ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । ବିକାଶ ଲକ୍ଷ୍ୟରେ ୧ ନମ୍ବର ରାଜ୍ୟ କେରଳ, ଶେଷ ୫ Rank ମଧ୍ୟରେ ଓଡ଼ିଶା ।

କନକ ବ୍ୟୁରୋ : ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । କଚ୍ଚା ଘରେ ରହୁଛନ୍ତି ୧୪.୨୦ ପ୍ରତିଶତ । ସ୍ଥାୟୀ ବିକାଶ ଲକ୍ଷ୍ୟରେ ପଛୁଆ ରହିଛି ଓଡିଶା । ଯୋଜନା ପରେ ଯୋଜନା ହେଉଛି, ହେଲେ ରାଜ୍ୟରେ ବିପିଏଲ ତାଲିକା ଉପରେ ଏହାର ବିଶେଷ ପ୍ରଭାବ ପଡିନି । ୨୦୧୧-୧୨ରେ ରାଜ୍ୟରେ ଯେତିକି ପ୍ରତିଶତ ଗରିବ ଥିଲେ, ପ୍ରାୟ ସେତିକି ପ୍ରତିଶତ ଗରିବ ରହିଛନ୍ତି ୨୦୨୦-୨୧ ଆର୍ଥିକ ବର୍ଷରେContinue reading “ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । ବିକାଶ ଲକ୍ଷ୍ୟରେ ୧ ନମ୍ବର ରାଜ୍ୟ କେରଳ, ଶେଷ ୫ Rank ମଧ୍ୟରେ ଓଡ଼ିଶା ।”

ତୁଟୁନି ତେଜପାଲଙ୍କ ଅଡୁଆ । ଦୁଷ୍କର୍ମ ମାମଲାରେ ନୋଟିସ ଜାରି କଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ।

କନକ ବ୍ୟୁରୋ : ଦୁଷ୍କର୍ମ ଅଭିଯୋଗରୁ ଦୋଷମୁକ୍ତ ହେବା ପରେ ବି ତରୁଣ ତେଜପାଲଙ୍କ ଅଡୁଆ ତୁଟିନି । ତେହଲକାର ପୂର୍ବତନ ମୁଖ୍ୟ ସଂପାଦକ ତରୁଣ ତେଲପାଲଙ୍କ ମାମଲାରେ ତଳ କୋର୍ଟ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟର ଗୋଆ ବେଂଚ୍ । ତେଜପାଲଙ୍କୁ ଦୋଷମୁକ୍ତ କରିବା ନିଷ୍ପତି, ଦୁଷ୍କର୍ମ ପୀଡିତାଙ୍କୁ ନିୟମାବଳୀ ଦେବା ଭଳି । କାରଣ ସେଥିରେ ଉଲ୍ଲେଖ କରାଯାଇଛି ଯେ, ଏପରି ମାମଲାରେ ପୀଡିତାଙ୍କୁ କିପରି ବ୍ୟବହାର କରିବା ଉଚିତ୍ । ଗୋଆ ସରକାରଙ୍କContinue reading “ତୁଟୁନି ତେଜପାଲଙ୍କ ଅଡୁଆ । ଦୁଷ୍କର୍ମ ମାମଲାରେ ନୋଟିସ ଜାରି କଲେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ।”

ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ବଢି଼ଲା ଚର୍ଚ୍ଚା । ନୂଆ ରୂପ ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ମୁକାବିଲା ପାଇଁ ପ୍ରସ୍ତୁତି, ଛୋଟ ପିଲାଙ୍କ ସହ ଅନ୍ୟମାନେ ବି ହୋଇପାରନ୍ତି ସଂକ୍ରମିତ ।

କନକ ବ୍ୟୁରୋ : ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ଚର୍ଚ୍ଚା ବଢ଼ି ଯାଇଛି । ଭାରତରେ ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରର ଆଶଙ୍କା ଦେଖାଦେଇଛି । ଠିକ୍ ଏମିତି ବେଳେ ସିଙ୍ଗାପୁରରେ କରୋନା ମାମଲା ବଢ଼ିବାରେ ଲାଗିଛି । କରୋନାର ନୂଆ ରୂପ ସହ ସିଙ୍ଗାପୁରରେ କରୋନା ସଂଖ୍ୟା ବୃଦ୍ଧି ତୃତୀୟ ଲହର ଆଡକୁ ଇସାରା କରୁଛି । ସିଙ୍ଗାପୁରରେ ଆଜି ପୁଣି ୩୫ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ।Continue reading “ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ବଢି଼ଲା ଚର୍ଚ୍ଚା । ନୂଆ ରୂପ ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ମୁକାବିଲା ପାଇଁ ପ୍ରସ୍ତୁତି, ଛୋଟ ପିଲାଙ୍କ ସହ ଅନ୍ୟମାନେ ବି ହୋଇପାରନ୍ତି ସଂକ୍ରମିତ ।”

ଜଣେ ରୋଗୀଙ୍କ ଶରୀରରୁ ଚିହ୍ନଟ ହେଲା ୩ ପ୍ରକାର ଫଙ୍ଗସ, ଅସ୍ତ୍ରୋପଚାର ପାଇଁ ଲାଗିଲା ୩ ଘଣ୍ଟା । ବଞ୍ଚିଗଲା ରୋଗୀଙ୍କ ଜୀବନ ।

କନକ ବ୍ୟୁରୋ : ଲକ୍ଷ୍ନୌରେ କରୋନା ସଂକ୍ରମଣ କାଳରେ ଜଣେ ରୋଗୀଙ୍କ ଶରୀରରୁ ତିନିଟି ଫଙ୍ଗସ ଚିହ୍ନଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଆଶ୍ବସ୍ତିର କଥା ଡାକ୍ତର ତିନିଘଣ୍ଟା ଅସ୍ତ୍ରୋପଚାର କରି ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଫୌଜାବାଦରେ ରହୁଥିବା ରୋଗୀ ସରସ୍ୱତୀ ଦେବୀ ଏକ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେ‌ଗେଟିଭ ଆସିଥିଲା। କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ଲକ୍ଷ୍ନୌର ଘରୋଇ ହସ୍ପିଟାଲContinue reading “ଜଣେ ରୋଗୀଙ୍କ ଶରୀରରୁ ଚିହ୍ନଟ ହେଲା ୩ ପ୍ରକାର ଫଙ୍ଗସ, ଅସ୍ତ୍ରୋପଚାର ପାଇଁ ଲାଗିଲା ୩ ଘଣ୍ଟା । ବଞ୍ଚିଗଲା ରୋଗୀଙ୍କ ଜୀବନ ।”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଗ୍ରୀନ୍ କରିଡରରେ ଅମ୍ରିତଙ୍କୁ ସ୍ଥାନାନ୍ତର । ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରଲିଫ୍ଟ ଯୋଗେ ନିଆଯିବ ଚେନ୍ନାଇ, ଏମ୍ସରୁ ବିମାନବନ୍ଦର ଯାଏଁ ପୋଲିସର ଗ୍ରୀନ୍ କରିଡର ।

କନକ ବ୍ୟୁରୋ : ଗ୍ରୀନ୍ କରିଡରରେ ଗୁରୁତର ଅମ୍ରିତଙ୍କୁ ନିଆଗଲା ବିମାନବନ୍ଦର । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅମ୍ରିତଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଛି ।  ଏମ୍ସ ହସ୍ପିଟାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କରାଯାଇଛି ଗ୍ରୀନ୍ କରିଡର । ବିମାନବନ୍ଦରରେ ପହଞ୍ଚିବା ପରେ ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯିବ । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ  । କରୋନା ସଂକ୍ରମିତ ହେବାରୁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି ।Continue reading “ଗ୍ରୀନ୍ କରିଡରରେ ଅମ୍ରିତଙ୍କୁ ସ୍ଥାନାନ୍ତର । ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରଲିଫ୍ଟ ଯୋଗେ ନିଆଯିବ ଚେନ୍ନାଇ, ଏମ୍ସରୁ ବିମାନବନ୍ଦର ଯାଏଁ ପୋଲିସର ଗ୍ରୀନ୍ କରିଡର ।”

କାହିଁକି ବିଫଳ ହେଲା ଗ୍ଲୋବାଲ ଟେଣ୍ଡର, ସ୍ପଷ୍ଟ କଲେ ଡିଏମଇଟି । କହିଲେ, ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।

କନକ ବ୍ୟୁରୋ : ରାଜ୍ୟ ସରକାର ବାହାର ଦେଶରୁ ଟିକା ମଗାଇବାକୁ ନେଇ ଗ୍ଲୋବାଲ ଟେଣ୍ଡର କରିବା ପ୍ରସଙ୍ଗରେ ମତ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଟିକା ପାଇଁ ଚେଷ୍ଟା କରିବା କଣ ଭୁଲ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ଡିଏମଇଟି କହିଛନ୍ତି ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହଁ ଯେ ଆମେ ପାଇବୁ । ବର୍ତ୍ତମାନ ପରବର୍ତ୍ତୀ ପରିସ୍ଥିତିକୁ ଦେଖି କଣ କରାଯାଇପାରିବ ସେ ଦିଗରେ କାମ କରିବାର ରହିଛି ବୋଲି ସେ କହିଛନ୍ତିContinue reading “କାହିଁକି ବିଫଳ ହେଲା ଗ୍ଲୋବାଲ ଟେଣ୍ଡର, ସ୍ପଷ୍ଟ କଲେ ଡିଏମଇଟି । କହିଲେ, ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ।”

କୋଭିଡ ମହାମାରୀ ଭିତରେ ରିଲିଆନ୍ସ ଆଣିଲା ବଡ ଖବର । କୋଭିଡରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା ।

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ଭିତରେ ରିଲିଆନ୍ସ କମ୍ପାନୀ ତା’ର କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । କମ୍ପାନୀ ତରଫରୁ ଘୋଷଣା କରାଯାଇଛି କି, ଯଦି କୌଣସି କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରକୁ ଆଗାମୀ ୫ ବର୍ଷ ଯାଏଁ କମ୍ପାନୀ ଦରମା ଦେବ । ଏହା ସହ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠ ପଢିବା ଖର୍ଚ୍ଚ କମ୍ପାନୀContinue reading “କୋଭିଡ ମହାମାରୀ ଭିତରେ ରିଲିଆନ୍ସ ଆଣିଲା ବଡ ଖବର । କୋଭିଡରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା ।”

ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କନକ ବ୍ୟୁରୋ: ସ୍ୱାମୀ, ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ପାଇଁ ଅନ୍ଧ ହୋଇଗଲା ସ୍ତ୍ରୀ । ଆଉ ଘଟାଇଲା ଏମିତି ଅପରାଧ, ଯାହା କେବେ ବି କୌଣସି ସ୍ତ୍ରୀ ଭାବି ପାରିବନି । ୫ ପିଲାର ମାଆ ହୋଇ ମଧ୍ୟ ଭୁଲିଗଲା ସମ୍ପର୍କକୁ । ନା ସେ ଭାବିଲା ନିଜ ପିଲାଙ୍କ କଥା, ନା ଥରେ ଚିନ୍ତା କଲା ନିଜ ସ୍ୱାମୀ କଥା । ଯାହାକୁ ବିବାହ କରି ସାତ ଜନ୍ମର ସାଥି କରିଥିଲାContinue reading “ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ”

କୋଭିଡ୍ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ସରକାର । ପ୍ରତି ପୋଲିସ କର୍ମଚାରୀଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବଳବତ୍ତର ରହିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ପୋଲିସ । ରାସ୍ତା ଘାଟ ଠାରୁ ମେଡିକାଲ ପର୍ଯ୍ୟନ୍ତ ଅନିଦ୍ଧିଷ୍ଟ କାଳ ଡ୍ୟୁଟିରେ ଲାଗିଛନ୍ତି ପୋଲିସ କର୍ମଚାରୀ । ନା ଘରକୁ ଯିବାକୁ ମିଳୁଛି ସମୟ ନା ବୁଝି ହେଉଛି ନିଜ ପରିବାରର କଥା । ସବୁକଥାକୁ ପଛରେ ପକାଇ ଦେଶରେ କିଭଳି ଏହି ମହାମାରୀ ଅଧିକ ଲୋକଙ୍କୁ ଆକ୍ରାନ୍ତ କରି ନପାରିବ ସେContinue reading “କୋଭିଡ୍ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ସରକାର । ପ୍ରତି ପୋଲିସ କର୍ମଚାରୀଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା”

Design a site like this with WordPress.com
Get started