କନକ ବ୍ୟୁରୋ : ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ୱର ଜିଲ୍ଲାର ବାହାନଗା ଅଂଚଳରେ ବାତ୍ୟା ସାୟ ଲ୍ୟାଣ୍ଡଫଲ କରିଥିବାରୁ ଏହିଠାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ ବଡ ଗଛସବୁ ଉପୁଡି ପଡିବା ସହ ବିଦ୍ୟୁତ ଖୁଂଟ ଭାଙ୍ଗି ପଡିଛି । ଗଛପଡି କଚ୍ଚା ଘରସବୁ ନଷ୍ଟ ହୋଇଯାଇଛି । ସେହିପରି ଜିଲ୍ଲାର ପ୍ରାୟ ୮୬ଟି ଗାଁରେ ସମୁଦ୍ର ପାଣିContinue reading “ବାତ୍ୟା ଚାଲିଯିବା ପରେ ଘର ସଜାଡ଼ୁଛି ଉତ୍ତର ଓଡ଼ିଶା : ବାଲେଶ୍ୱର ବାହାନଗାରେ ସର୍ବାଧିକ ବିପର୍ଯ୍ୟୟ କରିଛି ୟାସ୍; ଏବେ ଜୋରଦାର ହେଉଛି ଉଦ୍ଧାର ଓ ରିଲିଫ କାମ”
Author Archives: Raghaba
କେରଳରେ ବଢ଼ୁଛନ୍ତି ବ୍ରାଡମ୍ୟାନ୍ ପିଢି : ୯ ବର୍ଷୀୟ ବିଘ୍ନଜ ପ୍ରେଜିଥଙ୍କ କ୍ରିକେଟ୍ କୌଶଳକୁ ନେଇ ଚର୍ଚ୍ଚା; ନେଟ୍ସରେ ବ୍ୟାଟ ବଦଳରେ ଷ୍ଟମ୍ପରେ କରୁଛନ୍ତି ଚମତ୍କାର ବ୍ୟାଟିଂ
କନକ ବ୍ୟୁରୋ : କେରଳର କୁନି ପ୍ରତିଭା । କେରଳର ଜଣେ ୯ବର୍ଷିୟ କ୍ରିକେଟ ପ୍ରତିଭା ବିଘ୍ନଜ ପ୍ରେଜିଥ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କୋଭିଡ଼ ମହାମାରୀ ପରିସ୍ଥିତି ଆଉଟଡ଼ୋର କ୍ରିକେଟକୁ ରୋକି ଦେଇଛି ସତ କିନ୍ତୁ ଇନଡ଼ୋର କ୍ରିକେଟକୁ ନୁହେଁ । ବିଘ୍ନଜ ନିଜ ଫ୍ଲାଟ ପରିସରରେ ବ୍ୟାଟିଂ କରୁଥିବାର ଏକାଧିକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଘ୍ନଜ ବ୍ୟାଟରେ ନୁହେଁ ଷ୍ଟମ୍ପରେ ଚମତ୍କାରContinue reading “କେରଳରେ ବଢ଼ୁଛନ୍ତି ବ୍ରାଡମ୍ୟାନ୍ ପିଢି : ୯ ବର୍ଷୀୟ ବିଘ୍ନଜ ପ୍ରେଜିଥଙ୍କ କ୍ରିକେଟ୍ କୌଶଳକୁ ନେଇ ଚର୍ଚ୍ଚା; ନେଟ୍ସରେ ବ୍ୟାଟ ବଦଳରେ ଷ୍ଟମ୍ପରେ କରୁଛନ୍ତି ଚମତ୍କାର ବ୍ୟାଟିଂ”
ନିମ୍ବ ମାସ୍କ ପିନ୍ଧି ଚର୍ଚ୍ଚାରେ ଏହି ଯୁବକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ପଚାରିବାରୁ ଯୁବକ କହିଲେ… ଡାକ୍ତରଖାନାରୁ ମିଳିଛି ଏହି ମାସ୍କ
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। କିଛିଲୋକ ଏହାର ପାଳନ କରୁଥିବା ବେଳେ କିଛି ଏହାକୁ ଅଣଦେଖା କରୁଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରେ ରହୁଥିବା ମହେନ୍ଦ୍ର ସିଂହଙ୍କ ଏକ ଭିଡିଓ ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଭିଡିଓ ଭାଇରାଲ ହେବାର କାରଣ ସେ ପିନ୍ଧିଥିବା ମାସ୍କ। ଲକ୍ଷ୍ମୀପୁର ଜିଲ୍ଲାର ବଗରେଠି ଗ୍ରାମରେ ମହେନ୍ଦ୍ର ସିଂହ ଏକ ଅଦ୍ଭୁତ ମାସ୍କ ପିନ୍ଧିଛନ୍ତି।Continue reading “ନିମ୍ବ ମାସ୍କ ପିନ୍ଧି ଚର୍ଚ୍ଚାରେ ଏହି ଯୁବକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ପଚାରିବାରୁ ଯୁବକ କହିଲେ… ଡାକ୍ତରଖାନାରୁ ମିଳିଛି ଏହି ମାସ୍କ”
ବୁଢାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ କମୁଛି ଜଳସ୍ତର : ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ବନ୍ୟା ପରିସ୍ଥିତି
କନକ ବ୍ୟୁରୋ : ମୟୂରଭଂଜରେ ବନ୍ୟାର ଆଶଙ୍କା କମ୍ । ବର୍ତମାନ ନିୟନ୍ତ୍ରଣରେ ଅଛି ବନ୍ୟା ପରିସ୍ଥିତି । ବାତ୍ୟା ୟାସ ପ୍ରଭାବରେ ଗତ ୨ ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଯାହା ସର୍ବାଧିକ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଯାହା ଫଳରେ ଗତକାଲି ଦୁଇ ପ୍ରହରରୁ ଶିମିଳିପାଳରୁ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ଉପୁଜିବାContinue reading “ବୁଢାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ କମୁଛି ଜଳସ୍ତର : ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ବନ୍ୟା ପରିସ୍ଥିତି”
କେନ୍ଦୁଝର ୪୯ନଂ ଏନଏଚ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ପାଣି : କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । କେନ୍ଦୁଝର ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ପାଟଣା ତୁରୁମୁଙ୍ଗା ଠାରେ ବୈତରଣୀ ନଦୀ ପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ସ୍ରୋତ ପ୍ରବାହିତ ହେଉଛି । ଫଳରେ ଗତକାଲି ରାତିରୁ ବମ୍ବେ-କଲିକତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ବାତ୍ୟା ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିବାରୁContinue reading “କେନ୍ଦୁଝର ୪୯ନଂ ଏନଏଚ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ପାଣି : କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ”
ଦେଶର କରୋନା ମିଟର : ୨୪ ଘଂଟାରେ ୨ଲକ୍ଷ ୧୧ ହଜାର ୨୯୮ ଆକ୍ରାନ୍ତ ଚିହ୍ନଟ, ୩୮୪୭ ମୃତ
କନକ ବ୍ୟୁରୋ : ଦେଶରେ ୨୪ଘଂଟା ଭିତରେ ୨ଲକ୍ଷ ୧୧ ହଜାର ୨୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୨ଲକ୍ଷ ୮୩ହଜାର ୧୩୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନା କାରଣରୁ ୨୪ଘଂଟା ଭିତରେ ସାରା ଦେଶରେ ୩ହଜାର ୮୪୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୭୩ଲକ୍ଷ ୬୯ହଜାରContinue reading “ଦେଶର କରୋନା ମିଟର : ୨୪ ଘଂଟାରେ ୨ଲକ୍ଷ ୧୧ ହଜାର ୨୯୮ ଆକ୍ରାନ୍ତ ଚିହ୍ନଟ, ୩୮୪୭ ମୃତ”
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୪ ଆକ୍ରାନ୍ତଙ୍କ ମୃତ୍ୟୁ : କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨,୬୧୮କୁ ବୃଦ୍ଧି
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି । ମୋଟ ୧୩ଟି ଜିଲ୍ଲାରୁ ଏହି ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଖୋର୍ଦ୍ଧା ଓContinue reading “ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୪ ଆକ୍ରାନ୍ତଙ୍କ ମୃତ୍ୟୁ : କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨,୬୧୮କୁ ବୃଦ୍ଧି”
ରାଜ୍ୟରେ ଗତ ୨୪ ଘଂଟାରେ ୬,୭୩୬ କରୋନା ପଜିଟିଭ ଚିହ୍ନଟ : ବାତ୍ୟା ୟାସ ଯୋଗୁଁ ଟେଷ୍ଟିଂ କମିବାରୁ କମିଲା ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ଘଂଟା ଭିତରେ ୬ହଜାର ୭୩୬ ନୂଆ ଅକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୩୭୭୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୯୬୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୨୪ଘଂଟା ଭିତରେ ୪୬ହଜାର ୨୪୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୬୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ସର୍ବାଧିକ ୭୮୮, ସୁନ୍ଦରଗଡ଼ରୁ ୭୨୦, ଖୋର୍ଦ୍ଧାରୁ ୫୧୭, କଟକରୁ ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୩୭୪, ନବରଙ୍ଗପୁରରୁContinue reading “ରାଜ୍ୟରେ ଗତ ୨୪ ଘଂଟାରେ ୬,୭୩୬ କରୋନା ପଜିଟିଭ ଚିହ୍ନଟ : ବାତ୍ୟା ୟାସ ଯୋଗୁଁ ଟେଷ୍ଟିଂ କମିବାରୁ କମିଲା ଆକ୍ରାନ୍ତଙ୍କ ସଂଖ୍ୟା”
ବାବା ରାମଦେବଙ୍କ ବିରୋଧରେ ହେଉ ଦେଶଦ୍ରୋହ ମାମଲା : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲା ଆଇଏମଏ
କନକ ବ୍ୟୁରୋ : ବାବା ରାମଦେବଙ୍କ ବିରୋଧରେ ହେଉ ଦେଶଦ୍ରୋହ ମୋକଦ୍ଦମା । ଇଣ୍ଡିଏନ ମେଡିକାଲ ଏସୋସିଏସନ ବା ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଜଣାଇଛନ୍ତି । ଯୋଗଗୁରୁ ବାବା ରାମଦେବଙ୍କ ବିରୁଦ୍ଧରେ ଦେଶଦ୍ରୋହର ମୋକଦ୍ଦମା କରାଯାଉ ବୋଲିି ଚିଠିରେ ଉଲ୍ଲେଖ ରହିଛି । ଦେଶରେ ଏଲୋପାଥିି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାମଦେବ ବାବା । ରାମଦେବ ବାବା ନିଜର ଗୋଟିଏ ବାର୍ତ୍ତାରେ କହିଥିଲେ ଯେ ଅନେକ ଡାକ୍ତର ଦେଶରେ ଭ୍ୟାକ୍ସିନContinue reading “ବାବା ରାମଦେବଙ୍କ ବିରୋଧରେ ହେଉ ଦେଶଦ୍ରୋହ ମାମଲା : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲା ଆଇଏମଏ”
କରୋନାରେ ଆଖି ବୁଜିଛନ୍ତି ପୁଣି ଜଣେ ସଂଗୀତ ନିର୍ଦ୍ଦେଶକ : ଆଲବମ୍ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ
କନକ ବ୍ୟୁରୋ : କରୋନାରେ ଆଖି ବୁଜିଛନ୍ତି ପୁଣିଜଣେ ସଂଗୀତ ନିର୍ଦ୍ଦେଶକ । ରାଜ୍ୟରେ ଆଲବମ ଏବଂ ଓଡିଆ ଫିଲ୍ମ ଜଗତରେ ଜଣେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ହୋଇଛି । କିଛିଦିନ ହେବ ସେ କରୋନାରେ ଆକ୍ରାନ୍ତ ଥିଲେ । ତେବେ ଆଜି ହଠାତ ଦେହ ଭୀଷଣ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲ ନେବା ବାଟରେ ଦେହାନ୍ତ ହୋଇଥିବା ଜଣାପଡିଛି । ଶାନ୍ତିରାଜ ଖୋସଲାଙ୍କ ଘର କଟକରେ ଏବଂ ମୃତ୍ୟୁ ବେଳକୁ ତାଙ୍କୁContinue reading “କରୋନାରେ ଆଖି ବୁଜିଛନ୍ତି ପୁଣି ଜଣେ ସଂଗୀତ ନିର୍ଦ୍ଦେଶକ : ଆଲବମ୍ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ”