ବାଂଲାଦେଶ ପଟୁ ବେଆଇନ୍ ଭାବେ ଭାରତକୁ ଆସୁଥିଲେ ଚୀନ୍ ନାଗରିକ । ସୀମାରେ ଅଟକ ରଖିଲେ ବିଏସଏଫ୍ ଯବାନ ।

କନକ ବ୍ୟୁରୋ : ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ବାଂଲାଦେଶର ସୀମାନ୍ତ ଓ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ଅଟକ ରଖିଥିଲେ । ଅଭିଯୋଗ ହୋଇଛି ଯେ ଏହି ଚୀନ ନାଗରିକ ଅନ୍ତର୍ଜାତୀୟ ସୀମା ପାର କରି ଭାରତରେ ବେଆଇନ ଭାବେ ପ୍ରବେଶ କରିଛି । ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ଚୀନ ନାଗରିକ ଜଣକ ମାଲଦାର ମାଣିକଚକକୁ ଲାଗିଥିବା ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରୁଥିବାବେଳେ ସେଠାରେ ଡ୍ୟୁଟିରେ ଥିବାContinue reading “ବାଂଲାଦେଶ ପଟୁ ବେଆଇନ୍ ଭାବେ ଭାରତକୁ ଆସୁଥିଲେ ଚୀନ୍ ନାଗରିକ । ସୀମାରେ ଅଟକ ରଖିଲେ ବିଏସଏଫ୍ ଯବାନ ।”

ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା । ଏଭଳି ସାମଗ୍ରୀ ଉପରେ ଜିଏସଟି କମାଇବାକୁ ସରକାରଙ୍କୁ ପ୍ରସ୍ତାବ

କନକ ବ୍ୟୁରୋ : ଜିଏସଟି କାଉଁସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କରୋନା ମହାମାରୀ ବେଳେ ଅତ୍ୟାବାଶକୀୟ ସାମଗ୍ରୀ ଉପରେ ଜିଏସଟି ଦର କମାଇବାକୁ ନେଇ ନିଷ୍ପତ୍ତି ହୋଇପାରେ । କହିରଖୁ କି ମେ ୨୮ ତାରିଖରେ ଜିଏସଟି କାଉଁସିଲର ବୈଠକରେ ପିପିଇ କିଟ୍, ମାସ୍କ, ଟିକା ସହିତ କୋଭିଡ ପାଇଁ ବ୍ୟବହୃତ ସାମଗ୍ରୀ ଉପରେContinue reading “ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା । ଏଭଳି ସାମଗ୍ରୀ ଉପରେ ଜିଏସଟି କମାଇବାକୁ ସରକାରଙ୍କୁ ପ୍ରସ୍ତାବ”

ପଦ୍ମ ପୋଖରୀରୁ ପୁଣି ଟିଏମସିକୁ ଫେରିବେ କି ମୁକୁଲ ରାୟ ? ସରଗରମ ପଶ୍ଚିମବଙ୍ଗ ରାଜନୀତି ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ବଡ ବିଜୟ ପରେ ରାଜ୍ୟ ରାଜନୀତି ପୁଣି ଥରେ ନୂଆ ମୋଡ଼ ନେବା ଆରମ୍ଭ କରିଛି । ନିର୍ବାଚନ ପୂର୍ବରୁ ବିଜେପି ଏବଂ ଟିଏମସିରେ କ୍ଷମତା ପାଇଁ ଯେଉଁଭଳି ପ୍ରତିଯୋଗିତା ହୋଇଥିଲା, ବର୍ତ୍ତମାନ ପୁଣିଥରେ ଟିଏମସିରେ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କ ପ୍ରତ୍ୟାବର୍ତ୍ତନ ନେଇ କଳ୍ପନାଜଳ୍ପନା ଚାଲିଛି । ଏହି ନେତାଙ୍କ ମଧ୍ୟରେ ମୁକୁଲ ରାୟଙ୍କର ନାମକୁ ନେଇ ଚର୍ଚ୍ଚା ଜୋରContinue reading “ପଦ୍ମ ପୋଖରୀରୁ ପୁଣି ଟିଏମସିକୁ ଫେରିବେ କି ମୁକୁଲ ରାୟ ? ସରଗରମ ପଶ୍ଚିମବଙ୍ଗ ରାଜନୀତି ।”

ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୬୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୧୩୫ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୦୦ ଜଣ ଚିହ୍ନଟ ହୋଇଥିବା ବେଳେ ୪୪୭ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୬୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୧୩୫ ଜଣ”

ବନ୍ଧୁକ ଦେଖାଇ ବ୍ୟାଙ୍କରେ କଳାକନା ବୁଲାଇଲେ ଦୃର୍ବୁତ୍ତ । ଏଚଡିଏଫସି ବ୍ୟାଙ୍କରୁ ଲୁଟିନେଲେ ୧.୧୯ କୋଟି ଟଙ୍କା । 

କନକ ବ୍ୟୁରୋ : ବ୍ୟାଙ୍କରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ବନ୍ଧୁକ ଦେଖାଇ ଲୁଟିନେଲେ ୧.୧୯କୋଟି ଟଙ୍କା । ବିହାରର ହାଜିପୁରରେ ଥିବା ଏଚଡିଏଫସିର ଝାଦୁହା ଶାଖାରୁ ଦୁର୍ବୁତ୍ତମାନେ ଟଙ୍କା ଲୁଟ କରିଥିବା ଜଣାପଡିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ ଗୁରୁବାର ସକାଳେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ବାସଭବନ ନିକଟରେ ଥିବା ଝାଦୁହାସ୍ଥିତ ଏଚଡିଏଫସି ବ୍ୟାଙ୍କର ଶାଖା ଖୋଲିବା ପରେContinue reading “ବନ୍ଧୁକ ଦେଖାଇ ବ୍ୟାଙ୍କରେ କଳାକନା ବୁଲାଇଲେ ଦୃର୍ବୁତ୍ତ । ଏଚଡିଏଫସି ବ୍ୟାଙ୍କରୁ ଲୁଟିନେଲେ ୧.୧୯ କୋଟି ଟଙ୍କା । “

ସାଇବର ଠକାମିର ଶିକାର ହେଲେ ପୋଲିସକୁ ତୁରନ୍ତ ଜଣାନ୍ତୁ । କଲ କରନ୍ତୁ ଟୋଲ ଫ୍ରି ନମ୍ବର ୧୫୫୨୬୦ ।

କନକ ବ୍ୟୁରୋ: ଲକଡାଉନ୍ ସମୟରେ ମାତିଛନ୍ତି ସାଇବର ଠକ । ତେଣୁ ଲୋକମାନେ ନିଜକୁ ସତର୍କ ରଖିବା ସହିତ ସୁରକ୍ଷିତ ରୁହନ୍ତୁ । ଯଦି କେହି ବି ଲୋକ ସାଇବର ଫ୍ରଡର ଶିକାର ହେଉଛନ୍ତି ତେବେ ତୁରନ୍ତ ଏନେଇ ପୋଲିସକୁ ଜଣାନ୍ତୁ । ଟୋଲ ଫ୍ରି ନମ୍ବର ୧୫୫୨୬୦କୁ କଲ କରି ମଧ୍ୟ ଲୋକମାନେ ନିଜ ସାଇବର ଫ୍ରଡ ମାଧ୍ୟମରେ ପୋଲିସକୁ ଜଣାଇପାରିବେ । ଆଜି କରୋନା ସମ୍ବନ୍ଧୀୟ ପ୍ରେସମିଟ କରି ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତContinue reading “ସାଇବର ଠକାମିର ଶିକାର ହେଲେ ପୋଲିସକୁ ତୁରନ୍ତ ଜଣାନ୍ତୁ । କଲ କରନ୍ତୁ ଟୋଲ ଫ୍ରି ନମ୍ବର ୧୫୫୨୬୦ ।”

୨ ମାସରେ ଅମାନିଆ ଗଣିଲେଣି ୧୪ କୋଟିରୁ ଅଧିକ ଫାଇନ୍ । ସିଜ୍ ହେଲାଣି ୨୯ ହଜାର ଗାଡି । ପ୍ରେସମିଟ୍ କରି ସୂଚନା ଦେଲା ପୋଲିସ ବିଭାଗ ।

କନକ ବ୍ୟୁରୋ: ଆଗକୁ ଆମ ରାଜ୍ୟରେ ଗଣପର୍ବ ରଜ ଆସୁଛି ତେଣୁ ଏବେଠୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ନିୟମ ନମାନିଲେ ପୁଣି ସଂକ୍ରମଣ ବଢିପାରେ । ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ନିୟମ ପାଳନ କରନ୍ତୁ, ନଚେତ ପୋଲିସ ପ୍ରଶାସନ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ଆଜି ପୋଲିସ ପ୍ରଶାସନ ପକ୍ଷରୁ ପ୍ରେସମିଟ କରି ଏପରି କହିଛନ୍ତି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠୱା । କରୋନା ନେଇContinue reading “୨ ମାସରେ ଅମାନିଆ ଗଣିଲେଣି ୧୪ କୋଟିରୁ ଅଧିକ ଫାଇନ୍ । ସିଜ୍ ହେଲାଣି ୨୯ ହଜାର ଗାଡି । ପ୍ରେସମିଟ୍ କରି ସୂଚନା ଦେଲା ପୋଲିସ ବିଭାଗ ।”

ଆସୁନାହାନ୍ତି ମିଲର କି ମଣ୍ଡି କର୍ତ୍ତୃପକ୍ଷ, ଅବ୍ୟବସ୍ଥା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜୟପୁରର ଚାଷୀ । ଆନ୍ଦୋଳନ ଧମକ ପରେ ଚେତିଲା ପ୍ରଶାସନ, ଧାନ କିଣିବାକୁ ଦେଲା ପ୍ରତିଶ୍ରୁତି ।

କନକ ବ୍ୟୁରୋ: ମଣ୍ଡିରେ ଧାନ ରଖି ହିନସ୍ତା ହେଉଛି ଚାଷୀ । ନା ବିକ୍ରୀ ହୋଇ ପାରୁଛି, ନା ଧାନ ମଣ୍ଡିରୁ ଉଠି ପାରୁଛି । ବର୍ଷା କରୁଛି କାଳ । ଚାଷୀ ଆନ୍ଦୋଳନ ଡ଼କରା ଦେବା ପରେ  ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଳା ଯୋଗାଣ ବିଭାଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବ୍ଳକ୍ ଆର ଏମ ସି ମଣ୍ଡିରେ । ମଣ୍ଡିରେ ଗଦା ହୋଇ ରହିଛି ଶହ ଶହContinue reading “ଆସୁନାହାନ୍ତି ମିଲର କି ମଣ୍ଡି କର୍ତ୍ତୃପକ୍ଷ, ଅବ୍ୟବସ୍ଥା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜୟପୁରର ଚାଷୀ । ଆନ୍ଦୋଳନ ଧମକ ପରେ ଚେତିଲା ପ୍ରଶାସନ, ଧାନ କିଣିବାକୁ ଦେଲା ପ୍ରତିଶ୍ରୁତି ।”

ଡିଜିିଟାଲ ଯୁଗରେ ହାତଲେଖା ପେପରର କାହାଣୀ । ସକାଳ ହେଲେ ନିଜ ହାତରେ ଖବରକାଗଜ ଲେଖି ମାଗଣାରେ ବାଣ୍ଟନ୍ତି । ସନ୍ଧ୍ୟାହେଲେ ଆଇସକ୍ରିମ୍ ବିକ୍ରି କରି ଜୀବନ ଜିଅଁନ୍ତି ଏ ସାମ୍ବାଦିକ…

କନକ ବ୍ୟୁରୋ : ମନ ଜିଣୁଛି ହାତଲେଖା ଖବରକାଗଜ । ନିଜ ହାତରେ ଖବର ଲେଖନ୍ତି ଦିନେଶ । ଆଜିର ଏହି ଡିଜିଟାଲ ଯୁଗରେ, ଏକ ହାତ ଲେଖା ଖବରକାଗଜ, ଆମ ପାଇଁ ପୁରୁଣା ମନେ ହୁଏ । କିନ୍ତୁ ମୁଜାଫରନଗର ଜିଲ୍ଲାର ଏକ ପ୍ରାନ୍ତରେ ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ । ‘ବିଦ୍ୟାଦର୍ଶନ’ ଖବରକାଗଜର ମାଲିକ ତଥା ସମ୍ପାଦକ ଦିନେଶଙ୍କର କୌଣସି ପ୍ରିଣ୍ଟିଂ ପ୍ରେସ୍ ନାହିଁ । ନା ତାଙ୍କ ପାଖରେ ଟାଇପ୍ ରାଇଟରContinue reading “ଡିଜିିଟାଲ ଯୁଗରେ ହାତଲେଖା ପେପରର କାହାଣୀ । ସକାଳ ହେଲେ ନିଜ ହାତରେ ଖବରକାଗଜ ଲେଖି ମାଗଣାରେ ବାଣ୍ଟନ୍ତି । ସନ୍ଧ୍ୟାହେଲେ ଆଇସକ୍ରିମ୍ ବିକ୍ରି କରି ଜୀବନ ଜିଅଁନ୍ତି ଏ ସାମ୍ବାଦିକ…”

ଅକାତକାତ ପାଣି ଭିତରେ ସହର ଗଢିବ ମଣିଷ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ଏହି ଦେଶ ନିର୍ମାଣ କରିବ ନୂଆ ସହର ।

କନକ ବ୍ୟୁରୋ : ସମୁଦ୍ର ଭିତରେ ବନିବ ସହର ? ସମୁଦ୍ରରେ ପଡିବ କୋଟି କୋଟି ଟନ୍ ମାଟି । ସମୁଦ୍ର ପୋତାହେବ ଆଉ ସହର ଗଢିଉଠିବ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ସହର । ଏମିତି କି ଛୋଟମୋଟ ସହର ନୁହେଁ, ପାଣି ଭିତରେ ତିଆରି ହେବାକୁ ଯାଉଥିବା ଏହି ଦ୍ୱୀପରେ ପାଖାପାଖି ୩୫ ହଜାର ଲୋକ ରହିପାରିବେ । ଆଉ ଆଧୁନିକContinue reading “ଅକାତକାତ ପାଣି ଭିତରେ ସହର ଗଢିବ ମଣିଷ । ସମୁଦ୍ର ଭିତରେ କୋଟି କୋଟି ଟନ୍ ମାଟି ପକାଇ ଏହି ଦେଶ ନିର୍ମାଣ କରିବ ନୂଆ ସହର ।”

Design a site like this with WordPress.com
Get started