କନକ ବ୍ୟୁରୋ : ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭଲ ଖବର । ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ୍ । ECMO ମେସିନ୍ କିଣିବା ପାଇଁ ଅର୍ଡର ଦିଆଯାଇଛି । ଖୁବ୍ ଶୀଘ୍ର ଏହାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛିContinue reading “ଆଉ ECMO ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଭୁବନେଶ୍ୱର ଏମ୍ସରେ ଖୁବଶୀଘ୍ର ସ୍ଥାପନ ହେବ ଦୁଇଟି ECMO ମେସିନ, ଖୁବଶୀଘ୍ର ଆରମ୍ଭ ହେବ ଚିକିତ୍ସା । “
Author Archives: Raghaba
କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ ।
କନକ ବ୍ୟୁରୋ : କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ । ମହାମାରୀ କରୋନା ସାଧାରଣ ଜୀବନକୁ କଲବଲ କରୁଥିବା ବେଳେ, ଆଉ ଏକ ରହସ୍ୟମୟ ରୋଗ ଏବେ ଚିନ୍ତା ବଢାଇଛି । ସାରା ବିଶ୍ୱ କରୋନା ସହ ଲଢେଇ କରୁଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ରୋଗ । ଏକ ରହସ୍ୟମୟ ମସ୍ତିଷ୍କ ରୋଗ କାନାଡାରେ ଆତଙ୍କ ସୃଷ୍ଟି କରିଛି । ଜାତୀୟContinue reading “କରୋନା ପରେ ଭୟ ବଢାଉଛି ରହସ୍ୟମୟ ରୋଗ । ରୋଗୀଙ୍କ ସ୍ୱପ୍ନରେ ଆସୁଛନ୍ତି ମୃତ ଲୋକ ।”
ବାତ୍ୟା ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଜାଣନ୍ତୁ କେଉଁ ବାବଦକୁ ମିଳିବ କେତେ ଟଙ୍କା?
କନକ ବ୍ୟୁରୋ : ବାତ୍ୟା ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଣଜଳସଚିତ ଅଞ୍ଚଳରେ ହେକ୍ଟର ପିଛା ୬୮୦୦, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩୫୦୦, ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮୦୦୦ ଟଙ୍କା ଇନପୁଟ୍ ସହାୟତା ଦିଆଯିବ । ସବୁଦିନିଆContinue reading “ବାତ୍ୟା ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଜାଣନ୍ତୁ କେଉଁ ବାବଦକୁ ମିଳିବ କେତେ ଟଙ୍କା?”
ବରିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ । ଶୋକ ବ୍ୟକ୍ତକଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ବିଶିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ କହିଛନ୍ତି କି ତାଙ୍କର ବିବିଧତାପୂର୍ଣ୍ଣ କୃତିତ୍ୱ ସମାଜର ସବୁ ବର୍ଗର ଲୋକଙ୍କୁ ବାନ୍ଧି ରଖିବାକୁ ଏକ ପ୍ରୟାସ । Anguished by the demise of Shri Buddhadeb Dasgupta. His diverse works struck a chord with all sections ofContinue reading “ବରିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ । ଶୋକ ବ୍ୟକ୍ତକଲେ ପ୍ରଧାନମନ୍ତ୍ରୀ”
ଏ ବର୍ଷ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ : ଜାଣନ୍ତୁ ରଥ ଟାଣିବା ପାଇଁ କେଉଁମାନଙ୍କୁ ମିଳିବ ଅନୁମତି?
କନକ ବ୍ୟୁରୋ : ଏବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ରଥଯାତ୍ରାରେ କେଉଁମାନେ ସାମିଲ ହୋଇପାରିବେ ଏନେଇ ସବିଶେଷ ଏସଆରସି ପକ୍ଷରୁ ଦିଆଯାଇଛି । ରଥଯାତ୍ରାରେ କୌଣସି ଭକ୍ତ ସାମିଲ ହୋଇପାରିବେ ନାହିଁ । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବContinue reading “ଏ ବର୍ଷ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ : ଜାଣନ୍ତୁ ରଥ ଟାଣିବା ପାଇଁ କେଉଁମାନଙ୍କୁ ମିଳିବ ଅନୁମତି?”
ରାଜସ୍ଥାନରେ ଇଏ କି ଶାସନ । ଆମ୍ବେଦକର ପୋଷ୍ଟରକୁ ବିରୋଧ କରି ଯୁବକଙ୍କୁ ପିଟି ପିଟି ହତ୍ୟା
କନକ ବ୍ୟୁରୋ : ରାଜସ୍ଥାନ ହନୁମାନଗଡ ଜିଲ୍ଲାରେ ଜଣେ ଯୁବକଙ୍କୁ କିଛି ଅସାମାଜିକ ବ୍ୟକ୍ତି ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହତ୍ୟା ଘଟଣା ପଛରେ କିଛି ଅନ୍ୟ ପଛୁଆବର୍ଗର ଲୋକଙ୍କ ହାତ ଥିବା କୁହାଯାଇଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ମୃତକ ଜଣଙ୍କ ହେଉଛନ୍ତି କିକସାଲିଆ ଗ୍ରାମରେ ରହୁଥିବା ଭୀମ୍ ଆର୍ମିର ସଦସ୍ୟContinue reading “ରାଜସ୍ଥାନରେ ଇଏ କି ଶାସନ । ଆମ୍ବେଦକର ପୋଷ୍ଟରକୁ ବିରୋଧ କରି ଯୁବକଙ୍କୁ ପିଟି ପିଟି ହତ୍ୟା”
ଏ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ : ଏସଆରସିଙ୍କ ସୂଚନା, ୨ଟି ଡୋଜ ଟିକା ନେଇଥିବା ସେବାୟତ ହେବେ ସାମିଲ
କନକ ବ୍ୟୁରୋ : କେବଳ ପୁରୀରେ ହେବ ରଥଯାତ୍ରା । ଗତବର୍ଷ ଭଳି ଏ ବର୍ଷ ବି ବିନା ଭକ୍ତରେ କେବଳ ପୁରୀ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ । ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ କରୋନା ଗାଇଡଲାଇନ ପାଳନ କରାଯିବ । କରୋନା କଟକଣା ଭିତରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବContinue reading “ଏ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ : ଏସଆରସିଙ୍କ ସୂଚନା, ୨ଟି ଡୋଜ ଟିକା ନେଇଥିବା ସେବାୟତ ହେବେ ସାମିଲ”
ଡାକ୍ତର ଓ ସ୍ୱେଚ୍ଛାସେବୀମାନେ ହୋଇଗଲେ ଆଶ୍ଚର୍ଯ୍ୟ । ଯେତେେବେଳ ଟିକାକରଣ କେନ୍ଦ୍ରରେ ପହଂଚିଲେ ୧୮୯୬ ମସିହାରେ ଜନ୍ମିତ ୧୨୫ ବର୍ଷ ବୟସ୍କ ସ୍ୱାମୀ ଶିବାନନ୍ଦ
କନକ ବ୍ୟୁରୋ : ବାରଣାସୀରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ନୂଆ ଓ ଆପଣଙ୍କୁ ଚକିତ କରିଦେବା ଭଳି ଘଟଣା ଯୋଡି ହୋଇଛି । ଟିକାକରଣ କେନ୍ଦ୍ରରେ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେତେବେଳେ ଯେତେବେଳେ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିଥିଲେ ୧୮୯୬ ମସିହାରେ ଜନ୍ମିତ ୧୨୫ ବର୍ଷର ସ୍ୱାମୀ ଶିବାନନ୍ଦ । ତାଙ୍କ ପଞ୍ଜିକରଣକୁ ସହଜରେ ସ୍ୱୀକାର କରାଯାଇ ପାରି ନଥିଲା । କାରଣ ତାଙ୍କର ଜନ୍ମ ୧୯୦୦Continue reading “ଡାକ୍ତର ଓ ସ୍ୱେଚ୍ଛାସେବୀମାନେ ହୋଇଗଲେ ଆଶ୍ଚର୍ଯ୍ୟ । ଯେତେେବେଳ ଟିକାକରଣ କେନ୍ଦ୍ରରେ ପହଂଚିଲେ ୧୮୯୬ ମସିହାରେ ଜନ୍ମିତ ୧୨୫ ବର୍ଷ ବୟସ୍କ ସ୍ୱାମୀ ଶିବାନନ୍ଦ”
ଓଡ଼ିଶା ଛୁଇଁଲା ମୌସୁମୀ : ୪୮ ଘଂଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
କନକ ବ୍ୟୁରୋ : ଓଡ଼ିଶା ଛୁଇଁଲା ମୌସୁମୀ । ୪୮ ଘଂଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ରର ଭୁବନେଶ୍ୱର ଶାଖା ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାର ଆକଳନ କରାଯାଇଛି । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନାContinue reading “ଓଡ଼ିଶା ଛୁଇଁଲା ମୌସୁମୀ : ୪୮ ଘଂଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ”
ଏକତରଫା ପ୍ରେମରୁ ଅଭାବନୀୟ ଘଟଣା : ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ । ଟିଉସନ ଯାଉଥିବା ସମୟରେ ଆକ୍ରମଣର ଶିକାର ହେହେଲ ଛାତ୍ରୀ । ବାଲେଶ୍ୱର ଖଇରା ବ୍ଲକ ତୁଟ ଗାଁର ନବମ ଶ୍ରେଣୀ ଛାତ୍ରୀ ଆଜି ସକାଳେ ଟିଉସନ ଯାଉଥିଲେ । ଠିକ୍ ସେହି ଗାଁର ଜଣେ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଆକ୍ରମଣ କରିବାର କାରଣ ଜଣାପଡ଼ିନଥିବା ବେଳେ କିଛି ଦିନ ପୂର୍ବରୁ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେContinue reading “ଏକତରଫା ପ୍ରେମରୁ ଅଭାବନୀୟ ଘଟଣା : ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି”