କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ ।

କନକ ବ୍ୟୁରୋ : ବାତ୍ୟା ୟାସ୍, ସାଥିରେ ଆଣିଥିବା ବର୍ଷା ଏବେ ଅଭାବନୀୟ ସ୍ଥିତି ସୃ୍ଷ୍ଟି କରିଛି । ସମୁଦ୍ର ଉପକୂଳ ଗୁଡ଼ିକରେ ଥିବା ଗାଁ ଏବଂ ନଈକୂଳିଆ ଗାଁ ଗୁଡ଼ିକରେ ମାଡ଼ି ଆସିଛି ପାଣି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳବନ୍ଦୀ ହୋଇରହିଛି । ଯଦିଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସେମାନଙ୍କ ଘରଦ୍ୱାର ପାଣି ଘେରରେ ରହିଛି । ବିଶେଷ କରି ବାଲେଶ୍ୱର ଓ ଭଦ୍ରକContinue reading “କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ ।”

ଚାଲିଗଲା ବାତ୍ୟା ‘ୟାସ’ । ଘର ବାହୁଡିଲେ ଉପକୂଳିଆ ଲୋକ ।

କନକ ବ୍ୟୁରୋ : ବାତ୍ୟା ୟାସ୍ ଆସିଲା ଓ ଏହାର ଛାପ ଛାଡି ଚାଲିଗଲା । ଏହା ପରେ ଆରମ୍ଭ ହୋଇଛି ବାତ୍ୟା ପରର ପୁନରୁଦ୍ଧାର କାମ । ଆଉ ସେପଟେ ଘରବାହୁଡା ଆରମ୍ଭ କରିଛନ୍ତି ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ଲୋକ । ବାତ୍ୟା ଯିବା ପରେ ଲୋକଙ୍କ ଘର ବାହୁଡା ଭିତରେ ମନରେ ସୃଷ୍ଟି ହୋଇଛି ଅନେକ ଆଶଙ୍କା । ସାମୁଦ୍ରିକ ବାତ୍ୟା ୟାସ୍ ଅତିକ୍ରମ କରିବା ପରେ ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାContinue reading “ଚାଲିଗଲା ବାତ୍ୟା ‘ୟାସ’ । ଘର ବାହୁଡିଲେ ଉପକୂଳିଆ ଲୋକ ।”

ଗୋଟିଏ ସପ୍ତାହରେ ଦୁଇଟି ବାତ୍ୟା । ହେଲେ ସୌଭାଗ୍ୟବଶତଃ ଦୁର୍ବଳ ହେଲା ୟାସ୍, ଦେଖନ୍ତୁ ତାଉ-ତେ ଏବଂ ୟାସ୍ ମଧ୍ୟରେ କ’ଣ ଥିଲା ପ୍ରାର୍ଥକ୍ୟ ।

କନକ ବ୍ୟୁରୋ : ଏଇ ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିଲା ତାଉତେ । ଆଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ବାତ୍ୟା ୟାସ୍ । ଏହି ଦୁଇଟି ବାତ୍ୟାକୁ ନେଇ ଆଗୁଆ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ଦୁଇଟି ବାତ୍ୟା ମଧ୍ୟରୁ ୟାସକୁ ନେଇ ଆଇଏମଡିର ଆକଳନ ଏପଟ ସେପଟ ହୋଇ ଥିବା ପରି ମନେ ହୋଇଛି । କାରଣ ପୂର୍ବାନୁମାନ ପରି ଘାତକ ହୋଇନଥିଲା ୟାସ୍ । ଯେମିତିContinue reading “ଗୋଟିଏ ସପ୍ତାହରେ ଦୁଇଟି ବାତ୍ୟା । ହେଲେ ସୌଭାଗ୍ୟବଶତଃ ଦୁର୍ବଳ ହେଲା ୟାସ୍, ଦେଖନ୍ତୁ ତାଉ-ତେ ଏବଂ ୟାସ୍ ମଧ୍ୟରେ କ’ଣ ଥିଲା ପ୍ରାର୍ଥକ୍ୟ ।”

ବାତ୍ୟା ଦେଖାଉଥିଲା ଚକମା । ପବନର ବେଗ କମ୍ ରହିବାରୁ ବଡ଼ କ୍ଷୟକ୍ଷତିରୁ ବର୍ତିଗଲା ଓଡ଼ିଶା, ପ୍ରତିକୂଳ ପାଣିପାଗ ଯୋଗୁଁ ଗୋଟାଇ ପାରିଲାନି ବଳ ।

କନକ ବ୍ୟୁରୋ : ବାତ୍ୟା ୟାସ୍, ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି । ଆଉ ଓଡ଼ିଶା ପାଇଁ ଟଳି ଯାଇଛି ଏକ ବଡ଼ ବିପଦ । ବାତ୍ୟାର ପ୍ରଭାବରେ ଧନଜୀବନ ହାନୀର ଯେତେ ବଡ଼ ଆଶଙ୍କା କରାଯାଉଥିଲା, ସୌଭାଗ୍ୟ ବଶତଃ ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷୟକ୍ଷତି ଆକଳନ ଜାରି ରହିଛି । କିନ୍ତୁ ଏତିକି ନିଶ୍ଚିତ ଯେ ବିପଦ ଟଳିିଯାଇଛି । ସୌଭାଗ୍ୟ କୁହନ୍ତୁContinue reading “ବାତ୍ୟା ଦେଖାଉଥିଲା ଚକମା । ପବନର ବେଗ କମ୍ ରହିବାରୁ ବଡ଼ କ୍ଷୟକ୍ଷତିରୁ ବର୍ତିଗଲା ଓଡ଼ିଶା, ପ୍ରତିକୂଳ ପାଣିପାଗ ଯୋଗୁଁ ଗୋଟାଇ ପାରିଲାନି ବଳ ।”

ବାଲେଶ୍ୱର ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ୟାସ୍ । ୧୩୦ କିଲୋମିଟର ବେଗରେ ବହିଲା ପବନ, ୨୪ କିଲୋମିଟର ବେଗରେ କଲା ଉପକୂଳ ଅତିକ୍ରମ ।

କନକ ବ୍ୟୁରୋ : ବାତ୍ୟା ୟାସକୁ ନେଇ ଯେଉଁ ଆକଳନ କରାଯାଉଥିଲା ଏବଂ ବଡ଼ ଆକାରରେ ଉପକୂଳକୁ ମାଡ଼ କରିବ ବୋଲି କୁହାଯାଉଥିଲା, ପ୍ରକୃତରେ ଗତକାଲି ଦ୍ୱିପହର ଠାରୁ ଏହା ନିଜର ରୂପରେ ପରିବର୍ତନ କରିଥିଲା । ଏବଂ କାଲିଠାରୁ ଭାରତୀୟ ପାଣିପାଗ ବିଭାଗ କହୁଥିଲା, ୧୬୫ କିମ୍ବା ୧୭୦ ନୁହେଁ ଏହା ୧୩୦ କିଲୋମିଟର ବେଗରେ ପବନ ଆଣିବ ଏବଂ ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ମାଡ଼ କରିବ । ଆଜି ସକାଳ ସାଢ଼େ ୧୦ଟାରେ ବାଲେଶ୍ୱରରୁContinue reading “ବାଲେଶ୍ୱର ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ୟାସ୍ । ୧୩୦ କିଲୋମିଟର ବେଗରେ ବହିଲା ପବନ, ୨୪ କିଲୋମିଟର ବେଗରେ କଲା ଉପକୂଳ ଅତିକ୍ରମ ।”

ଆସନ୍ତାକାଲି ସକାଳୁ ଓଡିଶା ଛାଡିବ ‘ୟାସ୍’ । ପ୍ରେସମିଟରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଆଜି ଲ୍ୟାଣ୍ଡଫଲ୍ କରିବା ପରେ ଏନେଇ ତାଜା ଅପଡେଟ୍ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ବାତ୍ୟା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ରହିଛି । ଆଗାମୀ କେଇ ଘଣ୍ଟା ଭିତରେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ତେବେ ଏହାର ପ୍ରଭାବରେ ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଏହାସହ ନଜର ପକାନ୍ତୁ, ଏସଆରସିଙ୍କ ପ୍ରେସମିଟରContinue reading “ଆସନ୍ତାକାଲି ସକାଳୁ ଓଡିଶା ଛାଡିବ ‘ୟାସ୍’ । ପ୍ରେସମିଟରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।”

ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ଘୋଷଣା । ୭ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଆଜି ଉତ୍ତର ଓଡିଶାରେ ତାଣ୍ଡବ ରଚିବା ପରେ ଏବେ ବାତ୍ୟା ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ତେବେ ପାଣି ଘେରରେ ଥିବା ୧୨୮ ଗାଁକୁ ଏହି ୭ ଦିନର ରିଲିଫ୍ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ ଆସନ୍ତା ୨୪ ଘଂଟା ଭିତରେ ପ୍ରମୁଖ ରାସ୍ତାରContinue reading “ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ଘୋଷଣା । ୭ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।”

ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’।

କନକ ବ୍ୟୁରୋ: ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’ । ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍ । ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପ୍ରାୟ ୪ଘଂଟା ଧରି ଚାଲିଥିଲା ଏହି ପ୍ରକ୍ରିୟା ଚାଲିଥିଲା । ଏବେ ମୟୁରଭଞ୍ଜ ଦେଇ ଝାଡଖଣ୍ଡ ମୁହାଁ ହୋଇଛି ବାତ୍ୟା  । ଧୀରେ ଧୀରେ କମୁଛି ପବନରContinue reading “ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’।”

ବାତ୍ୟା ପରେ ରାଜ୍ୟରେ ବଢିପାରେ ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ଉତ୍ତର ଓଡିଶାରେ ତାଣ୍ଡବ ରଚିବା ସହିତ ଲ୍ୟାଣ୍ଡଫଲ୍ କରିସାରିଛି । ଓଡିଶା ସରକାର ମଧ୍ୟ ଏହାକୁ ମୁକାବିଲା କରିବା ସହିତ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ହେଲେ ବାତ୍ୟା ଯିବା ପରେ ରାଜ୍ୟରେ କରୋନା ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର । ତାଙ୍କ କହିବା ମୁତାବକ, ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ବାତ୍ୟା ସମୟରେ ଜୋର ଦେଇଥିଲା ।Continue reading “ବାତ୍ୟା ପରେ ରାଜ୍ୟରେ ବଢିପାରେ ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।”

ଆଜିର ଦିନରେ ୩୧୮ ରନର ପାର୍ଟନରସିପ୍ ଗଢିଥିଲେ ଗାଙ୍ଗୁଲି-ଦ୍ରାବିଡ୍ । କ୍ରିକେଟ୍ ଇତିହାସରେ ରଚିଥଲେ ବିରଳ ରେକର୍ଡ ।

କନକ ବ୍ୟୁରୋ: ୯୦ ଦଶକରେ ଯେତେବେଳେ କ୍ରିକେଟ କଥା ଉଠେ, ସେତେବେଳେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକରଙ୍କ ନାଁ ଆଗ ଆସୁଥିଲା । କାରଣ ଗୋଟିଏ ସମୟ ଥିଲା ଯେତେବେଳେ ଏହି ଭାରତୀୟ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଦବଦବା ରଖିଥିଲେ । ବିପକ୍ଷ ଦଳକୁ ଧୂଳି ଚଟାଇବାର ଦକ୍ଷତା ରଖୁଥିଲେ ଏହି ଖେଳାଳିମାନେ । ତେବେ ଆଜି ଆମେ ଏମିତି ଏକ ମ୍ୟାଚ କଥା କହିବୁ ଯେଉଁଥିରେ ଦ୍ରାବିଡ ଆଉ ଗାଙ୍ଗୁଲିଙ୍କ ଜଲୱାContinue reading “ଆଜିର ଦିନରେ ୩୧୮ ରନର ପାର୍ଟନରସିପ୍ ଗଢିଥିଲେ ଗାଙ୍ଗୁଲି-ଦ୍ରାବିଡ୍ । କ୍ରିକେଟ୍ ଇତିହାସରେ ରଚିଥଲେ ବିରଳ ରେକର୍ଡ ।”

Design a site like this with WordPress.com
Get started