କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେଲା ପ୍ରକ୍ରିୟା । ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ କରାଗଲା ସ୍କ୍ରିନିଂ

କନକ ବ୍ୟୁରୋ: ପିଲାଙ୍କ ଉପରେ ଟିକାର ପରୀକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଛି ପିଲାଙ୍କ ଉପରେ ଟିକାର ପରୀକ୍ଷଣ । ସ୍ୱଦେଶୀ ଟୀକା କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପିଲାଙ୍କ ଉପରେ କରିବା ପାଇଁ ଦିଲ୍ଲୀ ଏମ୍ସରେ ସୋମାବାରଠାରୁ ଆରମ୍ଭ ହୋଇଛି ସ୍କ୍ରିନିଂ । ସ୍କ୍ରିନିଂ ରିପୋର୍ଟ ଆସିବା ପରେ ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ୫୨୫ଜଣ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇଛି । ଦିଲ୍ଲୀରେ ସୋମବାରଠାର କୋଭାକ୍ସିନରContinue reading “କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେଲା ପ୍ରକ୍ରିୟା । ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ କରାଗଲା ସ୍କ୍ରିନିଂ”

ଦିଲ୍ଲୀରେ ଆଜିଠୁ କୋହଳ ହେଲା ଲକଡାଉନ୍ । ଖୋଲିଲା ଦୋକାନ ବଜାର, ଚାଲିଲା ମେଟ୍ରୋ । 

କନକ ବ୍ୟୁରୋ: କରୋନା କାଳରେ ଦିଲ୍ଲୀରେ କେମିତି ଖୋଲିବ ଦୋକାନ ଓ ମଲ୍ ତା ପାଇଁ ନିୟମ କରିଛନ୍ତି ଦିଲ୍ଲୀ ସରକାର । ହେଲେ ଏହାସହ ଦୋକାନ କାନ୍ଥରେ ମରା ହୋଇଛି ଅଡ୍ ଏବଂ ଇଭିନ୍ ପୋଷ୍ଟର । କେବଳ ସେତିକି ନୁହେଁ ସାମାଜିକ ଦୂରତା ରକ୍ଷା ପାଇଁ ଦୋକାନ ଗୁଡିକ ଆଗରେ ଗରାଖଙ୍କ ଠିଆ ହେବାକୁ ଚିହ୍ନ ବି ଦିଆଯାଇଛି । ଆଉ ଏହାରି ଭିତରେ ବଡ ଭୂମିକା ନେଇଛି ଦିଲ୍ଲୀ ପୋଲିସ । ଲୋକମାନେContinue reading “ଦିଲ୍ଲୀରେ ଆଜିଠୁ କୋହଳ ହେଲା ଲକଡାଉନ୍ । ଖୋଲିଲା ଦୋକାନ ବଜାର, ଚାଲିଲା ମେଟ୍ରୋ । “

କରୋନା ଭିତରେ ଆସୁଛି ଭଲ ଖବର । ଦେଶରେ ଖୋଲୁଛି ତାଲା । ମୁମ୍ବାଇରେ ଚାଲିଲା ଲୋକାଲ ଟ୍ରେନ୍, ଦିଲ୍ଲୀରେ ଗଡିଲା ମେଟ୍ରୋ

କନକ ବ୍ୟୁରୋ: ଦ୍ୱିତୀୟ ଲହର ସଂକ୍ରମଣ ପରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଦେଶ । ରାଜଧାନୀ ଦିଲ୍ଲୀ ଓ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ କୋହଳ ହୋଇଥି କଟକଣା ଅବଧି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗଡିଛି ଦିଲ୍ଲୀ ମେଟ୍ରୋ । ମଲ, ମାର୍କେଟ କଂପ୍ଲେକ୍ସ ଓ ବଜାର ଅଡ-ଇଭନ ଫର୍ମୁଲାରେ ଦିନ ୧୦ଟାରୁ ରାତି ୮ଟା ଯାଏଁ ଖୋଲିଛି । ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ଅନଲକ ଆରମ୍ଭ ହୋଇଯାଇଛି । ମୁମ୍ବାଇରେ ରେସ୍ତେରାଁContinue reading “କରୋନା ଭିତରେ ଆସୁଛି ଭଲ ଖବର । ଦେଶରେ ଖୋଲୁଛି ତାଲା । ମୁମ୍ବାଇରେ ଚାଲିଲା ଲୋକାଲ ଟ୍ରେନ୍, ଦିଲ୍ଲୀରେ ଗଡିଲା ମେଟ୍ରୋ”

ଓଡିଶାରେ କମୁଛି କରୋନା । ୪୨ ଦିନରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ । ୯ ପ୍ରତିଶତକୁ ଖସିଲା ସଂକ୍ରମଣ । ସେପଟେ ଦେଶରେ ଦୁଇ ମାସରେ ସବୁଠାରୁ କମ୍ ସଂକ୍ରମଣ

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଦୁଇ ଦିନ ହେଲା ୧୦ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ପ୍ରତିଦିନ ରେଡ୍ ଜୋନରେ ଥିବା ଜିଲ୍ଲା ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ୟେଲୋ ଓ ଗ୍ରୀନ ଜୋନ୍ ଜିଲ୍ଲା ସଂଖ୍ୟା ବଢିବାରେ ଲାଗିଛି । ରେଡ୍ ଜୋନରେ ୧୨ଟି ଜିଲ୍ଲା ରହିଛି, ଯେଉଁଠି ଅଢ଼େଇ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ୮Continue reading “ଓଡିଶାରେ କମୁଛି କରୋନା । ୪୨ ଦିନରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ । ୯ ପ୍ରତିଶତକୁ ଖସିଲା ସଂକ୍ରମଣ । ସେପଟେ ଦେଶରେ ଦୁଇ ମାସରେ ସବୁଠାରୁ କମ୍ ସଂକ୍ରମଣ”

ମହାକାଶକୁ ଯାତ୍ରା କରିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ । ଜୁଲାଇ ୨୦ରେ ନିଜ ଭାଇଙ୍କ ସହ ମହାକାଶ ଯାତ୍ରା ନେଇ ଦେଲେ ସୂଚନା ।

କନକ ବ୍ୟୁରୋ: ମହାକାଶକୁ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ସେ ମହାକାଶ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ । ଜେଫ୍ ବେଜୋସ ଆମାଜନର ପ୍ରତିଷ୍ଠାତା ଭାବେ ବେଶ ଜଣାଶୁଣା । ଏଥିସହ ସେ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥାନ୍ତି । ତେଣୁ ତାଙ୍କରContinue reading “ମହାକାଶକୁ ଯାତ୍ରା କରିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ । ଜୁଲାଇ ୨୦ରେ ନିଜ ଭାଇଙ୍କ ସହ ମହାକାଶ ଯାତ୍ରା ନେଇ ଦେଲେ ସୂଚନା ।”

ଭୁବନେଶ୍ୱରରେ ୫ଶହ ତଳକୁ ଖସିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୨୪ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୨୯୫ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୨୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରରେ ୫ଶହ ତଳକୁ ଖସିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୨୪ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୨୯୫ ଜଣ”

ଭାରତ-ଶ୍ରୀଲଙ୍କା ସିରିଜ ପାଇଁ ତାରିଖ ଘୋଷଣା । ଶିଖର ଧୱନ ହେବେ ଅଧିନାୟକ

କନକ ବ୍ୟୁରୋ: ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ତାରିଖ ଘୋଷଣା ହୋଇଛି । ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ । ୧୩ ଜୁଲାଇରୁ ଏହି ମ୍ୟାଚ ଆରମ୍ଭ ହେବ । ଏନେଇ ସୋନି ସ୍ପୋର୍ଟସ ତରଫରୁ ଏନେଇ ଟୁଇଟ କରି ଘୋଷଣା କରାଯାଇଛି । ହେଲେ ବିସିସିଆଇ ପକ୍ଷରୁ ସୂଚନା ଏଯାଏଁ ମିଳିନାହିଁ । Indian waves will crash against the Sri Lankan shoreContinue reading “ଭାରତ-ଶ୍ରୀଲଙ୍କା ସିରିଜ ପାଇଁ ତାରିଖ ଘୋଷଣା । ଶିଖର ଧୱନ ହେବେ ଅଧିନାୟକ”

ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା । ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

କନକ ବ୍ୟୁରୋ: ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନନ କରିବା ବେଳେ ଏହି ବଡ ଘୋଷଣା କରିଛନ୍ତି ମୋଦୀ । କରୋନା ସଙ୍କଟ ବେଳେ ଦେଶବାସୀଙ୍କୁ ମ।।ଗଣା ରାସନ ମିଳିବା ଦରକାର ବୋଲି ସେ କହିଥିଲେ । ଆଉ ଦୀପାବଳୀ ଯାଏଁ ଅର୍ଥାତ ନଭେମ୍ବର ମାସ ଯାଏଁ ମାଗଣା ରାସନ ମିଳିବ ବୋଲି ଘୋଷଣା କରିଥିଲେ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଏହି ରାସନContinue reading “ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା । ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ”

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । କହିଲେ, ଶତାବ୍ଦୀର ବଡ ମହାମାରୀ କରୋନା । ଟିକାକରଣ ଦାୟିତ୍ୱ ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କର ।

କନକ ବ୍ୟୁରୋ: ଚଳିତ ଶତାବ୍ଦୀର ବଡ ମହାମାରୀ ହେଉଛି କରୋନା । ହେଲେ ଏହାକୁ ମୁକାବିଲା କରିବାକୁ ସରକାରଙ୍କ ସମସ୍ତ ତନ୍ତ୍ର ଲାଗିପଡିଛନ୍ତି । ଭାରତ ନିଜେ ଏହାର ମୁକାବିଲା କରିବା ପାଇଁ ୨ଟି ଭ୍ୟାକ୍ସିନ ବାହାର କରିଥିବା ବେଳେ ଏବେ ଆହୁରି ୩ଟି ଟିକାର ପରୀକ୍ଷାନୀରିକ୍ଷା ଚାଲିଛି । ତା ସହିତ ଶିଶୁଙ୍କ ପାଇଁ ମଧ୍ୟ ଟିକା ଯୋଗାଡ କରିବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତିContinue reading “ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । କହିଲେ, ଶତାବ୍ଦୀର ବଡ ମହାମାରୀ କରୋନା । ଟିକାକରଣ ଦାୟିତ୍ୱ ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କର ।”

ଦେଶବାସୀଙ୍କୁ ମିଳିବ ମାଗଣା ଟୀକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଘୋଷଣା… ଟୀକା ନେଇ ରାଜ୍ୟକୁ କରିବାକୁ ପଡିବନି କୌଣସି ଖର୍ଚ୍ଚ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ସମସ୍ତ ଦେଶବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାର ଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ । ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛିContinue reading “ଦେଶବାସୀଙ୍କୁ ମିଳିବ ମାଗଣା ଟୀକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଘୋଷଣା… ଟୀକା ନେଇ ରାଜ୍ୟକୁ କରିବାକୁ ପଡିବନି କୌଣସି ଖର୍ଚ୍ଚ ।”

Design a site like this with WordPress.com
Get started