ବାତ୍ୟା ପରେ ଓଡ଼ିଶାକୁ ବନ୍ୟା ଚିନ୍ତା । ବିପଦ ସଙ୍କେତ ଉପରେ ବୈତରଣୀ । ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡାରେ ସତର୍କତା

କନକ ବ୍ୟୁରୋ: ବାତ୍ୟା ସରିଲା । କିନ୍ତୁ ପ୍ରବଳ ବର୍ଷାରେ ଫୁଲୁଛି ନଦୀ । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ପ୍ରଭାବିତ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଏଭଳି ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ବାତ୍ୟା ପ୍ରଭାବରେ ୧୪୬ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦା ଓ ଆନନ୍ଦପୁରଠାରେ ଆଖୁଆପଦା ଓ ଆନନ୍ଦପୁରରେ ବିପଦସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଏଥିପାଇଁContinue reading “ବାତ୍ୟା ପରେ ଓଡ଼ିଶାକୁ ବନ୍ୟା ଚିନ୍ତା । ବିପଦ ସଙ୍କେତ ଉପରେ ବୈତରଣୀ । ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡାରେ ସତର୍କତା”

ଜୁନ୍ ଦ୍ୱିତୀୟ ସପ୍ତାହରେ ଭାରତରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା । ଆପୋଲ ହସ୍ପିଟାଲ ମାଧ୍ୟମରେ ଟିକାକରଣ ପାଇଁ ନିଷ୍ପତ୍ତି

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଏବେ ଭାରତରେ ପୁଣି ଏକ ଭ୍ୟାକ୍ସିନ ଉପଲବ୍ଧ ହେବ । ଋଷ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ ଟିକା ସ୍ପୁଟନିକ୍ – ଭି ଭାରତରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ ବୋଲି କୁହାଯାଇଛି । ଆରମ୍ଭରୁ ଏହି ଭ୍ୟାକ୍ସିନ ଆପୋଲ ହସ୍ପିଟାଲ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଆପୋଲ ହସ୍ପିଟାଲର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶୋଭନା କମିନେନୀ ସୂଚନା ଦେଇଛନ୍ତି । ଆପଣଙ୍କୁ କହିରଖୁ କିContinue reading “ଜୁନ୍ ଦ୍ୱିତୀୟ ସପ୍ତାହରେ ଭାରତରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା । ଆପୋଲ ହସ୍ପିଟାଲ ମାଧ୍ୟମରେ ଟିକାକରଣ ପାଇଁ ନିଷ୍ପତ୍ତି”

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା । ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ବାତ୍ୟା ପୁନରୁଦ୍ଧାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଘରଭଙ୍ଗା କ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।  ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ସହ ପାନୀୟ ଜଳ ଓ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାବାଦ୍ ବୈତରଣୀ ନଦୀର ତଳContinue reading “ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା । ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।”

ଚିକିତ୍ସା ବିଜ୍ଞାନ ସ୍ତମ୍ଭିଭୂତ । କରୋନା ନେଗେଟିଭ ଥିବା ମା’ ପେଟରୁ ଜନ୍ମ ନେଲା କରୋନା ପଜିଟିଭ୍ ସନ୍ତାନ ।

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଯେତେ ଅଧିକ ଲୋକଙ୍କ ଜୀବନ ନେଉଛି ତା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟାଉଛି । ଏବେ ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ବାରଣାସୀର କାଶୀ ହିନ୍ଦୁ ବିବି ଠାରେ ଥିବା ସୁନ୍ଦର ଲାଲ ହସ୍ପିଟାଲରେ । ହସ୍ପିଟାଲରେ ଡେଲିଭରୀ ପାଇଁ ଆଡମିଶନ ହୋଇଥିବା ଜଣେ ମହିଳାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ତାଙ୍କ ଗର୍ଭରୁ ଜନ୍ମ ନେଇଥିବାContinue reading “ଚିକିତ୍ସା ବିଜ୍ଞାନ ସ୍ତମ୍ଭିଭୂତ । କରୋନା ନେଗେଟିଭ ଥିବା ମା’ ପେଟରୁ ଜନ୍ମ ନେଲା କରୋନା ପଜିଟିଭ୍ ସନ୍ତାନ ।”

ବାତ୍ୟା ଯୋଗୁଁ କମିଲା ଟେଷ୍ଟିଂ, କମିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୭୧ ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୦୬୨

କନକ ବ୍ୟୁରୋ: ବାତ୍ୟା ଯୋଗୁଁ ରାଜ୍ୟରେ କମିଲା ଟେଷ୍ଟିଂ । ଟେଷ୍ଟିଂ କମିବା ଯୋଗୁଁ ଆଜି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମିଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୪୭୧ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୫୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦContinue reading “ବାତ୍ୟା ଯୋଗୁଁ କମିଲା ଟେଷ୍ଟିଂ, କମିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୭୧ ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୦୬୨”

ବାତ୍ୟା ମଧ୍ୟରେ ନୂଆ ଜୀବନ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

କନକ ବ୍ୟୁରୋ: ସାମୁଦ୍ରିକ ଝଡ ୟାସ୍ ବେଳରେ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମ ନେଲେ ୭୫୦ ଜଣ ଶିଶୁ । ବାତ୍ୟା ୟାସର ବିପଦକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ ଜିଲ୍ଲାରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବିଭାଗର ଡିଏସଡବ୍ଲୁ, ସିଡିପିଓ, ଅଙ୍ଗନବାଡି କର୍ମୀ, ସୁପର ଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ୪,୫୫୫ ଜଣ ଗର୍ଭବତୀଙ୍କୁContinue reading “ବାତ୍ୟା ମଧ୍ୟରେ ନୂଆ ଜୀବନ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ”

ଦେଶକୁ ଖୁବଶୀଘ୍ର ମିଳିବ ଫାଇଜର ଟିକା ! ଜାଣନ୍ତୁ ଏନେଇ କ’ଣ କହିଲେ ନୀତି ଆୟୋଗ ସଦସ୍ୟ

କନକ ବ୍ୟୁରୋ : ନିଅଣ୍ଟିଆ ଟିକାକୁ ନେଇ ଦେଶରେ ଚାଲିଥିବା ଟିକାକରଣ ଭିତରେ ଭାରତକୁ ଖୁବଶୀଘ୍ର ଫାଇଜର ଟିକା ମିଳିପାରେ । ନୀତି ଆୟୋଗ ସଦସ୍ୟ ବି.କେ ପଲ କହିଛନ୍ତି କି, ଫାଇଜର ଟିକାର ଉପଲବ୍ଧତା ନେଇ ସଂକେତ ମିଳିବା ପରେ କମ୍ପାନୀ ଓ ସରକାର ଉଭୟ ଏହାକୁ ଦେଶରେ ପହଂଚାଇବାକୁ କାମ କରୁଛନ୍ତି । ପଲ ବୁଧବାର ଦିନ ଭାରତରେ ଟିକାକରଣ ପ୍ରକ୍ରିୟା ଓ ଉପଲବ୍ଧତା ଉପରେ କହିଛନ୍ତି କି, ସାରା ବିଶ୍ୱରେ ଟିକାର ମହଜୁଦContinue reading “ଦେଶକୁ ଖୁବଶୀଘ୍ର ମିଳିବ ଫାଇଜର ଟିକା ! ଜାଣନ୍ତୁ ଏନେଇ କ’ଣ କହିଲେ ନୀତି ଆୟୋଗ ସଦସ୍ୟ”

ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ବଡ ବୟାନ । ଦ୍ୱିତୀୟ ଡୋଜରେ ଅଲଗା ଭ୍ୟାକ୍ସିନ ଲାଗିଲେ ଅସୁବିଧା ନାହିଁ

କନକ ବ୍ୟୁରୋ: ଭ୍ୟାକ୍ସିନକୁ ନେଇ ବଡ ବୟାନ ରଖିଛନ୍ତି ବରିଷ୍ଠ ଡାକ୍ତର ବିକେ ପଲ । ଡାକ୍ତର କହିଛନ୍ତି ଯେ ଦ୍ୱିତୀୟ ଡୋଜ ବେଳେ ଯଦି ଆପଣଙ୍କୁ ଅଲଗା ଟିକା ଦେଇଦିଆଯାଇଛି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ଏଥିରେ ଲୋକମାନଙ୍କୁ ଚିନ୍ତା କରିବାରେ କୌଣସି ଆବଶ୍ୟକତା ନାହିଁ । ଡାକ୍ତର କହିଥିଲେ ଯେ ଆମ ପ୍ରୋଟକଲରେ ରହିଛି ବ୍ୟକ୍ତି ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ନେଇଥିବ ଦ୍ୱିତୀୟ ପର୍ଯ୍ୟାୟରେ ବି ସେଇ ଟିକା ନେବContinue reading “ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ବଡ ବୟାନ । ଦ୍ୱିତୀୟ ଡୋଜରେ ଅଲଗା ଭ୍ୟାକ୍ସିନ ଲାଗିଲେ ଅସୁବିଧା ନାହିଁ”

ଆସନ୍ତାକାଲିଠୁ ଭୁବନେଶ୍ୱରରେ ଟିକାକରଣ ପାଇଁ ମିଳିବ ସ୍ଲଟ୍ । ଦେଖନ୍ତୁ, କେଉଁ କେଉଁ ତାରିଖରେ ମିଳିିବ ସ୍ଲଟ୍…

କନକ ବ୍ୟୁରୋ: କୋଭିଡ୍ ବିପକ୍ଷ ଯୁଦ୍ଧରେ ଏବେ ଟିକାକରଣକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରି ସ୍ଥିତିରେ ଆମ ରାଜ୍ୟରେ ମଧ୍ୟ ୧୮-୪୪ ବୟସ୍କ ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ଆସନ୍ତାକାଲିଠୁ ଭୁବନେଶ୍ୱରରେ ପୁଣି ଟିକାକରଣ ପାଇଁ ସ୍ଲଟ୍ ମିଳିବ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି । BMC will add more slots for age group 18-44, for 28th & 29th May. New slotsContinue reading “ଆସନ୍ତାକାଲିଠୁ ଭୁବନେଶ୍ୱରରେ ଟିକାକରଣ ପାଇଁ ମିଳିବ ସ୍ଲଟ୍ । ଦେଖନ୍ତୁ, କେଉଁ କେଉଁ ତାରିଖରେ ମିଳିିବ ସ୍ଲଟ୍…”

କୋଭାକ୍ସିନ ଟିକାକୁ ବ୍ରାଜିଲର ଅନୁମତି ପ୍ରସଙ୍ଗ । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କୁ ନୂତନ ଅନୁରୋଧ ପଠାଇଲା ଭାରତ ବାୟୋଟେକ୍

କନକ ବ୍ୟୁରୋ : କୋଭିଡ ନିରୋଧୀ ଟିକା କୋଭାକ୍ସିନକୁ ବ୍ରାଜିଲର ଅନୁମତି ପ୍ରଦାନ ପାଇଁ ପୁଣି ଥରେ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କ ନିକଟକୁ ଆବେଦନ କଲା ଭାରତ ବାୟୋଟେକ ଜ୍ଝ ପୂର୍ବରୁ ପ୍ଲାଣ୍ଟରେ ଭଲ ଉତ୍ପାଦନ ଅଭ୍ୟାସ ଅନୁସରଣ କରାଯାଉନଥିବା ଦର୍ଶାଇ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ ଜ୍ଝ ହେଲେ ଏବେ ଭାରତ ବାୟୋଟେକ ପ୍ରମାଣପତ୍ର ପାଇଁ ବ୍ରାଜିଲ କର୍ତ୍ତୃପକ୍ଷଙ୍କୁ ଏକ ନୂତନContinue reading “କୋଭାକ୍ସିନ ଟିକାକୁ ବ୍ରାଜିଲର ଅନୁମତି ପ୍ରସଙ୍ଗ । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କୁ ନୂତନ ଅନୁରୋଧ ପଠାଇଲା ଭାରତ ବାୟୋଟେକ୍”

Design a site like this with WordPress.com
Get started