କରୋନା ରୋଗୀଙ୍କୁ ସହାୟତା ଦେବାକୁ ପୁଣି ଆଗକୁ ଆସିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦାନକଲେ ୨ କୋଟି ୩୫ ଲକ୍ଷ ଟଙ୍କାର ଅକ୍ସିଜେନ କନସେଂଟ୍ରେଟର

କନକ ବ୍ୟୁରୋ : ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଫାଉଣ୍ଡେସନ ମାଧ୍ୟମରେ ଉତ୍ତରାଖଣ୍ଡ ରାଜ୍ୟର କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କନସେଂଟ୍ରେଟର ଦାନ କରିଛନ୍ତି । କହିରଖୁ କି ଉର୍ବଶୀ ଉତ୍ତରାଖଣ୍ଡରେ ହରିଦ୍ୱାରରେ ରହୁଛନ୍ତି । ଏହା ପୂର୍ବରୁ ବି ସେ ଉତ୍ତରାଖଣ୍ଡ ସରକାରଙ୍କୁ ୨୭ ଟି ଅକ୍ସିଜେନ କନସେଂଟ୍ରେଟର ଦାନ କରିଥିଲେ । କୁହାଯାଏ କି ଉର୍ବଶୀ ତାଙ୍କ ଅଭିନୟ ଓ ସୋସିଆଲ ମିଡିଆ ପୋଷ୍ଟିଂକୁ ନେଇ ଯେତେ ଜଣାଶୁଣା ନୁହନ୍ତି ତା ଠାରୁ ସମାଜContinue reading “କରୋନା ରୋଗୀଙ୍କୁ ସହାୟତା ଦେବାକୁ ପୁଣି ଆଗକୁ ଆସିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦାନକଲେ ୨ କୋଟି ୩୫ ଲକ୍ଷ ଟଙ୍କାର ଅକ୍ସିଜେନ କନସେଂଟ୍ରେଟର”

ଆସୁଛି ବଡ ବର୍ଷା… ୧୦ରୁ ୧୪ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଉପୁଜିପାରେ ବନ୍ୟା ଭଳି ସ୍ଥିତି । ଫିକା ପଡିପାରେ ରଜସାବିତ୍ରୀ …

କନକ ବ୍ୟୁରୋ: ଆସୁଛି ବଡ ବର୍ଷା । ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା । ପ୍ରବଳ ବର୍ଷା ନେଇ ସତର୍କ କରାଇଲେ ଏସଆରସି । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲContinue reading “ଆସୁଛି ବଡ ବର୍ଷା… ୧୦ରୁ ୧୪ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଉପୁଜିପାରେ ବନ୍ୟା ଭଳି ସ୍ଥିତି । ଫିକା ପଡିପାରେ ରଜସାବିତ୍ରୀ …”

ଦିଲ୍ଲୀ ସୀମା ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ କି କୃଷକ ଆନ୍ଦୋଳନ । ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲେ ରାକେଶ ଟିକାୟତ

କନକ ବ୍ୟୁରୋ : ଭାରତୀୟ କୃଷକ ସଂଗଠନ (ବିକେୟୁ) ନେତା ରାକେଶ ଟିକାୟତ ଆଜି ପଶ୍ଚିମବଙ୍ଗ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ଟିକାୟତ କୃଷକ ଆନ୍ଦୋଳନ ନେଇ ମମତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ କିଛି ସଭା କରି ରାକେଶ ଟିକାୟତ ବିଜେପିକୁ ଭୋଟ ନଦେବାକୁ ପଶ୍ଚିମବଙ୍ଗର ଭୋଟର ମାନଙ୍କୁ ଅନୁରୋଧ କରିଥିଲେ । ମମତା ଓ ଟିକାୟତଙ୍କ ଭେଟ ପୂର୍ବରୁContinue reading “ଦିଲ୍ଲୀ ସୀମା ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ କି କୃଷକ ଆନ୍ଦୋଳନ । ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲେ ରାକେଶ ଟିକାୟତ”

ବଜାରରେ ଜମୁଛି ଲୋକଙ୍କ ଗହଳି । ସଟର ବନ୍ଦ କରି ଚାଲିଛି ଶାଢି ବିକ୍ରି । ଲୋକେ ଏମିତି ମାନୁଛନ୍ତି କରୋନା କଟକଣା ।

କନକ ବ୍ୟୁରୋ : କରୋନାର ଭୟାବହତା ଯୋଗୁଁ ବାରମ୍ବାର ସଚେତନତା କରିବା ପରେ ମଧ୍ୟ ଜଗତସିଂହପୁର ବଜାରରେ ଯେଉଁ ଭଳି ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଲା ତାହା ସବୁ ସୀମା ଟପି ଯାଇଥିଲା । ସାବିତ୍ରୀ ଓ ରଜ କିଣାକିଣି ପାଇଁ କରୋନା କଟକଣାକୁ ଫୁ କରିଦେଲେ ଲୋକ । ଏପଟେ ପୁଲିସ ଓ ପ୍ରଶାସନ ଯେମିତି ସ୍ଥାଣୁ ହୋଇଗଲା । କରୋନା କଟକଣା ଭାଙ୍ଗି ବିନା ଭୟରେ କରୋନାକୁ ବଢ଼ାଇ ଚାଲିଲେ ।Continue reading “ବଜାରରେ ଜମୁଛି ଲୋକଙ୍କ ଗହଳି । ସଟର ବନ୍ଦ କରି ଚାଲିଛି ଶାଢି ବିକ୍ରି । ଲୋକେ ଏମିତି ମାନୁଛନ୍ତି କରୋନା କଟକଣା ।”

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ । ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ ।

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ନୟକନିଦିହି ଥାନା ଅନ୍ତର୍ଗତ ମଲିକଦେଇପୂର୍ ପଞ୍ଚାୟତର ବ୍ରଜନନ୍ଦପୂର୍ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ସମ୍ପର୍କୀୟା ଭଉଣୀଙ୍କର  ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ସଦାନନ୍ଦ ଘଡେଇଙ୍କର ୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଓ ତାଙ୍କର ସମ୍ପର୍କୀୟ ଭଉଣୀ ଚାନ୍ଦବାଲି ବ୍ଲକରେ ଘଂଟେଶ୍ୱର ଅଞ୍ଚଳର ଧନେଶ୍ଵର ବାରିକଙ୍କର ୯ ବର୍ଷର ଝିଅ ପଲ୍ଲବୀ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡିଯାଇଥିଲେ । ଗ୍ରାମର ଲୋକମାନେ ତାଙ୍କୁContinue reading “ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ । ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ ।”

ଚାଷୀ ଭାଇ ମାନଙ୍କ ପାଇଁ ଖୁସି ଖବର । ଖରିଫ୍ ଫସଲରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ଦର ବୃଦ୍ଧି କଲେ କେନ୍ଦ୍ର ସରକାର । କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି

କନକ ବ୍ୟୁରୋ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ୍ ଫସଲ ଉପରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର । ତୋମର କହିଛନ୍ତି କି ଖରିଫ୍ ଫସଲ ଉପରେ କେନ୍ଦ୍ର ସରକାର ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।Continue reading “ଚାଷୀ ଭାଇ ମାନଙ୍କ ପାଇଁ ଖୁସି ଖବର । ଖରିଫ୍ ଫସଲରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ଦର ବୃଦ୍ଧି କଲେ କେନ୍ଦ୍ର ସରକାର । କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି”

କୋଭିଡ ପରିଚାଳନା ପାଇଁ ବିଏମସିକୁ ଆଉ ୨୦ କୋଟି ମଞ୍ଜୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ମଞ୍ଜୁରୀ । ମୁକାବିଲା ପାଇଁ ପୂର୍ବରୁ ମିଳିଥିଲା ୭୭ କୋଟି ।

କନକ ବ୍ୟୁରୋ: କୋଭିଡ ପରିଚାଳନା ପାଇଁ ପୁଣି ବିଏମସିକୁ ୨୦ କୋଟି ମଞ୍ଜୁର । କରୋନା ପରିଚାଳନା ନିମନ୍ତେ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ମଞ୍ଜୁର କରାଯାଇଛି । ତେବେ ପୂର୍ବରୁ ବିଏମସିକୁ ୭୭ କୋଟି ଟଙ୍କା ଦିଆଯାଇଥିଲା । କୋଭିଡ ପରିଚାଳନା ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏବେ ଆଉ ୨୦ କୋଟି ଟଙ୍କାContinue reading “କୋଭିଡ ପରିଚାଳନା ପାଇଁ ବିଏମସିକୁ ଆଉ ୨୦ କୋଟି ମଞ୍ଜୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ମଞ୍ଜୁରୀ । ମୁକାବିଲା ପାଇଁ ପୂର୍ବରୁ ମିଳିଥିଲା ୭୭ କୋଟି ।”

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ତାପମାତ୍ରା ବୌଦ୍ଧରେ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦.୦ଡିଗ୍ରି ଫୁଲବାଣୀରେ ରହିଛି । ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନବରଙ୍ଗପୁର ଓ ଦେବଗଡ଼ ଆଦି ରହିଛି । ଏହି ଜିଲ୍ଲାଗୁଡ଼ିକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନContinue reading “ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ରାତି ପାହିଲେ ସାବିତ୍ରୀ ବ୍ରତ… ସତ୍ୟବାନକୁ ବଞ୍ଚାଇବାକୁ ସଙ୍ଘର୍ଷ କରୁଛି ଆଉ ଜଣେ ସାବିତ୍ରୀ । ସିନ୍ଦୂରର ସୁରକ୍ଷା ପାଇଁ ହାତଯୋଡି ସାହାଯ୍ୟ ମାଗୁଛି ସ୍ତ୍ରୀ…

କନକ ବ୍ୟୁରୋ: ଯଦି ଆଜି କରୋନା ନଥାନ୍ତା, ଯଦି ଆଜି ସ୍ୱାମୀଙ୍କ ଦେହ ଭଲଥାନ୍ତା, ଯଦି ଅଭିଷେକ ଆଜି ଅସୁସ୍ଥ ହୋଇ ନଥାନ୍ତେ କି ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁନଥାନ୍ତେ… ହୁଏତ ଆଜି ବେଶ ଧୂମଧାମରେ ସାବିତ୍ରୀ ବ୍ରତ ପାଳିଥାନ୍ତେ ଏ ନବବିବାହିତା ମହିଳା । ବିବାହର ପ୍ରଥମ ମାସରେ ହିଁ ପ୍ରଥମ ସାବିତ୍ରୀ ପଡୁଥିବାରୁ ବେଶ ଖୁସିରେ ସ୍ୱାମୀଙ୍କୁ ପୂଜିଥାନ୍ତେ ମୌସୁମୀ । ଅଭିଷେକଙ୍କ ପାଇଁ ଓଷା କରିଥାନ୍ତେ, ଉପବାସ ରହିଥାନ୍ତେ …Continue reading “ରାତି ପାହିଲେ ସାବିତ୍ରୀ ବ୍ରତ… ସତ୍ୟବାନକୁ ବଞ୍ଚାଇବାକୁ ସଙ୍ଘର୍ଷ କରୁଛି ଆଉ ଜଣେ ସାବିତ୍ରୀ । ସିନ୍ଦୂରର ସୁରକ୍ଷା ପାଇଁ ହାତଯୋଡି ସାହାଯ୍ୟ ମାଗୁଛି ସ୍ତ୍ରୀ…”

ଆଉ ଲୁଚିବନି ମେସେଜ୍ । ଏମିତି ଦେଖନ୍ତୁ ହ୍ୱାଟ୍ସଆପରେ ଡିଲିଟ୍ ହୋଇଯାଇଥିବା ମେସେଜ୍ ।

କନକ ବ୍ୟୁରୋ : ଆପଣ ହ୍ୱାଟ୍ସଆପ୍ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ । ତେବେ ଏମିତି ବେଳେବେଳେ ହୋଇଥାଏ, କେହି ଜଣେ ଆପଣଙ୍କୁ ମେସେଜ୍ କରିଥିବେ, ଏବଂ ପରେ ସେହି ମେସେଜଟିକୁ ଡିଲିଟ୍ କରିଦେଇଥିବେ । ଫଳରେ ଆପଣଙ୍କ ପାଖକୁ କଣ ମେସେଜ ଆସିଥିଲା, ତାହା ଆପଣ ଦେଖିପାରିନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍ କହିବୁ, ଯାହାଦ୍ୱାରା ଡିଲିଟ୍ ହୋଇଥିବା ମେସେଜ୍ ଆପଣ ପଢିପାରିବେ । ତେବେ ଡିଲିଟ୍ ହୋଇଥିବା ମେସେଜ୍Continue reading “ଆଉ ଲୁଚିବନି ମେସେଜ୍ । ଏମିତି ଦେଖନ୍ତୁ ହ୍ୱାଟ୍ସଆପରେ ଡିଲିଟ୍ ହୋଇଯାଇଥିବା ମେସେଜ୍ ।”

Design a site like this with WordPress.com
Get started