କନକ ବ୍ୟୁରୋ : ପୁଣି ସୀମାକୁ ନେଇ ବିବାଦ ତେଜିଛି । ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ । ଫଳରେ ଲାଗି ରହିଛି ଉତ୍ତେଜନା । ଗଜପତି ଜିଲ୍ଲାର ସୀମାନ୍ତ ଗଙ୍ଗାବାଡ଼ ପଂଚାୟତର ରାସ୍ତାଘାଟ, ପାଣି, ଆଉ ପ୍ରାକୃତିକ ସମ୍ପଦକୁ ନେଇ ବିବାଦ ଲାଗି ରହିଛି । ପାନୀୟ ଜଳର ସମସ୍ୟାକୁ ସମାଧାନ କରିବା ପାଇଁ ଓଡ଼ିଶା ମାଟିରେ ପ୍ରଶାସନ ନଳକୂଅ ଖୋଳିଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗଙ୍ଗାବଡ଼ି ପଂଚାୟତରContinue reading “ଗଜପତି ସୀମାରେ ଆନ୍ଧ୍ର-ଓଡିଶା ଗାଁବାସୀ ମୁହାଁମୁହିଁ : ସୀମାନ୍ତ ଗଙ୍ଗାବାଡ ପଂଟାୟତରେ ନଳକୂଳ ଖୋଳାକୁ ନେଇ ଉତ୍ତେଜନା; ସମାଧାନ ପାଇଁ ପ୍ରଶାସନର ପ୍ରସ୍ତୁତି”
Author Archives: Raghaba
ଡ୍ୟାମରେ ସେଲ୍ଫି ନେବା ହେଲା କାଳ : କାଂଶବାହାଲ ଡ୍ୟାମରେ ବୁଡି ୨ ଯୁବକଙ୍କ ମୃତ୍ୟୁ
କନକ ବ୍ୟୁରୋ : ପୁଣି ସେଲ୍ଫି ନେଲା ଜୀବନ । ଅସାବଧାନତା ହେତୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାଜଗାଙ୍ଗପୁର କଂଶବାହାଲ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଉରକେଲାରୁ ୫ ଜଣ ସାଙ୍ଗ କାଂଶବାହାଲ ଡ୍ୟାମ ବୁଲିବାକୁ ଆସିଥିଲେ । ଡ୍ୟାମ ଦେଖିବା ସହ ସେଲ୍ଫି ନେଉଥିଲେ । ତେବେ ସେଲ୍ଫି ନେବା ସମୟରେ ଅସାବଧାନତା ହେତୁ ଦୁଇ ଜଣ ପାଣି ଭିତରକୁ ଖସି ପଡିଥିଲେ । ସେମାନେ ହେଲେ ରାଉରକେଲା ଉଦିତନଗରContinue reading “ଡ୍ୟାମରେ ସେଲ୍ଫି ନେବା ହେଲା କାଳ : କାଂଶବାହାଲ ଡ୍ୟାମରେ ବୁଡି ୨ ଯୁବକଙ୍କ ମୃତ୍ୟୁ”
ଓଡିଶାର ୫ଟି ସହରରେ ଆରମ୍ଭ ହେଲା ଅକ୍ସିଜେନ କନସନଟ୍ରେଟର ହୋମ ଡେଲିଭରି : ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମିଳିପାରିବ ଘରେ
କନକ ବ୍ୟୁରୋ : ଓଡିଶାର ୫ଟି ସହରରେ ଘରେ ମିଳିବ ଅକ୍ସିଜେନ କନସେନଟ୍ରେଟର । ଓଡିଶାର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରର ସହରରେ ଏହି ସୁବିଧା ମିଳିବ । ଟୁଇଟ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଅକ୍ସିଜେନ ଖୋଜୁଥିବା ଲୋକଙ୍କୁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଟୁଇଟରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା କରୋନା ବିରୋଧୀ ଲଢେଇ ଓ ଆଗାମୀ କରୋନା ଲହରର ମୁକାବିଲାContinue reading “ଓଡିଶାର ୫ଟି ସହରରେ ଆରମ୍ଭ ହେଲା ଅକ୍ସିଜେନ କନସନଟ୍ରେଟର ହୋମ ଡେଲିଭରି : ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମିଳିପାରିବ ଘରେ”
ତୈଳଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି : କହିଲା, ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢୁଛି
କନକ ବ୍ୟୁରୋ : ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ପୁଣିଥରେ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, ବାରମ୍ବାର ତୈଳଦର ବୃଦ୍ଧି ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏକ ପ୍ରେସ ବିବୃତି ଜରିଆରେ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା କହିଛନ୍ତି, ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି । ମାତ୍ରାଧିକ ଟିକସ ଯୋଗୁଁ ଦରବୃଦ୍ଧି ହେଉଥିବା ଲକ୍ଷ୍ୟContinue reading “ତୈଳଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି : କହିଲା, ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢୁଛି”
ସଂକ୍ରମଣ ହାର କମିବା ପରେ ଦେଶରେ ଆରମ୍ଭ ହେଉଛି ଅନଲକ୍ ପ୍ରକ୍ରିୟା : ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆଜିଠାରୁ କୋହଳ ହେବ କଟକଣା
କନକ ବ୍ୟୁରୋ : ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଛି । ଦିଲ୍ଲୀ ପଜିଟିଭିଟି ହାର ଏକ ପ୍ରତିଶତରୁ କମ୍ ହୋଇ ଆସିଲାଣି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଆଜିଠାରୁ ଦିଲ୍ଲୀରେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ ଅଡ-ଇଭନ ଫର୍ମୁଲାରେ ମଲ୍ ଓ ମାର୍କେଟ୍ ଆଦି ଖୋଲିବ । ଦିଲ୍ଲୀରେ ୫୦୦ ତଳକୁ ଦୈନିକ ସଂକ୍ରମଣ ଖସି ଆସିଲାଣି । ପଜିଟିଭିଟିContinue reading “ସଂକ୍ରମଣ ହାର କମିବା ପରେ ଦେଶରେ ଆରମ୍ଭ ହେଉଛି ଅନଲକ୍ ପ୍ରକ୍ରିୟା : ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆଜିଠାରୁ କୋହଳ ହେବ କଟକଣା”
ଆଜିଠୁ ୪ ଦିନ ପ୍ରାକ୍-ମୌସୁମୀ ବର୍ଷା : ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ଭାରତରେ ସକ୍ରିୟ ହୋଇଯାଇଛି। ଫଳରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ ଓ ଅରୁଣାଞ୍ଚଳପ୍ରଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଏଥିସହ ରବିବାର ଦିନ କେନ୍ଦ୍ରୀୟ ଆରବସାଗରର ଆଉ କିଛି ଅଂଶ ସମେତ ମହାରାଷ୍ଟ୍ର, ସମ୍ପୂର୍ଣ୍ଣ କର୍ଣ୍ଣାଟକ ଓ ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି କିଛି ଅଂଶରେ ସୌସୁମୀ ସକ୍ରିୟ ହୋଇଛି। ଆଉ ୪ଦିନ ଭିତରେ ମୌସୁମୀ ଓଡ଼ିଶାମୁହାଁ ହେବ। ୧୧ ତାରିଖରେ ଉତ୍ତରContinue reading “ଆଜିଠୁ ୪ ଦିନ ପ୍ରାକ୍-ମୌସୁମୀ ବର୍ଷା : ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା”
ସିକ୍ୟୁରିଟିଗାର୍ଡ ଭରସାରେ ଚାଲିଛି ହସ୍ପିଟାଲ । ଗାଇସିଲଟ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ, ଯନ୍ତ୍ରଣାରେ ଛଟପଟ ପ୍ରସୂତୀଙ୍କୁ କରିବାକୁ ପଡେ ଘଂଟା ଘଂଟା ଅପେକ୍ଷା ।
କନକ ବ୍ୟୁରୋ : ସାମ୍ନାକୁ ଆସୁଛି ବରଗଡ ବିଜେପୁରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଜଣେ ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ଅଛନ୍ତି କେବଳ ଜଣେ ଆୟୁଷ ଡାକ୍ତର । ହସ୍ପିଟାଲରେ ଅଧିକାଂଶ ସମୟରେ ତାଲା ଝୁଲିଛି । ଫଳରେ ପ୍ରସବ ପାଇଁ ଆସିଥିବା ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଭିତରେ ଘଂଟାଘଂଟା ଅପେକ୍ଷା କରିବାକୁ ପଡୁଛି । ଡାକ୍ତରଖାନା ଅଛି, ରୋଗୀ ବି ଆସୁଛନ୍ତି । କିନ୍ତୁ ରୋଗୀ ସେବା ଯୋଗାଇବାକୁContinue reading “ସିକ୍ୟୁରିଟିଗାର୍ଡ ଭରସାରେ ଚାଲିଛି ହସ୍ପିଟାଲ । ଗାଇସିଲଟ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ, ଯନ୍ତ୍ରଣାରେ ଛଟପଟ ପ୍ରସୂତୀଙ୍କୁ କରିବାକୁ ପଡେ ଘଂଟା ଘଂଟା ଅପେକ୍ଷା ।”
ସମ ଅଲଟିମେଟ ହସ୍ପିଟାଲରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଦିବ୍ୟ ରଞ୍ଜନ ବେହେରା । ସହାୟତାର ହାତ ବଢାଇବାକୁ ଅନୁରୋଧ କଲେ ପରିବାର ଲୋକେ ।
କନକ ବ୍ୟୁରୋ: କରୋନାରୁ ସୁସ୍ଥ ହେବା ପରେ ସାଙ୍ଘାତିକ ହେଉଛି ସ୍ୱାସ୍ଥ୍ୟାବସ୍ଥା, ବିଗୁଡୁଛି ସ୍ଥିତି । ଗତ କିଛି ଦିନ ଧରି ଦୁଇ ତିନିଟି ଘଟଣା ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟବସ୍ଥା ଏତେ ସଙ୍ଗୀନ ହେଉଛି ଯେ ଜଟିଳ ରୋଗର ଚିକିତ୍ସା ପାଇଁ ଲୋଡା ପଡୁଛି ଅଧିକ ଅର୍ଥ, ଯିବାକୁ ପଡୁଛି ବାହାର ରାଜ୍ୟର ବଡ ବଡ ହସ୍ପିଟାଲକୁ । ଅମ୍ରିତ ପ୍ରଧାନଙ୍କ ଚିକିତ୍ସା ପାଇଁ ଯେତେବେଳେ ଚେନ୍ନାଇ ଆପୋଲୋ ହସ୍ପିଟାଲ ନିଆଗଲା ସେତେବେଳେ ଅଧିକContinue reading “ସମ ଅଲଟିମେଟ ହସ୍ପିଟାଲରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଦିବ୍ୟ ରଞ୍ଜନ ବେହେରା । ସହାୟତାର ହାତ ବଢାଇବାକୁ ଅନୁରୋଧ କଲେ ପରିବାର ଲୋକେ ।”
ରାଜ୍ୟପାଳଙ୍କ ଉପରେ କହିଲେ ଟିଏମସି ସାଂସଦ ମହୁଆ ମୈତ୍ରା “ ଅଙ୍କଲ,ତୁମେ ତୁମର ପୁରା ଗାଁ ଓ ଖାନଦାନକୁ ରାଜଭବନ ନେଇ ଆସ”
କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧନଖଡେଙ୍କ ଉପରେ କିଛିଦିନ ତଳେ ତାଙ୍କ ରାଜଭବନର ଓଏସଡି ପଦ ପାଇଁ ଖାଲି ପଡିଥିବା ପଦରେ ତାଙ୍କ ପରିବାର ଓ ସଂପର୍କୀୟଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା ଏହାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରା ଆଜି କିଛି ଏମିତି ବୟାନ ଦେଇଛନ୍ତି ଯାହା କି ରାଜ୍ୟସରକାର ଓ ସେଠିକାର ରାଜ୍ୟପାଳଙ୍କ ଭିତରେ ଥିବା ସଂପର୍କକୁ ପଦାରେ ପକାଇଛି । ମହୁଆ କହିଛନ୍ତି କି, ଅଙ୍କଲ, ତୁମେContinue reading “ରାଜ୍ୟପାଳଙ୍କ ଉପରେ କହିଲେ ଟିଏମସି ସାଂସଦ ମହୁଆ ମୈତ୍ରା “ ଅଙ୍କଲ,ତୁମେ ତୁମର ପୁରା ଗାଁ ଓ ଖାନଦାନକୁ ରାଜଭବନ ନେଇ ଆସ””
କଟକ ଜମାଟୋ ଗର୍ଲ ବିଷ୍ଣୁପ୍ରିୟା…ଜମାଟୋରେ ଖାଦ୍ୟ ଯୋଗାଇ ଉପାର୍ଜନ କରନ୍ତି ଟଙ୍କା । ପରିବାର ଚଳାଇବା ସହ ଶୈଳବାଳା କଲେଜରେ ପଢୁଛନ୍ତି ଯୁକ୍ତ ୨ ବିଜ୍ଞାନ ପାଠ ।
କନକ ବ୍ୟୁରୋ : ଚର୍ଚ୍ଚାରେ କଟକର ଜମାଟୋ ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ । ବିଷ୍ଣୁପ୍ରିୟା ଏବେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ର୍ରେରଣା । ମାତ୍ର ୧୮ ବର୍ଷ ବୟସରେ ସେ ନିଜେ ପାଠ ପଢିବା ସହ ଜମାଟୋରେ ପାର୍ଟ ଟାଇମ କାମ କରି ପରିବାର ଚଳାଉଛନ୍ତି । ନିଜ ବାପାଙ୍କ ଗାଡିରେ ଖାଦ୍ୟ ଡେଲିଭରି କରି ସେ କଟକରେ ପ୍ରଶଂସା ସାଉଁଟିଛନ୍ତି । ଦେହରେ ଜମାଟୋ ସଂସ୍ଥାର ପୋଷାକ, କାନ୍ଧରେ ଖାଦ୍ୟ ଥିବା ବ୍ୟାଗ, ହାତରେ ବାଇକContinue reading “କଟକ ଜମାଟୋ ଗର୍ଲ ବିଷ୍ଣୁପ୍ରିୟା…ଜମାଟୋରେ ଖାଦ୍ୟ ଯୋଗାଇ ଉପାର୍ଜନ କରନ୍ତି ଟଙ୍କା । ପରିବାର ଚଳାଇବା ସହ ଶୈଳବାଳା କଲେଜରେ ପଢୁଛନ୍ତି ଯୁକ୍ତ ୨ ବିଜ୍ଞାନ ପାଠ ।”