ଓଡିଶା ରାଜ୍ୟ ଔଷଧ ନିଗମକୁ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ଦାନ କଲା ଶ୍ୟାମ ଷ୍ଟିଲ୍ । କରୋନା ରୋଗୀଙ୍କ ଚିକିତ୍ସାରେ ହେବ ସହାୟକ ।

କନକ ବ୍ୟୁରୋ: କରୋନା କାଳରେ ସହାୟତାର ବଢାଇଛି ଶ୍ୟାମ ଷ୍ଟିଲସ । ଓଡିଶା ରାଜ୍ୟ ଔଷଧ ନିଗମକୁ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ଦାନ କରିଛି ଶ୍ୟାମ ଷ୍ଟିଲସ । ଏହି ଅକ୍ସିଜେନ କନସେନଟ୍ରେଟର ଗୁଡିକର କ୍ଷମତା ୧୦ ଲିଟର ରହିଛି । ସାଧାରଣତଃ ଔଷଧ ନିଗମରେ ୫ କିମ୍ବା ୭ ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ୍ କନସେନଟ୍ରେଟର ରହିଛି । ଏବେ ଶ୍ୟାମ ଷ୍ଟିଲସର ସହାୟତା ପରେ ଏହି ୧୦ ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ କନସେନଟ୍ରେଟରContinue reading “ଓଡିଶା ରାଜ୍ୟ ଔଷଧ ନିଗମକୁ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ଦାନ କଲା ଶ୍ୟାମ ଷ୍ଟିଲ୍ । କରୋନା ରୋଗୀଙ୍କ ଚିକିତ୍ସାରେ ହେବ ସହାୟକ ।”

ହିନ୍ଦୀ ଚଳଚିତ୍ର ‘ଡ୍ରିମ ଗାର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ଦେଲେ ସୂଚନା ।

କନକ ବ୍ୟୁରୋ : ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମଗାର୍ଲ’ ଚଳିଚିତ୍ରରେ ଅଭିନୟ କରି ବେଶ୍ ନାମ କମାଇଥିବା ଅଭିନେତ୍ରୀ ରିଙ୍କୁ ସିଂ ନିକୁମ୍ଭଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ କିଛିଦିନ ହେବ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ଚନ୍ଦା ସିଂ ନିକୁମ୍ଭ ସୂଚନା ଦେଇଛନ୍ତି ।Continue reading “ହିନ୍ଦୀ ଚଳଚିତ୍ର ‘ଡ୍ରିମ ଗାର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ଦେଲେ ସୂଚନା ।”

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାକୁ କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ଖାଲି ସେତିକି ନୁହେଁ ଓଡିଶାର କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଜି ଅପରାହ୍ନରେ ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ଏଥିସହContinue reading “୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାକୁ କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଦୁନିଆରେ ରହିଛି ଏମିତି ଦେଶ, ଯେଉଁଠି ନାହାନ୍ତି ଗୋଟିଏ ବି ମଶା । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ କେଉଁଠି ରହିଛି ଏହି ଦେଶ ?

କନକ ବ୍ୟୁରୋ: ମଶା ଏମିତି ଏକ କୀଟ ଯାହା ଦୁନିଆର ସମସ୍ତ ସ୍ଥାନରେ ରହିଥାନ୍ତି । ଆଉ ମଶାଙ୍କ ଆତଙ୍କରେ ମଧ୍ୟ ଲୋକମାନେ ଚିନ୍ତାରେ ରହିଥାନ୍ତି । ମଶାଙ୍କ ଯୋଗୁଁ ରାତିରେ ଲୋକମାନଙ୍କୁ ନିଦ ହୋଇ ନଥାଏ । ଏମାନଙ୍କଠାରୁ ବଞ୍ଚିବାକୁ ଲୋକମାନେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଅନେକ ଭୟଙ୍କର ରୋଗର କାରଣ ହୋଇଥାନ୍ତି ଏହି ମଶାମାନେ । ହେଲେ ଆଜି ଆମେ ଏମିତି ଏକ ଦେଶ କଥା କହିବୁ ଯେଉଁଠି ଗୋଟିଏContinue reading “ଦୁନିଆରେ ରହିଛି ଏମିତି ଦେଶ, ଯେଉଁଠି ନାହାନ୍ତି ଗୋଟିଏ ବି ମଶା । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ କେଉଁଠି ରହିଛି ଏହି ଦେଶ ?”

ଆମ୍ବୁଲାନ୍ସରେ ଆଗେ ଆଗେ ଯାଉଥିଲା ବାପାଙ୍କ ଶବ । ପଛେ ପଛେ ସ୍କୁଟିରେ ଆସୁଥିବା ପୁଅ ବି ପାଲଟିଗଲା ଶବ । ଡକାଡକି ହୋଇ ସେପାରିକୁ ଚାଲିଗଲେ ବାପପୁଅ ।

କନକ ବ୍ୟୁରୋ: ଆଗେ ଆଗେ ବାପା, ପଛେ ପଛେ ପୁଅ । ମୃତ୍ୟୁ ଡାକିନେଲା ବାପପୁଅଙ୍କୁ… ଡକାଡକି ହୋଇ ସେପାରିକୁ ଚାଲିଗଲେ ବାପପୁଅ । ପ୍ରଥମେ ବାପା ଆଉ ପରେ ଆଖିବୁଜିଲେ ପୁଅ । ବାପାଙ୍କ ମୃତ୍ୟୁର ପର ଦିନ ହିଁ ପରପାରିକୁ ଚାଲିଯାଇଛି ପୁଅ । ଆଉ ଗୋଟିଏ ପରିବାରରେ ସମୟ ଖେଳିଛି ମୃତ୍ୟୁର ଖେଳ । କରୋନା କାଳରେ ଜୀବନ ନେଇନି ମହାମାରୀ ବରଂ ଏଠି ମୃତ୍ୟୁ ସାଜିଛି ସମୟ, କାଳ ସାଜିଛି ଭାଗ୍ୟContinue reading “ଆମ୍ବୁଲାନ୍ସରେ ଆଗେ ଆଗେ ଯାଉଥିଲା ବାପାଙ୍କ ଶବ । ପଛେ ପଛେ ସ୍କୁଟିରେ ଆସୁଥିବା ପୁଅ ବି ପାଲଟିଗଲା ଶବ । ଡକାଡକି ହୋଇ ସେପାରିକୁ ଚାଲିଗଲେ ବାପପୁଅ ।”

ଲକଡାଉନରେ ତରଭୁଜ ବିକୁଥିବାରୁ ବୃଦ୍ଧଙ୍କୁ ପିଟିଲେ ଝାରସୁଗୁଡା ଅତିରିକ୍ତ ତହସିଲଦାର । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ: ଫଳ ବ୍ୟବସାୟୀଙ୍କୁ ମାଡ ମାରିଲେ ତହସିଲଦାର । ଝାରସୁଗୁଡା ବମ୍ବେ ଛକରେ ଜଣେ ତରଭୁଜ ବିକାଳିଙ୍କୁ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ବାଡିରେ ପିଟୁଥିବାର ଭିଡିଓ ଭାଇରାଲ ହେଉଛି । ଲକଡାଉନ ସମୟରେ ବୃଦ୍ଧ ତରଭୁଜ ବିକାଳି ଜଣକ ରାସ୍ତା କଡରେ ବସି ବିକ୍ରି କରୁଥିବାରୁ ଉତକ୍ଷିପ୍ତ ହୋଇପଡିଥିଲେ ଅତିରିକ୍ତ ତହସିଲଦାର । ଦୋକାନିଙ୍କ ଅଭିଯୋଗ ଅନୁସାରେ ସେ ଦୋକାନ ବନ୍ଦ କରୁବାକୁ ଯାଉଥିବାବେଳେ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ ଅତିରିକ୍ତ ତହସିଲଦାର ।Continue reading “ଲକଡାଉନରେ ତରଭୁଜ ବିକୁଥିବାରୁ ବୃଦ୍ଧଙ୍କୁ ପିଟିଲେ ଝାରସୁଗୁଡା ଅତିରିକ୍ତ ତହସିଲଦାର । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ”

ସୂର୍ଯ୍ୟ ଠାରୁ ଅଧିକ ଜଳୁଛି ଚୀନ୍ ନିର୍ମିତ କୃତ୍ରିମ ସୂର୍ଯ୍ୟ । ୧୨୦ ନିୟୁତ ଡିଗ୍ରୀ ସେଲସିୟସରେ ଜଳୁଛି କୃତ୍ରିମ ସୂର୍ଯ୍ୟ । 

କନକ ବ୍ୟୁରୋ : ହାଇଡ୍ରୋଜେନ୍‌ ଜଳି ହିଲିୟମରେ ପରିଣତ ହେଉଥିବାରୁ ସୂର୍ଯ୍ୟର ଅନ୍ତଃସ୍ଥଳ ୧୫ ନିୟୁତ ଡିଗ୍ରୀ ସେଲିସିୟସରେ ଜଳୁଥିବା ବେଳେ ପୃଥିବୀ ପୃଷ୍ଠରେ ଚୀନ୍‌ ନିର୍ମାଣ କରିଥିବା ‘କୃତ୍ରିମ ସୂର୍ଯ୍ୟ’ ୧୨୦ ନିୟୁତ ଡିଗ୍ରୀ ସେଲିସିୟସରେ ଜଳୁଛି। ଚୀନ ଦ୍ବାରା ପ୍ରସ୍ତୁତ ଏହି ‘କୃତ୍ରିମ ସୂର୍ଯ୍ୟ’ ବା ‘ଦି ଏକ୍ସପେରିମେଣ୍ଟାଲ୍‌ ଆଡ୍‌ଭାନ୍‌ସଡ୍‌ ସୁପର୍‌କଣ୍ଡକ୍ଟିଙ୍ଗ୍‌ ତୋକାମାକ୍’ (ଇଷ୍ଟ୍‌)  ‘ଫ୍ୟୁଜନ୍‌ ରିଆକ୍ଟର୍‌’ ସୂର୍ଯ୍ୟର  ମଧ୍ୟଭାଗର ଉତ୍ତାପ ଠାରୁ ୮ ଗୁଣ ଅଧିକ ଉତ୍ତାପରେ ଜଳୁଛି। ୧୦୧ ସେକେଣ୍ଡରେ ୧୨୦Continue reading “ସୂର୍ଯ୍ୟ ଠାରୁ ଅଧିକ ଜଳୁଛି ଚୀନ୍ ନିର୍ମିତ କୃତ୍ରିମ ସୂର୍ଯ୍ୟ । ୧୨୦ ନିୟୁତ ଡିଗ୍ରୀ ସେଲସିୟସରେ ଜଳୁଛି କୃତ୍ରିମ ସୂର୍ଯ୍ୟ । “

ରାଜ୍ୟର ସମସ୍ତ ନାଗରିକଙ୍କୁ ମିଳୁ କରୋନା ଟିକା । ସାମ୍ବାଦିକ ସମ୍ମିଳନୀ କରି ଦାବି କଲା କଂଗ୍ରେସ ।

କନକ ବ୍ୟୁରୋ : ରାଜ୍ୟର ସମସ୍ତ ନାଗରିକ ଅର୍ଥାତ୍ ସାଢେ ୪ କୋଟି ଲୋକଙ୍କୁ ମିଳୁ କରୋନା ଟିକା । ଏହାକୁ  ନେଇ ସାଂବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ । ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ମୋଦୀ ସରକାର ସମସ୍ତଙ୍କୁ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍Continue reading “ରାଜ୍ୟର ସମସ୍ତ ନାଗରିକଙ୍କୁ ମିଳୁ କରୋନା ଟିକା । ସାମ୍ବାଦିକ ସମ୍ମିଳନୀ କରି ଦାବି କଲା କଂଗ୍ରେସ ।”

ଭାରତ – ପାକିସ୍ତାନ ସୀମାରେ ବିଏସଏଫ୍ ଯବାନଙ୍କ ବଡ ସଫଳତା । ୩୦୦ କୋଟି ଟଙ୍କାର ହେରୋଇନ୍ ଜବତ୍

କନକ ବ୍ୟୁରୋ : ଭାରତୀୟ ସୀମା ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ରାଜସ୍ଥାନ ବିକାନୋର ଜିଲ୍ଲା ସ୍ଥିତି ଭାରତ-ପାକିସ୍ଥାନ ଅର୍ନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୫୬ କିଲୋ ୬୦୦ ଗ୍ରାମ ହେରୋଇନ୍ ଜବତ କରାଯାଇଛି । ଜବତ୍ ହୋଇଥିବା ହେରୋଇନର ଆନୁମାନିକ ବଜାର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ବିଏସଏଫ୍ ପକ୍ଷରୁ କୁହାଯାଇଛି କି, ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଟାନ । ଚୋରା ନିଶା ବେପାରୀ ମାନେ ସୀମା ସେପଟୁContinue reading “ଭାରତ – ପାକିସ୍ତାନ ସୀମାରେ ବିଏସଏଫ୍ ଯବାନଙ୍କ ବଡ ସଫଳତା । ୩୦୦ କୋଟି ଟଙ୍କାର ହେରୋଇନ୍ ଜବତ୍”

କରୋନାର ତୃତୀୟ ଲହରକୁ ନେଇ ଆଗୁଆ ପ୍ରସ୍ତୁତି । କରାଯାଉଛି ବେଡ୍ ବନ୍ଦୋବସ୍ତ, ଚାଲିଛି ଟ୍ରେନିଂ କାମ 

କନକ ବ୍ୟୁରୋ : ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର । ଏହି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ସେଥିପାଇଁ ବର୍ତମାନ ବେଡ୍ ବନ୍ଦୋବସ୍ତ କରାଯାଉଛି । ଏହା ସହିତ ଟ୍ରେନିଂ କାମ ବି ଚାଲିଛି । କେଉଁଠାରେ ବେଡ୍ ବଢିବ, କେଉଁଠି ଆଇସିୟୁ ବ୍ୟବସ୍ଥା ହୋଇପାରିବ , ଟ୍ରେନିଂ ହୋଇପାରିବ ସେ ଦିଗରେ ବର୍ତମାନ କାମ ଚାଲିଛି ।Continue reading “କରୋନାର ତୃତୀୟ ଲହରକୁ ନେଇ ଆଗୁଆ ପ୍ରସ୍ତୁତି । କରାଯାଉଛି ବେଡ୍ ବନ୍ଦୋବସ୍ତ, ଚାଲିଛି ଟ୍ରେନିଂ କାମ “

Design a site like this with WordPress.com
Get started