କମୁଛି ସଂକ୍ରମଣ ହାର । ଆଜି ବି ୧ ଲକ୍ଷ ତଳେ ରହିଛି କରୋନା ସଂକ୍ରମିତ ସଂଖ୍ୟା, ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି ସୁସ୍ଥହାର ।

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ ହାର । ଲଗାତାର ଦ୍ୱିତୀୟ ଦିନରେ ବି ଦେଶରେ ୧ ଲକ୍ଷ ତଳେ ରହିଛି ନୂତନ ସଂକ୍ରମଣ ସଂଖ୍ୟା । ଆଉ ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି ସୁସ୍ଥ ହାର । ତେବେ ଗତ କାଲି ତୁଳନାରେ ଆଜି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସାମାନ୍ୟ ଅଧିକ ରହିଛି । ଧିରେ ଧିରେ କମୁଛି କରୋନା ରୋଗୀଙ୍କ ସଂଖ୍ୟା । ଲଗାତାର ଦ୍ୱିତୀୟ ଦିନରେ ବି ୧ ଲକ୍ଷ ତଳେରହିଛିContinue reading “କମୁଛି ସଂକ୍ରମଣ ହାର । ଆଜି ବି ୧ ଲକ୍ଷ ତଳେ ରହିଛି କରୋନା ସଂକ୍ରମିତ ସଂଖ୍ୟା, ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି ସୁସ୍ଥହାର ।”

ସାରା ବିଶ୍ୱରେ ଟିକାର ଅଭାବ । ପ୍ରଭାବିତ ହେଉଛି ଡବ୍ଲ୍ୟୁଏଚଓର କୋଭାକ୍ସ କାର୍ଯ୍ୟକ୍ରମ, ୯୨ଟି ଦେଶକୁ ଟିକା ଯୋଗାଇବାରେ ବିଫଳ ହେଉଛି ସିରମ ଇନଷ୍ଟିଚ୍ୟୁଟ୍ ।

କନକ ବ୍ୟୁରୋ : ସାରା ବିଶ୍ୱର ଅନେକ ଦେଶରେ ଟିକାର ଅଭାବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଆରମ୍ଭ ହୋଇଥିବା କୋଭାକ୍ସ କାର୍ଯ୍ୟକ୍ରମ ଜରିଆରେ ୯୨ଟି ଦେଶକୁ ଟିକାଯୋଗାଣ ଯୋଜନା ଏବେ ପ୍ରଭାବିତ ହୋଇଛି । ମୁଖ୍ୟତଃ ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଉପରେ ନିର୍ଭର କରାଯାଉଥିବାବେଳେ ଏବେ ଅନ୍ୟ ଦେଶକୁ ଟିକା ଯୋଗାଣ ବନ୍ଦ ହୋଇଥିବାରୁ ସାରା ବିଶ୍ୱରେ ଟିକାର ଅଭାବ ଦେଖାଦେଇଛି । ବିଶ୍ୱର ଅନେକ ଦେଶରେ ଏବେ ଟିକାର ଅଭାବ ଦେଖାଦେଇଛି ।Continue reading “ସାରା ବିଶ୍ୱରେ ଟିକାର ଅଭାବ । ପ୍ରଭାବିତ ହେଉଛି ଡବ୍ଲ୍ୟୁଏଚଓର କୋଭାକ୍ସ କାର୍ଯ୍ୟକ୍ରମ, ୯୨ଟି ଦେଶକୁ ଟିକା ଯୋଗାଇବାରେ ବିଫଳ ହେଉଛି ସିରମ ଇନଷ୍ଟିଚ୍ୟୁଟ୍ ।”

ଓଡ଼ିଶାରେ ତଳମୁହାଁ କରୋନା ମିଟର । ୯ ପ୍ରତିଶତ ତଳେ ସଂକ୍ରମଣ ହାର । ଆଜି ୬,୦୧୯ ନୂଆ ଆକ୍ରାନ୍ତ, ୪୩ ମୃତ ।

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ମେ ମାସରେ ଶୀର୍ଷ ଛୁଇଁବା ପରେ ଜୁନ ପହିଲାରୁ ତଳମୁହାଁ ହୋଇଛି । ଏବେ ଓଡିଶାରେ ମହାମାରୀ ଭୁତାଣୁର ସଂକ୍ରମଣ ହାର ବା ପିଜିଟିଭିଟି ରେଟ ସ୍ଥିର ଅବସ୍ଥାରେ ରହିଛି । ଜୁନ ମାସରେ ୧୦ ପ୍ରତିଶତ ତଳେ ରହିଛି କରୋନା ସଂକ୍ରମଣ । ସେପଟେ ଦେଶରେ ୨୪ ଘଂଟାରେ ପାଇ୍ଁ ୧ଲକ୍ଷ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ଏ ହେଉଛି ଜୁନContinue reading “ଓଡ଼ିଶାରେ ତଳମୁହାଁ କରୋନା ମିଟର । ୯ ପ୍ରତିଶତ ତଳେ ସଂକ୍ରମଣ ହାର । ଆଜି ୬,୦୧୯ ନୂଆ ଆକ୍ରାନ୍ତ, ୪୩ ମୃତ ।”

ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା । ଶିଶୁରୋଗ ବିଶେଷଜ୍ଞ କହିଲେ, ଅଧିକ ଶିଶୁ ସଂକ୍ରମିତ ହେବାର ରହିଛି ସମ୍ଭାବନା, ରହିବାକୁ ପଡିବ ପ୍ରସ୍ତୁତ ।

କନକ ବ୍ୟୁରୋ : ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ରାଜ୍ୟର ଅନେକ ଶିଶୁ ରୋଗ ବିଶେଷଜ୍ଞ ଏନେଇ ନିଜର ମତାମତ ରଖିଛନ୍ତି । ଏହାର ସମ୍ଭାବନାକୁ ସେମାନେ ଏଡାଇ ଯାଇ ନାହାନ୍ତି, ଅର୍ଥାତ୍ ଯଦି ତୃତୀୟ ଲହର ଆସେ, ତେବେ ଶିଶୁମାନେ ପ୍ରଥମ ଓ ଦ୍ୱିତୀୟ ଅପେକ୍ଷା ଅଧିକ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଦ୍ୱିତୀୟ ଲହର ସଂକ୍ରମଣ କମୁଥିବା ବେଳେ ତୃତୀୟ ଲହରକୁContinue reading “ତୃତୀୟ ଲହରରେ ଛୋଟ ପିଲାଙ୍କୁ ନେଇ ଚିନ୍ତା । ଶିଶୁରୋଗ ବିଶେଷଜ୍ଞ କହିଲେ, ଅଧିକ ଶିଶୁ ସଂକ୍ରମିତ ହେବାର ରହିଛି ସମ୍ଭାବନା, ରହିବାକୁ ପଡିବ ପ୍ରସ୍ତୁତ ।”

ଓଡିଶାର ୫ ସହରରେ ଶହେ ଟପିଲା ପେଟ୍ରୋଲ ଦର । ଡିଜେଲ୍ ବି ଟପିଲା ଶହେ । ପକେଟ୍ ଉପରେ ପେଟ୍ରୋଲ ମାଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।

କନକ ବ୍ୟୁରୋ : ପକେଟ ଉପରେ ପେଟ୍ରୋଲ ମାଡ । ଓଡିଶାର ୪ଟି ସହର ପରେ ଆଜି ମୁନିଗୁଡାରେ ଶହେ ଛୁଇଁଛି ପେଟ୍ରୋଲ ଦର । ଏଥିସହ ଆଜି ଓଡିଶାରେ ପ୍ରଥମ ଥର ପାଇଁ ଡିଜେଲ ଦର ବି ଶହେ ଟପିଯାଇଛି । କାଲିମେଳାରେ ଲିଟର ପ୍ରତି ପେଟ୍ରୋଲ ଦର – ୧୦୨ ଟଙ୍କା ୩୬ ପଇସା ମାଲକାନଗିରି – ୧୦୧ ଟଙ୍କା ୪୩ ପଇସା ରାଇଘର – ୧୦୦ ଟଙ୍କା ୮୨ ପଇସା କୋରାପୁଟ –Continue reading “ଓଡିଶାର ୫ ସହରରେ ଶହେ ଟପିଲା ପେଟ୍ରୋଲ ଦର । ଡିଜେଲ୍ ବି ଟପିଲା ଶହେ । ପକେଟ୍ ଉପରେ ପେଟ୍ରୋଲ ମାଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।”

କଳିଙ୍ଗ ହସ୍ପିଟାଲରୁ ବିମାନବନ୍ଦର, ମାତ୍ର ୮ ମିନିଟରେ ୯ କିଲୋମିଟର ରାସ୍ତା ଅତିକ୍ରମ କଲା ଆମ୍ବୁଲାନ୍ସ । ଲୋକଙ୍କ ଟଙ୍କା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବାକୁ ସକ୍ଷମ ହେଲେ ଅଭିଷେକ ।

କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ବର୍ଷୀୟ ଅଭିଷେକ ମହାପାତ୍ରଙ୍କୁ ଇସିଏମଓ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି । ନାଲକୋ ଛକ । କଳିଙ୍ଗ ହସ୍ପିଟାଲରୁ ବାହାରିଥିଲା ଆମ୍ବୁଲାନ୍ସ । ଏୟାରପୋର୍ଟ ଅଭିମୁଖେ, ଆଗକୁ ମାଡ଼ି ଚାଲିଲା ପବନ ବେଗରେ । ଜୟଦେବ ବିହାର । ଜୀବନ ସହ ସଂଗ୍ରାମ କରୁଥିବା ଅଭିଷେକଙ୍କୁ ନେଇ ବଢ଼ିଚାଲିଥିଲା, ଏକ ସ୍ୱତନ୍ତ୍ର ଡାକ୍ତରୀଦଳ । ଆଉ ଆମ୍ବୁଲାନ୍ସର ଠିକ ପଛରେ ପଛରେContinue reading “କଳିଙ୍ଗ ହସ୍ପିଟାଲରୁ ବିମାନବନ୍ଦର, ମାତ୍ର ୮ ମିନିଟରେ ୯ କିଲୋମିଟର ରାସ୍ତା ଅତିକ୍ରମ କଲା ଆମ୍ବୁଲାନ୍ସ । ଲୋକଙ୍କ ଟଙ୍କା ପାଇଁ ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବାକୁ ସକ୍ଷମ ହେଲେ ଅଭିଷେକ ।”

କାଲି ଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆକଳନ, ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି ।

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ୫ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବନ୍ୟା ପରିସ୍ଥିତି, ଭୂସ୍ଖଳନ ଭଳି ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ୁତ ରହିବାକୁContinue reading “କାଲି ଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆକଳନ, ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି ।”

ଦୂର ହେବ ଅକ୍ସିଜେନର ଅଭାବ । ରାଜ୍ୟର ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ RT-PCR ଟେଷ୍ଟ ଲାବୋରେଟୋରୀରContinue reading “ଦୂର ହେବ ଅକ୍ସିଜେନର ଅଭାବ । ରାଜ୍ୟର ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।”

ରାଜ୍ୟର ସମସ୍ତ ମେଡିସିନ୍ ଦୋକାନୀ ଓ କର୍ମଚାରୀ ନେବେ କରୋନା ଟିକା । ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ: କୋଭିଡ ବିରୋଧୀ ଯୁଦ୍ଧରେ ଏବେ ଟିକାକରଣରୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛି । ରାଜ୍ୟର ମେଡିସିନ୍ ଦୋକାନୀContinue reading “ରାଜ୍ୟର ସମସ୍ତ ମେଡିସିନ୍ ଦୋକାନୀ ଓ କର୍ମଚାରୀ ନେବେ କରୋନା ଟିକା । ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।”

ଆଇପିଏସ୍ ସ୍ତରରେ ଅଦଳ ବଦଳ । ଦୀପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି ।

କନକ ବ୍ୟୁରୋ : ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ପଦରେ ନିଯୁକ୍ତି ମିଳିଛି । ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ହିମାଂଶୁ ଲାଲଙ୍କୁ ପୂର୍ବାଂଚଳ ଆଇଜି ଦାୟିତ୍ୱ ମିଳିଛି । ସେହିଭଳି ରାଜ୍ୟ ସରକାର ଦୀପକ କୁମାରଙ୍କୁ ଉତ୍ତରାଂଚଳ ଆଇଜି ଭାବେ ନିଯୁକ୍ତି ଦେଇଥିବାContinue reading “ଆଇପିଏସ୍ ସ୍ତରରେ ଅଦଳ ବଦଳ । ଦୀପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି ।”

Design a site like this with WordPress.com
Get started