କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଟେଷ୍ଟିଂର ହାର କମିଥିବାରୁ ପିଜିଟିଭିଟି ରେଟ୍ କମିଛି

କନକ ବ୍ୟୁରୋ : କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତିରେ ସୁଧାର ଆସିଲେ ଡ଼ୋର ଟୁ ଡ଼ୋର ସର୍ଭେକୁ ଜୋରଦାର କରାଯିବ । ପ୍ରଭାବିତ ଅଂଚଳରେ ଲୋକ ମାନେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରିଲେ ଭ୍ୟାକ୍ସିନେସନ ଓ ଟେଷ୍ଟିଂ ଆରମ୍ଭ ହେବ । ବାତ୍ୟା ପାଇଁଟେଷ୍ଟିଂ କମିଛି । ଆମ ରାଜ୍ୟରେ ପିଜିଟିଭିଟି ରେଟ କମିଛି । ବାତ୍ୟା ଦ୍ୱାରା ଆମର କୌଣସି ଜିଲ୍ଲାରେ ଭିତିଭୁମି ନଷ୍ଟContinue reading “କରୋନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଟେଷ୍ଟିଂର ହାର କମିଥିବାରୁ ପିଜିଟିଭିଟି ରେଟ୍ କମିଛି”

ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ମାଗିଲା କୃଷି ବିଭାଗ : ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ଗୁଡ଼ିକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ବାତ୍ୟା ୟାସ’ ଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲା କୃଷି ବିଭାଗ । ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୮ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗର କ୍ଷତ୍ର ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ଯାଇ କ୍ଷୟକ୍ଷତିର ଆକଳନ କରୁଛନ୍ତି । ପୁର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସହାୟତା ରାଶି ଯୋଗାଇ ଦିଆଯିବContinue reading “ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ମାଗିଲା କୃଷି ବିଭାଗ : ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ଗୁଡ଼ିକୁ ନିର୍ଦ୍ଦେଶ”

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ଆଖୁଆପଦାରେ ଟପିଲା ବିପଦ ସଂକେତ, ଆନନ୍ଦପୁରରେ ଜଳସ୍ତର ୩୯ମିଟର

କନକ ବ୍ୟୁରୋ : ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ତମାନ ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଆନନ୍ଦପୁରରେ ଜଳସ୍ତର ୩୯ ମିଟର ରହିଛି । ତେବେ ଜିଲ୍ଲାContinue reading “ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ଆଖୁଆପଦାରେ ଟପିଲା ବିପଦ ସଂକେତ, ଆନନ୍ଦପୁରରେ ଜଳସ୍ତର ୩୯ମିଟର”

ପ୍ରବଳ ବର୍ଷା ପରେ ଯୋଡା ବାହ୍ୟ ଜଗତରୁ ବିଚ୍ଛିନ୍ନ : ଗତକାଲି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଖଣି ଅଂଚଳ ଯୋଡା ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ପାଣି ଖାଲି କରିବାକୁ ପ୍ରଶାସନ ପକ୍ଷରୁ ବିଲେଇପଦା ନିକଟରେ ଜାତୀୟ ରାଜପଥକୁ କାଟିବାକୁ ପଡ଼ିଥିଲା । ସୂଚନା ଅନୁସାରେ, ଗତ ୨୪ ଘଂଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଯୋଗୁଁ ବିଲେଇପଦାରେ କେତେକ ଅଂଚଳରେ ଲୋକଙ୍କ ଘରେ ପାଣିContinue reading “ପ୍ରବଳ ବର୍ଷା ପରେ ଯୋଡା ବାହ୍ୟ ଜଗତରୁ ବିଚ୍ଛିନ୍ନ : ଗତକାଲି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି”

ଦେବଗଡ଼ ଜିଲ୍ଲାରେ ଲାଗିରହିଛି ଝିପିଝିପି ବର୍ଷା : ବାତ୍ୟା ପ୍ରଭାବରେ ଘର ଉପରେ ପଡ଼ିଛି ଗଛ , ଚାଲିଛି ଗଛକଟା କାମ

କନକ ବ୍ୟୁରୋ : ବାତ୍ୟା ୟାସ୍ର ପ୍ରଭାବରେ ଦେବଗଡ ଜିଲ୍ଲାରେ ଗତକାଲି ପୂର୍ବାହ୍ନରୁ ବର୍ଷା ସହ ପବନ ବୋହୁଥିବା ଦେଖିବାକୁ ମିଳିଛି । ଗତକାଲି ପୂର୍ବହ୍ନରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ହାଲିକା ପବନ ବୋହିବା ସହ ଝିପିଝିପ ବର୍ଷା ଲାଗି ରହିଛି । ଲାଗି ରହିଥିବା ବର୍ଷା ପବନ ପୈାରଂଚଳର ୬ନଂ ୱାର୍ଡରେ ବାସମତୀ ମୁଖୀଙ୍କ ଘର ଉପରେ ଗଛ ଭାଙ୍ଗି ପଡ଼ିଯାଇଥିଲା । ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଆଜି ଅଗ୍ନିଶମContinue reading “ଦେବଗଡ଼ ଜିଲ୍ଲାରେ ଲାଗିରହିଛି ଝିପିଝିପି ବର୍ଷା : ବାତ୍ୟା ପ୍ରଭାବରେ ଘର ଉପରେ ପଡ଼ିଛି ଗଛ , ଚାଲିଛି ଗଛକଟା କାମ”

ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବର୍ତମାନ ୩୮ଦଶମିକ ୩୬ ମିଟର ସହ ବିପଦ ସଂକେତ ଉପରେ ରହିଛି । ଆଗକୁ ଏଠାରେ ୪୦ ଦଶମିକ ୮୫ ମିଟର ଜଳ ପ୍ରବାହିତ ହେବ । ଆଖୁଆପଦା ଠାରେ ଜଳସ୍ତର ବଢିବ । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେContinue reading “ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା”

ବାତ୍ୟା ଉଡାଡି ଦେଲା ଫସଲ : ସମ୍ବଲପୁରରୁ ଆସିଲା ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର

କନକ ବ୍ୟୁରୋ : ବାତ୍ୟା ଉଡାଡି ଦେଲା ଫସଲ । ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ଫଳରେ ଖଳାରେ ଓ କ୍ଷେତରେ ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର ଆସିବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବରେ ବର୍ଷା ଫଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ଏବେ ରବି ଧାନ ଅମଳ ହେଉଥିବାବେଳେ ଧାନ ଫସଲ କଟା ହୋଇ ଆସି ଖଳାରେ ରହିଛି  କିମ୍ବା କ୍ଷେତରେ ପଡିରହିଛି ।Continue reading “ବାତ୍ୟା ଉଡାଡି ଦେଲା ଫସଲ : ସମ୍ବଲପୁରରୁ ଆସିଲା ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର”

ରାଜନଗରରେ ଥମୁନି ବର୍ଷା : ପ୍ରାୟ ୨ଶହ ପରିବାର ଏବେ ଜଳବନ୍ଦୀ

କନକ ବ୍ୟୁରୋ : ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଏବେ ରାଜନଗର ଅଂଚଳରେ ଥମୁନି ବର୍ଷା । ରାଜନଗର ତାଳଚୁଆ ଅଂଚଳରେ ବର୍ଷା ଲାଗି ରହିବା ଦ୍ୱାରା ବନ୍ୟା ପୀଡ଼ିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ତଳିଆ ଅଂଚଳରେ ଜଳବନ୍ଦୀ ହେବାର ସମ୍ଭାବନା ରହିଛି । ଗତକାଲି ଠାରୁ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଧିରେ ଧିରେ ପବନ ବେଗ କମିବା ସହ ବର୍ଷାContinue reading “ରାଜନଗରରେ ଥମୁନି ବର୍ଷା : ପ୍ରାୟ ୨ଶହ ପରିବାର ଏବେ ଜଳବନ୍ଦୀ”

ବାତ୍ୟା ୟାସ ଟଳିବା ପରେ ପୁଣି ରଥଖଳା ଚଳଚଞ୍ଚଳ : ବର୍ଷା ଓ ପବନ ପାଇଁ ୨ଦିନ ବନ୍ଦ ରହିଥିଲା କାମ

କନକ ବ୍ୟୁରୋ : ବାତ୍ୟା ୟାସର ବିପଦ ଟଳିଯିବା ପରେ ପୁଣି ଚଳଚଂଚଳ ହୋଇଛି ପୁରୀ ରଥଖଳା । ରଥ ନିର୍ମାଣରେ ନିୟୋଜିତ ସେବକମାନେ ଗତକାଲି ଅପରାହ୍ନରୁ ପୁଣି ରଥ ନିର୍ମାଣ କାମରେ ଯୋଗ ଦେଇଛନ୍ତି । ବାତ୍ୟା ୟାସ ଆସୁଥିବାରୁ ଗତ ଦୁଇଦିନ କାମ ବନ୍ଦ ରହିଥିଲା । ସେହିପରି ରଥଖଳା ଚାଳିରୁ ଚାଂଚସବୁ ଖୋଲି ଦିଆଯାଇଥିଲା । କିନ୍ତୁ ବିପଦ ଟଳିଯିବା ପରେ ପୁରୀ ବଡଦାଣ୍ଡ ରଥଖଳାରେ ତୁମ୍ବ ବିନ୍ଧା ସହ ଗୁଜ କାମକୁContinue reading “ବାତ୍ୟା ୟାସ ଟଳିବା ପରେ ପୁଣି ରଥଖଳା ଚଳଚଞ୍ଚଳ : ବର୍ଷା ଓ ପବନ ପାଇଁ ୨ଦିନ ବନ୍ଦ ରହିଥିଲା କାମ”

ବାତ୍ୟା ପରେ ବୈତରଣୀ ନଦୀ ପୋଲ ଉପରେ ୫ ଫୁଟ ଉଚ୍ଚରେ ବହୁଛି ପାଣି : ବ୍ରିଜ ଉପରେ ଅଟକି ରହିଛି ଶହ ଶହ ଗାଡ଼ି

କନକ ବ୍ୟୁରୋ : ବାଲେଶ୍ୱର ବାଲିଆପାଳରେ ବାତ୍ୟା ୟାସ, ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଜିଲ୍ଲାର ବାଲିଆପାଳ ବ୍ଲକ କାଖଡାପାଳ ଅଂଚଳରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହୋଇଛି । ବାତ୍ୟା ଏହି ଆଖପାଖ ଅଂଚଳରେ ଲ୍ୟାଣ୍ଡଫଲ କରିବା ସମୟରେ ବ୍ୟାପକ କ୍ଷୟକ୍ଷତି କରିଛି । ହଠାତ ପାଣି ଆସିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଲରେ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ଧରି ଗୋଟିଏ ପରିବାର କିଭଳି ରାସ୍ତା ଉପରେ ବସିContinue reading “ବାତ୍ୟା ପରେ ବୈତରଣୀ ନଦୀ ପୋଲ ଉପରେ ୫ ଫୁଟ ଉଚ୍ଚରେ ବହୁଛି ପାଣି : ବ୍ରିଜ ଉପରେ ଅଟକି ରହିଛି ଶହ ଶହ ଗାଡ଼ି”

Design a site like this with WordPress.com
Get started