କନକ ବ୍ୟୁରୋ : ଆମେରିକାରୁ ଭାରତକୁ ମିଳିବ ଟିକା ! ଅନ୍ୟ ଦେଶଙ୍କୁ ଟିକା ଦେବାକୁ ଆମେରିକାର ଯୋଜନା । ଟିକା ଅଭାବ ଭାରତରେ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଟିକା ଉତ୍ପାଦନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏହାସହ ବିଦେଶରୁ ଟିକା ଆମଦାନୀ ନେଇ ମଧ୍ୟ ଚେଷ୍ଟା କରାଯାଉଛି । ଏପରି ସମୟରେ ଆମେରିକାରୁ ଭାରତକୁ କିଛି ଟିକା ମିଳିବାର ସମ୍ଭାବନା ଉଜ୍ୱଳ ହୋଇଛି । କାରଣ ଖୁବଶୀଘ୍ର ଆମେରିକା ସରକାରContinue reading “ଆମେରିକାରୁ ଭାରତକୁ ମିଳିବ ଟିକା ! ଅନ୍ୟ ଦେଶଙ୍କୁ ଟିକା ଦେବାକୁ ଆମେରିକାର ଯୋଜନା ।”
Author Archives: Raghaba
ଝାରସୁଗୁଡ଼ାରୁ ଆସିଲା ତାଲାବନ୍ଦ ସମୟର କରୁଣ ଚିତ୍ର । ତରଭୁଜ ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ବୃଦ୍ଧ ଫଳ ବ୍ୟବସାୟୀଙ୍କୁ ମାଡ଼ ମାରିଲେ ଅତିରିକ୍ତ ତହସିଲଦାର ।
କନକ ବ୍ୟୁରୋ: କରୋନା କାଳରେ ଜଣଙ୍କ ରୋଜଗାର ବନ୍ଦ ହୋଇଗଲେ କେତେ ସମସ୍ୟା ହୋଇଥାଏ, ତାହା ମାସିକ ନିର୍ଦ୍ଧାରିତ ରୋଜଗାର କରୁଥିବା ଲୋକ ହୁଏତ ବୁଝି ପାରିବେ ନାହିଁ । ଏପରି ସମୟରେ ଝାରସୁଗୁଡାରୁ ଆସିଛି ଏପରି ଖବର, ଯାହା ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଛି । ବଜାର ଉପରେ ତରଭୁଜ ବିକ୍ରି କରୁଥିବା ବୃଦ୍ଧଙ୍କୁ ତାଗିଦ୍ କରିବାକୁ ଯାଇ, ମାଡ ମାରିଲେ ଅତିରିକ୍ତ ତହସିଲଦାର । ବୃଦ୍ଧଙ୍କ ଓଜନ ମାପ ଯନ୍ତ୍ର ବିContinue reading “ଝାରସୁଗୁଡ଼ାରୁ ଆସିଲା ତାଲାବନ୍ଦ ସମୟର କରୁଣ ଚିତ୍ର । ତରଭୁଜ ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ବୃଦ୍ଧ ଫଳ ବ୍ୟବସାୟୀଙ୍କୁ ମାଡ଼ ମାରିଲେ ଅତିରିକ୍ତ ତହସିଲଦାର ।”
ଜୀବନ ସହ ସଂଘର୍ଷ କରୁଛନ୍ତି ୨୪ ବର୍ଷୀୟ ଅମ୍ରିତ । ଚିକିତ୍ସା ପାଇଁ ବଢ଼ିଆସିଲା ସହାୟତାର ହାତ । ଅନଲାଇନରେ କ୍ରାଉଡ୍ ଫଣ୍ଡି ଜରିଆରେ ପହଞ୍ଚିଲା ୬୯ ଲକ୍ଷ ।
କନକ ବ୍ୟୁରୋ: ପରିସ୍ଥିତି ଯେତେ ଜଟିଳ ଥାଉ ନା କାହିଁକି, ଧୈର୍ଯ୍ୟର ସହ ମୁକାବିଲା କଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବପର ହୋଇଯାଏ । ଆଉ ଏହା ଦେଖିବାକୁ ମିଳିଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସାରେ । ଭୁବନେଶ୍ୱର ଏମ୍ସରେ ଅମ୍ରିତଙ୍କ ସ୍ୱାସ୍ଥ୍ୟ ବିଗିଡିବା ଓ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ଚେନ୍ନାଇ ସ୍ଥାନାନ୍ତରଣ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଜଣେ ସାଧାରଣ ବ୍ୟକ୍ତି ବି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରଣContinue reading “ଜୀବନ ସହ ସଂଘର୍ଷ କରୁଛନ୍ତି ୨୪ ବର୍ଷୀୟ ଅମ୍ରିତ । ଚିକିତ୍ସା ପାଇଁ ବଢ଼ିଆସିଲା ସହାୟତାର ହାତ । ଅନଲାଇନରେ କ୍ରାଉଡ୍ ଫଣ୍ଡି ଜରିଆରେ ପହଞ୍ଚିଲା ୬୯ ଲକ୍ଷ ।”
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟରେ ଦ୍ୱିତୀୟ ଡ଼ୋଜ୍ ଟିକା ସଙ୍କଟ । ଅଭାବ ଦୂର କରିବାକୁ ବିକଳ୍ପ ଚିନ୍ତା କରୁଛି ବିଏମସି । ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା ।
କନକ ବ୍ୟୁରୋ: ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଦ୍ୱିତୀୟ ଡ଼ୋଜ୍ ଟିକାକରଣ ପାଇଁ ଟିକାର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଥିବା ଟିକାକୁ ଯୁବବର୍ଗଙ୍କୁ ଦେବା ପାଇଁ ଓଡ଼ିଶା କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ କୌଣସି ଉତ୍ତର ଆସିନାହିଁ । ଆଉ ଏଭଳି ସ୍ଥିତିରେ କୋଭାକ୍ସିନ୍ ଅଭାବ ଦୂର ପାଇଁ ବିକଳ୍ପ ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକାContinue reading “୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟରେ ଦ୍ୱିତୀୟ ଡ଼ୋଜ୍ ଟିକା ସଙ୍କଟ । ଅଭାବ ଦୂର କରିବାକୁ ବିକଳ୍ପ ଚିନ୍ତା କରୁଛି ବିଏମସି । ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା । “
ରାଜ୍ୟରେ ଖସୁଛି କରୋନା ମିଟର, କମୁଛି ସଂକ୍ରମଣ । ଆଜି ୧୧.୨୬% ରେ ପହଞ୍ଚିଲା ରାଜ୍ୟର ସଂକ୍ରମଣ ହାର । ୭ଟି ଜିଲ୍ଲାରେ ଦୁଇ ଅଙ୍କ ତଳେ ସଂକ୍ରମିତଙ୍କ ସଂଖ୍ୟା ।
କନକ ବ୍ୟୁରୋ: କରୋନା ଯନ୍ତ୍ରଣା କମିନାହିଁ କିନ୍ତୁ ଆଶା ଦେଖାଦେଇଛି ଯେ ଆଗକୁ ସଂଖ୍ୟା କମିବ । ଆଜି ସଂକ୍ରମଣ ହାର ୧୧.୨୬ ପ୍ରତିଶତ ରହିଛି । ଅର୍ଥାତ୍ ରାଜ୍ୟରେ ୧୦୦ ଜଣଙ୍କ ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଆସୁଛନ୍ତି । ମେ ମାସରେ ପଜିଟିଭିଟି ହାର ବା ସଂକ୍ରମଣ ହାର ୨୬ ପ୍ରତିଶତକୁ ପହଁଚି ଯାଇଥିଲ।। ଏବେ ଜୁନ୍ ମାସ ଆରମ୍ଭରେ ଏହା ୧୧.୨୬ ପ୍ରତିଶତକୁ ଖସି ଆସିଛି। ମେ’ ମାସରେ ଓଡ଼ିଶାରେ କରୋନା ଦ୍ୱିତୀୟContinue reading “ରାଜ୍ୟରେ ଖସୁଛି କରୋନା ମିଟର, କମୁଛି ସଂକ୍ରମଣ । ଆଜି ୧୧.୨୬% ରେ ପହଞ୍ଚିଲା ରାଜ୍ୟର ସଂକ୍ରମଣ ହାର । ୭ଟି ଜିଲ୍ଲାରେ ଦୁଇ ଅଙ୍କ ତଳେ ସଂକ୍ରମିତଙ୍କ ସଂଖ୍ୟା ।”
ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା, ବିକଳ୍ପ ମୂଲ୍ୟାୟନ ଜରିଆରେ ଆସିବ ପରୀକ୍ଷା ଫଳ । ମୁଖ୍ୟମନ୍ତ୍ରୀ କହିଲେ, ପରୀକ୍ଷା ଅପେକ୍ଷା ପିଲାଙ୍କ ଜୀବନ ଅଧିକ ମୂଲ୍ୟବାନ ।
କନକ ବ୍ୟୁରୋ: ଦେଶରେ ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ସମସ୍ତଙ୍କ ନଜର ରହିଥିଲା,ଆମ ରାଜ୍ୟ ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କଣ ନିଆଯିବ ନିଷ୍ପତ୍ତି । ଏହାକୁ ନେଇ ଅପେକ୍ଷା କରି ରହିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏହାରି ଭିତରେ ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଜୀବନ ଆଗ, ବାକି ସବୁ ପଛ। ତେବେ ଏବେ ସବୁଠାରୁ ବଡ ପ୍ରଶ୍ନContinue reading “ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା, ବିକଳ୍ପ ମୂଲ୍ୟାୟନ ଜରିଆରେ ଆସିବ ପରୀକ୍ଷା ଫଳ । ମୁଖ୍ୟମନ୍ତ୍ରୀ କହିଲେ, ପରୀକ୍ଷା ଅପେକ୍ଷା ପିଲାଙ୍କ ଜୀବନ ଅଧିକ ମୂଲ୍ୟବାନ ।”
କର୍ତ୍ତବ୍ୟ କରି ପ୍ରଶଂସା ସାଉଣ୍ଟିଲେ । କରୋନା ସଂକ୍ରମିତ ଶଶୁରଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ବୋହୂ ।
କନକ ବ୍ୟୁରୋ : ଭାରତୀୟ ସଂସ୍କୃତି ମୁତାବକ ଘରକୁ ଯେତେବେଳେ ନୂଆ ବୋହୂ ଆସିଥାଏ ସେତେବେଳେ ତା’ର ସଂପର୍କ କେବଳ ବିଭା ହୋଇଥିବା ସ୍ୱାମୀ ସହିତ ନୁହେଁ , ପୁରା ପରିବାର ସହିତ ତା’ର ସଂପର୍କ ଯୋଡି ହୋଇଯାଇଥାଏ । ହେଲେ ଆସାମର ରାହା ଭାଟିଗାଁରେ ଏହି ବୋହୂ ଓ ଶଶୁରର ସଂପର୍କ ଅନ୍ୟ ବୋହୂ ମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ବୋହୂଟି ତା’ର କରୋନା ସଂକ୍ରମିତ ଶଶୁରଙ୍କୁ କାନ୍ଧରେ ବୋହି ନେଇ ମେଡିକାଲରେ ପହଂଚାଇଲାContinue reading “କର୍ତ୍ତବ୍ୟ କରି ପ୍ରଶଂସା ସାଉଣ୍ଟିଲେ । କରୋନା ସଂକ୍ରମିତ ଶଶୁରଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ବୋହୂ ।”
ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
କନକ ବ୍ୟୁରୋ: ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଭତ୍ତା ୩ ମାସର ଆଗୁଆ ଭତ୍ତା ପ୍ରଦାନ ନେଇ ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ହିତାଧୀକାରୀମାନେ ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ପାଇବେ । ମଧୁବାବୁ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ମଧ୍ୟ ଆଗୁଆ ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଅନେକContinue reading “ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । “
୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା
କନକ ବ୍ୟୁରୋ : ୫ଜି ବନ୍ଦ କରିବା ନେଇ ଦିଲ୍ଲୀ ହାଇକୋର୍ଟରେ ଚଳଚିତ୍ର ଅଭିନେତ୍ରୀ ଜୁହି ଚାୱଲା କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ଏହି ଜରିମାନା ରାଶିକୁ ଗୋଟିଏ ସପ୍ତାହ ମଧ୍ୟରେ କୋର୍ଟରେ ଜମା କରିବାକୁ ଜୁହିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ କହିଛନ୍ତି କି ସେକ୍ସନ ୮୧ ମୁତାବକ ଆବେଦନ ଦେବା ପୂର୍ବରୁ ନୋଟିସ କରିବା ଜରୁରୀContinue reading “୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା”
ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ । ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ
କନକ ବ୍ୟୁରୋ: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ । ଦୀର୍ଘ ଏକ ମାସ ଧରି କରୋନା ସହିତ ଯୁଦ୍ଧ କରିବା ପରେ ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ । ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷContinue reading “ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ । ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ”