କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟିକା ନେବା ପରେ କରୋନା ସଂକ୍ରମଣରେ ୪୭୫ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଟିକେ କମିଥିବା ବେଳେ ସରକାରଙ୍କ ତରଫରୁ ଟିକାକରଣ ଅଭିଯାନକୁ ଯୋରଦାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ହେଲେ ଟିକାକରଣ ପରେ ମେ ୨୮ ତାରିଖ ପର୍ଯ୍ୟନ୍ତ ୪୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି  । ଏଭଳି ସୂଚନା ଏକ ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବମ୍ବେ ହାଇକୋର୍ଟଙ୍କ ନିକଟରେ ଦାଖଲContinue reading “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟିକା ନେବା ପରେ କରୋନା ସଂକ୍ରମଣରେ ୪୭୫ ଜଣଙ୍କର ମୃତ୍ୟୁ”

ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ । ଟଙ୍କା ନାହିଁ ବୋଲି ହୋଇପାରିଲାନି ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର । ସଡକ ପଥରେ ଯିବା ଜୀବନ ପ୍ରତି ବିପଦ । ସାହାଯ୍ୟ କରିବାକୁ ହାତ ଯୋଡିଲା ପରିବାର…

କନକ ବ୍ୟୁରୋ: ମୋ ପୁଅକୁ ବଞ୍ଚାଇଦିଅ ବାପା, ମୋ ପୁଅର ଜୀବନ ଏବେ ଆପଣମାନଙ୍କ ହାତରେ । ଆମ ପାଖରେ ଟଙ୍କାଟିଏ ନାହିଁ । ପୁଅର ଅବସ୍ଥା ଭାରି ଖରାପ । ସମସ୍ତଙ୍କୁ ନେହୁରା ହେଉଛି ଟଙ୍କା ଦିଅନ୍ତୁ ମୋ ପୁଅକୁ ବଞ୍ଚାଇ ଦିଅନ୍ତୁ… ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଷେକ ମହାପାତ୍ରଙ୍କ ପାଇଁ କାନ୍ଦି କାନ୍ଦି ନେହୁରା ହେଉଛି ଗୋଟେ ଅସହାୟ ମାଆ । ଖାଲି ମାଆ ନୁହେଁ ସ୍ୱାମୀ ପାଇଁ ସ୍ତ୍ରୀ ବି କାନ୍ଦିContinue reading “ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ । ଟଙ୍କା ନାହିଁ ବୋଲି ହୋଇପାରିଲାନି ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର । ସଡକ ପଥରେ ଯିବା ଜୀବନ ପ୍ରତି ବିପଦ । ସାହାଯ୍ୟ କରିବାକୁ ହାତ ଯୋଡିଲା ପରିବାର…”

କରୋନା କାଳରେ କେନ୍ଦୁଝରରେ ସରକାରୀ ବାବୁଙ୍କ ମନମାନି । ମାସ ମାସ ହେବ ଗରିବ ଲୋକଙ୍କୁ ରାସନ ମିଳୁନି, ବୃଦ୍ଧ ଓ ବୃଦ୍ଧାଙ୍କୁ ମିଳୁନି ଭତ୍ତା । 

କନକ ବ୍ୟୁରୋ : ଗୋଟିଏ ପଟେ କରୋନାର ପ୍ରକୋପରେ ଗରିବ ଖଟିଖିଆ ପେଟ ପାଇଁ ସଂଘର୍ଷ କରୁଛନ୍ତି, ଅନ୍ୟପଟେ ସେମାନଙ୍କ ଭୋକ ମେଣ୍ଟାଇବାକୁ ସରକାର ରାସନ ଏବଂ ଭତ୍ତା ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି ।  କିନ୍ତୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାମ ଯୋଗୁଁ ମାସ ମାସ ଧରି ରାସନ ନପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ହିତାଧିକାରୀ । ଏପରି ଅଭିଯୋଗ ଆସିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ । କେନ୍ଦୁଝର ହରିଚନ୍ଦୁର ବ୍ଲକର ଆଦିବାସୀContinue reading “କରୋନା କାଳରେ କେନ୍ଦୁଝରରେ ସରକାରୀ ବାବୁଙ୍କ ମନମାନି । ମାସ ମାସ ହେବ ଗରିବ ଲୋକଙ୍କୁ ରାସନ ମିଳୁନି, ବୃଦ୍ଧ ଓ ବୃଦ୍ଧାଙ୍କୁ ମିଳୁନି ଭତ୍ତା । “

 ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଖାମଖିଆଲ ନୀତି । ମହଙ୍ଗା ପଡିଲା ଅକ୍ସିଜେନ ମକଡ୍ରିଲ । ୫ ମିନିଟରେ ଚାଲିଗଲା ୨୨ ଲୋକଙ୍କ ଜୀବନ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ପାରସ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ କାଣ୍ଡକୁ ନେଇ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୋଲିସ ହସ୍ପିଟାଲକୁ ସିଲ୍ କରିଛି । ଏହାସହ ହସ୍ପିଟାଲ ପରିଚାଳକଙ୍କ ଉପରେ ମହାମାରୀ ଆଇନ ମୁତାବକ  ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନା ଥାଉକି ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓContinue reading ” ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଖାମଖିଆଲ ନୀତି । ମହଙ୍ଗା ପଡିଲା ଅକ୍ସିଜେନ ମକଡ୍ରିଲ । ୫ ମିନିଟରେ ଚାଲିଗଲା ୨୨ ଲୋକଙ୍କ ଜୀବନ”

ବଞ୍ଚିବା ପାଇଁ ବିକଳ୍ପ ଖୋଜୁଛି ମଧ୍ୟବିତ୍ତ ମଣିଷ । ଦିନେ ନାମିଦାମୀ ବ୍ରାଣ୍ଡର ମୋବାଇଲ ବିକୁଥିବା ବ୍ୟବସାୟୀ ଆଜି ସାଜିଲେ ଗ୍ରୋସରୀ ଦୋକାନୀ । ଟ୍ରାଭେଲ୍ ଏଜେନସୀ ମାଲିକରୁ ବନିଲେ ଦୋକାନ ।

କନକ ବ୍ୟୁରୋ: କରୋନା କାଳରେ ଲକଡାଉନ-ସଟଡାଉନ୍ମ ଣିଷ ଜୀବନ ଓ ଜୀବିକାର ମୋଡ଼ ବଦଳାଇଦେଇଛି । ମହାମାରୀରେ କୂଳବେଉସାଠୁ ଭିନ୍ନ ଭିନ୍ନ ବିଜନେସ୍ ସବୁ କିଛି ପ୍ରଭାବିତ ହୋଇଛି । ଗତ ବର୍ଷରୁ ଏଯାଏଁ କଟକଣାରୁ କୋହଳ ଓ ପୁଣି କୋହଳରୁ କଟକଣା ଦେଖାଇଛି ଅନେକ ଦୟନୀୟ ଓ ଦୁଃଖଭରା କାହାଣୀ । ହେଲେ ଆଜି ଆମେ ଆପଣଙ୍କୁ ଦୁଇ ଜଣଙ୍କ ଭେଟ କରାଇବୁ ଯିଏ କି, ଭୂତାଣୁ ଭୟ ଭିତରେ ଭାଙ୍ଗିଯାଇନଯାଇ ଜୀବନ ଜିଇଁବାର ବାଟContinue reading “ବଞ୍ଚିବା ପାଇଁ ବିକଳ୍ପ ଖୋଜୁଛି ମଧ୍ୟବିତ୍ତ ମଣିଷ । ଦିନେ ନାମିଦାମୀ ବ୍ରାଣ୍ଡର ମୋବାଇଲ ବିକୁଥିବା ବ୍ୟବସାୟୀ ଆଜି ସାଜିଲେ ଗ୍ରୋସରୀ ଦୋକାନୀ । ଟ୍ରାଭେଲ୍ ଏଜେନସୀ ମାଲିକରୁ ବନିଲେ ଦୋକାନ ।”

ଧୀମା ହୋଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ହେବ ସକ୍ରିୟ । ସ୍କାଏମେଟର ଆକଳନ

କନକ ବ୍ୟୁରୋ :ମୌସୁମୀ କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ବିଭିନ୍ନ ଦକ୍ଷିଣ ରାଜ୍ୟ ଓ ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଥିଲା । ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ତେବେ ପ୍ରଥମ କିଛି ଦିନ ସମୟାନୁବର୍ତ୍ତୀ ରହିବା ପରେ ମୌସୁମୀ ବାୟୁର ଗତି ଟିକିଏ ଧୀମେଇ ଯ଼ାଇଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛନ୍ତି । ଏଣୁ ଗତContinue reading “ଧୀମା ହୋଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ହେବ ସକ୍ରିୟ । ସ୍କାଏମେଟର ଆକଳନ”

ଆଉ ଏଣେତେଣେ ପକାନ୍ତୁନି ପ୍ଲାଷ୍ଟିକ । ଏଣିକି ଅବ୍ୟବହୃତ ପ୍ଲାଷ୍ଟିକ ବି ଦେବ ରୋଜଗାର, ସ୍ୱାବଲମ୍ବୀ ହେବେ ମହିଳା ।

କନକ ବ୍ୟୁରୋ : ରାସ୍ତା କଡ଼ରେ ଗଦା ହୋଇ ରହିବନି ବସ୍ତା ଭର୍ତ୍ତି ଅବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀ। ନିଜ ନିଜ ସାହି, ବସ୍ତିରେ ଯାହା କିଛି ଅବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀ ବାହାରିବ ତାକୁ ନେଇ ନିଜେ ସ୍ବାବଲମ୍ବୀ ହେବେ ମହିଳା। ସହରରେ ମହିଳା ଗୋଷ୍ଠୀଙ୍କୁ କମ୍ୟୁନିଟି ପ୍ରକଳ୍ପ ‘ପ୍ଲାଷ୍ଟିକ୍‌ ରି-ପ୍ରସେସିଂ’ୟୁନିଟ୍‌ ଖୋଲିବା ପାଇଁ ଓଡିଶା ପ୍ରୋଜେକ୍ଟ ଏଣ୍ଡ ମାର୍କେଟିଂ ଡେଭଲପମେଣ୍ଟ ସେଣ୍ଟର(ଓପିଏମଡିସି) ପକ୍ଷରୁ ଯୋଜନା କରାଯାଇଛି। ଏଥିରେ ଅବ୍ୟବହୃତ ସଂଗୃହୀତ ପ୍ଲାଷ୍ଟିକକୁ ସିଧାସଳଖ ଗୁଣ୍ଡ କରାଯାଇ ବଡContinue reading “ଆଉ ଏଣେତେଣେ ପକାନ୍ତୁନି ପ୍ଲାଷ୍ଟିକ । ଏଣିକି ଅବ୍ୟବହୃତ ପ୍ଲାଷ୍ଟିକ ବି ଦେବ ରୋଜଗାର, ସ୍ୱାବଲମ୍ବୀ ହେବେ ମହିଳା ।”

ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ବ୍ୟାଙ୍କମାନଙ୍କ ନୂଆ ଯୋଜନା । ଟିକା ନେଇଥିବା ଲୋକ ଏହି ବ୍ୟାଙ୍କମାନଙ୍କରେ ଫିକ୍ସଡ୍ ଡିପୋଜିଟ୍ କଲେ ମିଳିବ ଅଧିକ ସୁଧହାର

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଲୋକମାନଙ୍କ ଖର୍ଚ୍ଚର ଅଟକଳ ବଦଳି ଯାଇଛି । ଲୋକମାନେ ସଂଚୟ ଓ ନିବେଶ ଉପରୁ ଧ୍ୟାନ ହଟାଇଛନ୍ତି । ଏହାସହ ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କିଛି ଲୋକଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି , ଅର୍ଥାତ ଲୋକଙ୍କୁ ସଂଚୟାଭିମୂଖୀ କରାଇବା ସହ ଟିକାକରଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ କିଛି ସରକାରୀ ବ୍ୟଙ୍କ ଏକContinue reading “ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ବ୍ୟାଙ୍କମାନଙ୍କ ନୂଆ ଯୋଜନା । ଟିକା ନେଇଥିବା ଲୋକ ଏହି ବ୍ୟାଙ୍କମାନଙ୍କରେ ଫିକ୍ସଡ୍ ଡିପୋଜିଟ୍ କଲେ ମିଳିବ ଅଧିକ ସୁଧହାର”

ଆଶ୍ଚର୍ଯ୍ୟ ହେଲେ ବି ସତ…ଭ୍ୟାକ୍ସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏମିତି ସୁବିଧା ।

କନକ ବ୍ୟୁରୋ : ଟୀକା ନେଲେ ମିଳିବ ସ୍ମାର୍ଟଫୋନ୍ । ଭ୍ୟାକସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ମୋବାଇଲ୍ ଫୋନ୍ ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା…କିନ୍ତୁ ଏହା ସତ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ । ଏଭଳି କିଛି ପ୍ରସ୍ତୁତି ଚଳାଇଛି ଭୋପାଳ ଜିଲ୍ଲା ପ୍ରଶାସନ । କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣContinue reading “ଆଶ୍ଚର୍ଯ୍ୟ ହେଲେ ବି ସତ…ଭ୍ୟାକ୍ସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏମିତି ସୁବିଧା ।”

ଆପଣ ନିତିଦିନିଆ ଜୀବନରେ ପିମ୍ପୁଡି ନିଶ୍ଚୟ ଦେଖୁଥିବେ । ହେଲେ ଏ ହେଉଛି ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ …

କନକ ବ୍ୟୁରୋ : ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ । ଆପଣ ସାଧାରଣତଃ ଅଧିକାଂଶ ସ୍ଥାନରେ ପିମ୍ପୁଡି ଦେଖିଥାନ୍ତି । ଏପରିକି ପିମ୍ପୁଡି ମଧ୍ୟ କେବେ ନା କେବେ ଆପଣଙ୍କୁ ନିଶ୍ଚୟ କାମୁଡିଥିବ । କିନ୍ତୁ ଯଦି ଆମେ କହିବୁ, ପିମ୍ପୁଡି କାମୁଡିଲେ ମାତ୍ର ୧୫ ମିନିଟରେ ମୃତ୍ୟୁ ହୋଇଯିବ, ତେବେ ହୁଏତ ଆପଣ ବିଶ୍ୱାସ କରିନପାରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକContinue reading “ଆପଣ ନିତିଦିନିଆ ଜୀବନରେ ପିମ୍ପୁଡି ନିଶ୍ଚୟ ଦେଖୁଥିବେ । ହେଲେ ଏ ହେଉଛି ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ …”

Design a site like this with WordPress.com
Get started