ଦମ୍ପତିଙ୍କୁ ଘେରିଲା ଅହିରାଜ : ଘଂଟାଏ ଧରି ଦୁଆର ମୁହଁରେ ଫଣା ଟେକି ରହିବାରୁ ଝରକା ଭାଙ୍ଗି ବାହାରିଲେ ଦମ୍ପତି; ବିଷଧର ସାପକୁ ଧରିବା ପାଇଁ ସ୍ୱାମୀଙ୍କ ସହ ପହଂଚିଲେ ସ୍ତ୍ରୀ ସସ୍ମିତା

କନକ ବ୍ୟୁରୋ : ସ୍ୱାମୀଙ୍କ ସହ ଗଲେ, ବିଷଧର ସାପ ଧରିଲେ । ମୟୁରଭଞ୍ଜ ଜିଲ୍ଲା ପିଠାବଟା ରେଞ୍ଜର ଲୁଲୁଙ୍ଗ ଗେଟ୍ ନିକଟରେ ଏକ ଘରୋଇ ପାନ୍ଥ ନିବାସରେ ବିଷଧର ଅହିରାଜ ସାପ ପଶିଥିବା ଶୁଣିବା ପରେ ସେଠାରେ ପହଂଚିଥିଲେ କୃଷ୍ଣଚନ୍ଦ୍ର । ସାଙ୍ଗରେ ଯାଇଥିଲେ ତାଙ୍କ ପତ୍ନୀ ସସ୍ମିତା । ସ୍ୱାମୀ, ସ୍ତ୍ରୀ ବେଶ ସତର୍କତାର ସହିତ ପ୍ରାୟ ୪ ବର୍ଷ ବୟସ୍କ ଏକ ୮ ଫୁଟିଆ ଅହିରାଜ ସାପକୁ କାବୁ କରିଥିଲେ । ପରେContinue reading “ଦମ୍ପତିଙ୍କୁ ଘେରିଲା ଅହିରାଜ : ଘଂଟାଏ ଧରି ଦୁଆର ମୁହଁରେ ଫଣା ଟେକି ରହିବାରୁ ଝରକା ଭାଙ୍ଗି ବାହାରିଲେ ଦମ୍ପତି; ବିଷଧର ସାପକୁ ଧରିବା ପାଇଁ ସ୍ୱାମୀଙ୍କ ସହ ପହଂଚିଲେ ସ୍ତ୍ରୀ ସସ୍ମିତା”

୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି : ଯୁକ୍ତ ୨ ମୂଲ୍ୟାୟନ ନେଇ ବାହାରିବ ବାଟ

କନକ ବ୍ୟୁରୋ : ଯୁକ୍ତ ୨ ପରୀକ୍ଷା ବାତିଲକୁ ନେଇ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା । କହିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ଏହା ପରେ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେୁଁ ସମୟରେ ବାହାରିବContinue reading “୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି : ଯୁକ୍ତ ୨ ମୂଲ୍ୟାୟନ ନେଇ ବାହାରିବ ବାଟ”

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ‘ବ୍ଲୁ ଟିକ୍‌’ ଉଠାଇ ଦେଲା ‘ଟୁଇଟର୍‌’ । ହେଲେ କାହିଁକି? ଜାଣନ୍ତୁ…

ଶନିବାର ଦିନ ‘ଟୁଇଟର୍‌’ ଭାରତର ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍‌ ହ୍ୟାଣ୍ଡଲ୍‌ରୁ ‘ବ୍ଲୁ ବ୍ୟାଜ୍’ ବା ‘ ବ୍ଲୁ ଟିକ୍‌’ ସଙ୍କେତ ଉଠାଇ ଦେବାର କିଛି ଘଣ୍ଟା ପରେ ପୁଣି ତାହା ଲଗାଇ ଦେଇଛି । ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘ଟୁଇଟର୍‌’ କହିଛି ଯେ, ‘ଲଗ୍‌ଇନ୍‌’ କରିବାରେ ଦୀର୍ଘ ଦିନ ବ୍ୟବଧାନ ରହିବା କାରଣୁ ‘ବ୍ଲୁ ଟିକ୍‌’ ଉଠିଯାଇଥିଲା । କିନ୍ତୁ, ୯.୩ ଲକ୍ଷ ଅନୁଗାମୀ ଥିବା ଉପରାଷ୍ଟ୍ରପତିଙ୍କ ସରକାରୀ ହ୍ୟାଣ୍ଡଲ୍‌ରେ ‘ବ୍ଲୁ ଟିକ୍‌’Continue reading “ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ‘ବ୍ଲୁ ଟିକ୍‌’ ଉଠାଇ ଦେଲା ‘ଟୁଇଟର୍‌’ । ହେଲେ କାହିଁକି? ଜାଣନ୍ତୁ…”

୨ମାସର ନିମ୍ନ ସ୍ତରରେ କରୋନାର ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ଦେଶରେ ୧ଲକ୍ଷ ୨୦ ହଜାର ୫୨୯ ନୂଆ ସଂକ୍ରମିତ, ୩ ହଜାର ୩୮୦ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୨ ଲକ୍ଷରୁ ସାମାନ୍ୟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ପୁଣି ୩ ହଜାର ଟପିଯାଇଛି। ଗତ ୫୮ ଦିନ ମଧ୍ୟରେ ଆଜି ହେଉଛି ସର୍ବନିମ୍ନ ଦୈନିକ ସଂକ୍ରମଣ ରିପୋର୍ଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୨୦,୫୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁContinue reading “୨ମାସର ନିମ୍ନ ସ୍ତରରେ କରୋନାର ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ଦେଶରେ ୧ଲକ୍ଷ ୨୦ ହଜାର ୫୨୯ ନୂଆ ସଂକ୍ରମିତ, ୩ ହଜାର ୩୮୦ ମୃତ”

କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା : ଭର୍ଚୁଆଲ ମୋଡରେ ସ୍ୱତନ୍ତ୍ର ୱେବସାଇଟର ଉଦଘାଟନ କଲେ ଅର୍ଥମନ୍ତ୍ରୀ 

କନକ ବ୍ୟୁରୋ : କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା । ଏଥିପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ଭର୍ଚ୍ଚୁଆଲ ମୋଡରେ ଏକ ସ୍ୱତନ୍ତ୍ର ୱେବସାଇଟର ଉନ୍ମୋଚନ କରିଛନ୍ତି । http://www.opid.odisha.gov.inନାଁରେ ଏହି ୱେବସାଇଟର ଆରମ୍ଭ କରାଯାଇଛି । ବିଭିନ୍ନ ଆର୍ଥିକ ସଂସ୍ଥାଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଜମାରାଶିର ପରିମାଣ ଜାଣିବା ପାଇଁ ଏହି ସେବା ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇ-ଟେକ୍‌ ଇଷ୍ଟେଟ୍‌ସ୍‌ ଓ ପ୍ରମୋଟର୍ସ୍‌ ପ୍ରାଇଭେଟ୍‌Continue reading “କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଅନଲାଇନ ବ୍ୟବସ୍ଥା : ଭର୍ଚୁଆଲ ମୋଡରେ ସ୍ୱତନ୍ତ୍ର ୱେବସାଇଟର ଉଦଘାଟନ କଲେ ଅର୍ଥମନ୍ତ୍ରୀ “

ଟ୍ରମ୍ପଙ୍କୁ ବଡ ଝଟକା! ଦୁଇ ବର୍ଷ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବାତିଲ କଲା ‘ଫେସବୁକ୍’

ଶୁକ୍ରବାର ଦିନ ‘ଫେସ୍‌ବୁକ୍‌’ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଅନ୍ୟୂନ ଜାନୁଆରି ୨୦୨୩ ପର୍ଯ୍ୟନ୍ତ ବାତିଲ କରିଛି। ଭବିଷ୍ୟତରେ ନିୟମ ଭଙ୍ଗକାରୀ ବିଶ୍ବ ନେତାଙ୍କ ପ୍ରତି କମ୍ପାନି କି ଭଳି ଆଚରଣ କରିବ ଉପରୋକ୍ତ ନିଷ୍ପତ୍ତି ତା’ର ନିଦର୍ଶନ ବୋଲି ମନେହେଉଛି। ମେ ମାସରେ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ର ସ୍ବାଧୀନ ତଦନ୍ତକାରୀ ବୋର୍ଡ ଡୋନାଲ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରାଯାଇଥିବା ନିଷ୍ପତ୍ତିକୁ କାଏମ ରଖିଥିଲା। ଜାନୁଆରି ୬ ତାରିଖ ଦିନ ‘ୟୁଏସ୍‌ କ୍ୟାପିଟଲ୍‌’Continue reading “ଟ୍ରମ୍ପଙ୍କୁ ବଡ ଝଟକା! ଦୁଇ ବର୍ଷ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବାତିଲ କଲା ‘ଫେସବୁକ୍’”

କୋଭିଡ ହସ୍ପିଟାଲରେ କେମିତି ନିଆଯାଉଛି ଆକ୍ରାନ୍ତଙ୍କ ଯତ୍ନ ? ଆସିଲା ଚମତ୍କାର ଚିତ୍ର, ପିପିଇ କିଟ ପିନ୍ଧି ରୋଗୀଙ୍କୁ ସେଭିଂ କରିବାଠୁ ଆରମ୍ଭ କରି ତେଲ ଲଗାଇବା ଓ ବେଣୀ ପକାଇବା କାମ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ : ଏଭଳି ଏକ ଦୃଶ୍ୟ, ଯାହା ଆପଣ ଆଗରୁ କେବେ ଦେଖିନଥିବେ । ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି । ଏପରିକି ଥରେ କରୋନା ହସ୍ପିଟାଲରେ ଭର୍ତିହେଲେ, ଆତ୍ମୀୟଙ୍କ ପାଖରେ ଆଉ କୌଣସି ଖବର ପହଂଚୁନଥିବା ମଧ୍ୟ କୁହାଯାଉଛି । ହେଲେ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ । ଏଭଳି ଦୃଶ୍ୟ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରୁ ଆସିଛି ।Continue reading “କୋଭିଡ ହସ୍ପିଟାଲରେ କେମିତି ନିଆଯାଉଛି ଆକ୍ରାନ୍ତଙ୍କ ଯତ୍ନ ? ଆସିଲା ଚମତ୍କାର ଚିତ୍ର, ପିପିଇ କିଟ ପିନ୍ଧି ରୋଗୀଙ୍କୁ ସେଭିଂ କରିବାଠୁ ଆରମ୍ଭ କରି ତେଲ ଲଗାଇବା ଓ ବେଣୀ ପକାଇବା କାମ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ”

ଭାରତର ଶିଶୁମାନଙ୍କ ପାଇଁ ଫାଇଜର ଆଣିବ ଟିକା : ମଡର୍ଣ୍ଣା ଓ ଫାଇଜର କମ୍ପାନୀକୁ ଇଣ୍ଡେମ୍ନିଟି ବା ଜୀବନ ହାନି ସୁରକ୍ଷା ଯୋଗାଇ ଦେବାକୁ ରାଜି ଭାରତ ସରକାର

କନକ ବ୍ୟୁରୋ : ଶିଶୁମାନଙ୍କ ପାଇଁ ଫାଇଜର ଆଣିବ ଟିକା । କୌଣସି ଟିକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ସଂପୃକ୍ତ କମ୍ପାନି ଆଇନଗତ ଲଢ଼େଇର ସମ୍ମୁଖୀନ ନହେବା ଲାଗି ସରକାର ଫାଇଜର ଓ ମଡର୍ଣ୍ଣା କମ୍ପାନିକୁ ଆବଶ୍ୟକ ଜୀବନହାନି ସୁରକ୍ଷା(ଇଣ୍ଡେମ୍ନିଟି) ଯୋଗାଇଦେବା ଦ୍ବାରା କେବଳ ବୟସ୍କ କାହିଁକି, ଉକ୍ତ କମ୍ପାନି ଦ୍ବୟ ଦେଶର ଶିଶୁମାନଙ୍କ ପାଇଁ ମଧ୍ୟ କୋଭିଡ୍‌-୧୯ ଟିକା ଆଣିବେ ବୋଲି ଭାରତ କୋଭିଡ୍‌ ଟାସ୍କଫୋର୍ସ ସଦସ୍ୟ ତଥା ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡା.Continue reading “ଭାରତର ଶିଶୁମାନଙ୍କ ପାଇଁ ଫାଇଜର ଆଣିବ ଟିକା : ମଡର୍ଣ୍ଣା ଓ ଫାଇଜର କମ୍ପାନୀକୁ ଇଣ୍ଡେମ୍ନିଟି ବା ଜୀବନ ହାନି ସୁରକ୍ଷା ଯୋଗାଇ ଦେବାକୁ ରାଜି ଭାରତ ସରକାର”

୧୨ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା ପାଇଁ ବିଟ୍ରେନର ଅନୁମତି : ପୂର୍ବରୁ ଅନୁମତି ଦେଇଥିଲେ ଆମେରିକା ଓ କାନାଡ଼ା

କନକ ବ୍ୟୁରୋ : ୟୁରୋପୀୟ ସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରିଟେନର ଔଷଧ ନିୟାମକ ସଂସ୍ଥା ଦ ମେଡିସିନ୍ସ୍ ଆଣ୍ଡ୍ ହେଲ୍‌ଥକେୟାର ପ୍ରଡକ୍ଟ ରେଗୁଲେଟୋରି ଏଜେନ୍ସି ପିଲାଙ୍କ ଟିକାକରଣକୁ ଅନୁମତି ପ୍ରଦାନ କରିଛି । ବ୍ୟାପକ ସମୀକ୍ଷା ପରେ ଏମ୍‌ଏଚ୍‌ଆର୍‌ଏ କହିଛି ଫାଇଜର/ ବାୟୋ‌ଏନଟେକ୍ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ନିରାପଦ । ଛୋଟ ପିଲାଙ୍କ ଉପରେ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ପରେ ଏହାକୁ ଏମ୍‌ଏଚ୍‌ଆର୍‌ଏ ମଞ୍ଜୁରି ଦେଇଛି । ସୁରକ୍ଷା,Continue reading “୧୨ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା ପାଇଁ ବିଟ୍ରେନର ଅନୁମତି : ପୂର୍ବରୁ ଅନୁମତି ଦେଇଥିଲେ ଆମେରିକା ଓ କାନାଡ଼ା”

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ୍ ହେଲା ଟ୍ରେନ : ଜୁନ୍ ୨୦ ଯାଏଁ ୬ ଯୋଡା ପାସେଂଜର ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳବାଇ

କନକ ବ୍ୟୁରୋ : କୋଭିଡ୍‌କୁ ଦୃଷ୍ଟିରେ ରଖି ଜୁନ୍‌ ୨୦ ପର୍ଯ୍ୟନ୍ତ ୬ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ଉକ୍ତ ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ- ଭୁବନେଶ୍ବର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ (୦୮୪୫୪/୦୮୪୫୩), ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର (୦୮୪୯୩/୦୮୪୯୪) ଟ୍ରେନ୍‌। ଜୁନ୍ ୧୭ ଓ ୧୮ ବ୍ୟତୀତ ଜୁନ୍‌ ୧୧ରୁ ୨୦ ମଧ୍ୟରେ ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ (୦୮୪୨୮/୦୮୪୨୭), ପୁରୀ-କଟକ-ପୁରୀ (୦୮୪୩୨/୦୮୪୩୧), ଭୁବନେଶ୍ବର-ପଲାସା-ଭୁବନେଶ୍ବର (୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର (୦୨୮୯୨/୦୨୮୯୧)।Continue reading “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ୍ ହେଲା ଟ୍ରେନ : ଜୁନ୍ ୨୦ ଯାଏଁ ୬ ଯୋଡା ପାସେଂଜର ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳବାଇ”

Design a site like this with WordPress.com
Get started