କନକ ବ୍ୟୁରୋ: ବାତ୍ୟା ୟାସର କ୍ଷୟକ୍ଷତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ଏସଆରସି ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ କିପରି ପ୍ରସ୍ତୁତ ଅଛି ସେନେଇ ସମୀକ୍ଷା କରିଥିଲେ ।Continue reading “ବାତ୍ୟା ୟାସ୍ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ସାଢେ ୬ଟାରେ ଗୁରତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ।”
Author Archives: Raghaba
କାହିଁକି ଦୁର୍ବଳ ହେଲା ବାତ୍ୟା ୟାସ୍? କାରଣ କହିଲେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
କନକ ବ୍ୟୁରୋ: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇସାରିଛି । ରେମୁଣା-ବାହାନଗା-ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ୟାସ୍ । ତେବେ ଯେଉଁଭଳି ଭାବେ ଆକଳନ କରାଯାଉଥିଲା ବାତ୍ୟାର ପ୍ରଭାବ ତାଠୁ କମ ରହିଛି । ତେବେ ବାତ୍ୟା ଦୁର୍ବଳ କାହିଁକି ହେଲା ସେନେଇ କାରଣ କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶିକ ମୃତ୍ୟୁଞ୍ଜୟ ମହାପାତ୍ର । ତାଙ୍କ କହିବାନୁସାରେ, ଉପକୂଳ ଆଡକୁ ଆସିଲାବେଳେ ବାତ୍ୟା ପାଇଁ ପାଗ ଅନୁକୂଳ ହେଲାନାହିଁ । ପବନର ବେଗ ମଧ୍ୟ କାଲିଠୁContinue reading “କାହିଁକି ଦୁର୍ବଳ ହେଲା ବାତ୍ୟା ୟାସ୍? କାରଣ କହିଲେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।”
ବାତ୍ୟା ୟାସ୍ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା । ବୁଢାବଳଙ୍ଗ ନଦୀରେ ବନ୍ୟା ପାଣି ପ୍ରବାହିତ । ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ସମ୍ଭାବନା ।
କନକ ବ୍ୟୁରୋ: ବାତ୍ୟା ପରେ ଏବେ ଭୟ ବଢାଇଛି ବନ୍ୟା । ୟାସ୍ ଏବେ ଲ୍ୟାଣ୍ଡଫଲ କରିସାରିଥିବା ବେଳେ ଏହାର ପ୍ରଭାବରେ ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ହେଉଛି । ଯାହାର ପ୍ରଭାବରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିଥିବା ବେଳେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷକରି ଏହି ବନ୍ୟା ହେଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇପାରେ । ବାତ୍ୟା ୟାସ୍ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା । ବୁଢାବଳଙ୍ଗContinue reading “ବାତ୍ୟା ୟାସ୍ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା । ବୁଢାବଳଙ୍ଗ ନଦୀରେ ବନ୍ୟା ପାଣି ପ୍ରବାହିତ । ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ସମ୍ଭାବନା ।”
ସିବିଆଇକୁ ମିଳିଲା ନୂଆ ନିର୍ଦ୍ଦେଶକ । ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ ।
କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁବୋଧ କୁମାର ଜୈସୱାଲ ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ ଜୈସୱାଲଙ୍କର ଦୁଇ ବର୍ଷର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଥା ଭାରତର ପ୍ରଧାନ ବିଚାରପତି ଏନ.ଭି. ରମଣା ଏବଂ ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଆଜିContinue reading “ସିବିଆଇକୁ ମିଳିଲା ନୂଆ ନିର୍ଦ୍ଦେଶକ । ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ ।”
ତାଣ୍ଡବ ରଚି ଚାଲିଗଲା ବାତ୍ୟା : ରାସ୍ତା ଉପରେ ପଡିଥିବା ବଡ ବଡ ଗଛକୁ କାଟି ସଫା କଲେ ଏନଡିଆରଏଫ୍ ଟିମ୍
କନକ ବ୍ୟୁରୋ : ବାତ୍ୟା ୟାସ ପରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଛି । କେନ୍ଦ୍ରାପଡ଼ା ଆଳି ଅଂଚଳରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ଗଛ କଟା ଯାଉଛି । ଗଛ ଭାଙ୍ଗି ପଡ଼ିବା ଦ୍ୱାରା ସମ୍ପୃକ୍ତ ଅଂଚଳରେ ଯାତାୟତ ବ୍ୟବସ୍ଥା ଠପ ହୋଇପଡ଼ିଥିଲା । ଅଗ୍ନିଶମ ବାହିନୀ ପହଂଚି ଗଛ କାଟିବା କାମ ଆରମ୍ଭ କରିଛନ୍ତି । ଗଛଟି ବିଦ୍ୟୁତ୍ ତାର ଉପରେ ବିପଦ ଶଙ୍କୁଳ ଭାବେContinue reading “ତାଣ୍ଡବ ରଚି ଚାଲିଗଲା ବାତ୍ୟା : ରାସ୍ତା ଉପରେ ପଡିଥିବା ବଡ ବଡ ଗଛକୁ କାଟି ସଫା କଲେ ଏନଡିଆରଏଫ୍ ଟିମ୍”
ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ଗାଁ ଜଳମଗ୍ନ : ଭୋଗରାଇରେ ଗାଁ-ସହର ସବୁ ଏକାକାର; ରାସ୍ତା ଉପରେ ବି ଭାଙ୍ଗୁଛି ଲହଡ଼ି
କନକ ବ୍ୟୁରୋ : ବାତ୍ୟା ଯୋଗୁଁ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି । ଯଦିଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସେମାନଙ୍କ ଘରଦ୍ୱାର ପାଣି ଘେରରେ ରହିଛି । ଆଉ ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର । ଏଠାରେ ସହର ଭିତରେ ପାଣି ଜମି ରହିଛି । ରାସ୍ତା ଉପରେ ୪Continue reading “ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ଗାଁ ଜଳମଗ୍ନ : ଭୋଗରାଇରେ ଗାଁ-ସହର ସବୁ ଏକାକାର; ରାସ୍ତା ଉପରେ ବି ଭାଙ୍ଗୁଛି ଲହଡ଼ି”
ବାତ୍ୟା ୟାସ’ର ପ୍ରଭାବରେ ନୀଳଗିରିରେ ହୋଇଛି ଅଧିକ କ୍ଷତି : ସେପଟେ ମୟୂରଭଂଜରେ ବର୍ଷା ଜାରି; ଶିମିଳିପାଳରେ ସର୍ବାଧିକ ବର୍ଷା
କନକ ବ୍ୟୁରୋ : ବାତ୍ୟା ୟାସ୍ ବାଲେଶ୍ୱର ବାହାନଗା ଓ ରେମୁଣା ଅଂଚଳରେ ସ୍ଥଳଭାଗ ଛୁଇଁ ସାରିଛି । ଏହା ଏବେ ନୀଳଗିରି ଦେଇ ମୟୂରଭଂଜ ଜିଲ୍ଲା ଯାଉଛି । ବାରିପଦା ଦେଇ ଝାଡଖଣ୍ଡ ଯିବା ଆକଳନ କରାଯାଇଛି । ଏହାର ପ୍ରଭାବରେ ନୀଳଗିରିରେ ପ୍ରବଳ ବର୍ଷା ହୋଇଛି । ତେବେ ବାତ୍ୟା ପ୍ରଭାବରେ ନିଳଗିରିରେ ପବନର ବେଗ ମଧ୍ୟ ବେଶ ଅଧିକ ଥିଲା । ନୀଳଗିରିରେ ସର୍ବାଧିକ ଗଛ ଭାଙ୍ଗିଥିବା ଏସଆରସି କହିଛନ୍ତି । ଏବେContinue reading “ବାତ୍ୟା ୟାସ’ର ପ୍ରଭାବରେ ନୀଳଗିରିରେ ହୋଇଛି ଅଧିକ କ୍ଷତି : ସେପଟେ ମୟୂରଭଂଜରେ ବର୍ଷା ଜାରି; ଶିମିଳିପାଳରେ ସର୍ବାଧିକ ବର୍ଷା”
ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା : ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍
କନକ ବ୍ୟୁରୋ : ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣକର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ ଜଣେ ଯୁବକ ବାତ୍ୟା ଆଶ୍ରୟସ୍ଥଳୀରେ ଥିଲେ । ଜବରଦସ୍ତି ଘରକୁ ଗଲାବେଳେ ଗଛ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝରରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ମିଡ଼ିଆରୁ ଜାଣିଛୁContinue reading “ବାତ୍ୟା ‘ୟାସ୍’ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା : ୨ ଜଣଙ୍କ ମୃତ୍ୟୁ ସୂଚନା ମିଳିଥିବା କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର୍”
ପବନ କମିବା ପରେ ପାରାଦୀପରେ ଘରକୁ ଫେରିଛନ୍ତି ସ୍ଥାନାନ୍ତର ହୋଇଥିବା ଲୋକେ : କହିଲେ, ବିପଦ ଟଳି ଯାଇଥିବାରୁ ଆଶ୍ୱସ୍ତ ; ପ୍ରଶାସନକୁ ଜଣାଇଲେ ଧନ୍ୟବାଦ
କନକ ବ୍ୟୁରୋ : ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ପାରାଦୀପକୁ ଆଉ କୌଣସି ବିପଦ ନଥିବାରୁ ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରୁଛନ୍ତି । ବଡ଼ କଥା ହେଉଛି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ କଚ୍ଚା ଘରୁ ଲୋକଙ୍କୁ ଉଦ୍ଧାର କରି ପ୍ରଶାସନ ବିଭିନ୍ନ ଆଶ୍ରାୟ ସ୍ଥଳୀରେ ରଖିଥିଲେ । ପାରଦିପରେ ପ୍ରାୟ ୨୦ଟି ଆଶ୍ରୟ ସ୍ଥଳରେ ୨ହଜାର ଲୋକଙ୍କୁ ରଖାଯାଇଥିଲା । ଲ୍ୟାଣ୍ଡ ଫଲ ପ୍ରକ୍ରିୟାContinue reading “ପବନ କମିବା ପରେ ପାରାଦୀପରେ ଘରକୁ ଫେରିଛନ୍ତି ସ୍ଥାନାନ୍ତର ହୋଇଥିବା ଲୋକେ : କହିଲେ, ବିପଦ ଟଳି ଯାଇଥିବାରୁ ଆଶ୍ୱସ୍ତ ; ପ୍ରଶାସନକୁ ଜଣାଇଲେ ଧନ୍ୟବାଦ”
ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ : ଏସଆରସିଙ୍କ ସୂଚନା, ନୀଳଗିରି ଅତିକ୍ରମ କରିବା ପରେ ବର୍ଷା, ପବନ ଜାରି
କନକ ବ୍ୟୁରୋ : ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା କହିଛନ୍ତି, ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ୟାସ୍ । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି । ନୀଳଗିରିରେ ବର୍ଷା ଓ ପବନ ବଢ଼ୁଛି । ବାତ୍ୟା ୨ ଘଂଟା ଭିତରେ ବାଲେଶ୍ୱରରୁ ବାହାରି ମୟୂରଭଞ୍ଜରେ ପ୍ରବେଶ କରିବ । ଶିମିଳିପାଳ ରେଞ୍ଜରେContinue reading “ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ : ଏସଆରସିଙ୍କ ସୂଚନା, ନୀଳଗିରି ଅତିକ୍ରମ କରିବା ପରେ ବର୍ଷା, ପବନ ଜାରି”