ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ

କନକ ବ୍ୟୁରୋ : ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସଷ୍ଟି ହେବ । ତାପରେ ସମଗ୍ର ପୂର୍ବ ଭାରତରେ ମୌସୁମୀ ଆସିବ ।ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଆସନ୍ତା ୮ ତାରିଖରେ ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତର-ପୂର୍ବ ବଙ୍ଗୋପସାରଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୧ ତାରିଖContinue reading “ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ”

ରଜ ପରେ ଓଡିଶାରେ ହଟିବ କି କଟକଣା? ସଂକ୍ରମଣ କମିବା ପରେ ଦିଲ୍ଲୀରେ ସୋମବାରଠୁ ହଟିବ କରୋନା କଟକଣା 

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ସଂକ୍ରମଣ ହାର କମୁଛି । ଟିକାକରଣ ମଧ୍ୟ ସେହି ପରିମାଣରେ ଜୋରଦାର ଚାଲିଛି । କରୋନା ଚେନକୁ ଭାଙ୍ଗିବା ପାଇଁ ଲକଡାଉନ୍ କଟକଣା କଡାକଡି ଭାବେ ପାଳନ ହେଉଛି । ତେବେ ସଂକ୍ରମଣ କମିବା ପରେ ଅନ୍ୟ ରାଜ୍ୟଗୁଡିକ ତାଲାବନ୍ଦ କଟକଣାକୁ ହଟାଇବାକୁ ନିସ୍ପତ୍ତି ନେଇଛନ୍ତି । ସେହି କ୍ରମରେ ଓଡିଶାରେ ସଂକ୍ରମଣ ହାର କମୁଥିବାରୁ ଲକଡାଉନ୍ ରଜ ପରେ ହଟିବ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନContinue reading “ରଜ ପରେ ଓଡିଶାରେ ହଟିବ କି କଟକଣା? ସଂକ୍ରମଣ କମିବା ପରେ ଦିଲ୍ଲୀରେ ସୋମବାରଠୁ ହଟିବ କରୋନା କଟକଣା “

ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ପ୍ରଭାବିତ ୪ଜିଲ୍ଲାକୁ କରିବେ ଗସ୍ତ

କନକ ବ୍ୟୁରୋ : ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଆସିବେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଆସିବ । ଏଥିରେ କେନ୍ଦ୍ରରୁ ୭ଜଣ ସଦସ୍ୟ ଆସିବେ । ସେମାନେ ବାତ୍ୟାୟ ପ୍ରଭାବିତ ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ସୋମବାର ଓ ମଙ୍ଗଳବାର ସେମାନେ ପର୍ଯ୍ୟାୟ କ୍ରମେ ଏସବୁ ଜିଲ୍ଲାକୁ ଗସ୍ତContinue reading “ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ପ୍ରଭାବିତ ୪ଜିଲ୍ଲାକୁ କରିବେ ଗସ୍ତ”

ବାକି ଥିବା ୨୨ ଜିଲ୍ଲାରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା । ଜୁନ୍ ମାସରେ ଟିକା ଦେବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

କନକ ବ୍ୟୁରୋ : ରାଜ୍ୟରେ ପହଁଚିଛି ୨ ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା । ୧୮ରୁ ୪୪ ବର୍ଷ ବର୍ଗକୁ ଦିଆଯିବ ଏହି ଟିକା । ଏପଟେ ଜିଲ୍ଲାପାଳ, ମୁନିସିପାଲ୍ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବାକି ୨୨ ଜିଲ୍ଲା ମୁଖ୍ୟାଳୟରେ ୧୮ରୁ ୪୪ ବର୍ଷ ବର୍ଗ ବ୍ୟକ୍ତିଙ୍କୁ ଜୁନ ମାସରେ ପ୍ରଥମ ଡୋଜ୍ ଟିକା ଦିଆଯିବ । ଏଥିପାଇଁ ପ୍ରସ୍ତୁତContinue reading “ବାକି ଥିବା ୨୨ ଜିଲ୍ଲାରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା । ଜୁନ୍ ମାସରେ ଟିକା ଦେବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି”

କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବଢୁଛି ବିବାଦ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟ୍ୟାଗ ହଟାଇ ପୁଣି ଯୋଡିଲା ଟୁଇଟର

କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଟ୍ୱିଟର ଭିତରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ଶୀତଳ ଯୁଦ୍ଧ । ଏହି ଯୁଦ୍ଧ ବ୍ୟକ୍ତିଗତ ଟ୍ୱିଟର ଆକାଉଁଟ୍ରୁ ବ୍ଲ୍ୟୁଟିକ୍ ହଟାଇବାକୁ ନେଇ । ଶନିବାର ସକାଳୁ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ପ୍ରୋପାଇଲରୁ ବ୍ଲ୍ୟୁଟିକ୍ ଉଠାଇ ଦିଆଯାଇଥିଲା । ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲ୍ୟୁଟିକ୍ ହଟାଇଥିଲା ଟ୍ୱିଟର । ତେବେ ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟ ଅନଧିକୃତ ହେବାର ୨ଘଂଟା ପରେContinue reading “କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବଢୁଛି ବିବାଦ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟ୍ୟାଗ ହଟାଇ ପୁଣି ଯୋଡିଲା ଟୁଇଟର”

ଟିକାକରଣ ସାର୍ଟିଫିକେଟରେ ଫଟୋକୁ ନେଇ ନୂଆ ବିବାଦ । ମୋଦିଙ୍କ ଫଟୋ ବଦଳରେ ମମତାଙ୍କ ଫଟୋ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ।

କନକ ବ୍ୟୁରୋ: କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଏବେ ପଶ୍ଚିମବଙ୍ଗ ସରକାର ନିଷ୍ପତି ନେଇଛନ୍ତି, ରାଜ୍ୟ ତରଫରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଥିବା ସାର୍ଟିଫିକେଟ ଦିଆଯିବ । ଆଗାମୀ ଦିନରେ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ବୟସକଙ୍କୁ ଟିକା ଦେବା ପରେ ମମତାଙ୍କ ଫଟୋ ଥିବା ପ୍ରମାଣପତ୍ର ଦେବାକୁ ନିଷ୍ପତିContinue reading “ଟିକାକରଣ ସାର୍ଟିଫିକେଟରେ ଫଟୋକୁ ନେଇ ନୂଆ ବିବାଦ । ମୋଦିଙ୍କ ଫଟୋ ବଦଳରେ ମମତାଙ୍କ ଫଟୋ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ।”

ଓଡିଶାର ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ଓଡିଆ ଭାଷାର ସିନେମା ‘ଦ ମାଉଣ୍ଟେନ ମ୍ୟାନ’ ।

କନକ ବ୍ୟୁରୋ: ଓଡିଶାର ହକିପ୍ରେମୀଙ୍କ ପାଇଁ ଭଲ ଖବର , ତା ସହ ଓଡିଆ ଫିଲ୍ମ ଜଗତ ପାଇଁ  ମଧ୍ୟ ଏକ ଖୁସିର ଖବର  । କାରଣ ଓଡିଶା ତଥା ଓଡିଆ ଭାଷାର ପ୍ରଥମ ସିନେମା ଭାବରେ ‘ଦ ମାଉଣ୍ଟେନ ମ୍ୟାନ’ ଓଟିିଟି ପ୍ଲାଟଫର୍ମରେ ଶୁକ୍ରବାର ରିଲିଜ ହୋଇଛି । ଏହି ସିନେମାଟି ଡିଜିନି ପ୍ଲସ୍ ହଟଷ୍ଟାର ଓଟିିଟି ପ୍ଲାଟଫର୍ମରେ ରିଲିଜ ହୋଇଛିି । ୨୦୧୮ରେ ଓଡିଶାରେ ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା ଏବଂ ଏହି ବିଶ୍ୱକପContinue reading “ଓଡିଶାର ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ଓଡିଆ ଭାଷାର ସିନେମା ‘ଦ ମାଉଣ୍ଟେନ ମ୍ୟାନ’ ।”

କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ପ୍ରଧାମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ବୀମା କମ୍ପାନୀ ମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ଆସୁଥିବା କ୍ଲେମଗୁଡିକୁ ତୁରନ୍ତ ସମାଧାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସୀତାରମଣ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଏପର୍ଯ୍ୟନ୍ତ ୪୧୯ ଟିContinue reading “କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ”

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଗଠନ ହେଲା କମିଟି । ୧୪ ଜଣିଆ କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ସ୍ୱତନ୍ତ୍ର କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ଆଜି ସିଏଚଏସଇ ଦ୍ୱାରା ଗଠନ ହୋଇଛି । ଏହି କମିଟି ବିଭିନ୍ନ ଦିଗକୁ ତର୍ଜମା କରିବା ସହିତ ପିଲାମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ଏବଂ ଯୁକ୍ତ ଦୁଇ ଫଳ କିଭଳି ପ୍ରକାଶ ପାଇବ ସେନେଇ ପରାମର୍ଶ ଦେବ । ଏହି କମିଟିରେ ମାଧ୍ୟମିକContinue reading “ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଗଠନ ହେଲା କମିଟି । ୧୪ ଜଣିଆ କମିଟି ଗଠନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।”

ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।

କନକ ବ୍ୟୁରୋ: ଜାତୀୟ ପରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ବୁର୍ଲା ଭୀମସାରରେ ଚିିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ଗତ ୧୦ ଦିନ ଧରି ଆଇସିୟୁ ଚିକିତ୍ସିତ ହେଉଥିଲେ ଆଉ ଆଜି ବିଳମ୍ବିତ ରାତି ୩ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଛି । ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା । ହୁଏତ ଓଡିଶାର ଅନେକ ଲୋକ ତାଙ୍କୁ ଜାଣି ନଥିବେContinue reading “ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।”

Design a site like this with WordPress.com
Get started