ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ : ପୂର୍ବ ପରି ଶନିବାର ଓ ରବିବାର ଜାରି ରହିବ ସଟଡାଉନ; ସକାଳ ୭ଟାରୁ ୧୧ଟା ଯାଏଁ ଯାଇପାରିବେ ବଜାର

କନକ ବ୍ୟୁରୋ : ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ଜୁନ ୧୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଅର୍ଥାତ୍ ଜୁନ ୧ ତାରିଖରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ପୂର୍ବଭଳି ଲକଡାଉନ ଜାରି ରହିବ । ୧୬ ଦିନ ପୁଣି ଲକଡାଉନକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ବର୍ତମାନ ବିପଦଜନକ ସ୍ଥିତିରେ ରହିଛି ରାଜ୍ୟରେ କରୋନା ସଂକ୍ରମଣ । ୧୦ ପ୍ରତିଶତ ଉପରେ ରହିଛି ରାଜ୍ୟରେ ସଂକ୍ରମଣContinue reading “ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ : ପୂର୍ବ ପରି ଶନିବାର ଓ ରବିବାର ଜାରି ରହିବ ସଟଡାଉନ; ସକାଳ ୭ଟାରୁ ୧୧ଟା ଯାଏଁ ଯାଇପାରିବେ ବଜାର”

ଆସନ୍ତା ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ପବନ ଧୀରେଧୀରେ ସକ୍ରିୟ ଓ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଜୁନ୍‌ ୧ ତାରିଖ ଆଡ଼କୁ ଅଧିକ ଶକ୍ତିଶାଳୀ ହେବ। ଫଳରେ କେରଳରେ ବର୍ଷା ଆରମ୍ଭ ହୋଇଯିବ । ଜୁନ୍‌ ୩ ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଇଏମ୍‌ଡିର ଆକଳନ ଅନୁଯାୟୀ ମେ’ ୩୧ ତାରିଖ କିମ୍ବା ଏହାର ୪ ଦିନ ଏପଟ ସେପଟରେContinue reading “ଆସନ୍ତା ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”

ବଜାର ଖୋଜୁଛି ଆମ୍ବ ଚାଷୀ । କରୋନା କଟକଣା ଦୋହଲାଇ ଦେଇଛି ଆମ୍ବ ଚାଷୀଙ୍କ ମେରୁଦଣ୍ଡ ।

କନକ ବ୍ୟୁରୋ: ଗଛରେ ସଢୁଛି ସୁଆଦିଆ ଆମ୍ବ । ବଜାର ଖୋଜୁଛି ଆମ୍ରପାଲି ଓ ଦଶହରି । ପବନରେ ଲହଡି ଭାଙ୍ଗୁଛ ପାଚିଲା ଆମ୍ରପାଲି, ମଲିକା, ବାଇଗଣପଲି ପରି ସୁଆଦିଆ ଆମ୍ବ । ମାଲକାନଗିରି ଜିଲ୍ଲା ସିଆଡିମାଳ ଗାଁଁର ବ୍ରଜେନ କିସ୍କୁ ଗତ ୨୦୦୭ ମସିହାରେ ନାବାର୍ଡ ଓାଡି ପ୍ରକଳ୍ପ ଜରିଆରେ ନିଜ ୩ ଏକର ଢିପ ଜମିରେ ଆମ୍ବ ବୃକ୍ଷ ରୋପଣ କରିଥିଲେ । ଏବଂ ୨୦୧୪ ମସିହା ଠାରୁ ପ୍ରତି ବର୍ଷ ପ୍ରାୟ ୧୦୦Continue reading “ବଜାର ଖୋଜୁଛି ଆମ୍ବ ଚାଷୀ । କରୋନା କଟକଣା ଦୋହଲାଇ ଦେଇଛି ଆମ୍ବ ଚାଷୀଙ୍କ ମେରୁଦଣ୍ଡ ।”

ସପୁରୀ ଚାଷ ଦେଇଛି ରୋଜଗାର । ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତଙ୍କ ସପୁରୀ ଚାଷକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ସପୁରୀ ଚାଷ ବି ଦେଇପାରେ ରୋଜଗାର । ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତ ପରିଡା । ଦଶବର୍ଷ ତଳେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିବା ସପୁରୀ ଚାଷ ଏବେ ତାଙ୍କୁ ଦେଖାଇଛି ରୋଜଗାରର ବାଟ । ଜଣେ ସଫଳ ଚାଷୀ ଭାବରେ ଧର୍ମଶାଳା ଅଂଚଳରେ ସେ ଏବେ ବେଶ୍ ଜଣାଶୁଣା । ଆମ୍ବ, କାଜୁ ଚାଷ କରି ସଫଳ ହେବା ପରେ ନିଜ ବିଲରେContinue reading “ସପୁରୀ ଚାଷ ଦେଇଛି ରୋଜଗାର । ଯାଜପୁର ଧର୍ମଶାଳା ନରସିଂହପୁର ଗାଁର ଚାଷୀ ବସନ୍ତଙ୍କ ସପୁରୀ ଚାଷକୁ ନେଇ ଚର୍ଚ୍ଚା ।”

ଚିନ୍ତାରେ କୋରାପୁଟର ଅଦା ଚାଷୀ । କରୋନା ବିଗାଡ଼ି ଦେଇଛି ସ୍ଥିତି । ବିକ୍ରି ହୋଇପାରୁନାହିଁ ଫସଲ।

କନକ ବ୍ୟୁରୋ: ଚିନ୍ତାରେ ଅଦା ଚାଷୀ । କେଉଁଠି ଜମିରୁ ଅଦା ବାହାରିପାରୁନି ତ କେଉଁଠି ଗୋଦାମ ଘରେ ଜମା ହୋଇ ପଡ଼ିରହିଛି କୁଇଣ୍ଟାଲ କୁଇଣ୍ଟାଲ ଅଦା । କରୋନା ବିଗାଡ଼ି ଦେଇଛି ଅଦାଚାଷୀଙ୍କ ଜୀବିକା । କେଉଁଠି ଜମିରେ ସଢ଼ୁଛି ତ କେଉଁଠି ରାସ୍ତା ଉପରେ । ଏଭଳି ଖବର ଆସିଛି କୋରାପୁଟଙ୍କ ଜିଲ୍ଲାର ପଟାଙ୍ଗୀ ବ୍ଲକରୁ । କ୍ଷେତରେ ପଡ଼ି ରହିଛି ଅଦା, ମିଳୁନାହିଁ ଅଦାର ଉଚିତ ମୂଲ୍ୟ । ୫୦ରୁ ୬୦ ଟଙ୍କାରେContinue reading “ଚିନ୍ତାରେ କୋରାପୁଟର ଅଦା ଚାଷୀ । କରୋନା ବିଗାଡ଼ି ଦେଇଛି ସ୍ଥିତି । ବିକ୍ରି ହୋଇପାରୁନାହିଁ ଫସଲ।”

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୧,୮୮୧ ଜଣ । ମୋଟ ସୁସ୍ଥକଙ୍କ ସଂଖ୍ୟା ୬,୭୦,୫୨୭ କୁ ବୃଦ୍ଧି

କନକ ବୁରୋ : ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁ୍ଥିବା ବେଳେ କରୋନା ସଂକ୍ରମଣରୁ ଦୈନିକ ୧୦ ହଜାରରୁ ଉର୍ଦ୍ଧ ଲୋକ ସୁସ୍ଥ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧.୮୮୧ ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥକଙ୍କୁ ମିଶାଇ ରାଜ୍ୟରେ ମୋଟ ୬,୭୦.୫୨୭Continue reading “ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୧,୮୮୧ ଜଣ । ମୋଟ ସୁସ୍ଥକଙ୍କ ସଂଖ୍ୟା ୬,୭୦,୫୨୭ କୁ ବୃଦ୍ଧି”

ଲୋକଙ୍କ ସେବା କରିବାକୁ ବନ୍ଧୁକ ଛାଡିଥିଲେ ମାଓନେତ୍ରୀ । କରୋନା କାଳରେ ଲୋକଙ୍କ ସେବାରେ ତେଲେଙ୍ଗାନାର ଡି. ଅନୁସୟା

କନକ ବ୍ୟୁରୋ: ବୁଲେଟ ଛାଡି ବାଲଟର ଆଶ୍ରୟ ନେଇଥିଲେ । ଆଉ ବାଲଟ ପେପର ବଳରେ ବନିଗଲେ ବିଧାୟିକା । ଆମେ କହୁଛୁ ଏମିତି ଜଣେ ମାଓନେତ୍ରୀଙ୍କ କଥା ଯିଏ ମାତ୍ର ୧୬ ବର୍ଷ ବୟସରେ ବନ୍ଧୁକ ଧରିଥିଲେ , କିନ୍ତୁ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଲେଙ୍ଗାନାର କଂଗ୍ରେସ ବିଧାୟକା ଦାନସୁରୀ ଅନୁସୟା ଓରଫ ଶିତାକ୍କା । ମାଓବାଦୀ ସଙ୍ଗଠନରେ ସାମିଲ ହେବାର ୧୭ ବର୍ଷContinue reading “ଲୋକଙ୍କ ସେବା କରିବାକୁ ବନ୍ଧୁକ ଛାଡିଥିଲେ ମାଓନେତ୍ରୀ । କରୋନା କାଳରେ ଲୋକଙ୍କ ସେବାରେ ତେଲେଙ୍ଗାନାର ଡି. ଅନୁସୟା”

କରୋନା କାଳରେ ଶ୍ରଦ୍ଧାଞ୍ଜଳି ଜଣାଇବାର ନୂଆ ମାଧ୍ୟମ । ଘରକୁ ନଯାଇ ଖବରକାଗଜରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ: ଏକ ସାମାଜିକ ସଙ୍କଟ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଭୟରେ ପାଖ ପଶୁ ନାହାଁନ୍ତି ରକ୍ତ ସମ୍ପର୍କୀୟ । କେବଳ ଜୀବିତ ଅବସ୍ଥାରେ ନୁହଁନ୍ତି ମୃତ୍ୟୁ ପରେ ବି ଶେଷ ସମ୍ମାନ ଟିକକ ମିଳୁନି । କେଉଁଠି କେଉଁଠି ମୃତ ଦେହ ଘଣ୍ଟା ଘଣ୍ଟା ପଡି ରହିବା ପରେ ସ୍ୱେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ ଶବଦାହ କରୁଛନ୍ତି । ତେବେ ଏଭଳି ସମୟରେ ଖବର କାଗଜରେ ଭରି ଯାଉଛି ଶ୍ରଦ୍ଧାଞ୍ଜଳି ।Continue reading “କରୋନା କାଳରେ ଶ୍ରଦ୍ଧାଞ୍ଜଳି ଜଣାଇବାର ନୂଆ ମାଧ୍ୟମ । ଘରକୁ ନଯାଇ ଖବରକାଗଜରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି ।”

ବାତ୍ୟା ମୁକାବିଲା ନେଇ ପ୍ରଂଶସା ସାଉଁଟିଲା ଓଡିଶା । ମିଳିତ ଜାତିସଂଘର ବିପର୍ଯ୍ୟୟ ପ୍ରଶମନର ମୁଖ୍ୟ କହିଲେ, ଓଡିଶାଠାରୁ ଶିଖିବା ଦରକାର ବାତ୍ୟା ମୁକାବିଲାର ପ୍ରସ୍ତୁତି ।

କନକ ବ୍ୟୁରୋ: ବାତ୍ୟା ମୁକାବିଲା ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛି ଜାତିସଂଘ । ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ, ତାହା ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବା କଥା ବୋଲି କହିଛନ୍ତି ମିଳିତ ଜାତିସଂଘର ବିପର୍ଯ୍ୟୟ ପ୍ରଶମନ ମୁଖ୍ୟ ଅଧିକାରୀ ମାମି ମିଜୁଟୋରି । ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ନବୀନ ସରକାର ବାତ୍ୟା ଭଳି ବିପର୍ଯ୍ୟୟକୁ ସଠିକContinue reading “ବାତ୍ୟା ମୁକାବିଲା ନେଇ ପ୍ରଂଶସା ସାଉଁଟିଲା ଓଡିଶା । ମିଳିତ ଜାତିସଂଘର ବିପର୍ଯ୍ୟୟ ପ୍ରଶମନର ମୁଖ୍ୟ କହିଲେ, ଓଡିଶାଠାରୁ ଶିଖିବା ଦରକାର ବାତ୍ୟା ମୁକାବିଲାର ପ୍ରସ୍ତୁତି ।”

ଅକ୍ସିଜେନ୍ ସିଲିଣ୍ଡର ଧରି ଚୀନରୁ ଓଡିଶା ଆସିଲା ବିମାନ । କୋଭିଡ ମୁକାବିଲା ପାଇଁ ଆରସେଲର ମିତ୍ତଲ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ କରାଗଲା ସହାୟତା ।

କନକ ବ୍ୟୁରୋ: ଚୀନରୁ ଆସିଲା ଅକ୍ସିଜେନ୍ ସିଲିଣ୍ଡର । କର୍ପୋରେଟ୍ ସୋସିଆଲ୍ ରେସପୋନସିବିଲିଟି ବା ସାମାଜିକ ଦାୟିତ୍ୱବୋଧ ଅଧୀନରେ ଏହି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇଛି ଆର୍ସେଲର ମିତ୍ତଲ ନିପନ୍ ଇଣ୍ଡିଆ । ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ, ହେଲେ  ଅଧିକ ସଂଖ୍ୟକ ଅକ୍ସିିଜେନ୍ ସିଲିଣ୍ଡରର ଆବଶ୍ୟକତା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ୧୩୦୦ ସିଲିଣ୍ଡର ହସ୍ତାନ୍ତର କରିଛି ଆର୍ସେଲର ମିତ୍ତଲ । ଜୁନ୍ ଦ୍ୱିତୀୟ ସପ୍ତାହରେ ଅବଶିଷ୍ଟ ସିଲିଣ୍ଡର ଓଡ଼ିଶା ପହଁଚିବContinue reading “ଅକ୍ସିଜେନ୍ ସିଲିଣ୍ଡର ଧରି ଚୀନରୁ ଓଡିଶା ଆସିଲା ବିମାନ । କୋଭିଡ ମୁକାବିଲା ପାଇଁ ଆରସେଲର ମିତ୍ତଲ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ କରାଗଲା ସହାୟତା ।”

Design a site like this with WordPress.com
Get started