କେନ୍ଦ୍ରକୁ କାହିଁକି ତୁରନ୍ତ ବାତ୍ୟା ବାବଦ ଆର୍ଥିକ ସହାୟତା ମାଗିଲେ ନାହିଁ ନବୀନ? ଟ୍ୱିଟ୍ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ବାତ୍ୟା କ୍ଷୟକ୍ଷତି ବାବଦକୁ ତୁରନ୍ତ ଆର୍ଥିକ ସହାୟତା ନ ମାଗିବା ପଛର କାରଣ କହିଲେ ନବୀନ । ଟ୍ୱିଟ୍ କରି ଏ ବାବଦରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । କିନ୍ତୁ ଏବେ ଦେଶ ମହାମାରୀର ସାମ୍ନା କରୁଥିବାରୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ ବୋଲି କହିଛନ୍ତି ନବୀନ । ତୁରନ୍ତ ବାତ୍ୟା ସହାୟତା ମାଗି କେନ୍ଦ୍ର ସରକାରଙ୍କContinue reading “କେନ୍ଦ୍ରକୁ କାହିଁକି ତୁରନ୍ତ ବାତ୍ୟା ବାବଦ ଆର୍ଥିକ ସହାୟତା ମାଗିଲେ ନାହିଁ ନବୀନ? ଟ୍ୱିଟ୍ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ।”

ଧାନ କିଣା ପ୍ରସଙ୍ଗକୁ ନେଇ ତାତିଲେ ଚାଷୀ : ରବି ଧାନକିଣାରେ ଟୋକନ ଅବଧି ବୃଦ୍ଧି ଦାବିରେ ସରକାରୀ ଅଫିସ ଘେରାଉ

କନକ ବ୍ୟୁରୋ : ସମ୍ବଲପୁରରେ ପୁଣି ତାତିଲେ ଚାଷୀ । ରବି ଧାନ କିଣାରେ ଟୋକନ ଅବଧି ବଢାଇବାକୁ ଦାବି କରି ସରକାରୀ ଅଫିସ ଘେରାଉ କଲେ ଚାଷୀ ଓ ଚାଷୀ ନେତା । ଆଜି ପ୍ରଥମେ ଡିଆର ବା ସମବାୟ ଉପନିବଦ୍ଧକଙ୍କ କାର୍ଯ୍ୟାଳୟ, ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଉତ୍ୟେକ୍ତ ଚାଷୀ । ଉଭୟ କାର୍ଯ୍ୟାଳୟରୁ ଚାଷୀଙ୍କୁ କୌଣସି ସନ୍ତୋଷ ଜନକ ଉତର ନମିଳିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେContinue reading “ଧାନ କିଣା ପ୍ରସଙ୍ଗକୁ ନେଇ ତାତିଲେ ଚାଷୀ : ରବି ଧାନକିଣାରେ ଟୋକନ ଅବଧି ବୃଦ୍ଧି ଦାବିରେ ସରକାରୀ ଅଫିସ ଘେରାଉ”

ଡ଼ିଆରଡ଼ିଓ ପକ୍ଷରୁ ପ୍ରସ୍ତୁତ କରୋନା ବିରୋଧୀ ଔଷଧ ଟୁ ଡ଼ିଜିର ମୁଲ୍ୟ ନିର୍ଦ୍ଧାରଣ : ଗୋଟିଏ ପାଉଚର ଦାମ୍ ୯୯୦ଟଙ୍କା ସ୍ଥିର କଲା ଡ଼କ୍ଟର ରେଡ଼ିସ୍ ଲାବ୍ରୋଟୋରୀ

କନକ ବ୍ୟୁରୋ : ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରୋନା ବିରୋଧୀ ଔଷଧ ୨-ଡିଜିର ମୂଲ୍ୟ ଧାର୍ଯ୍ୟ ହୋଇଛି । ଟିକା ଉତ୍ପାଦନ କରୁଥିବା ଡକ୍ଟର ରେଡିସ କମ୍ପାନି, ଗୋଟିଏ ପାଉଚର ଦାମ ୯୯୦ ଟଙ୍କା ସ୍ଥିର କରିଛି । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସରକାରୀ ହସ୍ପିଟାଲଗୁଡିକୁ ରିହାତି ଦରରେ ଔଷଧ ଯୋଗାଇ ଦିଆଯିବ ବୋଲି କମ୍ପାନି କହିଛି । ଜୁନ ମଧ୍ୟ ଭାଗରେ ଏହାକ ବ୍ୟବସାୟିକ ଲଂଚ କରାଯିବ । ଭାରତୀୟContinue reading “ଡ଼ିଆରଡ଼ିଓ ପକ୍ଷରୁ ପ୍ରସ୍ତୁତ କରୋନା ବିରୋଧୀ ଔଷଧ ଟୁ ଡ଼ିଜିର ମୁଲ୍ୟ ନିର୍ଦ୍ଧାରଣ : ଗୋଟିଏ ପାଉଚର ଦାମ୍ ୯୯୦ଟଙ୍କା ସ୍ଥିର କଲା ଡ଼କ୍ଟର ରେଡ଼ିସ୍ ଲାବ୍ରୋଟୋରୀ”

୭ଦିନ ପାଇଁ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା : ଆସନ୍ତା ୪ ତାରିଖରେ ପୁଣି ଥରେ ଟେଣ୍ଡର ଖୋଲିବ

କନକ ବ୍ୟୁରୋ : ଘୁଂଚିଲା ଟିକାର ଗ୍ଲୋବାଲ ଟେଣ୍ଡର । ଆଗାମୀ ୭ ଦିନ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଘୁଂଚାଇ ଦିଆଯାଇଛି । ବାତ୍ୟା ପାଇଁ ବିଭିନ୍ନ ଭେଣ୍ଡରଙ୍କ ଅନୁରୋଧ କ୍ରମେ ଏଭଳି ନିଷ୍ପତି କରିଛନ୍ତି ରାଜ୍ୟ ସରକାର । ତେବେ ଆଗାମୀ ୪ ତାରିଖରେ ପୁଣି ଟେଣ୍ଡର ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ତେବେ ପୂର୍ବରୁ ଆଜି ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଖୋଲାଯିବାକୁ ନିଷ୍ପତି କରିଥିଲେContinue reading “୭ଦିନ ପାଇଁ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା : ଆସନ୍ତା ୪ ତାରିଖରେ ପୁଣି ଥରେ ଟେଣ୍ଡର ଖୋଲିବ”

ବାତ୍ୟା କ୍ଷୟକ୍ଷତିର ଭରଣା କରିବ ରାଜ୍ୟ । ଦୀର୍ଘମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସର ସମୀକ୍ଷା ବୈଠକରେ ଦୁଇଟି ବଡ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ପ୍ରଧାନମନ୍ତ୍ରୀଙ୍କୁଦାବି ଜଣାଇଛନ୍ତି ନବୀନ । ବୈଠକ ଆରମ୍ଭରୁ ୮ ମିନିଟର ଏକ ଭିଡ଼ିଓ ପ୍ରଦର୍ଶନ କରଯାଇଥିଲା । ଯେଉଁଥିରେ ବାତ୍ୟାରେ କିଭଳି ସ୍ଥିତି ଥିଲା ଓ କଣ ପ୍ରଭାବ ପକାଇଛି ତାହା ଦର୍ଶାଯାଇଥିଲା । ତେବେContinue reading “ବାତ୍ୟା କ୍ଷୟକ୍ଷତିର ଭରଣା କରିବ ରାଜ୍ୟ । ଦୀର୍ଘମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ।”

ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ଼ ହସ୍ପିଟାଲ : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟ ସରକାର ସମ୍ବଲପୁରରେ ଏକ ନୂତନ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ଏକ ବିକାଶ ସିଟି ହସ୍ପିଟାଲ ହେବ । ଏଥିରେ ୮୦ଟି ଏଚଡ଼ିୟୁ, ୨୦ଟି ଆଇସିୟୁ, ୧୦ଟି ଭେଂଟିଲେଟର ବେଡ଼ର ଚିକିିତ୍ସା ସୁବିଧା କରାଯିବ । ଏହା ସହ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଥିବା ଡ଼ିସିଏଚରେ ୨୦ଟି ସାଧାରଣ ବେଡ଼, ୩୦ଟି ଆଇସିୟୁ ବେଡ଼ ନୂଆ ହେବ । ଅନୁଗୁଳ ତାଳଚେରରେ ୪୦ରୁ ଶହେକୁ ଆଇସିୟୁ, ୧୦ରୁContinue reading “ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ଼ ହସ୍ପିଟାଲ : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସୂଚନା”

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ : ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ଭୁବନେଶ୍ବରରେ ବାତ୍ୟା କ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ପାଖାପାଖି ଘଣ୍ଟାଏ ଧରି ଚାଲିଲା ସମୀକ୍ଷା ବୈଠକ । ଏରିଏଲ ସର୍ଭେରେ ଯିବେ ପ୍ରଧାନମନ୍ତ୍ରୀ । ବାଲେଶ୍ବର ଓ ଭଦ୍ରକ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ବାତ୍ୟା ୟାସ’ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକContinue reading “ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ : ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ”

ବୈତରଣୀର ଶାଖାନଦୀ କାଣୀ ନଦୀରେ ଘାଇ : କଂଟାପଡ଼ା ଠାରେ ୫୦ ଫୁଟର ଘାଇ

କନକ ବ୍ୟୁରୋ : ବୈତରଣୀର ଶାଖାନଦୀ କାଣୀ ନଦୀର କଂଟାପଡ଼ା ଠାରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । କାଣୀ ନଦୀର କଂଟାପଡ଼ା ଠାରେ ପ୍ରତିବର୍ଷ ଘାଇ ହେଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଯାଜପୁର ଦଶରଥପୁର ବ୍ଲକର ଦତପୁର ଠାରେ ହୋଇଥିବା ନୂତନ ବନ୍ଧରୁ ଖସୁଛି ଅତଡ଼ା । ପୂର୍ବ ବର୍ଷ ଏଠାରେ ୨ଶହ ଫୁଟର ଘାଇ ହୋଇଥିଲା । ବୈତରଣୀର ଅର୍ଦ୍ଧାଉଳିଆ, ଦିହୁଡ଼ିସାହି ଓContinue reading “ବୈତରଣୀର ଶାଖାନଦୀ କାଣୀ ନଦୀରେ ଘାଇ : କଂଟାପଡ଼ା ଠାରେ ୫୦ ଫୁଟର ଘାଇ”

ଯାଜପୁରର ୪ଟି ପଞ୍ଚାୟତର ୫ଟି ଗାଁରେ ପଶିଲା ବନ୍ୟା ପାଣି : ଆଖୁଆପଦାରେ ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ

କନକ ବ୍ୟୁରୋ : ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ଫଳରେ ଗତରାତିରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଂଚାୟତର ୫ଟି ଗାଁରେ ବନ୍ୟାପାଣି ପ୍ରବେଶ କରିଛି । ଭଦ୍ରକ ଆଖୁଆପଦାରେ ବୈତରଣୀ ନୀଦର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ରହିଥିବାବେଳେ ବର୍ତମାନ ଏଠାରେ ଜଳସ୍ତର ୧୮ ଦଶମିକ ୮୫ ମିଟର ରହିଛି ।Continue reading “ଯାଜପୁରର ୪ଟି ପଞ୍ଚାୟତର ୫ଟି ଗାଁରେ ପଶିଲା ବନ୍ୟା ପାଣି : ଆଖୁଆପଦାରେ ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ”

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ପରେ ଯିବେ ବାତ୍ୟାଂଚଳ

କନକ ବ୍ୟୁରୋ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ । ବାତ୍ୟା ୟାସ’ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ବିମାନ ରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦର ପରିସରରେ ହିଁ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ପହଂଚି ସାରିଛନ୍ତି । ବୈଠକ ପରେ ଦିନ ୧୨Continue reading “ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ପରେ ଯିବେ ବାତ୍ୟାଂଚଳ”

Design a site like this with WordPress.com
Get started