ଆକାଶମାର୍ଗରୁ ବାତ୍ୟା କ୍ଷତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ : ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ କରିବେ ଏରିୟଲ ସର୍ଭେ

କନକ ବ୍ୟୁରୋ : ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୨ଟେରା ଏରିଏଲ ଭ୍ୟୁ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୧ ଘଂଟା ଅନୁଧ୍ୟାନ କରିବେ । ଏନେଇ ଚିଠିଲେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର । ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେContinue reading “ଆକାଶମାର୍ଗରୁ ବାତ୍ୟା କ୍ଷତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ : ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ କରିବେ ଏରିୟଲ ସର୍ଭେ”

ସରକାରଙ୍କୁ କୋର୍ଟକୁ ଟାଣିଲା ହ୍ୱାଟ୍ସଆପ : ନୂଆ ସୂଚନା ପଯୁକ୍ତି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା; ଆଜି ଠାରୁ ଲାଗୁ ହେବାକୁ ଥିବା ନିୟମରେ ରୋକ ଲଗାଇବାକୁ ଆବେଦନ

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଣିଥିବା ନୂଆ ସୂଚନା ପ୍ରଯୁକ୍ତି ନିୟମ ବିରୋଧରେ ପ୍ରଥମ ବଡ଼ କଂପାନି ଭାବେ ହ୍ବାଟସ୍‌ଆପ୍ ପଦକ୍ଷେପ ଗ୍ରହଣ କରିଛି। କଂପାନି ତରଫରୁ ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆଜିଠାରୁ ଏହି ନିୟମ ଲାଗୁ ହେବ ବୋଲି ସରକାର ଘୋଷଣା କରିିଥିଲେ। ସେଥିରେ ରୋକ ଲଗାଇବା ଲାଗି କଂପାନି କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ଭାରତ ସରକାରଙ୍କ ନୂଆ ନିୟମ ଗୋପନୀୟତାକୁ ସମ୍ପୂର୍ଣ୍ଣ ଶେଷ କରିବ ବୋଲିContinue reading “ସରକାରଙ୍କୁ କୋର୍ଟକୁ ଟାଣିଲା ହ୍ୱାଟ୍ସଆପ : ନୂଆ ସୂଚନା ପଯୁକ୍ତି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା; ଆଜି ଠାରୁ ଲାଗୁ ହେବାକୁ ଥିବା ନିୟମରେ ରୋକ ଲଗାଇବାକୁ ଆବେଦନ”

ମୟୁରଭଂଜ ଦେଇ ୟାସ୍ ଗଲାବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା : ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ବଢ଼ିଲା ଜଳସ୍ତର

କନକ ବ୍ୟୁରୋ : ବାତ୍ୟା ପରେ ବନ୍ୟା ଭୟ । ବାତ୍ୟା ୟାସ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବୁଢାବଳଙ୍ଗ ଓ ଅନ୍ୟ ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବାରେ ଲାଗିଛି । ଦିନ ତମାମ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପଦ ଆଶଙ୍କା ବଢି ଯାଇଛି । ଖୁବ୍ ଶିଘ୍ର ବନ୍ୟା ସ୍ଥିତି ହୋଇପାରେ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି । ଅତି ଭୀଷଣ ବାତ୍ୟା ପ୍ରଭାବରେ ମୟୁରଭଂଜର ସ୍ଥିତିContinue reading “ମୟୁରଭଂଜ ଦେଇ ୟାସ୍ ଗଲାବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା : ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ବଢ଼ିଲା ଜଳସ୍ତର”

ୟାସ୍ ପୂର୍ବାନୁମାନ ଓ ମୁକାବିଲା ରଣନୀତିରେ ମିଳିଲା ସଫଳତା : ଚର୍ଚ୍ଚାରେ ୩ ଓଡ଼ିଆ ଅଧିକାରୀ

କନକ ବ୍ୟୁରୋ : ଅତି ଭୀଷଣ ବାତ୍ୟା ଆକାରରେ ୟାସ, ଉତର ଓଡିଶା ଉପକୂଳ ଦେଇ ଚାଲିଯିବା ପରେ ଏବେ ୩ ଓଡିଆ ଅଧିକାରୀଙ୍କୁ ନେଇ ଚର୍ଚ୍ଚା । ବାତ୍ୟାକୁ ନେଇ ପୂର୍ବାନୁମାନଠାରୁ ଆରମ୍ଭ କରି ଏହାର ଗତିପଥ ଓ ପ୍ରଭାବ ସଂପର୍କରେ ବାରମ୍ବାର ସତର୍କ କରାଇ ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ଏହାର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ୟାସର ଗତିବିଧିକୁ ଦିନରାତି ନିରୀକ୍ଷଣ କରିବା ସହ ଗଣମାଧ୍ୟମକୁ ଏହାର ଟିକିନିଖି ସୂଚନା ଦେଉଥିଲେ ।Continue reading “ୟାସ୍ ପୂର୍ବାନୁମାନ ଓ ମୁକାବିଲା ରଣନୀତିରେ ମିଳିଲା ସଫଳତା : ଚର୍ଚ୍ଚାରେ ୩ ଓଡ଼ିଆ ଅଧିକାରୀ”

ବାତ୍ୟା ଚାଲିଯିବା ପରେ ତ୍ୱରାନ୍ୱିତ ହେଲା ପୁନରୁଦ୍ଧାର କାର୍ଯ୍ୟ : ରାତିିରେ ବି ଗଛ କାଟି ରାସ୍ତା ସଫା କଲେ ଓଡ୍ରାଫ୍ ଟିମ୍; ପ୍ରଭାବିତ ଜିଲ୍ଲାର ରେଲୱେ ଟ୍ରାକ୍ ଯାଂଚ

କନକ ବ୍ୟୁରୋ : ରାତିର ଅଂଧାର ବି ଅଟକାଇ ପାରିନି ପୁନରୁଦ୍ଧାରକାରୀ ଟିମ୍କୁ । ବାତ୍ୟା ଛାଡିଗଲା ପରେ ଆକ୍ସନ୍ ମୋଡ୍କୁ ଆସି ଯାଇଛନ୍ତି ଓଡ୍ରାଫ୍ ଟିମ୍ । ଗଛ କାଟୁଛନ୍ତି, ରାସ୍ତା ପରିସ୍କାର କରୁଛନ୍ତି । ରାତିରେ ସଂପୂର୍ଣ୍ଣ ସଜାଗ ରହି କାର୍ଯ୍ୟ କରୁଛନ୍ତି ଓଡ୍ରାଫ୍ କର୍ମଚାରୀ । ଏ ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଂଚଳର ଚିତ୍ର । ପୂର୍ବ ଅଭିଜ୍ଞତାକୁ ଆଧାର କରି ରାସ୍ତାରେ ପଡିଥିବା ଗଛ କାଟି ସଫା କରୁଛନ୍ତି ।Continue reading “ବାତ୍ୟା ଚାଲିଯିବା ପରେ ତ୍ୱରାନ୍ୱିତ ହେଲା ପୁନରୁଦ୍ଧାର କାର୍ଯ୍ୟ : ରାତିିରେ ବି ଗଛ କାଟି ରାସ୍ତା ସଫା କଲେ ଓଡ୍ରାଫ୍ ଟିମ୍; ପ୍ରଭାବିତ ଜିଲ୍ଲାର ରେଲୱେ ଟ୍ରାକ୍ ଯାଂଚ”

ଦୁର୍ବଳ ହେଲା ୟାସ୍ : ଅବପାତରେ ପରିଣତ ହୋଇ ଝାଡ଼ଖଣ୍ଡ ଆଡକୁ ମୁହାଁଇଲା ବାତ୍ୟା; ଆଜି ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଦୁର୍ବଳ ହେବାରେ ଲାଗିଛି ବାତ୍ୟା ୟାସ୍ । ଅତି ଭୀଷଣ ସାମୁଦ୍ରିକ ଝଡ଼ରୁ ଭୀଷଣ ସାମୁଦ୍ରିକ ଝଡ଼ ଓ ପରେ ଗଭୀର ଅବପାତରେ ପରିଣତ ହେଉଛି । ଆଜି ସକାଳେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବାଲେଶ୍ୱରରୁ ମୟୁରଭଂଜ ଦେଇ ଝାଡ଼ଖଣ୍ଡ ମୁହାଁ ହୋଇଛି ବାତ୍ୟା । ଏହାର ପ୍ରଭାବରେ ସୁନ୍ଦରଗଡ ଓ ଦେଓଗଡ଼ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ବାତ୍ୟା ୟାସ୍ ଯୋଗୁଁContinue reading “ଦୁର୍ବଳ ହେଲା ୟାସ୍ : ଅବପାତରେ ପରିଣତ ହୋଇ ଝାଡ଼ଖଣ୍ଡ ଆଡକୁ ମୁହାଁଇଲା ବାତ୍ୟା; ଆଜି ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା”

ଧରାପଡ଼ିଲା ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଭିଯୁକ୍ତ ମେହୁଲ ଚୋକ୍ସି : ‘ଡୋମିନିକା’ର ସିଆଇଡି ଗିରଫ କରିଥିବା ସୂଚନା

କନକ ବ୍ୟୁରୋ : ଧରାପଡିଛି ଫ୍ରଡମାଷ୍ଟର ମେହୁଲ ଚୋକ୍ସି । କାରବିୟାନ୍ ଦେଶ ‘ଡୋମିନିକା’ର କ୍ରାଇମ୍ ଇନଭେଷ୍ଟିଗେସନ୍ ସଂସ୍ଥା, ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କିଛି ଦିନ ତଳୁ ମେହୁଲ ଚୋକ୍ସି, ଆଂଟିଗୁଆରୁ ନିଖୋଜ ହୋଇ ଯାଇଥିଲା । ତାକୁ ଧରିବା ପାଇଁ କାରବିୟାନ୍ ଦେଶଗୁଡିକରେ ହଇଚଇ ଖେଳି ଯାଇଥିଲା । ଶେଷରେ ଡୋମିନିକାରେ ସେ ଧରାପଡିଛି । ପ୍ରାୟ ୧୨ ହଜାର କୋଟି ଟଙ୍କାର ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ମେହୁଲContinue reading “ଧରାପଡ଼ିଲା ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଭିଯୁକ୍ତ ମେହୁଲ ଚୋକ୍ସି : ‘ଡୋମିନିକା’ର ସିଆଇଡି ଗିରଫ କରିଥିବା ସୂଚନା”

ପାରାଦୀପ ଅଠରବାଙ୍କୀରେ ଟନେଲ ଭିତରେ ଆଶ୍ରୟ ନେଲେ ଲୋକେ । କରୋନା ଭୟରେ ଗଲେ ନାହିଁ ବାତ୍ୟା ଆଶ୍ରୟସ୍ଥଳ । 

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ୟାସ୍ ପହଞ୍ଚିବା ଆଗରୁ ପାରାଦୀପରେ ଦେଖିବାକୁ ମିଳିଥିଲା ବଡ ପ୍ରଭାବ । ଏହାକୁ ନଜରରେ ରଖି ପ୍ରଶାସନ ଆଗୁଆ ଆରମ୍ଭ କରିଥିଲା ତଳିଆ ଅଂଚଳକୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା କାମ । ହେଲେ ଏହାରି ଭିତରେ ପାରାଦୀପ ଅଠରବାଙ୍କିରେ ଓଭର ବ୍ରିଜ ତଳେ ଦେଢ ଶହ ଲୋକ ଆଶ୍ରୟ ନେଇଥିଲେ । କରୋନା ସଂକ୍ରମିତ ହେବା ଭୟରେ ଟନେଲ ତଳେ ରାତି କାଟିଦେଲେ ବସ୍ତି ବାସିନ୍ଦା । ବାତ୍ୟାContinue reading “ପାରାଦୀପ ଅଠରବାଙ୍କୀରେ ଟନେଲ ଭିତରେ ଆଶ୍ରୟ ନେଲେ ଲୋକେ । କରୋନା ଭୟରେ ଗଲେ ନାହିଁ ବାତ୍ୟା ଆଶ୍ରୟସ୍ଥଳ । “

କରୋନା ସଂଖ୍ୟାର ତଥ୍ୟ ଲୁଚାଉଛନ୍ତି କି ସରକାର ? ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ନେଇ ଚର୍ଚ୍ଚା, କହିଲା, ଅସଲ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଗୁଣ ଅଧିକ, ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇ ଗୁଣ ।

କନକ ବ୍ୟୁରୋ : ସଂଖ୍ୟାକୁ ନେଇ ସନ୍ଦେହ ଥାଏ । ଆଉ ଏହି ସନ୍ଦେହ ଆହୁରୀ ଘନିଭୂତ ହୋଇଯାଇଛି, ଯେତେବେଳେ କରୋନା ଭଳି ମହାମାରୀ ଆମ ସାମ୍ନାରେ ଆସି ଛିଡ଼ା ହୋଇଛି । ପ୍ରକୃତରେ କରୋନା ଆକ୍ରାନ୍ତ ଏବଂ କରୋନା ମୃତ୍ୟୁକୁ ନେଇ ତଥ୍ୟ ଲୁଚାଉଛନ୍ତି କି ସରକାର । ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ଏକ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଯାହା ସରକାର ଦେଖାଉଛନ୍ତି,Continue reading “କରୋନା ସଂଖ୍ୟାର ତଥ୍ୟ ଲୁଚାଉଛନ୍ତି କି ସରକାର ? ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ନେଇ ଚର୍ଚ୍ଚା, କହିଲା, ଅସଲ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଗୁଣ ଅଧିକ, ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇ ଗୁଣ ।”

କେନ୍ଦ୍ରାପଡ଼ା ରାଜନଗରକୁ ବାତ୍ୟାରୁ ବଞ୍ଚାଇଦେଲା ହେନ୍ତାଳ ବଣ । ସହିନେଲା ବାତ୍ୟା ମାଡ଼, ଅନେକ ବାତ୍ୟାକୁ ରୋକିବାରେ ସମର୍ଥ ହୋଇଛି ଭିତରକନିକା ।

କନକ ବ୍ୟୁରୋ : ହେନ୍ତାଳବଣ ପାଇଁ ବର୍ତ୍ତିଗଲା ରାଜନଗର । କୁହାଯାଏ, ସମୁଦ୍ରକୂଳରେ ହେନ୍ତାଳବଣ ଥିଲେ, ପଛୁଆ ଅଞ୍ଚଳ ବର୍ତିଯାଏ । ଏଥର ବି ସେମିତି ହୋଇଛି । ବର୍ତିଯାଇଛି ରାଜନଗର । ବାତ୍ୟା ୟାସ୍ ଭିତରକନିକା ନିକଟରେ ମାଡ ହେବ ଓ ରାଜନଗର ଅଂଚଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ପୂର୍ବାନୁମାନ କରି୍ଥିଲା ଭାରତୀୟ ପାଣିପାଗ ବିଭାଗ । ସେହି ଆଧାରରରେ ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟି ଲକ୍ଷ୍ୟରେ ସମସ୍ତ ପଦକ୍ଷେପ ନିଆଯାଇଥିଲା ।Continue reading “କେନ୍ଦ୍ରାପଡ଼ା ରାଜନଗରକୁ ବାତ୍ୟାରୁ ବଞ୍ଚାଇଦେଲା ହେନ୍ତାଳ ବଣ । ସହିନେଲା ବାତ୍ୟା ମାଡ଼, ଅନେକ ବାତ୍ୟାକୁ ରୋକିବାରେ ସମର୍ଥ ହୋଇଛି ଭିତରକନିକା ।”

Design a site like this with WordPress.com
Get started