କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହେଲାଣି ୯୧ ଲକ୍ଷ ଟଙ୍କା । ଚିକିତ୍ସା ବାବଦକୁ ଆବଶ୍ୟକ ଆଉ ୬୦ ଲକ୍ଷ, ସହଯୋଗର ହାତ ବଢାଇଲା ସଙ୍ଗୀତ ଜଗତ ।

କନକ ବ୍ୟୁରୋ : ଚେନ୍ନାଇ ଆପୋଲୋରେ ଚିକିତ୍ସିତ ଅମ୍ରିତ ପ୍ରଧାନଙ୍କ ପ୍ରତି ବଢିବାରେ ଲାଗିଛି ସହାୟତା । କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହୋଇ ସାରିଲାଣି ୯୧ ଲକ୍ଷ ଟଙ୍କା । ମିଲାପ ଫଣ୍ଡ ଜରିଆରେ ୩୬ ଘଂଟା ଭିତରେ ଆଉ ୧୬ ଲକ୍ଷ ଟଙ୍କା ମିଳିପାରିଛି । ୧ ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ଏହି ଆର୍ଥିକ ସହାୟତା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ କ୍ରାଉଡ ଫଣ୍ଡିଂContinue reading “କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହେଲାଣି ୯୧ ଲକ୍ଷ ଟଙ୍କା । ଚିକିତ୍ସା ବାବଦକୁ ଆବଶ୍ୟକ ଆଉ ୬୦ ଲକ୍ଷ, ସହଯୋଗର ହାତ ବଢାଇଲା ସଙ୍ଗୀତ ଜଗତ ।”

କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ କହିଲା ନଷ୍ଟ ହୋଇଯାଇଛି ଫୁସଫୁସ୍ ।

କନକ ବ୍ୟୁରୋ: କୋଭିଡ ପରିଚାଳନାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଲୁଟିଥିବାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି । କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ କହିଲା ରୋଗୀଙ୍କ ଫୁସଫୁସ୍ ନଷ୍ଟ ହୋଇଯାଇଛି । ତେଣୁ ଏବେ ତାଙ୍କୁ ଘରକୁ ନେଇ ଯାଆନ୍ତୁ ।  ୪୦ ଦିନରେ କୋଭିଡ ଚିକିତ୍ସା ବାବଦରେ ୮ ଲକ୍ଷର ଲମ୍ବା ବିଲContinue reading “କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ କହିଲା ନଷ୍ଟ ହୋଇଯାଇଛି ଫୁସଫୁସ୍ ।”

ଗଞ୍ଜାମରୁ ଭୁବନେଶ୍ୱର… ଏ କାହାଣୀ ଅସହାୟତାର, ଏ କାହାଣୀ ଅଭାବର… କେମିତି ପେଟ ପାଇଁ ପୁରୁଣା ଭୁବନେଶ୍ୱରରୁ ସ୍ମାର୍ଟସିଟି ଯାଏଁ ସଙ୍ଘର୍ଷ କରିଛନ୍ତି ପାଟ ମାଉସୀ ?

କନକ ବ୍ୟୁରୋ: କଂକ୍ରିଟର ସହର, କଟକଣାର ରାସ୍ତା । ପାଦେ ଆଗେଇଲେ ପଜିଟିଭର ଭୟ, ପାଦେ ପଛେଇଲେ ଭୋକର ଭଉଁରୀ । ଲକଡାଉନ ଲକ୍ଷ୍ମଣରେଖା ପାଇଁ ଜନପଥ ଜନହୀନ, ସହର ଶୂନଶାନ । ଉଦୁଉଦିଆ ଖରା ବେଳେ ଖାଁ ଖାଁ ଭିଡର ଭୁବନେଶ୍ୱର । ଆଉ ଏତିକି ବେଳେ ଅସହାୟତାର ଅପରାହ୍ନରେ ଗରିବ ଖୋଜେ ଗଛର ଛାଇ, ଆଉ ସେହି ଛାଇ ମିଳୁମିଳୁ ମନେପଡେ ପୁରୁଣା ଦିନ, ମନେପଡେ ସଙ୍ଘର୍ଷର କାହାଣୀ, ଓଲଟିଯାଏ ଅତୀତର ପୃଷ୍ଠା, ହାଲକାContinue reading “ଗଞ୍ଜାମରୁ ଭୁବନେଶ୍ୱର… ଏ କାହାଣୀ ଅସହାୟତାର, ଏ କାହାଣୀ ଅଭାବର… କେମିତି ପେଟ ପାଇଁ ପୁରୁଣା ଭୁବନେଶ୍ୱରରୁ ସ୍ମାର୍ଟସିଟି ଯାଏଁ ସଙ୍ଘର୍ଷ କରିଛନ୍ତି ପାଟ ମାଉସୀ ?”

ଦିଲ୍ଲୀ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଆସିବ ମେସେଜ୍ ।

କନକ ବ୍ୟୁରୋ : ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା ଚାଲିଛି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ପ୍ଲାଟଫର୍ମ ନମ୍ବର ୧ରେ ସ୍ୱୟଂଚାଳିତ ଡଷ୍ଟବିନ ଲଗାଯାଇଛି, ଯାହା ପୁରୁଣା ଚିଠି ବାକ୍ସ ପରି ଦେଖାଯାଉଛିContinue reading “ଦିଲ୍ଲୀ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଆସିବ ମେସେଜ୍ ।”

ଏଠି ମହିଳା ନୁହେଁ, ରୋଷେଇ ଘର ସମ୍ଭାଳନ୍ତି ପୁରୁଷ । ୫୦୦ ବର୍ଷ ହେଲାଣି ରହିଆସିଛି ପରମ୍ପରା ।

କନକ ବ୍ୟୁରୋ : ସାଧାରଣତଃ ରୋଷେଇ ଘରକୁ ମହିଳାଙ୍କ କ୍ଷେତ୍ର ବୋଲି ବିବେଚନା କରାଯାଏ । ଯୁଗ ଯୁଗ ଧରି ପ୍ରତ୍ୟେକ ଘରେ ମହିଳାମାନେ ହିଁ ରୋଷେଇ ଘର ସମ୍ଭାଳିଆସୁଛନ୍ତି । ଆପଣଙ୍କ ଘରେ ମଧ୍ୟ ଆପଣଙ୍କ ମା କିମ୍ବା ଆପଣଙ୍କ ପତ୍ନୀ ରୋଷେଇ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁ ଗାଁରେ କେବଳ ପୁରୁଷ ହିଁ ରୋଷେଇ କରନ୍ତି । ପୁଡୁଚେରୀରେ ଏମିତି ଏକ ଗାଁ ଅଛି,Continue reading “ଏଠି ମହିଳା ନୁହେଁ, ରୋଷେଇ ଘର ସମ୍ଭାଳନ୍ତି ପୁରୁଷ । ୫୦୦ ବର୍ଷ ହେଲାଣି ରହିଆସିଛି ପରମ୍ପରା ।”

ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍ ଖାରଜ ।

କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍କୁ କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟ ଯାଇଥିଲା କଟକ ଓଏଟି ବାର ଆସୋସିଏସନ । ୨୦୧୯ ଅଗଷ୍ଟ ୭ରେ ରାୟ ପ୍ରକାଶ କରି ହାଇକୋର୍ଟ ଏହିContinue reading “ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍ ଖାରଜ ।”

ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ । ଅକ୍ଟୋବର ୧୫ରେ ଚଳିତ ସିଜିନର ଫାଇନାଲ ଫାଇଟ୍ ।

କନକ ବ୍ୟୁରୋ : କରୋନା ସହ ଲଢେଇ ଭିତରେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର । ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ଫାଇଟ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକContinue reading “ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ । ଅକ୍ଟୋବର ୧୫ରେ ଚଳିତ ସିଜିନର ଫାଇନାଲ ଫାଇଟ୍ ।”

ବିଧବା ପରିବା ବିକାଳିଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୩ଦୁଷ୍କର୍ମକାରୀ, ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ

କନକ ବ୍ୟୁରୋ : ବଡବିଲରେ ଜଣେ ବିଧବା ପରିବା ବିକାଳୀଙ୍କୁ ଟେକିନେଇ ୩ଜଣ ଦୁର୍ବୃତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଗୁରୁବାର ଦିନ ପୀଡିତା ଜଣକ ସୁନ୍ଦରଗଡ କୋଇଡା ହାଟରେ ପରିବା ବିକ୍ରି କରି ବଡବିଲ ଫେରିବାବେଳେ ଗୁରୁଦ୍ୱାରା ଛକ ନିକଟରୁ ଏକ ସ୍କର୍ପିଓ ଗାଡିରେ ଆସି ୩ ଜଣ ଦୁର୍ବୃତ ମହିଳାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପୀଡିତାଙ୍କୁ ଏକ କାଜୁ ଜଙ୍ଗଲରେ ବାରମ୍ବାର ଦୁଷ୍କର୍ମContinue reading “ବିଧବା ପରିବା ବିକାଳିଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୩ଦୁଷ୍କର୍ମକାରୀ, ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ”

ଟି-୨୦ ବିଶ୍ୱକପ ଆୟୋଜନ ରେସରେ ଶ୍ରୀଲଙ୍କା । ଏସଏଲସି ସହ ଆଲୋଚନା କରୁଛି ବିସିସିଆଇ ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । କେଉଁଠି ଆୟୋଜନ ହେବ ମ୍ୟାଚ ତାକୁ ନେଇ ବଢୁଛି ଆଶଙ୍କା । ଏହାରି ମଧ୍ୟରେ ଆଉ ଏକ ଖବର ଆସିଛି । ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ଆୟୋଜନ ହୋଇପାରେ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ଆଲୋଚନା କରୁଛି ବିସିସିଆଇ । ଟି-୨୦ ବିଶ୍ୱକପର ଆୟୋଜନ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବାର ଥିଲା । ହେଲେ କରୋନାର ଦ୍ୱିତୀୟ ଲହରContinue reading “ଟି-୨୦ ବିଶ୍ୱକପ ଆୟୋଜନ ରେସରେ ଶ୍ରୀଲଙ୍କା । ଏସଏଲସି ସହ ଆଲୋଚନା କରୁଛି ବିସିସିଆଇ ।”

ଲକଡ଼ାଉନରେ ଘରେ ବସି କେମିତି ପାଇବେ ସାବିତ୍ରୀ ଓଷା ପାଇଁ ସାମଗ୍ରୀ : ଅନଲାଇନ୍ ସପିଂ ସାଇଟ ମୋ-ଭାଇ ଡ଼ଟ୍ କମରେ ମିଳୁଛି ପୁଟୁଳି

କନକ ବ୍ୟୁରୋ : ଆଗାମୀ ଜୁନ୍ ୧୦ ତାରିଖରେ ସାବିତ୍ରୀ ବ୍ରତ । ହେଲେ ରଜ, ସାବିତ୍ରୀରେ ବଜାର ଭିଡ ହେବା ଆଶଙ୍କା କରି ରାଜ୍ୟ ସରକାର ଲକଡାଉନ ଅବଧିକୁ ୧୭ ତାରିଖ ଯାଏଁ ବଢାଇ ଦେଇଥିଲେ । ଏବେ ଲୋକଙ୍କ ଭିତରେ ଚିନ୍ତା, ଲକଡାଉନରେ କେମିତି କିଣାଯିବ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ ଫଳ । ତେବେ ଲୋକଙ୍କ ଏହି ସମସ୍ୟା ଦୂର କରିବାକୁ ଆଗେଇ ଆସିଛି ଅନଲାଇନ ସପିଂ ସାଇଟ୍Continue reading “ଲକଡ଼ାଉନରେ ଘରେ ବସି କେମିତି ପାଇବେ ସାବିତ୍ରୀ ଓଷା ପାଇଁ ସାମଗ୍ରୀ : ଅନଲାଇନ୍ ସପିଂ ସାଇଟ ମୋ-ଭାଇ ଡ଼ଟ୍ କମରେ ମିଳୁଛି ପୁଟୁଳି”

Design a site like this with WordPress.com
Get started