ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ଓଡିଶା ଛାଡିସାରିଛି । ଲୋକମାନେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ଏବେ ଘରମୁହାଁ । ହେଲେ ଏପରି ସ୍ଥିତିରେ କରୋନା ସଂକ୍ରମଣ ବଢିବାର ଅନେକ ସମ୍ଭାବନା ରହିଛି । ଯାହାକୁ ଆଖି ଆଗରେ ରଖି ଆଜି ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ବାତ୍ୟା ପାଇଁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ଉପରେ ପ୍ରଶାସନ ନଜର ରଖିବା ସହିତ ସେମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି କିContinue reading “ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।”

କରୋନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ଗଜବ ଯୁଗାଡ । ବାଇକରେ କିଛି ଏମିତି କଲେ, ଦେଖିଲେ ନହସି ରହିପାରିବେନି ।

କନକ ବ୍ୟୁରୋ : ସାରା ଦେଶ କରୋନା ସଂକ୍ରମଣ ସହ ଲଢେଇ କରୁଛି । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଲକଡାଉନ୍, ସଟଡାଉନ୍ ଭଳି ଅନେକ କଟକଣା ମଧ୍ୟ ଜାରି କରାଯାଉଛି । ଆଉ କରୋନାରୁ ବର୍ତିବା ପାଇଁ ଲୋକେ ମୁହଁରେ ମାସ୍କ ପିନ୍ଧୁଛନ୍ତି । ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏବଂ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା କୋଭିଡର ସମସ୍ତ ନିୟମକୁ ପାଳନ କରୁଛନ୍ତି । କିନ୍ତୁ ଏହାରି ଭିତରେ ଜଣେ ଯୁବକ ଏମିତିContinue reading “କରୋନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ଗଜବ ଯୁଗାଡ । ବାଇକରେ କିଛି ଏମିତି କଲେ, ଦେଖିଲେ ନହସି ରହିପାରିବେନି ।”

ଡିଆରଡିଓ ପ୍ରସ୍ତୁତ କଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟା ସେଣ୍ଟର । ଏମ୍ସ କରିବ ସଂଚାଳନ

କନକ ବ୍ୟୁରୋ : ଋଷିକେଶ ଠାରେ ଡିଆରଡିଓ ତରଫରୁ ପ୍ରସ୍ତୁତ ହୋଇଥିବା ୫ ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲର ସଂଚାଳନ କରିବ ଋଷିକେଶ ଏମ୍ସ । ଗତ ବୁଧବାର ଠାରୁ ଏହାର ସଂଚାଳନ ଏମ୍ସ ଦ୍ୱାରା ଆରମ୍ଭ ହୋଇଯାଇଛି  । ରାଇଫଲ ମ୍ୟାନ ଜସୱନ୍ତ ସିଂ ରାୱତଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ଏହି ହସ୍ପିଟାଲରେ ୫ ଶହ ବେଡ ବିଶିଷ୍ଟ ଏହି କୋଭିଡ କେୟାର ହସ୍ପିଟାଲକୁ ବୁଧବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂContinue reading “ଡିଆରଡିଓ ପ୍ରସ୍ତୁତ କଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟା ସେଣ୍ଟର । ଏମ୍ସ କରିବ ସଂଚାଳନ”

ଆଜି ସନ୍ଧ୍ୟା ସାଢେ ୫ଟାରେ ‘ୟାସ’ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ମୁଖ୍ୟଶାସନ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀ ।

କନକ ବ୍ୟୁରୋ: ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ଆଜି ସନ୍ଧ୍ୟା ସାଢେ ୫ଟାରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ସେ କ୍ଷୟକ୍ଷତି ଆକଳନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଛି ସ୍ପେଶାଲ୍ ପ୍ୟାକେଜ୍ ଘୋଷଣା କରିବା ନେଇ ଅନୁମାନ କରାଯାଉଛିି । ଆଜି ସନ୍ଧ୍ୟା ସାଢେ ୫ଟାରେ ‘ୟାସ’ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବ,Continue reading “ଆଜି ସନ୍ଧ୍ୟା ସାଢେ ୫ଟାରେ ‘ୟାସ’ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ ମୁଖ୍ୟଶାସନ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀ ।”

ଏଲୋପାଥି ମେଡିସିନକୁ ନେଇ ରାମଦେବଙ୍କ ବିବିଦୀୟ ବୟାନ । ଆଇଏମଏ କହିଲା ରାମଦେବଙ୍କ ଉପରେ ଲାଗୁହେଉ ରାଜଦ୍ରୋହ ମାମଲା ।

କନକ ବ୍ୟୁରୋ : ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି କି କୋଭିଡ-୧୯ର ଉପଚାର ପାଇଁ ସରକାର ଜାରି କରିଥିବା ପ୍ରୋଟକଲ କୁ ଚ୍ୟାଲେଞ୍ଜ କରି ତଥା ଟିକାକରଣ ଉପରେ ଦୁଃପ୍ରଚାର ଅଭିଯାନ ଚଳାଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଉପରେ ତୁରନ୍ତ ରାଜଦ୍ରୋହ ମାମଲା ରୁଜୁ କରାଯାଉ । ଏହାସହ ଆଧୁନିକ ଚିକିତ୍ସା ପଦ୍ଧତିରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରମୁଖ ସଂଗଠନ ଏଲୋପାଥି ଚିକିତ୍ସା ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଇଥିବା ରାମଦେବଙ୍କContinue reading “ଏଲୋପାଥି ମେଡିସିନକୁ ନେଇ ରାମଦେବଙ୍କ ବିବିଦୀୟ ବୟାନ । ଆଇଏମଏ କହିଲା ରାମଦେବଙ୍କ ଉପରେ ଲାଗୁହେଉ ରାଜଦ୍ରୋହ ମାମଲା ।”

ନିଜ କ୍ଷେତ୍ରରେ ରିଲିଆନ୍ସ ଆରମ୍ଭ କଲା ମାଗଣା ଟିକାକରଣ । ୮୮୦ ସହରରେ ନିଜ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ମାଗଣାରେ ଦିଆଯିବ ଟିକା

କନକ ବ୍ୟୁରୋ : ସାରା ଦେଶରେ ଲୋକମାନଙ୍କୁ କରୋନା ଭୂତାଣୁରୁ ରକ୍ଷା କରିବାକୁ ଚାଲିଥିବା ଟିକାକରଣ ଅଭିଯାନକୁ ପୁଣି ଦ୍ରୁତ କରାଯାଇଛି । ମେ ମାସରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଶିଳ୍ପ ସଂସ୍ଥା ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଦେଶକୁ କରୋନା ମୁକ୍ତ କରିବାକୁ ସବୁଠାରୁ ବଡ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରିଛି । ଏହି ଟିକାକରଣ ଅଭିଯାନରେ କମ୍ପାନୀContinue reading “ନିଜ କ୍ଷେତ୍ରରେ ରିଲିଆନ୍ସ ଆରମ୍ଭ କଲା ମାଗଣା ଟିକାକରଣ । ୮୮୦ ସହରରେ ନିଜ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ମାଗଣାରେ ଦିଆଯିବ ଟିକା”

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆକାଶମାର୍ଗରୁ କରିବେ ସ୍ଥିତି ସମୀକ୍ଷା । 

କନକ ବ୍ୟୁରୋ: ଆସନ୍ତାକାଲି ବାତ୍ୟା ୟାସର କ୍ଷୟକ୍ଷତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଓଡିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆକାଶମାର୍ଗରୁ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ତେବେ ଏହି ବୈଠକରେ ସେ କିଛି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିବେContinue reading “ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆକାଶମାର୍ଗରୁ କରିବେ ସ୍ଥିତି ସମୀକ୍ଷା । “

ଅତି ଅମାନୁଷିକ ଭାବେ ବୃଦ୍ଧଙ୍କୁ ପିଟିଲେ ୬ଜଣ : ପ୍ରବଳ ମାଡ଼ ମାରି ହାତଗୋଡ଼ ଭାଙ୍ଗିଦେବା ପରେ ଗାଁ ଲୋକଙ୍କ ହସ୍ତକ୍ଷେପ; ହେଲେ ହସ୍ପିଟାଲକୁ ନେବା ବାଟରେ ପୋଲ ତଳେ ଫିଙ୍ଗିଦେଇଗଲେ ଆକ୍ରମଣକାରୀ

କନକ ବ୍ୟୁରୋ : ବୃଦ୍ଧଙ୍କୁ ପିଟିଲେ, ହାତ ଗୋଡ ଭାଙ୍ଗି ପୋଲ ତଳେ ଫିଙ୍ଗିଦେଇ ଗଲେ । ଏଭଳି ଅଭାବନୀୟ ଚିତ୍ର ଆସିଛି ବୌଦ୍ଧ ଜିଲ୍ଲାରୁ । ମନମୁଣ୍ଡା ବ୍ଲକ ଗୁଡିଆଳି ଗାଁର ବୃଦ୍ଧ ଜଗନ୍ନାଥ ଦାସଙ୍କୁ ପ୍ରାୟ ୬ ଜଣ ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଜଗନ୍ନାଥ କୌଣସି କାମରେ କୁଣ୍ଡିପଦର ଗାଁକୁ ଆସିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏପିରିକି ଆକ୍ରମଣକାରୀ ପ୍ରବଳ ମାଡContinue reading “ଅତି ଅମାନୁଷିକ ଭାବେ ବୃଦ୍ଧଙ୍କୁ ପିଟିଲେ ୬ଜଣ : ପ୍ରବଳ ମାଡ଼ ମାରି ହାତଗୋଡ଼ ଭାଙ୍ଗିଦେବା ପରେ ଗାଁ ଲୋକଙ୍କ ହସ୍ତକ୍ଷେପ; ହେଲେ ହସ୍ପିଟାଲକୁ ନେବା ବାଟରେ ପୋଲ ତଳେ ଫିଙ୍ଗିଦେଇଗଲେ ଆକ୍ରମଣକାରୀ”

ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିକୁ ନେଇ ବୟାନବାଜି : ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କଲେ ବିଜେପି ନେତା ବିଷ୍ଣୁ ସେଠି; କହିଲେ ଏତେ ଲୋକଙ୍କୁ ସ୍ଥାନାନ୍ତର କରାଗଲା, ଏଯାଏଁ ଏମାନଙ୍କୁ ପକ୍କାଘର ମିଳିନାହିଁ କାହିଁକି ?

କନକ ବ୍ୟୁରୋ : ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ବିଷ୍ଣୁ ସେଠି । ସେ କହିଛନ୍ତି, ଇନ୍ଦିରା ଆବାସ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୨୫ ହଜାର ଟଙ୍କା ଠାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁ ସବୁ ଘର ହେଲା ସେସବୁ କୁଆଡେ ଗଲା । ଯଦି ପକ୍କା ଘର ହୋଇଛିContinue reading “ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିକୁ ନେଇ ବୟାନବାଜି : ବାତ୍ୟା ବେଳେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କଲେ ବିଜେପି ନେତା ବିଷ୍ଣୁ ସେଠି; କହିଲେ ଏତେ ଲୋକଙ୍କୁ ସ୍ଥାନାନ୍ତର କରାଗଲା, ଏଯାଏଁ ଏମାନଙ୍କୁ ପକ୍କାଘର ମିଳିନାହିଁ କାହିଁକି ?”

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ : ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ

କନକ ବ୍ୟୁରୋ : ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୧ ଘଂଟା ଧରି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହା ପୂର୍ବରୁ ଗତକାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବିତ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ ଦିନ ରିଲିଫ୍ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡିକୁ ୨୪Continue reading “ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ : ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ”

Design a site like this with WordPress.com
Get started