କନକ ବ୍ୟୁରୋ : ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ କରୋନା ଟିକା ମିଳିବା ନେଇ ସନ୍ଦେହ ବଢିଛି । କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୁଚନା ମିଳିଛି । ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ । ରାଜ୍ୟର ଆବଶ୍ୟକତା ଅନୁଯାୟୀContinue reading “ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ : ପ୍ରି-ବିଡରେ ସାମିଲ ହେଲେ ନାହିଁ ସେରମ ଓ ଭାରତ ବାୟୋଟେକ୍”
Author Archives: Raghaba
ପୋଲିସ ଗାଡିରୁ ଟାୟାର ଚୋରି କରୁଥିଲେ ପୋଲିସ । ଧରାପଡିବା ପରେ ଗିରଫ ହେଲେ ସବଇନ୍ସପେକ୍ଟର ।
କନକ ବ୍ୟୁରୋ : ବାଡ଼ ଯଦି କ୍ଷେତ ଖାଏ, ଓଡ଼ିଆରେ ଏଭଳି ଏକ ଲୋକକଥା ଆପଣ ନିଶ୍ଚୟ ଶୁଣିଥିବେ । ଅଥାର୍ତ ନିଜର ଲୋକ ବିଶ୍ୱାସଘାତକତା କରିବା । ଏବେ ଠିକ୍ ସେହିଭଳି ଏକ ଘଟଣା ପଞ୍ଜାବ ପୋଲିସ ସହ ଘଟିଛି ।ପଞ୍ଜାବର ପାନିପତରେ ଜଣେ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି । ଆଉ ତାହା ପଛର କାରଣ କିଛି ଏଭଳି ରହିଛି । ମିଳିଥିବା ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାରContinue reading “ପୋଲିସ ଗାଡିରୁ ଟାୟାର ଚୋରି କରୁଥିଲେ ପୋଲିସ । ଧରାପଡିବା ପରେ ଗିରଫ ହେଲେ ସବଇନ୍ସପେକ୍ଟର ।”
ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ବାତ୍ୟା ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରନ୍ତୁ ସରକାର
କନକ ବ୍ୟୁରୋ : ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ବାତ୍ୟା ବିପନ୍ନ ଚାଷୀଙ୍କ ପାଇଁ ସରକାର ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ । ବାତ୍ୟା ମୁକାବିଲା ନେଇ ଟୁଇଟରରେ ରାଜ୍ୟ ସରକାରଙ୍କୁ ଜାତିସଂଘର ପ୍ରଶଂସା ଠାରୁ ପ୍ରଭାବିତ ଜିଲ୍ଲାର ଭୟାବହ ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ବୋଲି କହିଛି କଂଗ୍ରେସ । ଅନ୍ୟ ନେତା ମାନେ ହେଲିକ୍ୟାପ୍ଟରରେ ବୁଲି ସ୍ଥିତି ଅନୁଧ୍ୟନ କରୁଥିବା ବେଳେ କଂଗ୍ରେସ ପ୍ରଭାବିତ ଜାଗାକୁContinue reading “ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ ପରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ବାତ୍ୟା ବିପନ୍ନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରନ୍ତୁ ସରକାର”
ସ୍ୱର ବଦଳାଇଲେ ବାବା ରାମଦେବ : ଯୋଗଗୁରୁ କହିଲେ ତାଙ୍କ ଲଢ଼େଇ ଡାକ୍ତରଙ୍କ ବିରୋଧରେ ନୁହେଁ, ବରଂ ବଡ଼ ବଡ଼ ଔଷଧ କମ୍ପାନୀଙ୍କ ବିରୋଧରେ
କନକ ବ୍ୟୁରୋ : ସ୍ୱର ବଦଳାଇଲେ ବାବା ରାମଦେବ । ଏଲୋପାଥି ଚିକିତ୍ସାକୁ ନେଇ ଯୋଗଗୁରୁଙ୍କ ବିବାଦୀୟ ବୟାନ ପରେ ଖପ୍ପା ହୋଇପଡ଼ିଛନ୍ତି ଡାକ୍ତର । ତାଙ୍କ ବୟାନ ବିରୋଧରେ ଆଜି ରେସିଡେଂଟ ଡାକ୍ତର କଳା ଦିବସ ପାଳୁଛନ୍ତି । ହେଲେ ବାବା ରାମଦେବ କହିଛନ୍ତି ତାଙ୍କ ଲଢ଼େଇ ଡାକ୍ତରଙ୍କ ବିରୋଧରେ ନୁହେଁ ଦେଶର ବଡ଼ ବଡ଼ ଏଲୋପାଥି ଔଷଧ କମ୍ପାନୀ ବିରୋଧରେ । ସ୍ୱର ବଦଳାଇ ବାବା କହିଛନ୍ତି ସେ ଏଲୋପାଥି ଚିକିତ୍ସା ଏବଂ ଚିକିତ୍ସକଙ୍କୁContinue reading “ସ୍ୱର ବଦଳାଇଲେ ବାବା ରାମଦେବ : ଯୋଗଗୁରୁ କହିଲେ ତାଙ୍କ ଲଢ଼େଇ ଡାକ୍ତରଙ୍କ ବିରୋଧରେ ନୁହେଁ, ବରଂ ବଡ଼ ବଡ଼ ଔଷଧ କମ୍ପାନୀଙ୍କ ବିରୋଧରେ”
ରାଜ୍ୟରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ଡିଏମଇଟିଙ୍କ ସୂଚନା : ଦ୍ରୁତଗତିରେ ବ୍ୟାପୁନି କରୋନା ସଂକ୍ରମଣ
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ ଡ଼ିଏମଇଟି ସିବିିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଆମ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ଚାଲିଛି । ରାଜ୍ୟରେ କରୋନା ପଜିଟିଭ ଡ଼ବଲିଂ ହେଉନି ଏବେ ଡ଼ାଉନ୍ ଟ୍ରେଣ୍ଡ ଦେଖାଉଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାସକ ପୂର୍ବରୁ ପିକ୍ ନେଇଥିବାରୁ ସେଠି କମୁଛି ସଂକ୍ରମଣ । ସେହିପରି ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ସେ କହିଛନ୍ତି ୧୫ ଦିନ ଭିତରେ ଅନେକContinue reading “ରାଜ୍ୟରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ଡିଏମଇଟିଙ୍କ ସୂଚନା : ଦ୍ରୁତଗତିରେ ବ୍ୟାପୁନି କରୋନା ସଂକ୍ରମଣ”
ସଂକଟ ଭିତରେ ଆସିଲା ଆଶ୍ୱସ୍ତିର ଖବର : ଚମତ୍କାରୀ ଔଷଧ ଭାବେ କାମ କରିବ ‘ମୋଲନୁପିରାଭିର’; ଔଷଧ ଖାଇଲେ ୫ ଦିନରେ କରୋନା ମୁକ୍ତ ହୋଇପାରିବେ ଆକ୍ରାନ୍ତ
କନକ ବ୍ୟୁରୋ : କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତା ମିଳିବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ । ଏହି ଔଷଧର ନାଁ ହେଉଛି ‘ମୋଲନୁପିରାଭିର’ । ନାଟକୋ ଫାର୍ମା କମ୍ପାନୀ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି । ୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶContinue reading “ସଂକଟ ଭିତରେ ଆସିଲା ଆଶ୍ୱସ୍ତିର ଖବର : ଚମତ୍କାରୀ ଔଷଧ ଭାବେ କାମ କରିବ ‘ମୋଲନୁପିରାଭିର’; ଔଷଧ ଖାଇଲେ ୫ ଦିନରେ କରୋନା ମୁକ୍ତ ହୋଇପାରିବେ ଆକ୍ରାନ୍ତ”
ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳା ଭିଡିଓ : ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ ପରେ କ୍ଲିନଚିଟ୍ ଦେଲେ କଲେକ୍ଟର
କନକ ବ୍ୟୁରୋ : ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଅବହେଳାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗତକାଲି ତତ୍ପର ହୋଇଥିଲା ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ ଗତକାଲି ସନ୍ଧ୍ୟାରେ ପିପିଇ କିଟ ପିନ୍ଧି ମେଡିକାଲ ଭିତରକୁ ଯାଇ ଘଟଣାର ବାସ୍ତବତା ପରଖିଥିଲେ । Visited the Covid Hospital, Bankisole and reviewed the arrangements and treatment facilities. Also, interacted with the patients in the wards. ProperContinue reading “ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳା ଭିଡିଓ : ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ ପରେ କ୍ଲିନଚିଟ୍ ଦେଲେ କଲେକ୍ଟର”
ବରଗଡର ବିସ୍ମୟ କୁନି କଳାକାରଙ୍କୁ ନେଇ ଚର୍ଚ୍ଚା : ୪ ବର୍ଷ ବୟସରେ ମୃଦଙ୍ଗ ବଜାଇ ସାଉଁଟୁଛନ୍ତି ପ୍ରଶଂସା
କନକ ବ୍ୟୁରୋ : ବରଗଡ଼ର କୁନି କଳାକାର । ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚା ସାଉଁଟିଛନ୍ତି ଏହି ବିସ୍ମୟ ବାଳକ । ବରଗଡ଼ ଜିଲ୍ଲାର ଭେଡ଼େନ୍ ବ୍ଲକ ଅଏଁଳାପାଲି ଗାଁର ଲକ୍ଷ୍ମୀକାନ୍ତ ବାରିକ । ପିଲାଦିନୁ ମୃଦଙ୍ଗ ବଜାଇବା ଶିଖିବା ସହ ଚମତ୍କାର କଳା ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ମନ୍ତ୍ର, ଶ୍ଳେକ ଏବଂ ଢଗଢ ମାଳି ସହିତ ଅତି ସୁନ୍ଦର ଭାବେ ମୃଦଙ୍ଗ ବଜାଉଛନ୍ତି ଏହି କୁନି ବାଳକ । ତାଲାବନ୍ଦ ସମୟରେContinue reading “ବରଗଡର ବିସ୍ମୟ କୁନି କଳାକାରଙ୍କୁ ନେଇ ଚର୍ଚ୍ଚା : ୪ ବର୍ଷ ବୟସରେ ମୃଦଙ୍ଗ ବଜାଇ ସାଉଁଟୁଛନ୍ତି ପ୍ରଶଂସା”
କରୋନା ଆଣିଦେଲା ଦାରୁଣ ଦୁଃଖ : ଆଗ ପଛ ହୋଇ ଚାଲିଗଲେ ବାପା, ମାଆ; ଅନାଥ ହୋଇଗଲେ ଜାଆଁଳା ଛୁଆ, ଦାଦନ ଖଟିବାକୁ ଯାଇ ହୋଇଥିଲେ ସଂକ୍ରମିତ
କନକ ବ୍ୟୁରୋ : ରାୟଗଡ଼ା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡିଆବନ୍ଧ ଗାଁରେ ସ୍ୱାମୀ ଓ ସ୍ତ୍ରୀ କରୋନାରେ ପ୍ରାଣ ହରାଇବା ପରେ ବାପା ଓ ମା’ଙ୍କୁ ହରାଇ ଅସହାୟ ହୋଇପଡ଼ିଛନ୍ତି ଜାଆଁଳା ଭଉଣୀ । ମୃତ ଗିରିଶ ଗାଁରେ ଏକ ପାନ ଦୋକାନ କରି ନିଜର ଜୀବିକା ନିର୍ବାହ କରୁଥିଲେ । ତେବେ ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ଦାଦନ ଖଟିବାକୁ ମନସ୍ଥ କରି ନିଜ ଜାଆଁଳା ଦୁଇ ଶିଶୁ କନ୍ୟାଙ୍କୁ ଡମ୍ବସରାସ୍ଥିତ ଶଶୁରContinue reading “କରୋନା ଆଣିଦେଲା ଦାରୁଣ ଦୁଃଖ : ଆଗ ପଛ ହୋଇ ଚାଲିଗଲେ ବାପା, ମାଆ; ଅନାଥ ହୋଇଗଲେ ଜାଆଁଳା ଛୁଆ, ଦାଦନ ଖଟିବାକୁ ଯାଇ ହୋଇଥିଲେ ସଂକ୍ରମିତ”
ରାଜଧାନୀରେ ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର : ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ରଂଜିତ ନାୟକ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
କନକ ବ୍ୟୁରୋ : ଭୁବନେଶ୍ୱର କଳ୍ପନା ନିକଟରେ ଥିବା ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଜଣଙ୍କ ହେଲେ ରଂଜିତ ନାୟକ । ରଂଜିତଙ୍କ ଘର ୬ ନମ୍ବରରେ ହୋଇଥିବା ବେଳେ ସେ ଜିମ୍ ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ହେଲେ ପରିବାର ଲୋକ ରଂଜିତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଯଦିଓ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ, ରଂଜିତଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟାContinue reading “ରାଜଧାନୀରେ ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର : ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ରଂଜିତ ନାୟକ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ”