କନକ ବ୍ୟୁରୋ : ସହରରେ କମୁଛି, ଗାଁରେ ବଢ଼ୁଛି ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ କମୁଥିଲେ ଗ୍ରମାଂଚଳରେ ବଢ଼ି ଚାଲିଛି ସଂକ୍ରମଣ । ଗତ ଏପ୍ରିଲ ମାସରେ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ପ୍ରାୟ ୫୦ ପ୍ରତିଶତ ଥିବା ବେଳେ ଏହା ବଢ଼ି ୫୭ପ୍ରତିଶତରେ ପହଞ୍ଚିଛି । ଢ଼େଙ୍କାନାଳ ଜିଲ୍ଲାର ଗ୍ରାମାଂଚଳରେ ସର୍ବାଧିକ ୩୭ ପ୍ରତିଶତ ପଜିଟିଭ ରିପୋର୍ଟ ଆସିଥିବା ବେଳେ ହିନ୍ଦୋଳ ବ୍ଲକର ଗୋଟିଏ ଗାଁରେ କେବଳ ୯୬ ଜଣ ପଜିଟିଭ ଆସିଛନ୍ତି ।Continue reading “ସହରରେ କମୁଛି, ଗାଁରେ ବଢ଼ୁଛି ସଂକ୍ରମଣ । ଗ୍ରାମାଞ୍ଚଳରେ ସଂକ୍ରମଣ ଯୋଗୁଁ ବଢ଼ୁଛି କଣ୍ଟେନମେଣ୍ଟ ଜୋନର ସଂଖ୍ୟା । ଚିନ୍ତା ବଢ଼ାଉଛି ବାତ୍ୟା ପ୍ରଭାବିତ ଜିଲ୍ଲା “
Author Archives: Raghaba
ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନା ଯୋଦ୍ଧାଙ୍କ ମନବଳ ବଢ଼ାଇବା ପାଇଁ ରଖିପାରନ୍ତି ବାର୍ତା
କନକ ବ୍ୟୁରୋ : ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୧ଟାରେ ରେଡିଓ ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତା ରଖିବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏହି ମନ କି ବାତ କାର୍ଯ୍ୟକ୍ରମ ୭୭ ତମ ସଂସ୍କରଣ । ଗତ ଥର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ ଯୋଦ୍ଧା ଓ ସମୁଖ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ ପ୍ରଶଂସା କରିଥିଲେ ।Continue reading “ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନା ଯୋଦ୍ଧାଙ୍କ ମନବଳ ବଢ଼ାଇବା ପାଇଁ ରଖିପାରନ୍ତି ବାର୍ତା”
ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୫୪୧ ନୂଆ ପଜିଟିଭ ଚିହ୍ନଟ, ୩୩ ମୃତ
କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୯ ହଜାର ୫୪୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୩୪୩ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪ ହଜାର ୧୯୮ଜଣ । ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଶହ ୪୨ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬,ମୟୂରଭଂଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫,ଅନୁଗୁଳରୁ ୫୬୨, ପୁରୀରୁ ୫୨୮, ଯାଜପୁର ୪୮୯,Continue reading “ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୫୪୧ ନୂଆ ପଜିଟିଭ ଚିହ୍ନଟ, ୩୩ ମୃତ”
ଦ୍ୱିତୀୟ ଡୋଜ୍ ନେବା ପରେ କରୋନାରେ କାହିଁକି ସଂକ୍ରମିତ ହେଉଛନ୍ତି ଲୋକେ? କେତେଜଣ ଗୁରୁତର ହୋଇ ମେଡିକାଲରେ ହେଉଛନ୍ତି ଭର୍ତ୍ତି ? ଅନୁଧ୍ୟାନ ପାଇଁ ଆରଏମଆରସିକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ
କନକ ବ୍ୟୁରୋ : ଟିକାର ଦୁଇଟି ଡୋଜ୍ ନେବା ପରେ ବି କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି । ଏଭଳି ମାମଲା ବାରମ୍ବାର ସାମନାକୁ ଆସିବା ପରେ ଅନୁଧ୍ୟାନ ପାଇଁ ଆରଏମଆରସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଚିଠିରେ ଲେଖାଯାଇଛି ମେ ୨୬ ତାରିଖ ସୁଦ୍ଧା ଓଡିଶା ସରକାର ୭୨ଲକ୍ଷରୁ ଅଧିକ ଟିକାର ଡୋଜ୍ ଦେଲେଣି । ସେଥିରୁ ୬୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବାବେଳେ ୭ ଲକ୍ଷ ୫୦ ହଜାର କୋଭାକ୍ସିନ ଡୋଜ୍Continue reading “ଦ୍ୱିତୀୟ ଡୋଜ୍ ନେବା ପରେ କରୋନାରେ କାହିଁକି ସଂକ୍ରମିତ ହେଉଛନ୍ତି ଲୋକେ? କେତେଜଣ ଗୁରୁତର ହୋଇ ମେଡିକାଲରେ ହେଉଛନ୍ତି ଭର୍ତ୍ତି ? ଅନୁଧ୍ୟାନ ପାଇଁ ଆରଏମଆରସିକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ”
ଲୋକଙ୍କୁ ମେଡିକାଲଠୁ ଦୂରେଇ ରଖୁଛି କରୋନା ଭୟ । କରୋନା ଭୟରେ ଆସୁନାହାନ୍ତି ରୋଗୀ । ଏସସିବିରେ ଓପନ୍ ହାର୍ଟ ସର୍ଜରି ବନ୍ଦ
ଦିନ ଥିଲା ଓପନ୍ ହାର୍ଟ ସର୍ଜରି ପାଇଁ ମାସ ମାସ ଧରି ଅପେକ୍ଷା କରୁଥିଲେ ରୋଗୀ। ଏବେ କିନ୍ତୁ କରୋନା ସଂକ୍ରମଣ ପାଇଁ ଏହି ବିଭାଗ ରୋଗୀ ଶୂନ୍ୟ। ଅସ୍ତ୍ରୋପଚାର ପାଇଁ ଆସୁ ନାହାନ୍ତି ରୋଗୀ। ଏଭଳି ସ୍ଥିତିରେ କଟକ ବଡ ଡାକ୍ତରଖାନାରେ ଏବେ ଦଶ ଦିନ ହେଲା ଓପନ୍ ହାର୍ଟ ସର୍ଜରି ବନ୍ଦ। ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ଏକମାତ୍ର ମେଡିକାଲ କଲେଜଭାବେ ଏସ୍ସିବି କାର୍ଡିଓଥୋରାସିସ୍ ବିଭାଗରେ ହିଁ ଓପନ୍ ହାର୍ଟ ସର୍ଜରି କରାଯାଉଛି। ସୂଚନା ଅନୁସାରେ,Continue reading “ଲୋକଙ୍କୁ ମେଡିକାଲଠୁ ଦୂରେଇ ରଖୁଛି କରୋନା ଭୟ । କରୋନା ଭୟରେ ଆସୁନାହାନ୍ତି ରୋଗୀ । ଏସସିବିରେ ଓପନ୍ ହାର୍ଟ ସର୍ଜରି ବନ୍ଦ”
କରୋନାଠୁ ବି ଭୟଙ୍କ ଥିଲା ଏହି ମହାମାରୀ… ଜୀବନ ମୁକୁଳିବାକୁ ଲାଗିଥିଲା ୨୮୦ ବର୍ଷ, ଜାଣନ୍ତୁ କେଉଁଠି ଏବଂ କ’ଣ ଏହି ମହାମାରୀର ନାଁ
କନକ ବ୍ୟୁରୋ : ଗତ ୨୦୧୯ରୁ କରୋନା ମହାମାରୀରେ ସାରା ବିଶ୍ୱ ଘାଣ୍ଟି ହେଉଛି । ସଂକ୍ରମଣ ଯେଉଁ ପରିମାଣରେ ବଢୁଛି, ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ପରିମାଣରେ ବଢୁଛି । ଶବ ଦାହ କରିବା ପାଇଁ ମଶାଣି ମିଳୁନି, ସମ୍ପର୍କିୟ ଶବ ଛାଡି ଚାଲିଯାଉଛନ୍ତି, ଗଙ୍ଗା ନଦୀରେ ଶବ ଭାଷୁଛି, ଅକ୍ସିଜେନ୍ ନପାଇ ରାସ୍ତାରେ ରୋଗୀ ଛଟପଟ ହୋଇ ଜୀବନ ହାରୁଛି । ଏଭଳି ଅନେକ ଘଟଣା ଗତ ଦୁଇ ବର୍ଷ ମଧ୍ୟରେ ମଣିଷ ଦେଖିContinue reading “କରୋନାଠୁ ବି ଭୟଙ୍କ ଥିଲା ଏହି ମହାମାରୀ… ଜୀବନ ମୁକୁଳିବାକୁ ଲାଗିଥିଲା ୨୮୦ ବର୍ଷ, ଜାଣନ୍ତୁ କେଉଁଠି ଏବଂ କ’ଣ ଏହି ମହାମାରୀର ନାଁ”
ବାତ୍ୟା ପରେ କାଳବୈଶାଖୀ ଭୟ । ଆସନ୍ତା ୪ଦିନ ରାଜ୍ୟରେ ବର୍ଷିବ କାଳବୈଶାଖୀ ବର୍ଷା
ରାଜ୍ୟରେ ଏବେ ସକ୍ରିୟ ହେଉଛି କାଳବୈଶାଖୀ ବର୍ଷା। ଏଣୁ ଆସନ୍ତା ୪ ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ଫଳରେ ରାଜ୍ୟରେ ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ। ଓଲଟା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପାମତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ଆଜି ଅପରାହ୍ଣରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଣୁ ଆସନ୍ତା ୪Continue reading “ବାତ୍ୟା ପରେ କାଳବୈଶାଖୀ ଭୟ । ଆସନ୍ତା ୪ଦିନ ରାଜ୍ୟରେ ବର୍ଷିବ କାଳବୈଶାଖୀ ବର୍ଷା”
ରାଜଧାନୀ ଦିଲ୍ଲୀରେ ଟିକାକରଣ ବଢାଇବା ପାଇଁ କେଜ୍ରିୱାଲ ସରକାରର ଯୋଜନା । ଟିକା ଯୋଗାଇବା ପାଇଁ ଡାକିଲେ ଟେଣ୍ଡର ।
କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବା ବେଳେ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟିକାର ଉପଲବ୍ଧତା ବଢ଼ାଇବାକୁ ଚେଷ୍ଟା କରାଯାଉଛି । ଏସବୁ ଭିତରେ ଏକ କୋଟି ଟିକା ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଡାକିଛନ୍ତି । ଏଥିରେ ବିଦେଶର ଟିକା କମ୍ପାନୀମାନେ ଭାଗ ନେଇପାରିବେ । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ କିଛି ସର୍ତ ମଧ୍ୟ ରହିଛି । ବିଭାଗContinue reading “ରାଜଧାନୀ ଦିଲ୍ଲୀରେ ଟିକାକରଣ ବଢାଇବା ପାଇଁ କେଜ୍ରିୱାଲ ସରକାରର ଯୋଜନା । ଟିକା ଯୋଗାଇବା ପାଇଁ ଡାକିଲେ ଟେଣ୍ଡର ।”
ଦେଶରେ ବଢ଼ୁଛି ସୁସ୍ଥହାର, କମୁଛି ସଂକ୍ରମଣ । ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ, ୩୬୧୭ ମୃତ ।
କନକ ବ୍ୟୁରୋ: ଦେଶରେ କେବେ ସରିବ ଦ୍ୱିତୀୟ ଲହରର ପ୍ରକୋପ ? କେବେ ମିଳିବ କରୋନା ଦାଉରୁ ମୁକ୍ତି ? ଏଭଳି ପ୍ରଶ୍ନର ଉତ୍ତର ଦେଶବାସୀ ଖୋଜୁଥିବା ବେଳେ ହ୍ରାସ ପାଉଥିବା ସଂକ୍ରମଣ କିଛିଟା ସାହସ ବଢ଼ାଇଲା ଭଳି । ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିଚାଲିଛି । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫ ଦିନ ଭିତରେ ଏହା ଦେଶରେContinue reading “ଦେଶରେ ବଢ଼ୁଛି ସୁସ୍ଥହାର, କମୁଛି ସଂକ୍ରମଣ । ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ, ୩୬୧୭ ମୃତ ।”
ବାବାଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ଆଡୁଆ । ଆଇଏମଏ ପରେ ଏଫଏଆଇଏମଏ ପଠାଇଲା କାନୁନୀ ନୋଟିସ । ରାଜଦ୍ରୋହ ମାମଲା ରୁଜୁ କରିବାକୁ ଦାବି ।
କନକ ବ୍ୟୁରୋ:ଆଇଏମଏ ପରେ ୟେଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ବାବା ରାମଦେବଙ୍କ ପାଇଁ ବଢୁଛି ଅଡୁଆ । ଗୋଟେପଟେ ବାବା ରାମଦେବଙ୍କୁ ନେଇ ହରଡ ଘଣାରେ ବି କେନ୍ଦ୍ର ସରକାର । ସୋସିଆଲ ମେଡିଆରେ ବିରୋଧୀ ବି ବେସ୍ ରୋଚକ କମେଣ୍ଟମାନ ଦେଉଛନ୍ତି । ଏହାରି ଭିତରେ ଏଭଳି ବୟାନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ବାବା ରାମଦେବଙ୍କ ପାଖକୁ କାନୁନୀ ନୋଟିସ ପଠାଇଥିବା ବେଳେ ଏବେ ଫେଡେରେସନ ଅଫ୍ ଅଲ ଇଣ୍ଡ୍ରିଆContinue reading “ବାବାଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ଆଡୁଆ । ଆଇଏମଏ ପରେ ଏଫଏଆଇଏମଏ ପଠାଇଲା କାନୁନୀ ନୋଟିସ । ରାଜଦ୍ରୋହ ମାମଲା ରୁଜୁ କରିବାକୁ ଦାବି ।”