ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ବେଳେ କ’ଣ କହିବେ?

କନକ ବ୍ୟୁରୋ: ଦେଶବାସୀଙ୍କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୫ଟାରେ ସାରା ଦେଶକୁ ବାର୍ତ୍ତା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ କରି କୁହାଯାଇଛି । ତେବେ ଦେଶର କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଦେଶବାସୀଙ୍କୁ ଅବଗତ କରାଇପାରନ୍ତି ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ହାର ଧିରେ ଧିରେ ବିଭିନ୍ନ ରାଜ୍ୟରେ ହ୍ରାସ ପାଉଥିବାବେଳେ ଦେଶବାସୀଙ୍କୁ କ’ଣ କହିବେ ମୋଦି ତାହା ଉପରେ ସମସ୍ତଙ୍କ ନଜରContinue reading “ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ବେଳେ କ’ଣ କହିବେ?”

ଦିଲ୍ଲୀରେ ଟିକା ନେବାକୁ ଆସୁନାହାଁନ୍ତି ଲୋକ : ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାରଙ୍କ ପ୍ରୟାସ; ଆଜିଠୁ ସମସ୍ତ ପୁଲିଂ ବୁଥରେ ଦିଆଯିବ ଟିକା

କନକ ବ୍ୟୁରୋ : ଦେଶରେ ପ୍ରଥମ ରାଜ୍ୟ ଭାବେ ଦିଲ୍ଲୀରେ ପୋଲିଂ ବୁଥରେ ଦିଆଯିବ କରୋନା ଟିକା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଲୋକମାନେ ଯେଉଁଠାରେ ଯାଇ ଭୋଟ୍ ଦେଉଥିଲେ ସେହିଠାରେ ଯାଇ କରୋନା ଟିକା ନେଇପାରିବେ । ଦିଲ୍ଲୀରେ ଲୋକମାନେ ଟିକା ନେବାପାଇଁ ଟିକା କେନ୍ଦ୍ରକୁ ଆସୁନଥିବାରୁ ଟିକାକରଣକୁ ବ୍ୟାପକ କରିବା ଲାଗି ଏଭଲି ପଦକ୍ଷେପ ଘୋଷଣା କରାଯାଇଛି । ବୁଥସ୍ତରର ଅଧିକାରୀମାନେ ଆଗାମୀ ୨ଦିନ ଧରି ଘରକୁ ଘରContinue reading “ଦିଲ୍ଲୀରେ ଟିକା ନେବାକୁ ଆସୁନାହାଁନ୍ତି ଲୋକ : ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାରଙ୍କ ପ୍ରୟାସ; ଆଜିଠୁ ସମସ୍ତ ପୁଲିଂ ବୁଥରେ ଦିଆଯିବ ଟିକା”

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ : କହିଲେ, ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି, ସେଠି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି

କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କହିଲେ, ୨୧ ବର୍ଷର ଶାସନ ରାଜ୍ୟରେ ନବୀନ ସରକାରଙ୍କ ପାରଙ୍ଗମତା ପ୍ରକାଶ କରିଛି । ଯେଉଁଠି ବଜେପି ସରକାର ନାହିଁ ସେଠି ଶିକ୍ଷା ବ୍ୟବସ୍ଥାରେ ଆଗରେ ଅଛି । ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି ସେଠି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟକୁ ୭ ଟି ପ୍ରଶ୍ନ କରିଛନ୍ତିContinue reading “କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ : କହିଲେ, ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି, ସେଠି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି”

ରଥ ନିର୍ମାଣ ବାବଦରେ ବିଧାୟକଙ୍କ ଚିଠି ବଢାଇଲା ବିବାଦ । ନୀଳଗିରି ବିଧାୟକଙ୍କ ନାଁରେ ଏତଲା, ନିଜକୁ ଜଗତଗୁରୁ ଭାବୁଛନ୍ତି କି ବୋଲି ପ୍ରଶ୍ନ କଲା ଜଗନ୍ନାଥ ସେନା ।

କନକ ବ୍ୟୁରୋ : ବିଧାୟକଙ୍କ ଚିଠି ବଢାଇଲା ବିବାଦ । ବାଲେଶ୍ୱର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି, ବିବାଦ ଘେରକୁ ଟାଣିନେଇଛି । କୋଭିଡ୍ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରାଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା ବୋଲି କହିବା, ଅତ୍ୟନ୍ତ ଅଶୋଭନୀୟ ଏବଂ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ବୋଲି ଅଭିଯୋଗContinue reading “ରଥ ନିର୍ମାଣ ବାବଦରେ ବିଧାୟକଙ୍କ ଚିଠି ବଢାଇଲା ବିବାଦ । ନୀଳଗିରି ବିଧାୟକଙ୍କ ନାଁରେ ଏତଲା, ନିଜକୁ ଜଗତଗୁରୁ ଭାବୁଛନ୍ତି କି ବୋଲି ପ୍ରଶ୍ନ କଲା ଜଗନ୍ନାଥ ସେନା ।”

ତେଜୁଛି ତେଲ ଦର ବିବାଦ । କେନ୍ଦ୍ରକୁ କଟାକ୍ଷ କଲେ ବିଜେଡି ନେତା । କହିଲେ, ଆଛା ଦିନର ସ୍ଲୋଗାନ ହେଉଛି ଓଲଟା

କରୋନା ବ୍ୟୁରୋ : ବଢୁଥିବା ତେଲ ଦର ସାରା ଦେଶବାସୀଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ତେଲ ଦର ବଢୁଛି, ତାସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଆଜି କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ନେତା ସଞ୍ଜୟଦାସ ବର୍ମା । ସେ କହିଛନ୍ତି, ବର୍ତମାନ ସାରା ଭାରତ ବର୍ଷରେ ଯେଉଁ ଭଳି ଦରଦାମ ହୁ ହୁ ହୋଇ ବୃଧି ପାଉଛି । ଏହି ସମୟରେ ପ୍ରାୟ ସମସ୍ତେContinue reading “ତେଜୁଛି ତେଲ ଦର ବିବାଦ । କେନ୍ଦ୍ରକୁ କଟାକ୍ଷ କଲେ ବିଜେଡି ନେତା । କହିଲେ, ଆଛା ଦିନର ସ୍ଲୋଗାନ ହେଉଛି ଓଲଟା”

କୋଭାକ୍ସିନଠୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ : ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିଲା ଗବେଷଣା

କନକ ବ୍ୟୁରୋ : ଭାରତରେ ଦିଆଯାଉଥିବା ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ କିଭଳି କାମ ଦେଉଛି, ତାକୁ ନେଇ ଅଧ୍ୟୟନ । ଟିକା ନେବା ପରେ ଏହା କରୋନା ବିରୋଧରେ ଆଂଟିବଡି ବା ପ୍ରତିରୋଧ ଶକ୍ତି ସୃଷ୍ଟି କରିବାରେ କେତେଦୂର ସମର୍ଥ ହେଉଛି ତାକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି । ଆଉ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଦେଶୀ ଟିକା କୋଭାକ୍ସିନ ଅପେକ୍ଷା ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଅଧିକ ପରିମାଣରେ ପ୍ରତିରୋଧ ଶକ୍ତି ତିଆରିContinue reading “କୋଭାକ୍ସିନଠୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ : ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିଲା ଗବେଷଣା”

ଇସିଏମଓ ଚିକିତ୍ସାକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : ପ୍ରାଥମିକ ସ୍ତରରେ କଟକରେ ଆରମ୍ଭ ହେବ ଏହି ସୁବିଧା

କନକ ବ୍ୟୁରୋ : ଇସିଏମଓ ଚିକିତ୍ସାକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଇସିଏମଓ ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ସମଗ୍ର ଦେଶରେ ୨୧ଟି ପଞ୍ଜିକୃତ ଇସିଏମଓ ୟୁନିଟ ଅଛି ବୋଲି କହିଛନ୍ତି ସିବିକେ ମହାନ୍ତି । କିନ୍ତୁ ବର୍ତମାନ କୋଭିଡ଼ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଯାଇଛି । ତେଣୁ ଆମେ ମଧ୍ୟ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରୁଛୁ । ଯାହା କଟକ ଏସସିବିରେ ରହିବ ।Continue reading “ଇସିଏମଓ ଚିକିତ୍ସାକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : ପ୍ରାଥମିକ ସ୍ତରରେ କଟକରେ ଆରମ୍ଭ ହେବ ଏହି ସୁବିଧା”

ଲକଡାଉନରେ କେମିତି ଚାଲିଛି ଧଳଜହର କାରବାର ? ତାଲାବନ୍ଦ ବେଳେ ଜବତ ହୋଇଛି ଅଧିକ ପରିମାଣର ହେରୋଇନ୍, ଏତେ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଆସୁଛି କେଉଁଠୁ ?

କନକ ବ୍ୟୁରୋ : ଲକଡାଉନରେ କୁଆଡୁ ଆସୁଛି ବ୍ରାଉନସୁଗାର ? କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ ଥିବା ବେଳେ, କଟକଣା ଭିତରେ କିନ୍ତୁ ଜମୁଥିଲା ବ୍ରାଉନସୁଗାର ବେପାର । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି । ବିଗତ ୪ ବର୍ଷର ପରିସଂଖ୍ୟାନକୁ ଲକ୍ଷ୍ୟ କଲେ, ୨୦୨୦ରେ ବ୍ରାଉନସୁଗାର ଜବତର ପରିମାଣ ସର୍ବାଧିକ ରହିଥିଲା ।Continue reading “ଲକଡାଉନରେ କେମିତି ଚାଲିଛି ଧଳଜହର କାରବାର ? ତାଲାବନ୍ଦ ବେଳେ ଜବତ ହୋଇଛି ଅଧିକ ପରିମାଣର ହେରୋଇନ୍, ଏତେ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଆସୁଛି କେଉଁଠୁ ?”

ଜୋଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ : କୁରାଢୀରେ ବେକକୁ କାଟି ଶାଳୀକୁ ହତ୍ୟା କରିବା ପରେ ୨ଶହ ଫୁଟ ତଳକୁ ଫିଙ୍ଗିଦେଲା ଭିଣୋଇ; ଶାଶୂଙ୍କ ସହ କଲା ଦୁଷ୍କର୍ମ

କନକ ବ୍ୟୁରୋ : ଶାଳୀକୁ କୁରାଢୀରେ ହାଣି ହତ୍ୟା ଓ ଶାଶୂଙ୍କୁ ହାତ ବାନ୍ଧି ଦୁଷ୍କର୍ମ । ଏପରିକି ଶବକୁ ୨ଶହ ଫୁଟ ଖାଲକୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁରରେ । ମୁର୍ଗାପଡାରେ ରହୁଥିବା ଶାଶୂ ଓ ଶାଳୀ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ ପାଇଁ ଯାଇଥିବାବେଳେ ରୂପ ସିଂ ସିଦ୍ଧୁ ସେଠାରେ ପହଂଚି ଶାଶୂଙ୍କୁ ଦୁଷ୍କର୍ମ କରିଥିଲା । ଶାଳି ସହ ଝଗଡାContinue reading “ଜୋଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ : କୁରାଢୀରେ ବେକକୁ କାଟି ଶାଳୀକୁ ହତ୍ୟା କରିବା ପରେ ୨ଶହ ଫୁଟ ତଳକୁ ଫିଙ୍ଗିଦେଲା ଭିଣୋଇ; ଶାଶୂଙ୍କ ସହ କଲା ଦୁଷ୍କର୍ମ”

କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ : ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍

କନକ ବ୍ୟୁରୋ : ଲକ୍ଷଣ ଦେଖା ଯାଉନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା କକୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତିକୁ ପରିବର୍ତ୍ତନ କରିଛି କେନ୍ଦ୍ର । ଏ ସଂପର୍କିତ ଟାସ୍କଫୋର୍ସ ଔଷଧ ନିୟମାବଳୀରେ ପରିବର୍ତନ କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ନୂଆ ନିୟମ ଅନୁସାରେ ଏଣିକି ଆଉ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ ଓ ମଲ୍ଟି ଭିଟାମିନ ଔଷଧ ଦିଆଯିବ ନାହିଁContinue reading “କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ : ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍”

Design a site like this with WordPress.com
Get started