ବାତ୍ୟା ମୁକାବିଲା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ଅଧିକାରୀଙ୍କ ପ୍ରଶଂସା । କହିଲେ, ବିପର୍ଯ୍ୟୟ ମୁକାବିଲା କେମିତି କରାଯାଏ ନବୀନଙ୍କ ଠାରୁ ଶିଖିବା କଥା ।

କନକ ବ୍ୟୁରୋ: ବାତ୍ୟା ମୁକାବିଲା ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘ ଅଧିକାରୀ । ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବାର ଆବଶ୍ୟକତା ରହିଛି ବୋଲି ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବିପର୍ଯ୍ୟୟ ପ୍ରଶମନ ମୁଖ୍ୟ ଅଧିକାରୀ ମାନି ମିଜୁ ତୋରି କହିଛନ୍ତି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣContinue reading “ବାତ୍ୟା ମୁକାବିଲା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ଅଧିକାରୀଙ୍କ ପ୍ରଶଂସା । କହିଲେ, ବିପର୍ଯ୍ୟୟ ମୁକାବିଲା କେମିତି କରାଯାଏ ନବୀନଙ୍କ ଠାରୁ ଶିଖିବା କଥା ।”

ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ । କ୍ଷୟକ୍ଷତି ନେଇ କଲେ ସ୍ଥିତି ସମୀକ୍ଷା 

କନକ ବ୍ୟୁରୋ : ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧାମରା ପୋର୍ଟ ହେଲିପ୍ୟାଡରେ ଅବତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ ଭଦ୍ରକ ଜିଳ୍ଲାର ଚାନ୍ଦବାଲି, ଧାମରା ବାସୁଦେବପୁର ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି । ଧାମରା ଅଞ୍ଚଳର ବାତ୍ୟା ପ୍ରଭାବିତ ଦୋସିଙ୍ଗା, ଜାଗୁଳା ଓ ଧାମରା ଗ୍ରାମ ପଞ୍ଚାୟତ ସହ ପାଇକସାହି, ବଳଭଦ୍ର ପସାଦ, ଘାରକଟି ଗ୍ରାମକୁ ଯାଇ ବାତ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି ।Continue reading “ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ । କ୍ଷୟକ୍ଷତି ନେଇ କଲେ ସ୍ଥିତି ସମୀକ୍ଷା “

ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ । ଲକଡାଉନ୍ ସମ୍ପର୍କରେ କରିପାରନ୍ତି ଅବଗତ, କରିବେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ।

କନକ ବ୍ୟୁରୋ: ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ ତାଉପରେ ସାରା ରାଜ୍ୟର ନଜର ଥିବା ବେଳେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟର କରୋନା ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଓଡ଼ିଶାର କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଗ୍ରାମାଂଚଳରେ ବଢ଼ୁଥିବା ସଂକ୍ରମଣ ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଲକ ଡାଉନ ଅବଧି ବଢ଼ାଇବେ ନାContinue reading “ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ । ଲକଡାଉନ୍ ସମ୍ପର୍କରେ କରିପାରନ୍ତି ଅବଗତ, କରିବେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ।”

ବାତ୍ୟା ‘ୟାସ୍’ ଚାଲିଯାଇଛି, ଚିହ୍ନ ଛାଡ଼ିିଯାଇଛି । ଆକସ୍ମିକ ବନ୍ୟା ଫଳରେ ଦୁର୍ଦ୍ଦଶାରେ ଜୀବନ, ଧିରେ ଧିରେ ଅଣ୍ଟା ସଳଖୁଛି ଦଶରଥପୁର ।

କନକ ବ୍ୟୁରୋ: ବାତ୍ୟାର ଭୟ  ପ୍ରକୋପ ମନରୁ ନଯାଉଣୁ  ମାଡି ଆସିଥିଲା ବନ୍ୟା । ବୈତରଣୀରେ ଆକସ୍ମିକ ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଅନ୍ୟ ପଟେ ଦଶରଥପୁର ବ୍ଲକ କଂଟପଡାରେ ୩ଟି  ଓ ପହ୍ଲାସାହି ଠାରେ ଗୋଟିଏ ଘାଇ ସୃଷ୍ଟି ହୋଇ କିଛି ପଂଚାୟତବାସୀଙ୍କୁ ପ୍ରଭାବିତ କରିଛି ।  ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ କିଛି ଗାଁରୁ  ସଂପୂର୍ଣ୍ଣ ବନ୍ୟା ପାଣି ଛାଡିନି । ଅନେକ ସ୍ଥାନରେ ଚାଷଜମିରେ ବର୍ଷା ଜଳContinue reading “ବାତ୍ୟା ‘ୟାସ୍’ ଚାଲିଯାଇଛି, ଚିହ୍ନ ଛାଡ଼ିିଯାଇଛି । ଆକସ୍ମିକ ବନ୍ୟା ଫଳରେ ଦୁର୍ଦ୍ଦଶାରେ ଜୀବନ, ଧିରେ ଧିରେ ଅଣ୍ଟା ସଳଖୁଛି ଦଶରଥପୁର ।”

କରୋନା କାଳରେ ବାତ୍ୟା ମୁକାବିଲାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ବିପର୍ଯ୍ୟୟ ସମୟରେ ଏକାଠି ମୁକାବିଲାର ଦେଲେ ଆହ୍ୱାନ

କନକ ବ୍ୟୁରୋ : ଆଜି ମନ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି, କରୋନା ଯୋଦ୍ଧାଙ୍କ ପ୍ରଶଂସା କରିବା ସହ ବାତ୍ୟା ମୁକାବିଲାରେ ରାଜ୍ୟମାନେ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି । ମନକି ବାତରେ ମୋଦି କହିଛନ୍ତି, ୧୦ ଦିନ ଭିତରେ ଦେଶ ୨ଟି ବାତ୍ୟାର ସାମ୍ନା କରିଛି । ବାତ୍ୟା ମୁକାବିଲାରେ ରାଜ୍ୟ ଗୁଡିକର ଉଦ୍ୟମ ପ୍ରଶଂସନୀୟ । ଉପଯୁକ୍ତ ସମୟରେ ଉଚିତ୍ ପଦକ୍ଷେପ ପାଇଁ ଅଧିକ କ୍ଷୟକ୍ଷତି ହୋଇନାହିଁContinue reading “କରୋନା କାଳରେ ବାତ୍ୟା ମୁକାବିଲାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ବିପର୍ଯ୍ୟୟ ସମୟରେ ଏକାଠି ମୁକାବିଲାର ଦେଲେ ଆହ୍ୱାନ”

ଶେଷ ୩ବର୍ଷର ଫଳାଫଳ ଅନୁସାରେ ପ୍ରକାଶ ପାଇପାରେ ସିବିଏସଇ ଦ୍ୱାଦଶ ରେଜଲ୍ଟ । ନବମ, ଦଶମ ଓ ଏକାଦଶ ଫଳାଫଳ ଅନୁସାରେ ହୋଇପାରେ ମୂଲ୍ୟାଙ୍କନ ।

କନକ ବ୍ୟୁରୋ: ଶେଷ ୩ବର୍ଷ ଫଳାଫଳ ଅନୁସାରେ ପ୍ରକାଶ ପାଇପାରେ ସିବିଏସଇ ଦ୍ୱାଦଶ ରେଜଲ୍ଟ । ଏଭଳି ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ହେଉଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ଫଳାଫଳ ଅନୁସାରେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିପାରେ ସିବିଏସଇ । ଅଧିକାଂଶ ରାଜ୍ୟ ପରୀକ୍ଷା କରିବାକୁ ଚାହୁଁଥିବା ବେଳେ କିଛି ରାଜ୍ୟ ପରୀକ୍ଷା ପୂର୍ବରୁ ସ୍କୁଲ କର୍ମକତା ଏବଂ ଶିକ୍ଷକଙ୍କର ଟିକାକରଣ ପାଇଁContinue reading “ଶେଷ ୩ବର୍ଷର ଫଳାଫଳ ଅନୁସାରେ ପ୍ରକାଶ ପାଇପାରେ ସିବିଏସଇ ଦ୍ୱାଦଶ ରେଜଲ୍ଟ । ନବମ, ଦଶମ ଓ ଏକାଦଶ ଫଳାଫଳ ଅନୁସାରେ ହୋଇପାରେ ମୂଲ୍ୟାଙ୍କନ ।”

ଦୁର୍ଘଟଣାରେ ପୋଡ଼ିଗଲା ଟ୍ରକ୍, ଜିଅନ୍ତା ଜଳିଗଲେ ଡ୍ରାଇଭର । ବାରକୋଟ ଥାନା ବଂପରଡ଼ା ନିକଟରେ ୨ ଟ୍ରକ ଧକ୍କା ହେବା ପରେ ଟ୍ରକରେ ଲାଗିଲା ନିଆଁ

କନକ ବ୍ୟୁରୋ : ଦୁର୍ଘଟଣାରେ ଜଳିଗଲା ଟ୍ରକ୍, ଜିଅନ୍ତା ଜଳିଗଲେ ଡ୍ରାଇଭର । ବାରକୋଟ ଥାନା ବଂପରଡ଼ା ନିକଟରେ ୨ ଟ୍ରକ ଧକ୍କା ହେବା ପରେ ଟ୍ରକରେ ନିଆଁ ଲାଗି ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି । ଆଜି ଭୋର ପ୍ରାୟ ସାଢେ ୪ଟା ସମୟରେ ବାରକୋଟ ପଟୁ ଏକ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ ପାଳଲହଡା ଅଭିମୁଖେ ଯାଉଥିବ ସମୟରେ ପାଉଳଲହଡା ପଟୁ ବାରକୋଟ ପଟେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହContinue reading “ଦୁର୍ଘଟଣାରେ ପୋଡ଼ିଗଲା ଟ୍ରକ୍, ଜିଅନ୍ତା ଜଳିଗଲେ ଡ୍ରାଇଭର । ବାରକୋଟ ଥାନା ବଂପରଡ଼ା ନିକଟରେ ୨ ଟ୍ରକ ଧକ୍କା ହେବା ପରେ ଟ୍ରକରେ ଲାଗିଲା ନିଆଁ”

ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧,୬୫,୫୫୩ ଆକ୍ରାନ୍ତ ଚିହ୍ନଟ, ୩,୪୬୦ ମୃତ 

କନକ ବ୍ୟୁରୋ : ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ୧ଲକ୍ଷ ୬୫ ହଜାର ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୪୬୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୩ ହଜାର ୪୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶର ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୭୮ ଲକ୍ଷ ୯୪ ହଜାର ୮୦୦ରେ ପହଞ୍ଚିଛି । ଏଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୫୪Continue reading “ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧,୬୫,୫୫୩ ଆକ୍ରାନ୍ତ ଚିହ୍ନଟ, ୩,୪୬୦ ମୃତ “

ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର । ଟ୍ୱିଟ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । କହିଲେ, ଅକ୍ସିଜେନ ଅଭାବରୁ କାହାର ଅସୁବିଧା ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଚୀନରୁ ସିଧାସଳଖ ଭୁବନେଶ୍ୱର ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର । ଖୁବଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡ଼ିକାଲକୁ ପଠାଯିବ । ସେହିପରି ଆବଶ୍ୟକ ସ୍ଥଳ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ । ଚୀନରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀContinue reading “ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର । ଟ୍ୱିଟ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । କହିଲେ, ଅକ୍ସିଜେନ ଅଭାବରୁ କାହାର ଅସୁବିଧା ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ”

ବଢ଼ିବକି ତାଲାବନ୍ଦ ଅବଧି? ୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବଢ଼ିଲା ଲକଡାଉନ ଅବଧି । ଓଡ଼ିଶାରେ କ’ଣ ହେବ ତାକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଦେଶର ୮୦ ପ୍ରତିଶତ ଅଞ୍ଚଳ ଏବେ ତାଲା ବନ୍ଦ ଥିବା ବେଳେ ୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଲକ ଡାଉନକୁ ବଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହ ଜୁନ ୭ ତାରିଖ ସକାଳ ୫ଟା ଯାଏଁ ଲକ୍ଡାଉନକୁ ବଢ଼ାଇ ଦିଆଯାଇଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଯାଏଁ ରାଜ୍ୟବ୍ୟାପି ତାଲାବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ବଢ଼ିବକି ତାଲାବନ୍ଦ ଅବଧି? ୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବଢ଼ିଲା ଲକଡାଉନ ଅବଧି । ଓଡ଼ିଶାରେ କ’ଣ ହେବ ତାକୁ ନେଇ ଚର୍ଚ୍ଚା”

Design a site like this with WordPress.com
Get started