କନକ ବ୍ୟୁରୋ : ଲମ୍ବା ଧାଡିରେ ଚେୟାର ପଡିଛି । ଆଉ ଚେୟାର ଉପରେ ଲୋକମାନେ ବସିରହିଛନ୍ତି । ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି ଆଉ ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରିଛନ୍ତି । ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଉଠୁଥିବ ଏ ଲାଇନ୍ କାହିଁକି ? ଆଉ ଲୋକମାନେ କାହିଁକି ଏଠି ଧାଡିରେ ବସିରହିଛନ୍ତି । ସାଧାରଣତଃ ଏମିତି ଧାଡି ଆପଣ ଭୋଟ ଦେବା ବେଳେ ମତଦାନ କେନ୍ଦ୍ର ଆଗରେ ଦେଖିଥିବେ ନହେଲେ କରୋନାContinue reading “ମୋ ଦୋକାନ ଆଗରେ କେହି ଛିଡା ହେବେନି । ଗ୍ରାହକଙ୍କ ପାଇଁ ଚେୟାର ପକାଇଲେ ଦୋକାନୀ. ଲମ୍ବା ଲାଇନରେ ବସିଲେ ଗ୍ରାହକ । ଡହଡହ ଖରାରେ ଦିଲ୍ ଜିତିନେଲେ ଦୋକାନୀ ।”
Author Archives: Raghaba
ବାତ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା : ଧାମରା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ବାତ୍ୟା ୟାସ୍ କରିବ ଲ୍ୟାଣ୍ଡଫଲ୍ ; ଆଜି ଅପରାହ୍ନରୁ ବଢିବ ପବନ ବେଗ
କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା ୟାସ୍ । ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ସେସବୁ ସ୍ଥାନରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ୩୫ ଟି ବ୍ଲକରେ ୫୦ମିମିରୁ ଅଧିକ ବର୍ଷା ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ଅଧିକ ବର୍ଷା ହୋଇଛି । ରାଜନଗର ଓ ପାରାଦୀପରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ପବନର ବେଗContinue reading “ବାତ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା : ଧାମରା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ବାତ୍ୟା ୟାସ୍ କରିବ ଲ୍ୟାଣ୍ଡଫଲ୍ ; ଆଜି ଅପରାହ୍ନରୁ ବଢିବ ପବନ ବେଗ”
ପ୍ରବଳ ବାତ୍ୟାର ରୂପ ନେଲା ୟାସ୍ : ଆଇଏମଡିର ସୂଚନା ଏବେ ପାରାଦୀପ ଠାରୁ ୨୮୦ କିମି ଦୂରରେ ରହିଛି ବାତ୍ୟା
କନକ ବ୍ୟୁରୋ : ପ୍ରବଳ ବାତ୍ୟାର ରୂପ ନେଇଛି ୟାସ୍ । ସଂଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାର ରୂପ ନେବ । ବର୍ତମାନ ଏହି ବାତ୍ୟା ପାରାଦୀପ ଠାରୁ ୨୮୦ କିମି ଦୂରରେ ରହିଛି । ତେବେ ଏହି ବାତ୍ୟା ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେContinue reading “ପ୍ରବଳ ବାତ୍ୟାର ରୂପ ନେଲା ୟାସ୍ : ଆଇଏମଡିର ସୂଚନା ଏବେ ପାରାଦୀପ ଠାରୁ ୨୮୦ କିମି ଦୂରରେ ରହିଛି ବାତ୍ୟା”
କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ହାର । ଗତ ୪୮ ଦିନରେ କରୋନା ନେଲାଣି ୧.୪୦ ଲୋକଙ୍କ ଜୀବନ । ସେପଟେ ବଢିଚାଲିଛି ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା
କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଗୋଟେପଟେ ଏବେ ଦୈନିକ ସଂକ୍ରମଣ ହାର କମୁଥିବା ବେଳେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନା ନେଉନି । ଗତ ୨୪ ଘଂଟା ମଧ୍ୟରେ ୧,୯୬,୪୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୩ ତାରିଖ ପରେ ଏହା ଦୈନିକ ସଂକ୍ରମଣରେ ସବୁଠାରୁ କମ୍ ସଂଖ୍ୟା । ହେଲେ ଏହା କେବେ ବି ଆମକୁ ଆସ୍ୱସ୍ତ କରିପାରିContinue reading “କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ହାର । ଗତ ୪୮ ଦିନରେ କରୋନା ନେଲାଣି ୧.୪୦ ଲୋକଙ୍କ ଜୀବନ । ସେପଟେ ବଢିଚାଲିଛି ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା”
ପ୍ରତିଦିନ ଦୋକାନ ବନ୍ଦ କରିବା ପରେ ଭୋକିଲା ଲୋକଙ୍କ ପାଇଁ କଦଳୀ କାନ୍ଧି ଟାଙ୍ଗିଦେଇଯାଆନ୍ତି ଦୋକାନୀ । ମହାମାରୀ ବେଳେ ମନ କିଣିନେଲେ ଫଳ ବ୍ୟବସାୟୀ ।
କନକ ବ୍ୟୁରୋ : ଫଳ ବ୍ୟବସାୟୀଙ୍କ ବଡ଼ ହୃଦୟ, ପ୍ରତିଦିନ ଦେଉଛନ୍ତି ମାଗଣାରେ କଦଳୀ । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦେଶରେ ଅଧିକାଂଶ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । କିନ୍ତୁ ଏଭଳି ସଙ୍କଟ ସମୟରେ ଛୋଟ ଛୋଟ ବ୍ୟବସାୟୀ ଅଧିକ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏହାରି ଭିତରେ ତାମିଲନାଡୁର ଜଣେ ଫଳ ବ୍ୟବସାୟୀ ଏମିତି କାର୍ଯ୍ୟ କରୁଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ତାଙ୍କୁ ପ୍ରଂଶସା ନକରିContinue reading “ପ୍ରତିଦିନ ଦୋକାନ ବନ୍ଦ କରିବା ପରେ ଭୋକିଲା ଲୋକଙ୍କ ପାଇଁ କଦଳୀ କାନ୍ଧି ଟାଙ୍ଗିଦେଇଯାଆନ୍ତି ଦୋକାନୀ । ମହାମାରୀ ବେଳେ ମନ କିଣିନେଲେ ଫଳ ବ୍ୟବସାୟୀ ।”
କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଘର ଛାତରେ କଳାପତାକା ଉଡାଇଲେ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁ
କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ୬ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଘରଛାତରେ କଳା ପତାକା ଉଡାଇଲେ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁ । ଦିଲ୍ଲୀ ସ୍ଥିତ ପଟିଆଲା ଓ ଅମୃତସରରେ ଥିବା ନିଜ ଘରର ଛାତ ଉପରେ କଳାପତାକା ଉଡାଇ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସିଦ୍ଧୁ । ସେ କହିଛନ୍ତି କି ସରକାରଙ୍କ ଦ୍ୱାରା ପାରିତ ୩ ଟି କଳା ଆଇନ ବିରୋଧରେ ପୁରା ପଞ୍ଜାବ ଲଢୁଛିContinue reading “କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଘର ଛାତରେ କଳାପତାକା ଉଡାଇଲେ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁ”
ବାତ୍ୟା ୟାସ୍ ପ୍ରଭାବରେ ଜୁଆରିଆ ରହିବ ସମୁଦ୍ର : ଭଦ୍ରକରେ ୭ କିମି ଯାଏଁ ସ୍ଥଳ ଭାଗକୁ ମାଡି ଆସିବ ସମୁଦ୍ର ପାଣି
କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ୟସକୁ ନେଇ ଅଶାନ୍ତ ରହିବ ସମୁଦ୍ର । ତେବେ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ କରିଛି ଆଇଏମଡି । ବାତ୍ୟା ୟାସ୍ ପ୍ରଭାବରୁ ଭଦ୍ରକରେ ୭ କିଲୋମିଟର ଭିତରକୁ ସମୁଦ୍ର ପାଣି ମାଡି ଆସିବା ଆଶଙ୍କା ରହିଛି । ସେହିପରି କେନ୍ଦ୍ରାପଡାରେ ୨.୬ କିମି ଓ ବାଲେଶ୍ୱରରେ ୨.୩ କିମି ଯାଏଁ ସମୁଦ୍ର ପାଣି ସ୍ଥଳଭାଗକୁ ମାଡି ଆସିବାContinue reading “ବାତ୍ୟା ୟାସ୍ ପ୍ରଭାବରେ ଜୁଆରିଆ ରହିବ ସମୁଦ୍ର : ଭଦ୍ରକରେ ୭ କିମି ଯାଏଁ ସ୍ଥଳ ଭାଗକୁ ମାଡି ଆସିବ ସମୁଦ୍ର ପାଣି”
ପୋଲିସ ଦେଖାଇଲା ମହାନତା : ତାଳଚୁଆରେ ଲୋକଙ୍କୁ ସ୍ଥାନାନ୍ତର ସମୟରେ ବୟସ୍କ ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଶ୍ରୟ ସ୍ଥଳକୁ ଆଣିଲେ ଥାନା ଆଇଆଇସି
କନକ ବ୍ୟୁରୋ : ବାତ୍ୟା ୟାସ୍ ପୂର୍ବରୁ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆଉ ଏହି ସମୟରେ ମହାନତା ଦେଖାଇଲେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ । ରାଜନଗର ଅମରାବତୀ ଗାଁର ଜଣେ ୯୧ ବର୍ଷିୟା ବୃଦ୍ଧା ବାତ୍ୟା ଆଶ୍ରୟସ୍ଥଳୀ ଯାଇପାରୁନଥିଲେ । ଏ ଖବର ଜାଣିବା ପରେ ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ତାଙ୍କ ଘରେ ପହଂଚିଥିଲେ । ବାତ୍ୟା ବିପନ୍ନଙ୍କୁ ଭାର ସାହାର୍ଯ୍ୟରେ କାନ୍ଧରେ ବୋହିContinue reading “ପୋଲିସ ଦେଖାଇଲା ମହାନତା : ତାଳଚୁଆରେ ଲୋକଙ୍କୁ ସ୍ଥାନାନ୍ତର ସମୟରେ ବୟସ୍କ ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଶ୍ରୟ ସ୍ଥଳକୁ ଆଣିଲେ ଥାନା ଆଇଆଇସି”
ସୁ’ ସୁ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର : ମାଡ଼ିଆସୁଛି ବଡ଼ ବଡ଼ ଲହଡ଼ି ; ଅସ୍ତରଙ୍ଗରେ ଲାଗିରହିଛି ବର୍ଷା
କନକ ବ୍ୟୁରୋ : ସାମୁଦ୍ରିକ ଝଡ ୟାସ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଲାଣି । ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଅସ୍ତରଙ୍ଗ କାକଟପୁର ଅଂଚଳରେ ପ୍ରବଳ ବର୍ଷା ହେଉଛି । ସୁଖିଲା ପଡ଼ିଥିବା ଚାଷ ଜମିରେ ପାଣି ଭର୍ତି ହୋଇଯାଇଛି । ସମୁଦ୍ର ଅଶାନ୍ତ ହେବା ସହ ପବନର ବେଗ ଘଂଟା ପ୍ରତି ୫୦ କିଲୋମିଟର ଭାବେ ପ୍ରବାହିତ ହେଉଛି । ଏବେବି ଅସ୍ତରଙ୍ଗରେ ପ୍ରବଳ ବର୍ଷା ହେବା ସହ ପବନContinue reading “ସୁ’ ସୁ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର : ମାଡ଼ିଆସୁଛି ବଡ଼ ବଡ଼ ଲହଡ଼ି ; ଅସ୍ତରଙ୍ଗରେ ଲାଗିରହିଛି ବର୍ଷା”
ବାତ୍ୟା ପୂର୍ବରୁ ସ୍ଥାନାନ୍ତର : ସମୁଦ୍ର ଜୁଆରିଆ ହେବା ଆଶଙ୍କାରେ ରାଜନଗର ୪୮ଟି ଗାଁର ତଳିଆ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ଲୋକେ
କନକ ବ୍ୟୁରୋ : ବାତ୍ୟା ୟାସ୍ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ମଗରକନ୍ଦା ଗାଁର ଲୋକଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଏବେ ସୁଦ୍ଧା ୧୫୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବଗପାଟିଆର ବାତ୍ୟା ଆଶ୍ରୟ ସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବଳକା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଛି । ସେପଟେ ତଳିଆ ଅଂଚଳ ଏବଂ କଚ୍ଚାContinue reading “ବାତ୍ୟା ପୂର୍ବରୁ ସ୍ଥାନାନ୍ତର : ସମୁଦ୍ର ଜୁଆରିଆ ହେବା ଆଶଙ୍କାରେ ରାଜନଗର ୪୮ଟି ଗାଁର ତଳିଆ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ଲୋକେ”