‘ୟାସ୍’ ଆସୁଛି…ଜଳପଥରେ ବି ଯୋଦ୍ଧା ତୟାର । ନୌସେନା ଅଧିକାରୀ କହିଲେ, ପ୍ରସ୍ତୁତ ଅଛି ଆଇଏନଏସ ଚିଲିକା ।

କନକ ବ୍ୟୁରୋ: ଓଡ଼ିଶାକୁ ଆଖି ଦେଖାଇ ମାଡ଼ି ଆସୁଛି ‘ୟାସ’ । ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା ୟାସର ପ୍ରଭାବ ଉପରେ ସତର୍କ ନଜର ରଖିଛି ଭାରତୀୟ ନୌସେନା । ଜଳପଥରେ ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ ଚିଲିକାକୁ ପ୍ରସ୍ତୁତ ରଖାଯାଇଛି । ତେବେ ଆବଶ୍ୟକସ୍ଥଳେ ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ଓଡିଶା ଦାୟିତ୍ୱରେ ଥିବା ନୌସେନା ଅଧିକାରୀ କମୋଡର ଏନପି ପ୍ରଦୀପ । ତେବେ ବର୍ତମାନ ବାତ୍ୟା ‘ୟାସ୍’Continue reading “‘ୟାସ୍’ ଆସୁଛି…ଜଳପଥରେ ବି ଯୋଦ୍ଧା ତୟାର । ନୌସେନା ଅଧିକାରୀ କହିଲେ, ପ୍ରସ୍ତୁତ ଅଛି ଆଇଏନଏସ ଚିଲିକା ।”

ପ୍ରବଳ ବାତ୍ୟାର ରୂପ ନେଲା ‘ୟାସ୍’ । ଆଇଏମଡିର ସୂଚନା ଏବେ ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି ବାତ୍ୟା ।

କନକ ବ୍ୟୁରୋ: ପ୍ରବଳ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍ । ସଂଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାର ରୂପ ନେବ । ବର୍ତମାନ ଏହି ବାତ୍ୟା ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି । ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟା ଅକାରରେ ଘଂଟାକୁ ୧୬ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୨୨୦ କିଲୋମିଟର ଓ ବାଲେଶ୍ୱରରୁ ୩୩୦ କିଲୋମିଟର ଦୂରରେ ରହିଛି । ପଶ୍ଚିମବଙ୍ଗContinue reading “ପ୍ରବଳ ବାତ୍ୟାର ରୂପ ନେଲା ‘ୟାସ୍’ । ଆଇଏମଡିର ସୂଚନା ଏବେ ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି ବାତ୍ୟା ।”

ଓଡିଶା ମୁହାଁ ବାତ୍ୟା ୟାସ୍ । ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ରେଡ୍, ଅରେଞ୍ଜ ଏବଂ ୟେଲୋ ୱାଣ୍ଣିଂ ଜାରି ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ସମୁଦ୍ରରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ବଢୁଛି । ପାରାଦୀପଠାରୁ ଏହା ଏବେ ୨୮୦ କିମି ଦୂରରେ ରହିଥିବାବେଳେ ବାଲେଶ୍ୱରଠାରୁ ୩୮୦ କିମି ଦୂରରେ ରହିଛି । ତେବେ ବାତ୍ୟାର ପ୍ରଭାବ ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲାଣି । କିଛି ଅଂଚଳରେ ପବନ ବହିବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ଏପରି ସ୍ଥିତିରେ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରିContinue reading “ଓଡିଶା ମୁହାଁ ବାତ୍ୟା ୟାସ୍ । ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ରେଡ୍, ଅରେଞ୍ଜ ଏବଂ ୟେଲୋ ୱାଣ୍ଣିଂ ଜାରି ।”

ଯାଜପୁର ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଆସନ୍ତାକାଲି ଦିନ ୧୨ଟା ଯାଏଁ ଜାତୀୟ ରାଜପଥରେ ଗାଡି ଚଳାଚଳ ଉପରେ କଟକଣା ।

କନକ ବ୍ୟୁରୋ: ବାତ୍ୟା ୟାସ ଏବେ ଓଡିଶା ମୁହାଁ ହୋଇ ଗତି କରୁଥିବାବେଳେ ଆସନ୍ତାକାଲି ଏହା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷକରି ଏହାଦ୍ୱାରା ବାଲେଶ୍ୱର ଜିଲ୍ଲା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇପାରେ ବୋଲି କୁହାଯାଉଛି । ଏହାକୁ ଆଖିରେ ରଖି ଏବେ ବଡ ନିଷ୍ପତ୍ତି ନେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଚଣ୍ଡୀଖୋଲଠାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ସମସ୍ତ ଗାଡିର ଚଳାଚଳକୁ ଜାତୀୟ ରାଜପଥରେ ବାରଣ କରାଯାଇଛି । ଆଜିContinue reading “ଯାଜପୁର ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଆସନ୍ତାକାଲି ଦିନ ୧୨ଟା ଯାଏଁ ଜାତୀୟ ରାଜପଥରେ ଗାଡି ଚଳାଚଳ ଉପରେ କଟକଣା ।”

ଓଡିଶା ମୁହାଁ ବାତ୍ୟା ୟାସ, ପଶ୍ଚିମବଙ୍ଗ ବି ସତର୍କ । ମେଦିନାପୁରରୁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର

କନକ ବ୍ୟୁରୋ: ମାଡି ଆସୁଛି ସାମୁଦ୍ରିକ ଝଡ ୟାସ । ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଓ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବ । ହେଲେ ଏହାର କିଛିଟି ପ୍ରଭାବ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ବି ପଡିବାର ସମ୍ଭାବନା ରହିଛି । ତେଣୁ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ଓଡିଶା ସୀମାନ୍ତ ଅଞ୍ଚଳ ମେଦିନାପୁରରୁ ତଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଇଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଓଡିଶାContinue reading “ଓଡିଶା ମୁହାଁ ବାତ୍ୟା ୟାସ, ପଶ୍ଚିମବଙ୍ଗ ବି ସତର୍କ । ମେଦିନାପୁରରୁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର”

କରୋନା ସହ ଲଢେଇରେ ଆଗକୁ ଆସିଲା ବିସିସିଆଇ । ୨୦୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦେବାକୁ ଘୋଷଣା ।

କନକ ବ୍ୟୁରୋ : ଦେଶ କରୋନାର ଦ୍ବିତୀୟ ଲହର ସହ ଲଢ଼ୁଥିବା ବେଳେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଥିରେ ‌ସ‌ହଯୋଗର ହାତ ବଢ଼ାଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍‌ର ଘୋର ଅଭାବ ଦେଖା ଦେଇଛି । ଏହି ଅସମୟରେ ବିସିସିଆଇ ୧୦ ଲିଟରିଆ ୨୦୦୦ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍ସ ପ୍ରଦାନ କରିବାକୁ ଘୋଷଣା କରିଛି । ‘‘ଦେଶ ଏବେ ଅଦୃଶ୍ୟ କରୋନାContinue reading “କରୋନା ସହ ଲଢେଇରେ ଆଗକୁ ଆସିଲା ବିସିସିଆଇ । ୨୦୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦେବାକୁ ଘୋଷଣା ।”

ବସ୍ ଭିତରେ ଲକଜୁରୀ ଘର । ଫଟୋ ଦେଖିଲେ ଆପଣଙ୍କ ଆଖି ଲାଖିଯିବ ।

କନକ ବ୍ୟୁରୋ : ବସ୍ ଭିତରେ ଲକଜୁରୀ ଘର । ପାଖାପାଖି ୨୭୦ ସ୍କୋୟାର ଫୁଟର ସ୍କୁଲ ବସ ଏକ ଲକଜୁରୀ ଘରରେ ପରିଣତ ହୋଇଛି । ଆଉ ଏଥିପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୩୫ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ଟଙ୍କା । ଆଉ ଏହି ଘରେ ରହୁଛନ୍ତି ଜେଫ୍, ତାଙ୍କ ପତ୍ନୀ ଏନା ବେଟରଟନ, ତାଙ୍କର ୫ଜଣ ଛୁଆ, ଦୁଇଟି କୁକର ଏବଂ ଗୋଟିଏ ବିଲେଇ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନାContinue reading “ବସ୍ ଭିତରେ ଲକଜୁରୀ ଘର । ଫଟୋ ଦେଖିଲେ ଆପଣଙ୍କ ଆଖି ଲାଖିଯିବ ।”

ଆଜି ଅପରାହ୍ନରେ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସାଢେ ୫ଟାରେ ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, କରିବେ ସମୀକ୍ଷା ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବଳଗୋଟାଇବା ସହିତ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆଉ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ଓଡିଶା । ଚାରିଆଡେ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଥିବାବେଳେ ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, ସେନେଇContinue reading “ଆଜି ଅପରାହ୍ନରେ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସାଢେ ୫ଟାରେ ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି, କରିବେ ସମୀକ୍ଷା ।”

ସଂବଲପୁର ବୁଢାରାଜା ହୋମିଓପାଥୀ କ୍ଲିନିକରେ ଅଗ୍ନିକାଣ୍ଡ : କ୍ଲିନିକ୍ ଉପରେ ଥିବା ଆକ୍ସିସ୍ ବ୍ୟାଙ୍କରୁ ୧୦ କର୍ମଚାରୀଙ୍କୁ କରାଗଲା ଉଦ୍ଧାର

କନକ ବ୍ୟୁରୋ : ସଂବଲପୁରରେ ବୁଢାରାଜା ହୋମିଓପାଥୀ କ୍ଲିନିକରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ କ୍ଲିନିକର ସବୁ କିଛି ଜଳି ଯାଇଥିବା ସୂଚନା ମିଳିଛି । ତେବେ କେମିତି ଲାଗିଲା ନିଆଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ହୋମିଓପାଥିକ୍ କ୍ଲିନିକରେ ନିଆଁ ଲାଗିବା ପରେ , କ୍ଲିନିକ୍ ଉପରେ ଥିବା ଆକ୍ସିସ୍ ବ୍ୟାଙ୍କରେ ଫସି ଯାଇଥିଲେ ୧୦ କର୍ମଚାରୀ । ଏହି କର୍ମଚାରୀଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି । ନିଆଁ ଲିଭାଇବା କାମରେContinue reading “ସଂବଲପୁର ବୁଢାରାଜା ହୋମିଓପାଥୀ କ୍ଲିନିକରେ ଅଗ୍ନିକାଣ୍ଡ : କ୍ଲିନିକ୍ ଉପରେ ଥିବା ଆକ୍ସିସ୍ ବ୍ୟାଙ୍କରୁ ୧୦ କର୍ମଚାରୀଙ୍କୁ କରାଗଲା ଉଦ୍ଧାର”

ମାଟିରେ ନୁହେଁ ମଝି ଆକାଶରେ ହେଲା ବାହାଘର । ବର ହାତରୁ ମଙ୍ଗଳସୂତ୍ର ପିନ୍ଧିଲା କନିଆ । ଲକଡାଉନ୍ କଟକଣା ପାଇଁ ବିମାନରେ ଉଡି ଉଡି ଧୂମଧାମରେ ବାହାହେଲେ ଯୁବକଯୁବତୀ ।

କନକ ବ୍ୟୁରୋ : ତଳେ ଲକଡାଉନ୍, ଉପରେ ବାହାଘର । ଆକାଶରେ ଧୂମଧାମରେ ବାହାହେଲେ ଦମ୍ପତ୍ତି । କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେଉଥିବା ବେଳେ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ, ଅନେକ କଟକଣା ଜାରି କରାଯାଇଛି । ଏପରିକି ବିଭିନ୍ନ ରାଜ୍ୟରେ ବିବାହ ଉତ୍ସବ ଉପରେ କଡା କଟକଣା ମଧ୍ୟ ଲଗାଯାଇଛି । ଭୋଜିଭାତ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ କେବଳ ପରିବାର ଲୋକଙ୍କ ଗହଣରେ ବାହାଘର ପାଇଁ ଅନୁମତି ରହିଛି ।Continue reading “ମାଟିରେ ନୁହେଁ ମଝି ଆକାଶରେ ହେଲା ବାହାଘର । ବର ହାତରୁ ମଙ୍ଗଳସୂତ୍ର ପିନ୍ଧିଲା କନିଆ । ଲକଡାଉନ୍ କଟକଣା ପାଇଁ ବିମାନରେ ଉଡି ଉଡି ଧୂମଧାମରେ ବାହାହେଲେ ଯୁବକଯୁବତୀ ।”

Design a site like this with WordPress.com
Get started