କନକ ବ୍ୟୁରୋ: ବାତ୍ୟା ୟାସର ପ୍ରଭାବ ଓ କ୍ଷୟକ୍ଷତିକୁ ନିଜ ଆଖିରେ ଦେଖିବାକୁ ଆଜି ଓଡ଼ିଶାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ବାୟ୍ରୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ଗଣେଶୀଲାଲ, ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ପାଛୋଟି ଆଣିଥିଲେ । ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳକୁ ଆକାଶ ମାର୍ଗରୁ ଦେଖିଥିଲେ ପ୍ରଧାନମନ୍ତ୍ରୀ ।Continue reading “ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ସ୍ଥିତିର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି । ସମୀକ୍ଷା ବୈଠକରେ ନବୀନ କହିଲେ, ଦରକାର ନାହିଁ ବାତ୍ୟା କ୍ଷୟକ୍ଷତି ସହାୟତା, ବାତ୍ୟା ମୁକାବିଲା ଦୀର୍ଘମିଆଦୀ ସହାୟତା ଦେଉ କେନ୍ଦ୍ର ।”
Author Archives: Raghaba
ମାଡ଼ି ଆସୁଥିଲା ବାତ୍ୟା, କଳାଠାକୁରକୁ କୋଳେଇ ନେଲା ଭକ୍ତ । ଭରା ପାଣିରେ ଭଗବାନ ଭାସିବେନି ବୋଲି ଭକ୍ତ କଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ଭୟଙ୍କର ବାତ୍ୟା ଭିତରେ ଭାଇରାଲ ହେଲା ଭାବର ଫଟୋ ।
କନକ ବ୍ୟୁରୋ: ଚାଲ କାଳିଆ ! ଆଉ ଡେରି କରନା… ସମୁଦ୍ର ମାଡି ଆସିଲାଣି, ବାତ୍ୟା ଭୟଙ୍କର ହେଲାଣି । ସମୁଦ୍ରକୂଳ ଆଉ ସୁରକ୍ଷିତ ନୁହେଁ । ଏ ଜୁଆର ସବୁ ଟାଣିନେବ… ତତେ, ମତେ ଭିତରକୁ ଭସେଇ ନେବ । ଏଠି ରହିବା ଅସୁରକ୍ଷିତ, ତତେ ଛାଡି ଯିବା ବି ଅସମ୍ଭବ । ତୁ ଦୁନିଆକୁ ସୁରକ୍ଷା ଦେଉଛୁ, ତତେ କେମିତି ଅସୁରକ୍ଷିତ ଛାଡିଦେବି । ତୁ ତ ମୋ ଘର ଲୋକ, ତତେ ଛାଡିContinue reading “ମାଡ଼ି ଆସୁଥିଲା ବାତ୍ୟା, କଳାଠାକୁରକୁ କୋଳେଇ ନେଲା ଭକ୍ତ । ଭରା ପାଣିରେ ଭଗବାନ ଭାସିବେନି ବୋଲି ଭକ୍ତ କଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ଭୟଙ୍କର ବାତ୍ୟା ଭିତରେ ଭାଇରାଲ ହେଲା ଭାବର ଫଟୋ ।”
ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା
କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅର୍ଥାତ ଡିଜିସିଏ କହିଛି ଯେ ପ୍ରତ୍ୟେକ ପ୍ରସଙ୍ଗକୁ ବିଚାର କରି ମନୋନୀତ ମାର୍ଗରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ଦେଇ ପାରିବେ। ସୂଚନା ଥାଉ କି ଯେ ଦେଶରେ କରୋନା ମହାମାରୀ ହେତୁ ୨୩ ମାର୍ଚ୍ଚContinue reading “ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା”
ନବୀନ ସୃଷ୍ଟି କଲେ ନୂଆ ପରମ୍ପରା । ମହାମାରୀ ସମୟରେ କେନ୍ଦ୍ର ଉପରେ ରାଜ୍ୟ ପକାଇବନି ଚାପ , ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ଯ୍ୟୟର ଭରଣା ।
କନକ ବ୍ୟୁରୋ : ମହାମାରୀ ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦିଙ୍କ ବାତ୍ୟା ସମୀକ୍ଷା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, ଯାହା ଏକ ବଡ ସଂକେତ ସମସ୍ତଙ୍କ ପାଇଁ ସାମ୍ନାକୁ ଆଣିଛି । ବାତ୍ୟା ୟାସ୍ ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଁଚିବା ପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ପୂର୍ବଭଳି ଏଠି ରାଜ୍ୟ ସରକାରContinue reading “ନବୀନ ସୃଷ୍ଟି କଲେ ନୂଆ ପରମ୍ପରା । ମହାମାରୀ ସମୟରେ କେନ୍ଦ୍ର ଉପରେ ରାଜ୍ୟ ପକାଇବନି ଚାପ , ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ଯ୍ୟୟର ଭରଣା । “
ମୋଦିଙ୍କୁ ଅଧଘଣ୍ଟା ଅପେକ୍ଷା କରାଇଲେ ମମତା । ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ୟାସ ବାତ୍ୟା ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ ଘଣ୍ଟା ବିଳମ୍ବରେ ପହଁଚିଲେ ଦିଦି । ବାତ୍ୟା କ୍ଷୟକ୍ଷତିର ଦସ୍ତାବିଜ ମୋଦୀଙ୍କୁ ଧରାଇ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ପଳାଇଲେ । ଆଜି କୋଲକାତାରେ କିଛି ଏଭଳି ଘଟଣା ଘଟିଛି । ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାଁନ୍ତି । ଆଜିର ଘଟଣାକୁContinue reading “ମୋଦିଙ୍କୁ ଅଧଘଣ୍ଟା ଅପେକ୍ଷା କରାଇଲେ ମମତା । ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।”
ସବୁ ଉଜାଡିଦେଲା ବାତ୍ୟା ୟାସ୍ । ଜୀବନ ବଞ୍ଚିଗଲା, କିନ୍ତୁ ଘର ଭାଙ୍ଗିଗଲା । ରାଇରଙ୍ଗପୁରରୁ ଆସିଲା ବାତ୍ୟାର ବିକଳ ଚିତ୍ର ।
କନକ ବ୍ୟୁରୋ : ଓଡିଶା ଉପକୂଳରେ ବାତ୍ୟା ୟାସ ସ୍ଥଳଭାଗ ଛୁଇଁବା ପରେ ମୟୂରଭଞ୍ଜ ଦେଇ ଝାଡଖଣ୍ଡ ଗଲା । ପଶ୍ଚିମବଙ୍ଗର କେତେକ ଅଂଚଳରେ ବି ବାତ୍ୟାର ପ୍ରଭାବ ପଡିଛି । ୟାସ ପ୍ରଭାବରେ ମୟୂରଭଂଜ ଜିଲ୍ଲାରେ ଘଂଟା ପ୍ରତି ଶହେ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଅନେକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଶତାଧିକ ଗଛ ଉପୁଡି ପଡିଛି । ରାଇରଙ୍ଗପୁର ଅଂଚଳରୁ ବାତ୍ୟା ଚାଲି ଯାଇଛିContinue reading “ସବୁ ଉଜାଡିଦେଲା ବାତ୍ୟା ୟାସ୍ । ଜୀବନ ବଞ୍ଚିଗଲା, କିନ୍ତୁ ଘର ଭାଙ୍ଗିଗଲା । ରାଇରଙ୍ଗପୁରରୁ ଆସିଲା ବାତ୍ୟାର ବିକଳ ଚିତ୍ର । “
ରାଜନଗରରେ ବାତ୍ୟା ୟାସ ଉଜାଡି ଦେଇଛି ବସା । ସମୁଦ୍ର ଜୁଆର ଓ ବର୍ଷା ମାଡରେ ଭାଙ୍ଗିଯାଇଛି କୁଡିଆ, କେଉଁଠି ରହିବେ, କଣ ଖାଇବେ, କିଛି ବୁଝି ପାରୁନାହାନ୍ତି ଅସହାୟ ସୁଭ୍ରଦା?
କନକ ବ୍ୟୁରୋ : ବାତ୍ୟା ୟାସ ଗତିପଥ ବଦଳାଇଥିଲେ ମଧ୍ୟ ରାଜନଗରରେ ବ୍ୟାପକ କ୍ଷୟକ୍ଷତି କରିଛି । ପବନ ଅପେକ୍ଷା ସମୁଦ୍ର ଜୁଆର ଅଧିକ କ୍ଷୟକ୍ଷତି କରିଛି । ଜୁଆର ପାଣି ମାଡିଯିବାରୁ କେନ୍ଦ୍ରାପଡା ରାଜନଗର ବ୍ଲକ ରଂଗଣୀ ପଂଚାୟତରେ ହଜାରେରୁ ଅଧିକ ପରିବାର ପାଣି ଘେରରେ ଅଛନ୍ତି । ପଟ୍ଟାପାରିଆ, ସୌରେନ୍ଦ୍ରପୁର, ଭେକ୍ଟା, ନାରାୟଣପୁର, ହରିଣପୋଖରୀ ଗାଁ ପାଣି ଘେରରେ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୮୦ ବର୍ଷର ବୃଦ୍ଧା ସୁଭଦ୍ରା ବେରା ଓContinue reading “ରାଜନଗରରେ ବାତ୍ୟା ୟାସ ଉଜାଡି ଦେଇଛି ବସା । ସମୁଦ୍ର ଜୁଆର ଓ ବର୍ଷା ମାଡରେ ଭାଙ୍ଗିଯାଇଛି କୁଡିଆ, କେଉଁଠି ରହିବେ, କଣ ଖାଇବେ, କିଛି ବୁଝି ପାରୁନାହାନ୍ତି ଅସହାୟ ସୁଭ୍ରଦା?”
ବାତ୍ୟା ମୁକାବିଲା: ଓଡ଼ିଶାକୁ ମୋଦିଙ୍କ ପ୍ରଶଂସା । କହିଲେ, ଆଗୁଆ ପ୍ରସ୍ତୁତି ଯୋଗୁ ହୋଇଛି ସର୍ବନିମ୍ନ କ୍ଷତି ।
କନକ ବ୍ୟୁରୋ: ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିପର୍ଯ୍ୟ ମୁକାବିଲାରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଏବଂ ପରିଚାଳନାକୁ ତଦାରଖ ପରେ ମୋଦି ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଓ ରଣନୀତି ଯୋଗୁଁ ସର୍ବନିମ୍ନ ଜୀବନ ନଷ୍ଟ ହୋଇଛି । ଏବଂ ପ୍ରାକୃତିକ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘକାଳୀନ ପ୍ରଶମନ ଉଦ୍ୟମ ସବୁବେଳେ ସଫଳ ହେଉଛି ବୋଲି କହିଛନ୍ତି ମୋଦି ।Continue reading “ବାତ୍ୟା ମୁକାବିଲା: ଓଡ଼ିଶାକୁ ମୋଦିଙ୍କ ପ୍ରଶଂସା । କହିଲେ, ଆଗୁଆ ପ୍ରସ୍ତୁତି ଯୋଗୁ ହୋଇଛି ସର୍ବନିମ୍ନ କ୍ଷତି ।”
ୟାସ୍ ପାଇଁ ଓଡ଼ିଶାକୁ ୫୦୦ କୋଟି । ସମୀକ୍ଷା ପରେ ସହାୟତା ଘୋଷଣା କଲେ ମୋଦି ସରକାର ।
କନକ ବ୍ୟୁରୋ : ବାତ୍ୟା ୟାସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ୟାସ୍ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ କେବଳ ଓଡ଼ିଶାକୁ ୫୦୦ କୋଟି ମିଳିବ । ବାତ୍ୟାContinue reading “ୟାସ୍ ପାଇଁ ଓଡ଼ିଶାକୁ ୫୦୦ କୋଟି । ସମୀକ୍ଷା ପରେ ସହାୟତା ଘୋଷଣା କଲେ ମୋଦି ସରକାର । “
ବାତ୍ୟା କ୍ଷତିର ଭରଣା କରିବାକୁ ରାଜ୍ୟକୁ ସବୁପ୍ରକାର ସହଯୋଗ କରିବ କେନ୍ଦ୍ର । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ କରାଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କନକ ବ୍ୟୁରୋ : ବାତ୍ୟା ୟାସ୍ ପ୍ରଭାବିତ ଅଞ୍ଚଳର କ୍ଷତି ଭରଣା କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବେ କେନ୍ଦ୍ର ସରକାର । ପ୍ରଭାବିତ ଅଞ୍ଚଳରେ ରିଲିଫ, ପୁନରୁଦ୍ଧାର, ଜୀବନଜୀବିକା ପୁନଃସ୍ଥାପନ ଦିଗରେ ପ୍ରଧାନମନ୍ତ୍ରୀ ସବୁ ପ୍ରକାର ସହଯୋଗ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଆହୁରି ଅଧିକ ସୁଦୃଢ କରାଯିବ । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶାକୁContinue reading “ବାତ୍ୟା କ୍ଷତିର ଭରଣା କରିବାକୁ ରାଜ୍ୟକୁ ସବୁପ୍ରକାର ସହଯୋଗ କରିବ କେନ୍ଦ୍ର । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ କରାଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।”