କନକ ବ୍ୟୁରୋ : ଭୁତାଣୁ ଭିତରେ ଭଲ ଖବର । ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଭୁବନେଶ୍ୱରରେ ବି ତଳକୁ ଖସୁଛି କରୋନା ଗ୍ରାଫ୍ । ଯଦି ଆମେ ଗତ ୭ଦିନର କରୋନା ରିପୋର୍ଟ ଉପରେ ନଜର ପକାଇବା ତେବେ, ମେ ୩୧ ତାରିଖରେ ୮୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୦୪୬ ଜଣ ସୁସ୍ଥ ହୋଇଥିଲେ । ସେହିଭଳି ଜୁନ୍ ୧ ତାରିଖରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲା ।Continue reading “ଭୁତାଣୁ ଭିତରେ ଭଲ ଖବର । ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର… ନଜର ପକାନ୍ତୁ ଗତ ୭ଦିନର ରିପୋର୍ଟ ଉପରେ”
Author Archives: Raghaba
କୋରାପୁଟ ଜିଲ୍ଲାରେ ୧୦୦ଟଙ୍କା ପାର କଲା ପେଟ୍ରୋଲ ଦର : ପେଟ୍ରୋଲ ଲିଟର ୧୦୦ଟଙ୍କା ୨୪ ପଇସା; ୬ଟି ରାଜ୍ୟରେ ସେଂଚୁରୀ ଉପରେ ପେଟ୍ରୋଲ ଦର
କନକ ବ୍ୟୁରୋ : ଆଦିବାସୀ ଅଧୁଷିତ କୋରାପୁଟ ଜିଲ୍ଲାରେ ୧୦୦ଟଙ୍କା ପାର କଲା ପେଟ୍ରୋଲ ଦର । ପେଟ୍ରେଲ ଲିଟର ଶହେ ଟଙ୍କା ୨୪ ପଇସା ରହିଥିବା ବେଳେ ଡ଼ିଜେଲ ଦର ରହିଛି ୯୮ ଟଙ୍କା ଏକ ପଇସା । ସେହିପରି ଏକ୍ସଟ୍ରା ପ୍ରିମିୟମ୍ ତେଲ ଦର ରହିଛି ୧୦୪ ଟଙ୍କା ୮ପଇସା । ସେପଟେ ସାରା ଦେଶରେ ପେଟ୍ରୋଲ ଦାମ୍ ଆକାଶ ଛୁଆଁ ରହିଥିବା ବେଳେ ୬ଟି ରାଜ୍ୟରେ ପେଟ୍ରୋଲ ଦର ୧୦୦ଟଙ୍କାରୁ ଅଧିକ ରହିଛିContinue reading “କୋରାପୁଟ ଜିଲ୍ଲାରେ ୧୦୦ଟଙ୍କା ପାର କଲା ପେଟ୍ରୋଲ ଦର : ପେଟ୍ରୋଲ ଲିଟର ୧୦୦ଟଙ୍କା ୨୪ ପଇସା; ୬ଟି ରାଜ୍ୟରେ ସେଂଚୁରୀ ଉପରେ ପେଟ୍ରୋଲ ଦର”
ବାଲେଶ୍ୱରରେ ପହଂଚିଲେ କେନ୍ଦ୍ରୀୟ ଟିମ୍ : ବାତ୍ୟାଂଚଳ ବୁଲି ଦେଖିବା ପରେ କ୍ଷୟକ୍ଷତିର କରିବେ ଆକଳନ
କନକ ବ୍ୟୁରୋ : ବାତ୍ୟା ୟାସର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଂଚିଲା କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ କେନ୍ଦ୍ରୀୟ ଟିମ୍ । ଆଜି ଏନେଇ ଏସଆରସି ପିକେ ଜେନା ହୋଟେଲ ମେ ଫେୟାରରେ ଏକ ବୈଠକ କରିଥିଲେ । ଏଥିରେ ବାତ୍ୟା ୟସ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି । କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସିଛନ୍ତି ଆନ୍ତଃମନ୍ତ୍ରୀ ସ୍ତରୀୟ କେନ୍ଦ୍ରୀୟ ଟିମ୍ ।Continue reading “ବାଲେଶ୍ୱରରେ ପହଂଚିଲେ କେନ୍ଦ୍ରୀୟ ଟିମ୍ : ବାତ୍ୟାଂଚଳ ବୁଲି ଦେଖିବା ପରେ କ୍ଷୟକ୍ଷତିର କରିବେ ଆକଳନ”
କରୋନା ସଂକ୍ରମଣ ସଂଖ୍ୟା : ରାଜ୍ୟରେ ଗତ ୪୦ ଦିନରେ ସର୍ବନିମ୍ନ, ସେପଟେ ଖୋର୍ଦ୍ଧାରେ ସଂଖ୍ୟା କମିବା ଆଶାଜନକ
କନକ ବ୍ୟୁରୋ : ଗତ ୪୦ ଦିନରେ ଆଜି ରାଜ୍ୟରେ ସର୍ବନିମ୍ନ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୪୫୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬୬୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଥିଲା ସେତେବେଳେ ସଂକ୍ରମଣ ଗାଡିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକରା ଲକଡାଉନ୍Continue reading “କରୋନା ସଂକ୍ରମଣ ସଂଖ୍ୟା : ରାଜ୍ୟରେ ଗତ ୪୦ ଦିନରେ ସର୍ବନିମ୍ନ, ସେପଟେ ଖୋର୍ଦ୍ଧାରେ ସଂଖ୍ୟା କମିବା ଆଶାଜନକ”
ଦେଶରେ ତଳମୁହାଁ କରୋନା ଗ୍ରାଫ୍ : ଦିନକରେ ୧,୦୦,୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୨୭ ମୃତ
କନକ ବ୍ୟୁରୋ : ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ୨୪ଘଂଟାରେ ୧ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ, ୨୪୨୭ ମୃତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୯ଲକ୍ଷ ୯ହଜାର ୯୭୫କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୨କୋଟି ୭୧ ଲକ୍ଷ ୫୯ହଜାର ୧୮୦ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ମୋଟ ମୃତକଙ୍କ ୩ଲକ୍ଷ ୪୯ହଜାର ୧୮୬କୁContinue reading “ଦେଶରେ ତଳମୁହାଁ କରୋନା ଗ୍ରାଫ୍ : ଦିନକରେ ୧,୦୦,୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୨୭ ମୃତ”
ରାଜ୍ୟ ସରକାରଙ୍କ ପାଖରେ ଅଛି ମାତ୍ର ୨୦୮୦ କୋଭାକ୍ସିନ୍ : କେନ୍ଦ୍ର ଟିକାରୁ ଉଧାର ଆଣି ଚାଲିବ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ୍ ଟିକାଦାନ
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଟିକାରୁ ଧାର ଆଣି ରାଜଧାନୀରେ ହେବ ଟିକାକରଣ । ଏବଂ ରାଜ୍ୟକୁ ଟିକା ମିଳିଲେ ଭରଣା କରିଦିଆଯିବ । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପାଖରେ ଏବେ ମାତ୍ର ୨୦୮୦ଟି କୋଭାକ୍ସିନ ଟିକା ରହିଛି । ତଥାପି ଆଗାମୀ ୧୨ ତାରିଖ ଯାଏଁ ରାଜଧାନୀ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ସ୍ଥିର କରିଛି ବିଏମସି । ତେଣୁ ପ୍ରଶ୍ନ ଉଠୁଛି, ଟିକା ନଥିବାବେଳେ ଏହି ଟିକାକରଣContinue reading “ରାଜ୍ୟ ସରକାରଙ୍କ ପାଖରେ ଅଛି ମାତ୍ର ୨୦୮୦ କୋଭାକ୍ସିନ୍ : କେନ୍ଦ୍ର ଟିକାରୁ ଉଧାର ଆଣି ଚାଲିବ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ୍ ଟିକାଦାନ”
ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀସ୍ତରୀୟ ଟିମ୍ : ଆଜି ଓ ଆସନ୍ତାକାଲି ଦୁଇଦିନ ୪ଟି ଜିଲ୍ଲା ବୁଲି କ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍
କନକ ବ୍ୟୁରୋ : ବାତ୍ୟା ୟାସର କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସିଛନ୍ତି ଆନ୍ତଃମନ୍ତ୍ରୀ ସ୍ତରୀୟ କେନ୍ଦ୍ରୀୟ ଟିମ୍ । ଏହି ଟିମର ନେତୃତ୍ୱ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଳାୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ନୱାଲ୍ । ଆଜି, ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ୪ଟି ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଦୁଇଟି ଭାଗରେ ବିଭକ୍ତ ହୋଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଗସ୍ତରେ ଯାଇ ଏହି ଟିମ୍ ବାତ୍ୟାContinue reading “ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀସ୍ତରୀୟ ଟିମ୍ : ଆଜି ଓ ଆସନ୍ତାକାଲି ଦୁଇଦିନ ୪ଟି ଜିଲ୍ଲା ବୁଲି କ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍”
ଚେନ୍ନାଇ ଆପୋଲରେ ଚିକିତ୍ସାଧୀନ ଅମ୍ରିତ୍ ପ୍ରଧାନଙ୍କୁ ବଢିବାରେ ଲାଗିଛି ସହାୟତା : ମିଲାପ ଫଣ୍ଡ ଜରିଆରେ ୩୬ଘଂଟାରେ ମିଳିଲା ଆଉ ୧୬ଲକ୍ଷ
କନକ ବ୍ୟୁରୋ : ଜୀବନ ବଞ୍ଚିବ, ସାରା ଦେଶ ଦେଖିବ। ତୁମେ ନିଶ୍ଚିତ ଏହି ଯୁଦ୍ଧକୁ ଜିତିବ। ଅମ୍ରିତ ଭାଇ ତୁମେ ଭଲ ହୋଇ ଫେରିବ, ୟୁପିଏସସି ପରୀକ୍ଷାରେ ଉର୍ତ୍ତୀଣ୍ଣ ହେବ। ମହାପ୍ରଭୁ ଜଗନ୍ନାଥ ତୁମକୁ ଜଲଦି ଭଲ କରିଦେବେ…। ଖାଲି ସହାୟତା ରାଶି ନୁହେଁ, କରୋନାରେ ଗୁରୁତର ହୋଇ ମୃତ୍ୟୁ ସହ ଲଢ଼ୁଥିବା ଅମ୍ରିତର ସୁସ୍ଥତା କାମନା କରି ଏମିତି ପ୍ରାର୍ଥନା କରି ଚାଲିଛନ୍ତି ଅଗଣିତ ଶୁଭେଚ୍ଛୁ। ତା’କୁ ବଞ୍ଚାଇବା ଲାଗି ସମସ୍ତେ ଲାଗି ପଡ଼ିଛନ୍ତି।Continue reading “ଚେନ୍ନାଇ ଆପୋଲରେ ଚିକିତ୍ସାଧୀନ ଅମ୍ରିତ୍ ପ୍ରଧାନଙ୍କୁ ବଢିବାରେ ଲାଗିଛି ସହାୟତା : ମିଲାପ ଫଣ୍ଡ ଜରିଆରେ ୩୬ଘଂଟାରେ ମିଳିଲା ଆଉ ୧୬ଲକ୍ଷ”
ରାଜ୍ୟରେ କରୋନା ସଂକ୍ରମଣର ନିମ୍ନ ଗତି : ୨୪ଘଂଟାରେ ୬୧୧୮ ନୂଆ ଅକ୍ରାନ୍ତ ଚିହ୍ନଟ, ୪୧ ମୃତ; ପିଜିଟିଭ ହାର ୯.୧ % କୁ ହ୍ରାସ
କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ୬ହଜାର ୧୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୪୫୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬୬୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ଆଜି ୪୧ଜଣଙ୍କର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ ୨୪ଘଂଟା ଭିତରେ ୬୭ ହଜାର ୧୭୮ଟି ନମୁନା ପରୀକ୍ଷା ହୋଇଛି । ଟେଷ୍ଟ ପିଜିଟିଭ ରେଟ ରହିଛିContinue reading “ରାଜ୍ୟରେ କରୋନା ସଂକ୍ରମଣର ନିମ୍ନ ଗତି : ୨୪ଘଂଟାରେ ୬୧୧୮ ନୂଆ ଅକ୍ରାନ୍ତ ଚିହ୍ନଟ, ୪୧ ମୃତ; ପିଜିଟିଭ ହାର ୯.୧ % କୁ ହ୍ରାସ”
ଶିଶୁଙ୍କ ଦେହରେ ଟିକା ପରୀକ୍ଷା ହେବ ଜୋରଦାର : ଆଜି ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକା ପରୀକ୍ଷା ପାଇଁ ହେବ ସ୍କ୍ରିନିଂ
କନକ ବ୍ୟୁରୋ : ପିଲାଙ୍କ ଉପରେ ଦେଶୀ ଟିକା କୋଭାକ୍ସିନର ପରୀକ୍ଷଣକୁ ଜୋରଦାର କରାଯିବ । ଏଥିପାଇଁ ଆଜି ଦିଲ୍ଲୀ ଏମ୍ସରେ ଛୋଟ ପିଲାଙ୍କ ସ୍କ୍ରିନିଂ ହେବ ବୋଲି ଜଣାପଡିଛି । ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଭାରତ ସରକାରଙ୍କ ଔଷଧ ନିୟନ୍ତ୍ରକ- ଡିଜିସିଆଇ । ବିଶେଷ କରି କରୋନାର ତୃତୀୟ ଲହରରେ ଛୋଟ ପିଲା ଅଧିକ ସଂକ୍ରମିତ ହେବାContinue reading “ଶିଶୁଙ୍କ ଦେହରେ ଟିକା ପରୀକ୍ଷା ହେବ ଜୋରଦାର : ଆଜି ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକା ପରୀକ୍ଷା ପାଇଁ ହେବ ସ୍କ୍ରିନିଂ”