ମୟୂରଭଞ୍ଜରେ ବାଲେଶ୍ୱର ଜିଲ୍ଲାର ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ । କାର୍ ସାଇଡମରାକୁ କେନ୍ଦ୍ର କରି କାରରୁ ଘୋଷାରି ଆଣି ୪ ଯୁବକ ପିଟିଥିବା ସନ୍ଦେହ ।

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଗାଁରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଂଜିତ ପ୍ରଧାନ । ନୁଆସାହି ସ୍ଥିତ ଶ୍ୱଶୁର ଘର ନିକଟରେ କାର ସାଇଡ ମରାକୁ ନେଇ ୪ଜଣ ଯୁବକଙ୍କ ସହ ରଂଜିତଙ୍କର ଯୁକ୍ତିତର୍କ ହୋଇଥିଲା ।ଯୁକ୍ତିତର୍କ ଏତେ ବଢ଼ିContinue reading “ମୟୂରଭଞ୍ଜରେ ବାଲେଶ୍ୱର ଜିଲ୍ଲାର ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ । କାର୍ ସାଇଡମରାକୁ କେନ୍ଦ୍ର କରି କାରରୁ ଘୋଷାରି ଆଣି ୪ ଯୁବକ ପିଟିଥିବା ସନ୍ଦେହ ।”

ଅନଲାଇନରେ ଟିକା ପାଇଁ ପଞ୍ଜିକରଣ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ନଚେତ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ।

କନକ ବ୍ୟୁରୋ: ଅନଲାଇନରେ ଟିକା ପାଇଁ ପଞ୍ଜିକରଣ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ନଚେତ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । କାରଣ ବଜାରରେ ବୁଲୁଛି ନକଲି ଆପ । ସରକାରଙ୍କ କୋୱିନ ଆପ ଭଳି ନକଲି ଆପ ତିଆରି କରିଛନ୍ତି ଅନଲାଇନ ଠକ । ଆଉ ଏହି ଆପ ଜରିଆରେ ଲୋକଙ୍କୁ ସ୍ଲଟ ଦେବା ବାହାନାରେ ଫସାଉଛନ୍ତି । ତା ପରେ ଆଖି ପିଛୁଳାକେ ଟଙ୍କା ଗାଏବ କରିଦେଉଛନ୍ତି । କରୋନାContinue reading “ଅନଲାଇନରେ ଟିକା ପାଇଁ ପଞ୍ଜିକରଣ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ନଚେତ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ।”

ଡୁମଡୁମାରେ ବୋହୂକୁ ମାଡ଼ ଘଟଣାରେ ପୋଲିସ ନିଷ୍କ୍ରିୟତାର ପ୍ରତିବାଦ । ଶାଶୁ ଘର ଆଗରେ ଶତାଧିକ ଲୋକଙ୍କୁ ନେଇ ଧାରଣା ଦେଲେ ବୋହୂ ବିଷ୍ଣୁପ୍ରିୟା । ଗତ ୨ ତାରିଖରେ ମାଡ ମାରିଥିଲେ ଶଶ୍ୱୁର ଓ ଦେଢ଼ଶୁର

କନକ ବ୍ୟୁରୋ : ଶ୍ୱଶୂର ଓ ଦେଢଶୂର ମାଡ ମାରିବା ଘଟଣାରେ ୪ ଦିନ ପରେ ନ୍ୟାୟ ପାଇଁ ବୋହୂର ଧାରଣା । ବୋହୂଙ୍କୁ ମାଡମାରି ଦେଢଶୂର ଗିରଫ ହୋଇଥିବାବେଳେ ଜାମିନରେ ମୁକୁଳିଛନ୍ତି । ହେଲେ ପୋଲିସ କୋହଳ ଦଫା ଲଗାଇଥିବାରୁ ଜାମିନ ମିଳିଗଲା ବୋଲି ଅଭିଯୋଗ କରି ଆଜି ଶତାଧିକ ଲୋକଙ୍କୁ ଧରି ଶ୍ୱଶୂର ଘର ଆଗରେ ଧାରଣା ଦେଇଛନ୍ତି ପୀଡିତା ବିଷ୍ଣୁପ୍ରିୟା । ସ୍ୱାମୀଙ୍କ ବିବହା ଅନ୍ୟତ୍ର ହେଉଥିବା ଖବର ପାଇ ଗତ ଶୁକ୍ରବାରContinue reading “ଡୁମଡୁମାରେ ବୋହୂକୁ ମାଡ଼ ଘଟଣାରେ ପୋଲିସ ନିଷ୍କ୍ରିୟତାର ପ୍ରତିବାଦ । ଶାଶୁ ଘର ଆଗରେ ଶତାଧିକ ଲୋକଙ୍କୁ ନେଇ ଧାରଣା ଦେଲେ ବୋହୂ ବିଷ୍ଣୁପ୍ରିୟା । ଗତ ୨ ତାରିଖରେ ମାଡ ମାରିଥିଲେ ଶଶ୍ୱୁର ଓ ଦେଢ଼ଶୁର”

ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ବଲିଉଡ ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଆଜି ସକାଳେ ନିଶ୍ୱାସ ନେବାରେ ଅସୁବିଧା ଅନଭବ ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ତାଙ୍କ ଚିକିତ୍ସା ଜାରି ରହିଛି । କିଛି ମାସ ପୂର୍ବରୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ହେଲେ ପରେContinue reading “ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ।”

ପୁତୁରାକୁ ଉତରାଧିକାରୀ କରିବା ନେଇ ଜୋର ଧରିଲା ଆକଳନ । ଅଭିଷେକ ବାନାର୍ଜିଙ୍କୁ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ କଲେ ମମତା ବାନାର୍ଜି

କନକ ବ୍ୟୁରୋ : ପୁତୁରା ଅଭିଷେକ ବାନାର୍ଜୀଙ୍କୁ ନିଜର ଉତରାଧିକାରୀ କରିପାରନ୍ତି ମମତା ବାନାର୍ଜୀ । ଦୀର୍ଘଦିନ ଧରି ଏହି ଚର୍ଚ୍ଚା ଲାଗି ରହିଥିବାବେଳେ, ଦଳ ଭିତରେ ତାଙ୍କର ପଦୋନ୍ନତି ହୋଇଛି । ପ୍ରଥମଥର ପାଇଁ ପୁତୁରା ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ନିଯୁକ୍ତ କରିଛନ୍ତି ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦଳର ଭିତରେ ତାଙ୍କର ଏହି ପଦୋନ୍ନତିକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତିContinue reading “ପୁତୁରାକୁ ଉତରାଧିକାରୀ କରିବା ନେଇ ଜୋର ଧରିଲା ଆକଳନ । ଅଭିଷେକ ବାନାର୍ଜିଙ୍କୁ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ କଲେ ମମତା ବାନାର୍ଜି”

ଦେଶରେ କମୁଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ୧,୧୪,୪୬୦ ନୂଆ ପଜିଟିଭ ଚିହ୍ନଟ, ୨,୬୭୭ମୃତ । ସେପଟେ ରାଜ୍ୟରେ ସାମାନ୍ୟ ଆଶ୍ୱସ୍ତି ଆଣିଦେଲା ସଂକ୍ରମଣ 

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ୨୪ ଘଂଟାରେ ୧ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୨ ହଜାର ୬୭୭ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୯ ହଜାର ୩୩୯ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ଜଣContinue reading “ଦେଶରେ କମୁଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ୧,୧୪,୪୬୦ ନୂଆ ପଜିଟିଭ ଚିହ୍ନଟ, ୨,୬୭୭ମୃତ । ସେପଟେ ରାଜ୍ୟରେ ସାମାନ୍ୟ ଆଶ୍ୱସ୍ତି ଆଣିଦେଲା ସଂକ୍ରମଣ “

ଅମାନିଆ ଟ୍ୱିଟରକୁ ଚୁଡ଼ାନ୍ତ ନୋଟିସ ଦେଲେ କେନ୍ଦ୍ର ସରକାର । ନିୟମ ପାଳନ ନକଲେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଟ୍ୱିଟର ଭିତରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ଶୀତଳ ଯୁଦ୍ଧ । ଏହି ଯୁଦ୍ଧ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲ୍ୟୁଟିକ୍ ହଟାଇବାକୁ ନେଇ । ଶନିବାର ସକାଳୁ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ପ୍ରୋଫାଇଲରୁ ବ୍ଲ୍ୟୁଟିକ୍ ଉଠାଇ ଦିଆଯାଇଥିଲା । ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲ୍ୟୁଟିକ୍ ହଟାଇଥିଲା ଟ୍ୱିଟର । ଅମାନିଆ ଟ୍ୱିଟରକୁ ଚୁଡ଼ାନ୍ତ ନୋଟିସ ଦେଲେ କେନ୍ଦ୍ର ସରକାରContinue reading “ଅମାନିଆ ଟ୍ୱିଟରକୁ ଚୁଡ଼ାନ୍ତ ନୋଟିସ ଦେଲେ କେନ୍ଦ୍ର ସରକାର । ନିୟମ ପାଳନ ନକଲେ ହେବ କାର୍ଯ୍ୟାନୁଷ୍ଠାନ”

କରୋନା ଟିକାକୁ ନେଇ ଚମକାଇ ଦେଲା ଭଳି ଲ୍ୟାନସେଟ ରିପୋର୍ଟ । ସ୍ୱାସ୍ଥ୍ୟ ପତ୍ରିକା କହିଲା, ଭାରତ ପ୍ରଜାତି ଭୂତାଣୁ ବିରୋଧରେ ସୁରକ୍ଷା ଦେଇପାରିବ ତୃତୀୟ ଡୋଜ୍

କନକ ବ୍ୟୁରୋ : କରୋନା ବିରୋଧୀ ଟିକାର ଦୁଇଟି ଡୋଜ୍ ନେଇଥିବା ବୟସ୍କଙ୍କୁ ତୃତୀୟ ଡୋଜ୍ ଆବଶ୍ୟକ ହୋଇପାରେ । ସ୍ୱାସ୍ଥ୍ୟ ସଂପର୍କିତ ଅନ୍ତର୍ଜାତୀୟ ପତ୍ରିକା ‘ଲାନସେଟ୍’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା ଭାରତ ପ୍ରଜାତିର ଭୂତାଣୁ ‘ଡେଲଟା’ ବିରୋଧରେ ସୁରକ୍ଷା ପାଇଁ କରୋନା ଟିକାର ଏକ ତୃତୀୟ ଡୋଜ୍ ଆବଶ୍ୟକ ହେବ । ଯଦିଓ ଆମେରିକା ପ୍ରସ୍ତୁତ ଫାଇଜର ଟିକା ବାବଦରେ ଏହି ତଥ୍ୟ ଦିଆଯାଇଛି । ଅର୍ଥାତContinue reading “କରୋନା ଟିକାକୁ ନେଇ ଚମକାଇ ଦେଲା ଭଳି ଲ୍ୟାନସେଟ ରିପୋର୍ଟ । ସ୍ୱାସ୍ଥ୍ୟ ପତ୍ରିକା କହିଲା, ଭାରତ ପ୍ରଜାତି ଭୂତାଣୁ ବିରୋଧରେ ସୁରକ୍ଷା ଦେଇପାରିବ ତୃତୀୟ ଡୋଜ୍”

ସାମାନ୍ୟ ଆଶ୍ୱସ୍ତି ଆଣିଦେଲା ୨୪ ଘଣ୍ଟାର ସଂକ୍ରମଣ । ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁ ହାର

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭ହଜାର ୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୯୨୧ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୩ ହଜାର ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୧୧ଶହ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣ ହାତ କମିବାContinue reading “ସାମାନ୍ୟ ଆଶ୍ୱସ୍ତି ଆଣିଦେଲା ୨୪ ଘଣ୍ଟାର ସଂକ୍ରମଣ । ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁ ହାର”

ପ୍ରଥମ ଡୋଜ ନେଇଥିଲେ କୋୱିନ ପୋର୍ଟଲାରେ ସ୍ଲଟ ବୁକ ନକରି ବି ନେଇପାରିବେ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ସ୍ଥାନରେ ମିଳିବ ଦ୍ୱିତୀୟ ଡୋଜ ଟିକା

କନକ ବ୍ୟୁରୋ : ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି । ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକାContinue reading “ପ୍ରଥମ ଡୋଜ ନେଇଥିଲେ କୋୱିନ ପୋର୍ଟଲାରେ ସ୍ଲଟ ବୁକ ନକରି ବି ନେଇପାରିବେ ଦ୍ୱିତୀୟ ଡୋଜ । ପ୍ରଥମ ଡୋଜ ନେଇଥିବା ସ୍ଥାନରେ ମିଳିବ ଦ୍ୱିତୀୟ ଡୋଜ ଟିକା”

Design a site like this with WordPress.com
Get started