଭଳି ସ୍ଥିତି ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାର ଆଦିବାସୀ ଗାଁ ଚମ୍ପାକଣାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସବୁ ଘରେ ଝୁଲୁଛି ତାଲା ।Continue reading “ସରକାରଙ୍କ ସମସ୍ତ ସଚେତନ ସତ୍ୱେ ବି ଟୀକାକୁ ନେଇ ଦୂର ହେଉନି ଲୋକଙ୍କ ଭୟ । ଟିକାକରଣ ଟିମ୍ ପହଁଚିବା ଆଗରୁ ତାଟି କବାଟ ପକାଇ ଜଙ୍ଗଲ ପଳାଇଲେ ଗ୍ରାମବାସୀ । “
ଧରାପଡିଲା ମିଲରଙ୍କ ଚାଲାକି । କମ୍ ଧାନ ମିଲିଂ କରୁଥିବା ନେଇ ଧରାଇଲା ବିଦ୍ୟୁତ୍ ବିଲ୍, ଚାଷୀଙ୍କ ଧାନ ନକିଣି ସିଧା ଚାଉଳ କିଣି କାରବାର କରୁଛନ୍ତି ମିଲର, ବୋକା ବନୁଛି ଚାଷୀ ।
କନକ ବ୍ୟୁରୋ : ବଲାଙ୍ଗୀରରେ ଚାଷୀଙ୍କୁ ବୋକା ବନାଉଛନ୍ତି ମିଲର୍ସ । ଚାଷୀଙ୍କ ଠାରୁ ଧାନ ନକିଣି ବାହାରୁ ଚାଉଳ କିଣି ଟାର୍ଗେଟ ପୂରଣ କରୁଛନ୍ତି ମିଲରମାନେ । ମିଲରଙ୍କ ବିଦ୍ୟୁତ୍ ବିଲରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମିଲରମାନେ ଅଧିକ ଧାନ ମିଲିଂ କରୁଛନ୍ତି ବୋଲି କାଗଜପତ୍ରରେ ଦର୍ଶାଉଛନ୍ତି । କିନ୍ତୁ ବିଦ୍ୟୁତ୍ ବିଲରୁ ଜଣାପଡିଯାଇଛି ଯେ, ଏସବୁ କଥା ମିଛ । ସବୁଠାରୁ ସାଙ୍ଘାତିକ କଥା ହେଉଛି, ରାଜ୍ୟରେ ଚାଷୀ ଅଭିଯୋଗ କରୁଛନ୍ତିContinue reading “ଧରାପଡିଲା ମିଲରଙ୍କ ଚାଲାକି । କମ୍ ଧାନ ମିଲିଂ କରୁଥିବା ନେଇ ଧରାଇଲା ବିଦ୍ୟୁତ୍ ବିଲ୍, ଚାଷୀଙ୍କ ଧାନ ନକିଣି ସିଧା ଚାଉଳ କିଣି କାରବାର କରୁଛନ୍ତି ମିଲର, ବୋକା ବନୁଛି ଚାଷୀ ।”
କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ପୁଣି ଉଠିଲା ସନ୍ଦେହ । ନୟାଗଡରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସରକାର, ହେଲେ ସିଡିଏମଓଙ୍କ ରିପୋର୍ଟ କହିଲା କେବଳ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ୯୫ ଜଣଙ୍କର ହୋଇଛି ମୃତ୍ୟୁ ।
କନକ ବ୍ୟୁରୋ : କିଏ କହୁଛି ସତ । କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦେଉଥିବା ତଥ୍ୟ ଏବଂ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଭିତରେ ରହୁନି ତାଳମେଳ । ଏଭଳି ଏକ ଚାଂଚଲ୍ୟ ଖବର ଆସିଛି ନୟାଗଡ଼ ଜିଲ୍ଲାରୁ । ରାଜ୍ୟ ସରକାର ଦେଇଥିବା ସଂଖ୍ୟାଠାରୁ ୧୦ ଗୁଣ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇ ୯ଜଣଙ୍କ ମୃତ୍ୟୁContinue reading “କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ପୁଣି ଉଠିଲା ସନ୍ଦେହ । ନୟାଗଡରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସରକାର, ହେଲେ ସିଡିଏମଓଙ୍କ ରିପୋର୍ଟ କହିଲା କେବଳ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ୯୫ ଜଣଙ୍କର ହୋଇଛି ମୃତ୍ୟୁ ।”
ଏଥର ବି ବିନା ଭକ୍ତରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି ।
କନକ ବ୍ୟୁରୋ : କରୋନା କାଳରେ ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥାଯାତ୍ରା । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ । ତେବେ କରୋନା କଟକଣା ଭିତରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଂଟାContinue reading “ଏଥର ବି ବିନା ଭକ୍ତରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି ।”
ଓଡ଼ିଶା ଛୁଇଁଲା ମୌସୁମୀ । ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ଓଡ଼ିଶା ଛୁଇଁଲା ମୌସୁମୀ । ଏହାର ପ୍ରଭାବରେ ଓଡିିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟର ୮ଟି ଜିଲ୍ଲାରେ ମୌସୁମୀ ଶହେ ପ୍ରତିଶତ ପ୍ରବେଶ କରିଛି । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ୧୩ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆଉ ଏହାକୁContinue reading “ଓଡ଼ିଶା ଛୁଇଁଲା ମୌସୁମୀ । ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ ।”
ବାପାଙ୍କୁ ବଞ୍ଚାଇବାକୁ ପୁଅର ଆକୁଳ ନିବେଦନ । ମିଲାପ ଆପ୍ ଜରିଆରେ କଲେ ସାହାଯ୍ୟ ଭିକ୍ଷା । କହିଲେ, ଆପଣଙ୍କ ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ ।
କନକ ବ୍ୟୁରୋ: ଆପଣଙ୍କ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ଦୟାକରି ମୋତେ ସାହାଯ୍ୟ କରନ୍ତୁ, ମୋ ବାପାଙ୍କୁ ବଞ୍ଚାଇ ଦିଅନ୍ତୁ । ଆପଣଙ୍କର ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ରାଜ୍ୟବାସୀଙ୍କୁ କିଛି ଏଭଳି ଭାବେ ସାହାଯ୍ୟ ଭିକ୍ଷା କରିଛନ୍ତି ଜଣେ ଦୁର୍ଘଟଣାଗ୍ରସ୍ତ ବାପାର ପୁଅ । ଆଉ ସମସ୍ତଙ୍କଠୁ ଆଶା କରିଛନ୍ତି ଛୋଟିଆ ସାହାଯ୍ୟ । ନିଜ ଦୁର୍ଘଟଣାଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ସହଯୋଗ ଲୋଡିଛନ୍ତି ସତ୍ୟଜିତ ସାହୁ । ଆଉ ଏଥିପାଇଁ ନେଇଛନ୍ତିContinue reading “ବାପାଙ୍କୁ ବଞ୍ଚାଇବାକୁ ପୁଅର ଆକୁଳ ନିବେଦନ । ମିଲାପ ଆପ୍ ଜରିଆରେ କଲେ ସାହାଯ୍ୟ ଭିକ୍ଷା । କହିଲେ, ଆପଣଙ୍କ ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ ।”
ପୁଣି ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବେ ହଜାର ହଜାର କୃଷକ । ଆନ୍ଦୋଳନରେ ଯୋଗଦେବାକୁ ହରିଆଣାରୁ ବାହାରିଲେ ୫ ହଜାର କୃଷକ । ଭିଡ ଉପରେ ଫୁଲ ବର୍ଷା ।
କନକ ବ୍ୟୁରୋ : ପୁଣିଥରେ କୃଷକ ଆନ୍ଦୋଳନ ଜୋରଦାର ହେବ । ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବ ହଜାର ହଜାର କୃଷକଙ୍କ ଭିଡ । ଏଭଳି ଅନୁମାନ ଲଗାଯାଉଛି ଏଥିପାଇଁ କି ଆଜି ହରିଆଣାର ପାନିପତରୁ ୫ ହଜାରରୁ ଅଧିକ କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ବାହାରିଛନ୍ତି । ସେମାନଙ୍କୁ ବିଦାୟ ଦେବା ଅବସରରେ ଶହ ଶହ ମହିଳା ଓ ପୁରୁଷ ସେମାନଙ୍କ ଉପରେ ଫୁଲ ବର୍ଷା କରି ଆନ୍ଦୋଳନ ସ୍ଥଳକୁ ବିଦାୟ ଦେଇଛନ୍ତି । ଲଗାତରContinue reading “ପୁଣି ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବେ ହଜାର ହଜାର କୃଷକ । ଆନ୍ଦୋଳନରେ ଯୋଗଦେବାକୁ ହରିଆଣାରୁ ବାହାରିଲେ ୫ ହଜାର କୃଷକ । ଭିଡ ଉପରେ ଫୁଲ ବର୍ଷା ।”