କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କଲେ ମୃତକଙ୍କ ସଂପର୍କୀୟ । ଡାକ୍ତକଙ୍କୁ ଘେରିଯାଇ ଉତ୍ୟକ୍ତ ସଂପର୍କୀୟ ଥାଳିରେ, ବାଡିରେ ମାଡ ମାରିବା ସହ ଗୋଇଠା ଚାପୁଡା ବର୍ଷା କରିଥିଲେ । ଆସାମ ହୋଜାଇ ଜିଲ୍ଲା ଉଦାଲିର କୋଭିଡ କେୟାର ସେଂଟର ଏହି ବର୍ବର ଦୃଶ୍ୟ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଘଟଣାରେ ସଂପୃକ୍ତ ୨୪ ଜଣଙ୍କୁContinue reading “ଆସାମ କୋଭିଡ ହସ୍ପିଟାଲରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମାଡ ମାରିଲେ ଉତ୍ୟକ୍ତ ସଂପର୍କୀୟ “
Author Archives: Raghaba
ଡୋମିନିକାରୁ ପଳାତକ ମେହୁଲ ଚୌକସିକୁ ଆଣିବାକୁ ଉଦ୍ୟମ କରିବ ଭାରତ । କୋର୍ଟରେ ଦିଆଯିବ ଭାରତୀୟ ନାଗରିକର ପ୍ରମାଣ, ଠକେଇର ଦସ୍ତାବିଜ
କନକ ବ୍ୟୁରୋ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏପି ସିଙ୍କ କହିବା ଅନୁସାରେ ପଳାତକ ମେହୁଲ ଚୌକସିଙ୍କୁ ଭାରତ ଫେରାଇ ଆଣିବାରେ ଅସୁବିଧା ନାହିଁ । ଆଂଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ମେହୁଲକୁ ତୁରନ୍ତ ଭାରତକୁ ପ୍ରତ୍ୟର୍ପଣ ପାଇଁ ବୟାନ ଦେଇ ସାରିଛନ୍ତି । ହେଲେ ଡୋମିନିକା କୋର୍ଟଙ୍କ ନିଷ୍ପତି ଉପରେ ସବୁ ନିର୍ଭର କରୁଛି । ଡୋମିନିକା କୋର୍ଟଙ୍କ ଆଗରେ ଦୁଇଟି ରାସ୍ତା ରହିଛି, ମେହୁଲକୁ ଆଂଟିଗୁଆକୁ ପଠାଇବା ନହେଲେ ଭାରତ ହାତରେ ସମର୍ପଣ କରିଦେବା ।Continue reading “ଡୋମିନିକାରୁ ପଳାତକ ମେହୁଲ ଚୌକସିକୁ ଆଣିବାକୁ ଉଦ୍ୟମ କରିବ ଭାରତ । କୋର୍ଟରେ ଦିଆଯିବ ଭାରତୀୟ ନାଗରିକର ପ୍ରମାଣ, ଠକେଇର ଦସ୍ତାବିଜ”
ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ ହରାଇଲେ ୨କୋଟି ୨୭ଲକ୍ଷ ଲୋକ
କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ଦେଶରେ ସର୍ବାଧିକ ଧନଜୀବନ ହାନି କରିଛି । ଲୋକେ ରୋଜଗାର ହରାଉଥିବା ନେଇ ସାଂଘାତିକ ସତ ସାମ୍ନାକୁ ଆଣିଛି ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଇର ରିପୋର୍ଟ । ଗତ ମେ ମାସରେ ସର୍ବାଧିକ ଜୀବନ ସହ ଜୀବିକା ମଧ୍ୟ ଛଡାଇ ନେଇଛି ମହାମାରୀ ଭୁତାଣୁ । କେବଳ ମେ ମାସରେ (୧.୫) ଦେଢ କୋଟି ଲୋକ ଚାକିରୀ ହରାଇଛନ୍ତି । ଯାହା ବର୍ଷକ ଭିତରେ ସବୁଠୁContinue reading “ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ ହରାଇଲେ ୨କୋଟି ୨୭ଲକ୍ଷ ଲୋକ”
ଚାକିରି ନେଇଗଲା କରୋନା । ମେ’ ମାସରେ ଚାକିରି ହରାଇଛନ୍ତି ୧ କୋଟି ୫୩ ଲକ୍ଷ ଲୋକ ।
କନକ ବ୍ୟୁରୋ: ଭୁବନେଶ୍ୱରରର ଧୀରେନ୍ଦ୍ର ମିଶ୍ର । ୫ ପ୍ରାଣୀ କୁଟୁମ୍ବର ଜଣେ ମାତ୍ର ରୋଜଗାରିଆ ସଦସ୍ୟ । ଧୀରେନ୍ଦ୍ର ଏବେ ବେକାର । କରୋନା ମାଡ଼ରେ ଚାକିରି ଚାଲିଯାଇଛି । ପ୍ରଥମ ଲହର କରୋନାରେ ଅଧା ଧରମା କଟୁଥିଲା, ଏବେ ଚାକିରି ଚାଲି ଯାଇଛି । ଏଭଳି ସ୍ଥିତିରେ ଭଗବାନଙ୍କ କୃପାକୁ ଚାହିଁ ରହିଛନ୍ତି ଧୀରେନ୍ଦ୍ର । ଇଏ କେବଳ ଧୀରେନ୍ଦ୍ରଙ୍କ କାହାଣୀ ନୁହେଁ । କରୋନାର ଦ୍ୱିତୀୟ ଲହର ଯୋଗୁଁ କେବଳ ମେ’ ମାସରେContinue reading “ଚାକିରି ନେଇଗଲା କରୋନା । ମେ’ ମାସରେ ଚାକିରି ହରାଇଛନ୍ତି ୧ କୋଟି ୫୩ ଲକ୍ଷ ଲୋକ । “
ଦ୍ୱିତୀୟ ଲହର ସରିନି, ଚିନ୍ତା ବଢ଼ାଇଲା ତୃତୀୟ ଲହର । ଏସବିଆଇ ରିପୋର୍ଟ କହିଲା, ଦ୍ୱିତୀୟ ଲହର ଭଳି ମାରାତ୍ମକ ହୋଇପାରେ ତୃତୀୟ ଲହର
କନକ ବ୍ୟୁରୋ: ଦେଶରେ ଯେତେବେଳେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଧିରେ ଧିରେ କମୁଛି, ସେତିକି ବେଳେ ତୃତୀୟ ଲହର ନେଇ ସତର୍କ କରାଇଛି ଏସବିଆଇର ଏକ ରିପୋର୍ଟ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର । କରୋନାର ଦ୍ୱିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ସତର୍କବାଣୀ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବିଭିନ୍ନ ସଂସ୍ଥାର ଆକଳନ, କରୋନାରେ ଅଧିକ ପ୍ରଭାବିତ ଦେଶଗୁଡିକର ସ୍ଥିତିକୁContinue reading “ଦ୍ୱିତୀୟ ଲହର ସରିନି, ଚିନ୍ତା ବଢ଼ାଇଲା ତୃତୀୟ ଲହର । ଏସବିଆଇ ରିପୋର୍ଟ କହିଲା, ଦ୍ୱିତୀୟ ଲହର ଭଳି ମାରାତ୍ମକ ହୋଇପାରେ ତୃତୀୟ ଲହର “
ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା ବୋଲି ଏସଆରସିଙ୍କ ସୂଚନା ।
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନଫରେନ୍ସି ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ଏଥିସହିତ ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଡକୁମେଣ୍ଟେସନ୍ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନContinue reading “ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା ବୋଲି ଏସଆରସିଙ୍କ ସୂଚନା ।”
ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା
କନକ ବ୍ୟୁରୋ: ଦେଶରେ ଟୀକାକରଣ ବାବଦରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଆଣିବାକୁ ଯାଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଟୀକା ସଂଗ୍ରହ ଓ ଟୀକାକରଣ ବାବଦରେ କେନ୍ଦ୍ର ସରକାରଙ୍କୁ ଏକ ବଡ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି -କେନ୍ଦ୍ରୀୟ ସ୍ତରରେ ଭାରତ ସରକାର ଟୀକା ଆଣି ରାଜ୍ୟ ଗୁଡିକୁ ଦିଅନ୍ତୁ । ଏହାହିଁ ସବୁଠାରୁ ଭଲ ଉପାୟ । ଫଳରେ ଶୀଘ୍ର ଲୋକଙ୍କୁ ଟୀକା ଦିଆଯାଇ ପାରିବ ।Continue reading “ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା”
ବିଜୟଶ୍ରୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ କହିଲେ, ଦଳ ପାଇଁ ଏକ ଅପୂରଣୀୟ କ୍ଷତି
କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣିContinue reading “ବିଜୟଶ୍ରୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ କହିଲେ, ଦଳ ପାଇଁ ଏକ ଅପୂରଣୀୟ କ୍ଷତି”
ଟିକା ପ୍ରସଙ୍ଗକୁ ନେଇ ନବୀନଙ୍କ ଚିଠି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ, ଜନସଂଖ୍ୟା ଆଧାରରେ ରାଜ୍ୟମାନଙ୍କୁ ଟିକା ଯୋଗାଇବାକୁ କେନ୍ଦ୍ର ସରକାର କରିଛନ୍ତି ବ୍ୟବସ୍ଥା ।
କନକ ବ୍ୟୁରୋ: ଟିକା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ଭରସା ରଖି ନବୀନ ଚିଠି ଲେଖିଛନ୍ତି । କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରି ଟିକା ଯୋଗାଇ ଦେବାକୁ ନବୀନ କହିଛନ୍ତି । ଏସବୁ ଭିତରେ ଟିକାକୁ ନେଇ ସଚେତନତା ବଢିଛି ଏବଂ ଜନସଂଖ୍ୟାContinue reading “ଟିକା ପ୍ରସଙ୍ଗକୁ ନେଇ ନବୀନଙ୍କ ଚିଠି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ, ଜନସଂଖ୍ୟା ଆଧାରରେ ରାଜ୍ୟମାନଙ୍କୁ ଟିକା ଯୋଗାଇବାକୁ କେନ୍ଦ୍ର ସରକାର କରିଛନ୍ତି ବ୍ୟବସ୍ଥା ।”
ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୧୦୨ ଜଣ
କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଆଜି ଭଲ ଖବର । ଆଜି ରାଜଧାନୀରେ ସଂକ୍ରମଣ କମ ରହିଛି ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୧୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୭୪୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦContinue reading “ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୧୦୨ ଜଣ “