ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା ଓ ମୟୁରଭଞ୍ଜ ରହିଛି । ସେହିପରି ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର ଓ ମୟୁରଭଞ୍ଜContinue reading “ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଓଡ଼ିଶାକୁ ଆସିବ ୫୦୦୦ ପାଉଚ୍ ୨-ଡିଜି ଔଷଧ । କରୋନା ଆକ୍ରାନ୍ତଙ୍କ ପାଇଁ ବେଶ ଚମତ୍କାରୀ ଏହି ଦେଶୀ ଔଷଧ, ପ୍ରସ୍ତୁତ କରିଛି ଡିଆରଡିଓ । ଜାଣନ୍ତୁ ଗୋଟିଏ ପାଉଚର ଦାମ କେତେ?

କନକ ବ୍ୟୁରୋ : ଓଡ଼ିଶାକୁ ଆସିବ ୫ହଜାର ପାଉଚ୍ ଟୁ-ଡିଜି ଔଷଧ । ସାମାନ୍ୟରୁ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖାଯାଉଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଦେଶୀ ଔଷଧ ବେଶ ପ୍ରଭାବି ହୋଇଥିବା ବେଳେ, ଓଡ଼ିଶା ସରକାର ଏହି ଔଷଧ ମଗାଇଛନ୍ତି । ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରୋନା ବିରୋଧୀ ଔଷଧ ୨-ଡିଜିର ଗତକାଲି ମୂଲ୍ୟ ଘୋଷଣା ହୋଇଥିଲା । ଔଷଧ ଉତ୍ପାଦନ କରୁଥିବା ଡକ୍ଟର ରେଡିସ କମ୍ପାନି, ଗୋଟିଏ ପାଉଚ୍ର ଦାମ ୯୯୦ ଟଙ୍କା ସ୍ଥିରContinue reading “ଓଡ଼ିଶାକୁ ଆସିବ ୫୦୦୦ ପାଉଚ୍ ୨-ଡିଜି ଔଷଧ । କରୋନା ଆକ୍ରାନ୍ତଙ୍କ ପାଇଁ ବେଶ ଚମତ୍କାରୀ ଏହି ଦେଶୀ ଔଷଧ, ପ୍ରସ୍ତୁତ କରିଛି ଡିଆରଡିଓ । ଜାଣନ୍ତୁ ଗୋଟିଏ ପାଉଚର ଦାମ କେତେ?”

କରୋନା କାଳରେ ଆପଣ ଅନେକ ମାସ୍କ ଦେଖିଥିବେ । ହେଲେ ଦେଖନ୍ତୁ ଏହି ମାସ୍କକୁ, ମାସ୍କରେ ଲାଗିଛି ମାଇକ୍ ଆଉ ସ୍ପିକର । ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ ।

କନକ ବ୍ୟୁରୋ : ମାସ୍କରେ ଲାଗିଛି ମାଇକ୍ ଆଉ ସ୍ପିକର । ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ । ସାଧାରଣତଃ ଆପଣ ଲକ୍ଷ୍ୟ କରିଥିବେ, ଅନେକ ଲୋକ କଥା କହିବା ବେଳେ, ମାସ୍କକୁ ମୁହଁରୁ ତଳକୁ ଖସାଇଦେଇଥାନ୍ତି । କାରଣ ମାସ୍କ କଥା କହିବା ବେଳେ ଶ୍ୱାସକ୍ରିୟାରେ ସାମାନ୍ୟ ଅସୁବିଧା ହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମାସ୍କ ଦେଖାଇବୁ, ଯେଉଁଥିରେ ଲାଗିଛି ମାଇକ୍ ଆଉ ସ୍ପିକରContinue reading “କରୋନା କାଳରେ ଆପଣ ଅନେକ ମାସ୍କ ଦେଖିଥିବେ । ହେଲେ ଦେଖନ୍ତୁ ଏହି ମାସ୍କକୁ, ମାସ୍କରେ ଲାଗିଛି ମାଇକ୍ ଆଉ ସ୍ପିକର । ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ ।”

ଏବେ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଯୋଗାଇବେ ନାହିଁ ରେମଡେସିଭିର୍ ଇଂଜେକ୍ସନ । ସିଧା କମ୍ପାନୀ ମାନଙ୍କ ଠାରୁ କିଣିବେ ରାଜ୍ୟ ସରକାର

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ମହାମାରୀ ଭିତରେ ସବୁଆଡେ ରେମଡେସିଭିର୍ ଇଂଜେକ୍ସନର ଅଭାବ ଅନୁଭୂତ ହେଉଛି । କିଛି ରାଜ୍ୟରେ ଏହି ଇଂଜେକ୍ସନର କଳାବଜାରୀ ହେଉଥିବା ଖବର ବି ପ୍ରକାଶ ପାଉଛି । ଏହାସହ କିଛି ସହରରୁ ପୋଲିସ ରେମଡେସିଭିର୍ ନକଲି ଇଂଜେକ୍ସନ ବି ଜବତ୍ କରିଛି । କମ୍ ଉତ୍ପାଦନ କାରଣରୁ ଏହି ଇଂଜେକ୍ସନକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କର ଆବଶ୍ୟକତାକୁ ନଜର କରି ଆବଣ୍ଟନ କରୁଥିଲେ । ଏବେ କେନ୍ଦ୍ର ସରକାର ଘୋଷଣାContinue reading “ଏବେ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଯୋଗାଇବେ ନାହିଁ ରେମଡେସିଭିର୍ ଇଂଜେକ୍ସନ । ସିଧା କମ୍ପାନୀ ମାନଙ୍କ ଠାରୁ କିଣିବେ ରାଜ୍ୟ ସରକାର”

ବାତ୍ୟା ମୁକାବିଲାର ବଡ ଚେହେରା । ୧୯୯୯ରେ ମହାବାତ୍ୟାର ମହାତାଣ୍ଡବ ମୁକାବିଲା ପାଇଁ ଦେଖାଇଥିଲା ରାସ୍ତା, ଏବେ ପୂରା ଦେଶ କରୁଛି ଭୂରି ଭୂରି ପ୍ରଂଶସା । ନବୀନଙ୍କ ବାତ୍ୟା ମୁକାବିଲାର କିଛି ଝଲକ । 

କନକ ବ୍ୟୁରୋ : ୨୦୧୯, ୨୦୨୦, ୨୦୨୧ ।  ଫୋନି, ଅମ୍ଫାନ, ଆଉ ଏବେ ୟାସ୍ । ୩ ବର୍ଷରେ ୩ଟି ପ୍ରଳୟଙ୍କାରୀ ବାତ୍ୟା ଦେଖିଲାଣି ଓଡ଼ିଶା । କିନ୍ତୁ ଏଭଳି ମହାସଙ୍କଟକୁ ମାତ୍ ଦେବାରେ ସକ୍ଷମ ହୋଇଛି ଓଡ଼ିଶା । ଆଉ ତାହା ବି ପୁଣି ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ନବୀନଙ୍କ ନେତୃତ୍ୱରେ । ଆଜି ନବୀନଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରୁଛି । କିନ୍ତୁ ଆଜିକୁ ୨ ବର୍ଷ ତଳେ ୫ମ ଥରContinue reading “ବାତ୍ୟା ମୁକାବିଲାର ବଡ ଚେହେରା । ୧୯୯୯ରେ ମହାବାତ୍ୟାର ମହାତାଣ୍ଡବ ମୁକାବିଲା ପାଇଁ ଦେଖାଇଥିଲା ରାସ୍ତା, ଏବେ ପୂରା ଦେଶ କରୁଛି ଭୂରି ଭୂରି ପ୍ରଂଶସା । ନବୀନଙ୍କ ବାତ୍ୟା ମୁକାବିଲାର କିଛି ଝଲକ । “

କରୋନା କାଳରେ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା । ବିମାନ ଟିକେଟ୍ ଉପରେ ୧୬ ପ୍ରତିଶତ ଦାମ ବଢାଇଲେ କେନ୍ଦ୍ର ସରକାର । ଜୁନ୍ ପହିଲାରୁ ଲାଗୁହେବ ନୂଆଦର

କନକ ବ୍ୟୁରୋ : ବିମାନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପକେଟ ଉପରେ ଏବେ ମହଙ୍ଗା ମାଡ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରୋନା କାଳରେ ବି ବିମାନ ଟିକେଟର ଦାମ ବୃଦ୍ଧି କରାଯାଇଛି । ବୃଦ୍ଧି ହୋଇଥିବା ନୂଆଦର ଜୁନ୍ ମାସ ପହିଲାରୁ ଲାଗୁ ହେବ ବୋଲି କୁହାଯାଇଛି । କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ଅଲଗା ଅଲଗା ସମୟରେ ଚାଲୁଥିବା ବିମାନର ଟିକେଟ ଦାମ ୧୩ ରୁ ୧୬Continue reading “କରୋନା କାଳରେ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା । ବିମାନ ଟିକେଟ୍ ଉପରେ ୧୬ ପ୍ରତିଶତ ଦାମ ବଢାଇଲେ କେନ୍ଦ୍ର ସରକାର । ଜୁନ୍ ପହିଲାରୁ ଲାଗୁହେବ ନୂଆଦର”

କୂଅରେ ଖସିପଡ଼ିଥିଲେ ୭୦ ବର୍ଷୀୟା ବୃଦ୍ଧା : ବୃଦ୍ଧାଙ୍କ ଅଣ୍ଟାରେ ରଶି ଲଗାଇ ଉଦ୍ଧାର କଲେ ଅଗ୍ନିଶମ ବିଭାଗ ଟିମ୍

କନକ ବ୍ୟୁରୋ : କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନେଇନପାରେ ଜନ୍ତୁରାଣ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଦଳିତ ସାହିରେ । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ମରୁଆ ଜେନା ଆଜି ଭୋର ସମୟରେ ବାହାରକୁ ଆସିଥିବା ବେଳେ ନିୟନ୍ତ୍ରଣ ହରାଇ କୂଅରେ ଖସିପଡ଼ିଥିଲେ । ବୃଦ୍ଧା ଜଣଙ୍କ କୂଅରେ ଖସିଥିବା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ କାଳ ବିଳମ୍ବ ନକରି ତାଙ୍କ ନିକଟକୁContinue reading “କୂଅରେ ଖସିପଡ଼ିଥିଲେ ୭୦ ବର୍ଷୀୟା ବୃଦ୍ଧା : ବୃଦ୍ଧାଙ୍କ ଅଣ୍ଟାରେ ରଶି ଲଗାଇ ଉଦ୍ଧାର କଲେ ଅଗ୍ନିଶମ ବିଭାଗ ଟିମ୍”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଏହି ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ । ଫଟୋ ସେୟାର କଲେ ଜାଡେଜା ।

କନକ ବ୍ୟୁରୋ : ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ଖେଳାଯିବ ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହା ପୂର୍ବରୁ ଜୋରଦାର କସରତ କରୁଛନ୍ତି କୋହଲି ବାହିନୀ । ଆଉ ଏହାରି ଭିତରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଥିବା ଜର୍ସିର ଫଟୋ ସେୟାର କରିଛନ୍ତି । Rewind to 90’s #lovingitContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଏହି ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ । ଫଟୋ ସେୟାର କଲେ ଜାଡେଜା ।”

ଆଠଗଡ କରଡ଼ାପଲ୍ଲୀ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ : ମାଫିଆଙ୍କ ଦ୍ୱାରା କର୍ମଚାରୀଙ୍କ ଉପରକୁ ବୋତଲ ବୋମାମାଡ  

କନକ ବ୍ୟୁରୋ : ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ । ପୋଲିସ ଉପସ୍ଥିତିରେ ପେଟ୍ରୋଲ ବୋମା ମାଡ଼ । ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁ ପାଖ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଚଢଉ କରାଯାଇଥିଲା । ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ ହୋଇଛି । ମଦ ମାଫିଆଙ୍କ ଦ୍ୱାରା ଅବକାରୀ ବିଭାଗ ଉପରକୁ ଆକ୍ରମଣ ହୋଇଛି ।Continue reading “ଆଠଗଡ କରଡ଼ାପଲ୍ଲୀ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ : ମାଫିଆଙ୍କ ଦ୍ୱାରା କର୍ମଚାରୀଙ୍କ ଉପରକୁ ବୋତଲ ବୋମାମାଡ  “

ଦେଶରେ ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍ । ମୁମ୍ବାଇରେ ଶତକ ପାର । ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲର ଦର ଗୋଟିଏ ଦିନ ଅନ୍ତରରେ ପୁଣି ବୃଦ୍ଧି ପାଇଛି । ଶନିବାର ଦିନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୨୬ ପଇସା ବୃଦ୍ଧି ୯୩.୯୪ ଟଙ୍କାରେ ପହଂଚିଥିବା ବେଳେ ଡିଜେଲର ଦାମ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୮୪.୮୯ ଟଙ୍କାରେ ପହଂଚିଛି । ଅନ୍ୟପଟେ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାରContinue reading “ଦେଶରେ ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍ । ମୁମ୍ବାଇରେ ଶତକ ପାର । ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ”

Design a site like this with WordPress.com
Get started