ଟିକାକରଣକୁ ନେଇ ଆକ୍ସନମୋଡରେ କେନ୍ଦ୍ର ସରକାର । ୩ ଦିନରେ ୩ ନିଷ୍ପତ୍ତି । ଆଜି ୭୪ କୋଟି ଖୋରାକ ଟିକା ପାଇଁ କେନ୍ଦ୍ର ସରକାର ବୁକିଂ କଲେ ।

କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣର ଲହର , ଭୂତାଣୁର ଲକ୍ଷଣ ପରିବର୍ତ୍ତନ କୁ ନଜର କଲେ ଆମେ ଅନୁମାନ କରିପାରିବା ଯେ କରୋନାର ତୃତୀୟ ସଂକ୍ରମଣ ବି ଆସିପାରେ । ଏଥିରୁ ଦେସବାସୀଙ୍କୁ କେବଳ ଟିକାକରଣରୁ ରକ୍ଷା କରିହେବ. ଯାହାକି ବୈଜ୍ଞାନିକଙ୍କ ମତ । ଟିକାକରଣ ଜରୁରୀ ଏକଥା ବିରୋଧି ଓ ସୁପ୍ରିମକୋର୍ଟ ବାରମ୍ବାର ସରକାରକୁ ଚାପରେ ପକାଇବା ଫଳରେ ପ୍ରଧାନମନ୍ତ୍ରୀ ୩ ଦିନ ମଧ୍ୟରେ ଟିକାକରଣକୁ ନେଇ ୩ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିContinue reading “ଟିକାକରଣକୁ ନେଇ ଆକ୍ସନମୋଡରେ କେନ୍ଦ୍ର ସରକାର । ୩ ଦିନରେ ୩ ନିଷ୍ପତ୍ତି । ଆଜି ୭୪ କୋଟି ଖୋରାକ ଟିକା ପାଇଁ କେନ୍ଦ୍ର ସରକାର ବୁକିଂ କଲେ ।”

ଟଙ୍କା ନଥିଲେ ସାଧାରଣ ପରିବାର ସହ କଣ ଘଟେ, ସାମ୍ନାକୁ ଆସିଲା ଚିତ୍ର । ଡାକ୍ତର କହୁଛନ୍ତି- ଶୀଘ୍ର ନେଇଯାଅ, ହେଲେ ସଡ଼କପଥରେ ନେବାରେ ରହିଛି ବିପଦ କିନ୍ତୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ପରିବାର ପାଖରେ ନାହିଁ ଟଙ୍କା ।

କନକ ବ୍ୟୁରୋ : ଏକ ସାଧାରଣ ପରିବାର ନିଜ ପୁଅର  ଚିକିତ୍ସା ପାଇଁ ଯେତେବେଳେ ଅସମର୍ଥ ହୋଇପଡେ ସେତେବେଳେ ପରିସ୍ଥିତି କଣ ହୁଏ, ସେମିତି ଏକ ପରିସ୍ଥିତି ଆଜି ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାର ଜଣେ ୨୮ ବର୍ଷିୟ ଯୁବକ ଅଭିଷେକ ମହାପାତ୍ରଙ୍କୁ ତୁରନ୍ତ ଇସିଏମଓ ଚିକିତ୍ସା ଦରକାର । ଏଥିପାଇଁ କୋଲକାତା ନେବାକୁ ପଡିବ । ଅର୍ଥ ଅଭାବରୁ ପରିବାର ଲୋକ ସଡକ ପଥରେ ନେବା ପାଇଁ ଚାହୁଁଥିଲେ, କିନ୍ତୁ ଡାକ୍ତର କହିଲେ, ଏହାContinue reading “ଟଙ୍କା ନଥିଲେ ସାଧାରଣ ପରିବାର ସହ କଣ ଘଟେ, ସାମ୍ନାକୁ ଆସିଲା ଚିତ୍ର । ଡାକ୍ତର କହୁଛନ୍ତି- ଶୀଘ୍ର ନେଇଯାଅ, ହେଲେ ସଡ଼କପଥରେ ନେବାରେ ରହିଛି ବିପଦ କିନ୍ତୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ପରିବାର ପାଖରେ ନାହିଁ ଟଙ୍କା ।”

କରୋନାକୁ ନେଇ ଆସୁଛି ଭଲ ଖବର । ୮.୫ ପ୍ରତିଶତକୁ ଖସିଲା ଓଡ଼ିଶାର ସଂକ୍ରମଣ ହାର, ହେଲେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୪୫ ।

କନକ ବ୍ୟୁରୋ : ଆଜି ପୁଣି ଓଡିଶାର ସଂକ୍ରମଣ ହାର ଖସିଛି । ୮ ଦଶମିକ ୫ରେ ପହଂଚିଛି ସଂକ୍ରମଣହାର । ଏହି ତଥ୍ୟ ଦର୍ଶାଉଛି, ସଂକ୍ରମଣ ଲଗାତାର ଭାବେ କମି ଚାଲିଛି । ଗତ ୨୪ ଘଂଟାରେ ୫ ହଜାର ୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ୬୩ ଦିନ ପରେ ଲକ୍ଷେ ତଳେ ରହିଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୮୬ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟContinue reading “କରୋନାକୁ ନେଇ ଆସୁଛି ଭଲ ଖବର । ୮.୫ ପ୍ରତିଶତକୁ ଖସିଲା ଓଡ଼ିଶାର ସଂକ୍ରମଣ ହାର, ହେଲେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୪୫ ।”

ଅଟୋ ଚାଳକଙ୍କୁ ସଲାମ । ୭ ଲକ୍ଷ ଟଙ୍କା ପାଇଥିଲେ, ଖୋଜି ଖୋଜି ମହିଳାଙ୍କୁ ପର୍ସ ଫେରାଇଲେ । ସୁନ୍ଦରଗଡର ଅଟୋ ଚାଳକଙ୍କୁ ନେଇ ସବୁଠି ଚର୍ଚ୍ଚା ।

କନକ ବ୍ୟୁରୋ : ଏବେ ବି ସମାଜରେ ଅଛନ୍ତି ଏମିତି ଲୋକ । ଯିଏ ୭ ଲକ୍ଷ ଟଙ୍କାର ସୁନା ଗହଣା ପାଇବା ପରେ ବି ଖୋଜି ଖୋଜି ଫେରାଇ ଦିଅନ୍ତି । ଚର୍ଚ୍ଚାରେ ସମ୍ବଲପୁରରର ଏମିତି ଜଣେ ଅଟୋ ଚାଳକ । ଲକ୍ଷ ଲକ୍ଷ ଟଙ୍କା ଗହଣା ଥିବା ଜଣେ ମହିଳାଙ୍କ ପର୍ସ ଫେରାଇ ଦେଇଛନ୍ତି ସମ୍ବଲପୁର କ୍ଷେତରାଜପୁୁରରେ ଅଟୋ ଚଳାଉଥିବା ମହମ୍ମଦ ଅଜିମ୍ । ଯଦି ଆପଣ ସଚ୍ଚୋଟ ମଣିଷର ଚେହେରା ଦେଖିବାକୁ କେମିତି,Continue reading “ଅଟୋ ଚାଳକଙ୍କୁ ସଲାମ । ୭ ଲକ୍ଷ ଟଙ୍କା ପାଇଥିଲେ, ଖୋଜି ଖୋଜି ମହିଳାଙ୍କୁ ପର୍ସ ଫେରାଇଲେ । ସୁନ୍ଦରଗଡର ଅଟୋ ଚାଳକଙ୍କୁ ନେଇ ସବୁଠି ଚର୍ଚ୍ଚା ।”

‘ସାବିତ୍ରୀ’ ଆଗରେ ଫିକା ପଡ଼ିଲା କରୋନା । ଲୋକେ ଭୁଲି ଗଲେ କରୋନାର ବିପଦ, ସତର୍କ ନହେଲେ ପୁଣି ଅସମ୍ଭାଳ ହୋଇପାରେ ସ୍ଥିତି ।

କନକ ବ୍ୟୁରୋ : ଦିନକ ପରେ ସାବିତ୍ରୀ । ଆଉ ଆଜି ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଚିନ୍ତା ଜନକ । ଓଡିଶାରେ ଏବେ ବି କରୋନା ବିପଦଜନକ ପରିସ୍ଥିତିରେ ରହିଛି । ଆସନ୍ତାକାଲି ବଜାରରେ ପ୍ରବଳ ଭିଡର ଆଶଙ୍କା ରହୁଛି । ଏଭଳି ପରିସ୍ଥିତିରେ ସତର୍କ ରହିବାର ଖୁବ୍ ଆବଶ୍ୟକତା ରହିଛି । ସାବିତ୍ରୀ ପାଇଁ ବଜାରରେ ଭିଡ । ଯେଉଁ ଭିଡକୁ ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ଓଡିଶାର ଏକContinue reading “‘ସାବିତ୍ରୀ’ ଆଗରେ ଫିକା ପଡ଼ିଲା କରୋନା । ଲୋକେ ଭୁଲି ଗଲେ କରୋନାର ବିପଦ, ସତର୍କ ନହେଲେ ପୁଣି ଅସମ୍ଭାଳ ହୋଇପାରେ ସ୍ଥିତି ।”

ଅନଲକ୍ ପାଇଁ ସରକାରଙ୍କ ବିଚାର! ରଜ ପରେ ଅଧା ଓଡ଼ିଶାରୁ ପର୍ଯ୍ୟାୟକ୍ରମେ ହଟିପାରେ କଟକଣା, ଜାଣନ୍ତୁ ତାଲିକାରେ କେଉଁ କେଉଁ ଜିଲ୍ଲାକୁ ମିଳିପାରେ ଅଗ୍ରାଧିକାର । 

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା ପରେ ସଂକ୍ରମଣ ହାର କମ ଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ କରିବା ନେଇ ସରକାର ବିଚାର କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ସ୍ଥିତିରେ ରାଜ୍ୟରେ ଏବେ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ ରହିଛି । ଆଉ ଯଦି କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଦେଖିବା ତେବେ ୫ ପ୍ରତିଶତରୁ କମ ସଂକ୍ରମଣ ହାର ରହୁଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ କରାଯାଇପାରିବContinue reading “ଅନଲକ୍ ପାଇଁ ସରକାରଙ୍କ ବିଚାର! ରଜ ପରେ ଅଧା ଓଡ଼ିଶାରୁ ପର୍ଯ୍ୟାୟକ୍ରମେ ହଟିପାରେ କଟକଣା, ଜାଣନ୍ତୁ ତାଲିକାରେ କେଉଁ କେଉଁ ଜିଲ୍ଲାକୁ ମିଳିପାରେ ଅଗ୍ରାଧିକାର । “

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନଲକ ପାଇଁ ଚାଲିଛି ବିଚାର, ଜାଣନ୍ତୁ କେଉଁ ଜିଲ୍ଲା ଉପରେ ରହିବ ଫୋକସ? ସମୀକ୍ଷା ବୈଠକ ପରେ ବଡ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପଜିଟିଭିଟି ରେଟ୍ ହ୍ରାସ ପାଉଥିବାରୁ ଆସନ୍ତା କିଛି ସପ୍ତାହ ମଧ୍ୟରେ ସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଛନ୍ତି ନବୀନ । ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଦ୍ୱିତୀୟ ଲହର ପ୍ରଭାବରୁ ଏବେ ସୁଦ୍ଧା ଆମେContinue reading “ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନଲକ ପାଇଁ ଚାଲିଛି ବିଚାର, ଜାଣନ୍ତୁ କେଉଁ ଜିଲ୍ଲା ଉପରେ ରହିବ ଫୋକସ? ସମୀକ୍ଷା ବୈଠକ ପରେ ବଡ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ।”

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ, ବେଡ ଠାରୁ ଆରମ୍ଭ କରି ଅକ୍ସିଜେନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । 

କନକ ବ୍ୟୁରୋ : ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଗଠନ କରାଯାଇ ବୈଷୟିକ କମିଟିର ରିପୋର୍ଟ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ପରାମର୍ଶ ଜାରି କରିଛି । ଏଥିରେ କୁହାଯାଇଛି, କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଶିଶୁଙ୍କ ଚିକିତ୍ସା ପାଇଁ ୱିଙ୍ଗ ଗଠନ କରାଯିବ । ଯେହେତୁ ସାଧାରଣ ୱାର୍ଡରେ ଶିଶୁଙ୍କୁ ଆଇସୋଲଏସନରେ ରଖିବା ଏକ ଚ୍ୟାଲେଂଜ ତେଣୁ ଏହାକୁ ଆଖି ଆଗରେContinue reading “ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ, ବେଡ ଠାରୁ ଆରମ୍ଭ କରି ଅକ୍ସିଜେନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । “

ପୁଣି ବାହାରିଲା ଚୀନର ପୁରୁଣା ରୋଗ । ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ ବିମାନ । 

କନକ ବ୍ୟୁରୋ : ଭାରତ ଏବଂ ଚୀନ୍ ମଧ୍ୟରେ ବର୍ଷେରୁ ଅଧିକ ସମୟ ଧରି ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଅନେକ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି । ଏମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଚୀନର ପ୍ରାୟ ୨୧-୨୨ଟି ଯୁଦ୍ଧ ବିମାନ ମୁଖ୍ୟତଃ ଜେ-୧୧ ଏବଂContinue reading “ପୁଣି ବାହାରିଲା ଚୀନର ପୁରୁଣା ରୋଗ । ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ ବିମାନ । “

ଆପଣଙ୍କ ସାହାଯ୍ୟ, ମୋ ସିନ୍ଦୂରକୁ ବଞ୍ଚାଇଦେବ… ଦୟାକରି ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅନ୍ତୁ… ମାସେ ହେବ ଆମ ବାହାଘର ହୋଇଛି…

କନକ ବ୍ୟୁରୋ: ବିବାହକୁ ପୂରିଛି ମାତ୍ର ଗୋଟିଏ ମାସ । ଯଦି ସମ୍ପର୍କର କ୍ୟାଲେଣ୍ଡର ଓଲଟାଯାଏଁ ତେବେ ଆଜିକୁ ବିବାହ ଠିକ ମାସେ ୩ ଦିନ । ଅର୍ଥାତ ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ମନରେ କେତେ ଆଶା, କେତେ ସ୍ୱପ୍ନ ନେଇ ମୌସୁମୀଙ୍କ ସହ ଆରମ୍ଭ କରିଥିଲେ ସଂସାର । ହେଲେ ବିବାହର ମାସଟେ ଭିତରେ ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ସ୍ୱାମୀ ।Continue reading “ଆପଣଙ୍କ ସାହାଯ୍ୟ, ମୋ ସିନ୍ଦୂରକୁ ବଞ୍ଚାଇଦେବ… ଦୟାକରି ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅନ୍ତୁ… ମାସେ ହେବ ଆମ ବାହାଘର ହୋଇଛି…”

Design a site like this with WordPress.com
Get started