କନକ ବ୍ୟୁରୋ : ସାପ କାମୁଡାରେ ଚାଲିଗଲା ମାଆର ଜୀବନ, ଆଉ ଅନାଥ ହୋଇଗଲେ ଦୁଇଛୁଆ । ବାଲେଶ୍ୱର ଜିଲ୍ଲା ଦୁର୍ଗାପୁର ଗାଁରେ ବାତ୍ୟା ୟାସ ପ୍ରଭାବରେ ଆସିଥିବା ବନ୍ୟାପାଣି ଘେରି ରହିଛି । ଫଳରେ ଏକ ବିଷଧର ସାପ ଗାଁର ରାଧା ସିଂଙ୍କ ଘରେ ପଶିଯାଇଥିଲା । ଆଜି ସକାଳୁ ମହିଳା ଜଣଙ୍କ କୁକୁଡା ମରି ପଡିବା ସହ ଅଣ୍ଡାଗୁଡିକ ଏଣେତେଣେ ପଡିଥିବା ଦେଖିଥିଲେ । ଅଣ୍ଡାଗୁଡିକୁ ଗୋଟାଇ କୁକୁଡା ପାଖରେ ରଖିବାକୁ ଗଲାବେଳେ ବିଷଧରContinue reading “ସାପ କାମୁଡାରେ ଚାଲିଗଲା ମାଆର ଜୀବନ : ଅନାଥ ହୋଇଗଲେ ଦୁଇଛୁଆ; ବନ୍ୟା ପାଣି ଯୋଗୁଁ ଘରେ ପଶିଥିଲା ବିଷଧର ସାପ”
Author Archives: Raghaba
ନବରଙ୍ଗପୁର ଓ ଜୟପୁର ଗଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ : ୨ ଜିଲ୍ଲାରେ କୋଭିଡ ସ୍ଥିତିର କଲେ ସମୀକ୍ଷା
କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ନଗରଙ୍ଗପୁର ଓ ଜୟପୁର ଗସ୍ତ । ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ମବରଙ୍ଗପୁର ଗସ୍ତ କରିଛନ୍ତି ରାଜ୍ୟ ଶାସନର ଏହି ଦୁଇ ପ୍ରମୁଖ ଅଧିକାରୀ । ଜିଲ୍ଲାରେ କରୋନା ସ୍ଥିତିନେଇ ସର୍କିଟ ହାଉସରେ ଏକ ବୈଠକ କରିଛନ୍ତି । ଏଠାରେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଏସପି ପହଲ୍ଲାଦ ସାହାଇ ମିନା ଏବଂ ନବରଙ୍ଗପୁର ସିଡିଏମଓContinue reading “ନବରଙ୍ଗପୁର ଓ ଜୟପୁର ଗଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ : ୨ ଜିଲ୍ଲାରେ କୋଭିଡ ସ୍ଥିତିର କଲେ ସମୀକ୍ଷା”
ମେ’ ମାସ ପାଲଟିଥିଲା ଘାତକ, ଜୁନ ଆଣିବ ଆଶ୍ୱସ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା
କନକ ବ୍ୟୁରୋ : ମେ’ ମାସ ସବୁଠୁ ଘାତକ ଥିଲା । ୩୧ ଦିନରେ ରାଜ୍ୟରେ ୩ଲକ୍ଷ ୨୦ ହଜାର ୮୦୩ ପଜିଟିଭ ଚିହ୍ନଟ ହୋଇଥିଲା । ମେ’ ମାସରେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ରେ ରାଜ୍ୟରେ ପିକ୍ ଥିଲା ୧୨ ହଜାର ୮୫୨ । ତେବେ ଜୁନ ମାସରେ ଟ୍ରେଣ୍ଡ କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୪ ସପ୍ତାହ ପରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିବ ।Continue reading “ମେ’ ମାସ ପାଲଟିଥିଲା ଘାତକ, ଜୁନ ଆଣିବ ଆଶ୍ୱସ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା”
ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା : ସୁନା ଚୁଡି ପାଇଁ କାଟିଲେ ମହିଳାଙ୍କ ବେକ; ଅଳ୍ପକେ ବର୍ତିଗଲେ ମହିଳା
କନକ ବ୍ୟୁରୋ : କଟକଣା ଭିତରେ ମାତିଛନ୍ତି ଲୁଟେରା । ଏକୁଟିଆ ଦେଖି ମହିଳାଙ୍କୁ ମହିଳାଙ୍କୁ ଛୁରୀ ମାରି ଲୁଟ ଉଦ୍ୟମ କଲେ ଲୁଟେରା । ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଘଟିଛି ଏହି ଘଟଣା । ଯାହାର ସଂପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ ସକାଳୁ ମହିଳା ଜଣଙ୍କ ପରିବା ଆଣିବା ପାଇଁ ଯାଉଥିଲେ । ଠିକ୍ ଏହି ସମୟରେ ତାଙ୍କୁ ଦୁବୃର୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରିContinue reading “ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା : ସୁନା ଚୁଡି ପାଇଁ କାଟିଲେ ମହିଳାଙ୍କ ବେକ; ଅଳ୍ପକେ ବର୍ତିଗଲେ ମହିଳା”
ବିମାନ ଦୁର୍ଘଟଣାରେ ହଲିଉଡ ସିନେମା ‘ଟାରଜନ୍’ ଅଭିନେତା ଜୋ ଲାରାଙ୍କ ମୃତ୍ୟୁ । ଫ୍ଲୋଲିଡା ଅଭିମୁଖେ ଯାତ୍ରା ବେଳେ ଦୁର୍ଘଟଣା
ୱାସିଂଟନ୍: ଦୁର୍ଘଟଣାଗ୍ରସ୍ତ ହୋଇ ଟିନେସିର ଗୋଟାଏ ହ୍ରଦକୁ ଖସିପଡ଼ିଥିବା କ୍ଷୁଦ୍ର ବିମାନରେ ଥିବା ‘ଟାର୍ଜନ୍’ ଅଭିନେତା ଜୋ ଲାରା ଓ ତାଙ୍କ ବିବାଦୀୟ ‘ଡାଏଟ୍ ଗୁରୁ’ ପତ୍ନୀ ତଥା ଗୀର୍ଜା ନେତ୍ରୀ ଗ୍ବେନ୍ ଲାରାଙ୍କ ସମେତ ୭ଜଣଙ୍କୁ ମୃତ ବୋଲି ଧରିନିଆଯାଇଥିବା କଥା ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ପାମ୍ ବେଳଭୂମି ଅଭିମୁଖେ ଯାତ୍ରା କରୁଥିବା କ୍ଷୁଦ୍ର ବିମାନ ‘ସେସ୍ନା ସି୫୦୧’ ‘ପିର୍ସି ପ୍ରିଷ୍ଟ୍ ହ୍ରଦ’Continue reading “ବିମାନ ଦୁର୍ଘଟଣାରେ ହଲିଉଡ ସିନେମା ‘ଟାରଜନ୍’ ଅଭିନେତା ଜୋ ଲାରାଙ୍କ ମୃତ୍ୟୁ । ଫ୍ଲୋଲିଡା ଅଭିମୁଖେ ଯାତ୍ରା ବେଳେ ଦୁର୍ଘଟଣା”
ଆଜି ବି ରାଜ୍ୟରେ ଶହେ ଟଙ୍କା ଉପରେ ଲିଟର ପିଛା ପେଟ୍ରୋଲ ଦର : କାଲିମେଳାରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୧ ପଇସା, ଡିଜେଲ ୯୮ଟଙ୍କା ୫୮ ପଇସା
କନକ ବ୍ୟୁରୋ : ମାଲକାନଗିରି ସେଂଚୁରୀ ମାରିଛି ପେଟ୍ରୋଲ ଦର । ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ୮ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୭୪ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ୧୦୧ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ୯୮ଟଙ୍କା ୫୮ ପଇସା ରହିଛି । ତେଲଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଥିବା ବେଳେContinue reading “ଆଜି ବି ରାଜ୍ୟରେ ଶହେ ଟଙ୍କା ଉପରେ ଲିଟର ପିଛା ପେଟ୍ରୋଲ ଦର : କାଲିମେଳାରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୧ ପଇସା, ଡିଜେଲ ୯୮ଟଙ୍କା ୫୮ ପଇସା”
ଉହାନ ଲ୍ୟାବରୁ ବିକଶିତ ହୋଇଛି କରୋନା ଭୂତାଣୁ ! ନୂଆ ଗବେଷଣା ରିପୋର୍ଟରୁ ଆସିଲା ବିସ୍ଫୋରକ ତଥ୍ୟ
କରୋନା ଭାଇରସ୍ କୌଣସି ପ୍ରାକୃତିକ ବିପଦ ନୁହେଁ ଏହା ଚୀନ୍ର ଉହାନ୍ ଲ୍ୟାବ୍ରେ ବୈଜ୍ଞାନିକଙ୍କ ଦ୍ବାରା ସୃଷ୍ଟି ହୋଇଛି ଏବଂ ସେଠାରେ ହିଁ ଏହା ବିକଶିତ ହୋଇ ସାରା ବିଶ୍ବରେ ଆତଙ୍କ ଚଳାଇଛି ବୋଲି ନୂଆ ଗବେଷଣା ରିପୋର୍ଟରେ ଦାବି କରାଯାଇଛି। ‘ଡେଲି ମେଲ୍’ରେ ପ୍ରକାଶିତ ରିପୋର୍ଟ ମୁତାବକ ବ୍ୟାପକ ଗବେଷଣା ପରେ ଉହାନ୍ ଲ୍ୟାବ୍ର ଏହି ରହସ୍ୟକୁ ପର୍ଦ୍ଦାଫାସ କରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି। ଚୀନ୍ ବୈଜ୍ଞାନିକମାନେ ଉହାନ ଲ୍ୟାବ୍ରେ ଅତି ବିପଜ୍ଜନକ ଭାଇରସ୍ ତିଆରିContinue reading “ଉହାନ ଲ୍ୟାବରୁ ବିକଶିତ ହୋଇଛି କରୋନା ଭୂତାଣୁ ! ନୂଆ ଗବେଷଣା ରିପୋର୍ଟରୁ ଆସିଲା ବିସ୍ଫୋରକ ତଥ୍ୟ”
ଟ୍ରମ୍ପଙ୍କ କରୋନା ଚିକିତ୍ସାରେ ଯେଉଁ ଔଷଧ ବ୍ୟବହାର ହୋଇଥିଲା କଟକର ଏକ ଘରୋଇ ହସ୍ପିଟାଲରେ ହେଲା ପ୍ରୟୋଗ : ଜାଣନ୍ତୁ ଏହି ଔଷଧ କେମିତି କାମ କରେ ଓ କେଉଁ ରୋଗୀଙ୍କୁ ଏହା ଦିଆଯାଏ?
କନକ ବ୍ୟୁରୋ : କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ କୋଭିଡ ମେଡିସିନ ସିପ୍ଲା ଟୋସିଲିଜୁମାବର ପ୍ରୟୋଗ ହୋଇଛି । ଏହି ମେଡିସିନ ଡୋନାଲ୍ଡ ଟ୍ରମ୍ପଙ୍କ କୋଭିଡ ଚିକିତ୍ସା ବେଳେ ବ୍ୟବହାର କରାଯାଇଥିଲା । ଏହା ସାଧାରଣତଃ ଏକ ଷ୍ଟେରଏଡ ଜାତୀୟ ଯାହାକୁ ରୋଗୀ ନେବା ପରେ ତାର ଶରୀରରେ କୋଭିଡ ରୋଗ ଧୀରେ ଧୀରେ ଭଲ ହେବା ଆରମ୍ଭ କରେ । ଜାପାନରେ ଏହାର ବ୍ୟବହାରରେ ଅନେକଙ୍କୁ ସୁଫଳ ମିଳିଥିବା କହିଛନ୍ତିContinue reading “ଟ୍ରମ୍ପଙ୍କ କରୋନା ଚିକିତ୍ସାରେ ଯେଉଁ ଔଷଧ ବ୍ୟବହାର ହୋଇଥିଲା କଟକର ଏକ ଘରୋଇ ହସ୍ପିଟାଲରେ ହେଲା ପ୍ରୟୋଗ : ଜାଣନ୍ତୁ ଏହି ଔଷଧ କେମିତି କାମ କରେ ଓ କେଉଁ ରୋଗୀଙ୍କୁ ଏହା ଦିଆଯାଏ?”
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ : ଅମାନିଆଙ୍କ ଠାରୁ ଫାଇନ୍ କାଟୁଛି ପୋଲିସ
କନକ ବ୍ୟୁରୋ : ପୁଣି ୧୬ ଦିନ ଲକଡାଉନକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଜୁନ ୧ ତାରିଖରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ପୂର୍ବଭଳି ଲକଡାଉନ ଜାରି ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ବର୍ତମାନ ବିପଦଜନକ ସ୍ଥିତିରେ ରହିଛି ରାଜ୍ୟରେ କରୋନା ସଂକ୍ରମଣ । ୧୦ ପ୍ରତିଶତ ଉପରେ ରହିଛି ରାଜ୍ୟରେ ସଂକ୍ରମଣ ହାର । ତେଣୁ ଲକଡାଉନକୁ ବୃଦ୍ଧି କରାଯାଇଥିବାବେଳେ ପୂର୍ବଭଳି ଶନିବାର ଓ ରବିବାରContinue reading “ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ : ଅମାନିଆଙ୍କ ଠାରୁ ଫାଇନ୍ କାଟୁଛି ପୋଲିସ”
କେନ୍ଦ୍ରର ଡାକରା ସତ୍ୱେ ଦିଲ୍ଲୀ ଯିବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ : ଦିନ ୧୦ଟା ସୁଧା ଦିଲ୍ଲୀରେ ଯୋଗ ଦେବା ପାଇଁ ଥିଲା ନିର୍ଦ୍ଦେଶ
କନକ ବ୍ୟୁରୋ : କେନ୍ଦ୍ରର ଡାକରା ସତ୍ୱେ ଦିଲ୍ଲୀ ଯାଉନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଆଜି ଦିନ ୧୦ଟା ସୁଦ୍ଧା ମୁଖ୍ୟ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀସ୍ଥିତ ନର୍ଥ ବ୍ଲକରେ ଥିବା କାର୍ମୀକ ଓ ପ୍ରଶିକ୍ଷଣ ବିଭାଗରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଥିଲା । ହେଲେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗ ସରକାର ତାଙ୍କୁ ଏଥିପାଇଁ ଦାୟିତ୍ୱରୁ ଅବ୍ୟାହତି ଦେଇନାହାନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁସାରେContinue reading “କେନ୍ଦ୍ରର ଡାକରା ସତ୍ୱେ ଦିଲ୍ଲୀ ଯିବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ : ଦିନ ୧୦ଟା ସୁଧା ଦିଲ୍ଲୀରେ ଯୋଗ ଦେବା ପାଇଁ ଥିଲା ନିର୍ଦ୍ଦେଶ”