କନକ ବ୍ୟୁରୋ : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବେ ଅମ୍ରିତ ପ୍ରଧାନ । ବର୍ତମାନ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥିତ ଆପୋଲକୁ ସ୍ଥାନାନ୍ତର କରାଯିବ । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ । କରୋନା ସଂକ୍ରମିତ ହେବାରୁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ଏହା ସହ ନିମୋନିଆ ଓ ସେପ୍ଟିସେମିଆରେ ସେ ପିଡ଼ିତ ଅଛନ୍ତି । ଗତ ମାସ ୨Continue reading “ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବେ ଅମ୍ରିତ ପ୍ରଧାନ । ଏମ୍ସରୁ ବିମାନବନ୍ଦର ଯାଏଁ ହେବ ଗ୍ରୀନ୍ କରିଡ଼ର ବ୍ୟବସ୍ଥା । ଚେନ୍ନାଇ ଆପୋଲରୁ ଆସିଛନ୍ତି ୬ଜଣିଆ ଡ଼କ୍ତରୀ ଦଳ ।”
Author Archives: Raghaba
ବେଆଇନ ଭାବେ ଔଷଧ ମହଜୁଦ କରିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଦୋଷୀ । ହାଇକୋର୍ଟରେ ମାମଲା ଦାଖଲ କଲା ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ
କନକ ବ୍ୟୁରୋ : ବେଆଇନ ଭାବେ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ଷ୍ଟକ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ! ଏଭଳି ମାମଲାର ପୁରା ଯାଂଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିଥିଲା । ଏହାପରେ ଗୁରୁବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ ହାଇକୋର୍ଟରେ ନିଜର ରିପୋର୍ଟ ଦାଖଲ କରିଛି । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ବୋଲି ଜଣାପଡିଛି । ଡ୍ରଗ୍ସContinue reading “ବେଆଇନ ଭାବେ ଔଷଧ ମହଜୁଦ କରିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଦୋଷୀ । ହାଇକୋର୍ଟରେ ମାମଲା ଦାଖଲ କଲା ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ”
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁଙ୍କ ବିୟୋଗ । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବିଜୟ । ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ ।
କନକ ବ୍ୟୁରୋ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ । ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବିଜୟ । ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲରେ ବିଜୟ ସାହୁଙ୍କର ଚିକିତ୍ସା ଚାଲିଥଲା । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବିଜୟ । ତେବେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଜଟିଳତା ନେଇ ଗୁରୁତର ଥିଲେ ବିଜୟ । ପରେ ତାଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା । ତେବେ ସେଠାରେContinue reading “ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁଙ୍କ ବିୟୋଗ । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବିଜୟ । ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ ।”
ଲକଡାଉନରେ ଭୋକିଲା ରହିବେନି ବୁଲା ପଶୁ । ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ : କରୋନା କାଳରେ କେବଳ ମଣିଷର ନୁହେଁ ବୁଲା ପଶୁପକ୍ଷୀଙ୍କର ମଧ୍ୟ ଭୋକର ବ୍ୟଥା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ତୃତୀୟଥର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ଏହି ଅର୍ଥ ସହରାଞ୍ଚଳରେ ଥିବା ବୁଲା ପଶୁଙ୍କ ଖାଦ୍ୟ ବାବଦକୁ ଖର୍ଚ୍ଚ କରାଯିବ । ଲକଡାଉନ ସମୟରେ ଏହି ଅର୍ଥ ଖର୍ଚ୍ଚ କରାଯିବ । ଭୁବନେଶ୍ୱର ମହାନଗର ନିଗମ ଦୈନିକContinue reading “ଲକଡାଉନରେ ଭୋକିଲା ରହିବେନି ବୁଲା ପଶୁ । ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
ଭାଇରସଠୁ ଅଧିକ ଭୟଙ୍କର ସାଜୁଛି ଭୋକ । କାମ ମିଳୁନି, ପେଟ ପୂରୁନି… ପରିବାରର ପେଟ ଭରିବାକୁ କିଡନୀ ବିକିବାକୁ ବାହାରିଛନ୍ତି ରିକ୍ସାବାଲା ।
କନକ ବ୍ୟୁରୋ : ଲକଡାଉନ୍ ଲେଖୁଛି ଲୁହର କାହାଣୀ । ଭାଇରସଠୁ ଅଧିକ ଭୟଙ୍କର ଭୋକ । ଏପଟେ କୂଅ, ଆଉ ସେପଟେ ଖାଇ । ଗୋଟିଏ ପଟେ ମହାମାରୀ ସହ ଲଢୁଛି ମଣିଷ, ଆଉ ଅନ୍ୟପଟେ ନା କାମ ମିଳୁଛି ନା ପେଟ ପୁରୁଛି । ବାହାରର ଭାଇରସ ଠାରୁ ଅଧିକ ଭୟଙ୍କର ହେଉଛି ଭିତରର ଭୋକ । ଦୁଃଖର ଦଦରା କାନ୍ଥର ଘର ଭିତରେ ଯନ୍ତ୍ରଣାରେ ଜର୍ଜରିତ ହେଉଛି ଜୀବନ । ଆଉ ଜୀବନContinue reading “ଭାଇରସଠୁ ଅଧିକ ଭୟଙ୍କର ସାଜୁଛି ଭୋକ । କାମ ମିଳୁନି, ପେଟ ପୂରୁନି… ପରିବାରର ପେଟ ଭରିବାକୁ କିଡନୀ ବିକିବାକୁ ବାହାରିଛନ୍ତି ରିକ୍ସାବାଲା ।”
କରୋନାର ୩ୟ ଲହରକୁ ନେଇ ଡିଏମଇଟିଙ୍କ ସୂଚନା : ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ
କନକ ବ୍ୟୁରୋ : କରୋନାର ତୃତୀୟ ଲହରକୁ ନେଇ ଡିଏମଇଟିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭିତ୍ତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି । ଅନ୍ୟContinue reading “କରୋନାର ୩ୟ ଲହରକୁ ନେଇ ଡିଏମଇଟିଙ୍କ ସୂଚନା : ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ”
ପୁଅର ଜୀବନ ବଞ୍ଚାଇବାକୁ ଗରିବ ଦିନ ମଜୁରିଆ ବାପାର ସଂଘର୍ଷ । ଔଷଧ ପାଇଁ ଖାଲି ପାଦରେ ୩୦୦ କିଲୋମିଟର ସାଇକେଲ୍ ଚଳାଇଲେ ଅସହାୟ ବାପା । ଦେଖନ୍ତୁ ଜଣେ ଗରିବ ବାପାର କଷ୍ଟର କାହାଣୀ ।
କନକ ବ୍ୟୁରୋ : ଏ କାହାଣୀ ଜଣେ ଗରିବ ଦିନ ମଜୁରିଆ ବାପାର । ଏ କାହାଣୀ ସରକାରୀ ଅବ୍ୟବସ୍ଥାର । ପୁଅର ଜୀବନ ବଂଚାଇବା ପାଇଁ କେମିତି ଜଣେ ଗରିବ ଶ୍ରମିକ ବାପାଟିଏ ସଂଘର୍ଷ କରିଛି, ସେ କାହାଣୀ ଜାଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ, ଛାତି ଭାରି ଭାରି ଲାଗିବ । ଏହି ଭଙ୍ଗା ସାଇକେଲକୁ ଭରସି ଖାଲି ପାଦରେ ୩୦୦ କିଲୋମିଟର ସାଇକେଲ୍ ଚଲାଇ ପୁଅ ପାଇଁ ଔଷଧ ଆଣିଛନ୍ତି ବାପାContinue reading “ପୁଅର ଜୀବନ ବଞ୍ଚାଇବାକୁ ଗରିବ ଦିନ ମଜୁରିଆ ବାପାର ସଂଘର୍ଷ । ଔଷଧ ପାଇଁ ଖାଲି ପାଦରେ ୩୦୦ କିଲୋମିଟର ସାଇକେଲ୍ ଚଳାଇଲେ ଅସହାୟ ବାପା । ଦେଖନ୍ତୁ ଜଣେ ଗରିବ ବାପାର କଷ୍ଟର କାହାଣୀ ।”
ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆଣୁଛି ଚୀନ୍ । କରୋନା ପରେ ଏବେ ଚୀନରେ ମଣିଷଙ୍କୁ ସଂକ୍ରମଣ କଲାଣି ବାର୍ଡ ଫ୍ଲୁ, କୁକୁଡାଙ୍କ ଠାରୁ ମଣିଷଙ୍କୁ ବ୍ୟାପୁଥିବା ସୂଚନା ।
କନକ ବ୍ୟୁରୋ : କୁକୁଡାଙ୍କଠୁ ମଣିଷ…ମାଡ଼ିଆସିଲା ବାର୍ଡ ଫ୍ଲୁ ବିପଦ । ମଣିଷଙ୍କ ଦେହରେ ମିଳିଲା ବାର୍ଡ ଫ୍ଲୁ ଷ୍ଟ୍ରେନ୍ । ପ୍ରଥମେ କରୋନା ଆଉ ଏବେ ବାର୍ଡ ଫ୍ଲୁ । ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆମୁଛି ଚୀନ୍ । କରୋନା ଭୂତାଣୁର ଭୟ ଥମିନଥିବା ବେଳେ ଏବେ ଚୀନରୁ ସାମ୍ନାକୁ ଆସିଛି ଏକ ନୂଆ ବିପଦ । ପ୍ରଥମ ଥର ପାଇଁ ଚୀନରେ ମଣିଷଙ୍କ ଦେହରେ ଠାବ ହୋଇଛି ବାର୍ଡ ଫ୍ଲୁContinue reading “ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆଣୁଛି ଚୀନ୍ । କରୋନା ପରେ ଏବେ ଚୀନରେ ମଣିଷଙ୍କୁ ସଂକ୍ରମଣ କଲାଣି ବାର୍ଡ ଫ୍ଲୁ, କୁକୁଡାଙ୍କ ଠାରୁ ମଣିଷଙ୍କୁ ବ୍ୟାପୁଥିବା ସୂଚନା ।”
ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ : ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ, ୧୯ ତମ ସ୍ଥାନରେ ଓଡିଶା
କନକ ବ୍ୟୁରୋ : ଆସିଛି ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ । ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ରହିଥିବାବେଳେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି । ସୂଚକାଙ୍କରେ ୧୯ ତମ ସ୍ଥାନରେ ରହିଛି ଓଡିଶା । ଏଥରର ରିପୋର୍ଟରେ ୧୭ଟି ବିଷୟରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନେଇ ପ୍ରଦର୍ଶନକୁ ଆକଳନ କରାଯାଇଛି । ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓContinue reading “ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ : ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ, ୧୯ ତମ ସ୍ଥାନରେ ଓଡିଶା”
ଦେଶୀ ମଦ ବିକ୍ରି ସନ୍ଦେହରେ ଅବକାରୀ ବିଭାଗର ଚଢାଉ : ଉତ୍ୟକ୍ତ ଲୋକଙ୍କ ମାଡରେ ଜଣେ ମହିଳା କର୍ମଚାରୀଙ୍କ ସମେତ ୫ କର୍ମଚାରୀ ଆହତ
କନକ ବ୍ୟୁରୋ : ଭୁବନେଶ୍ବର ଉପକଣ୍ଠ ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମରାଯ଼ାଇଥିବା ସୂଚନା ମିଳିଛି । ମଦ କାରବାର ଉପରେ ଚଢ଼ାଉ ପାଇଁ ଅବକାରୀ କର୍ମଚାରୀମାନେ ଯାଇଥିବା ବେଳେ ସେମାନଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରାଯ଼ାଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଅବକାରୀ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯ଼ାଇଛି । କମିଶନରେଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେContinue reading “ଦେଶୀ ମଦ ବିକ୍ରି ସନ୍ଦେହରେ ଅବକାରୀ ବିଭାଗର ଚଢାଉ : ଉତ୍ୟକ୍ତ ଲୋକଙ୍କ ମାଡରେ ଜଣେ ମହିଳା କର୍ମଚାରୀଙ୍କ ସମେତ ୫ କର୍ମଚାରୀ ଆହତ”