କନକ ବ୍ୟୁରୋ: କୋଭିଡର ଦ୍ବିତୀୟ ଲହରରେ ଅକ୍ସିଜନ ସାଚ୍ୟୁରେସନର ଅନେକ ଘଟଣା ସାମ୍ନାକୁ ଆସିଛି । ଥର୍ମମିଟର ଭଳି ଏବେ ଅନେକଙ୍କ ପାଇଁ ଅକ୍ସିମିଟର ଜରୁରୀ ଉପକରଣ ହୋଇପଡିଛି । କିନ୍ତୁ ଏହାର ଚାହିଦା ଏତେ ହେଲାଣି ଯେ ଏବେ ବଜାରରେ ମିଳିବା ମୁସ୍କିଲ । କିନ୍ତୁ ଆପ୍ଲିକେସନ ଡେଭଲପର ଅକ୍ସିଜନ ଯାଞ୍ଚ ପାଇଁ ପ୍ରସ୍ତୁତ କଲେଣି ମୋବାଇଲ ଆପ୍ । କିନ୍ତୁ ଏହା ସୁରକ୍ଷିତ ତ ? ଏହି ରିପୋର୍ଟ ଦେଖିଲା ପରେ ଆପଣଙ୍କ ନଜରContinue reading “ଅକ୍ସିମିଟର ନାଁରେ ଚାଲିଛି ଠକେଇ । ଆପ୍ଲିକେସନ୍ ଜରିଆରେ ଅକ୍ସିଜେନର ମାତ୍ରା ଜାଣିବାକୁ ଅନଲାଇନରେ କରାଯାଉଛି ପ୍ରଲୋଭିତ”
Author Archives: Raghaba
ବାତ୍ୟା ‘ୟାସ’ ନେଇ ପ୍ରତିକ୍ରିୟା ରଖିଲେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ । କହିଲେ, ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ।
କନକ ବ୍ୟୁରୋ: ସମୁଦ୍ରରେ ବଳ ଯୋଗାଡ କରି ଏବେ ଓଡିଶା ମୁହାଁ ହୋଇ ମାଡିଆସୁଛି ବାତ୍ୟା ୟାସ୍ । ଆସନ୍ତା ୨୬ ତାରିଖରେ ଏହା ଓଡିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଉଛି । ତେବେ ଏହାରି ଭିତରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ ୟାସକୁ ନେଇ ନିଜର ଆକଳନ ପ୍ରକାଶ କରିଛନ୍ତି । ବାତ୍ୟା ୟାସର ମଡେଲ ଘଣ୍ଟାକୁ ଘଣ୍ଟା ପରିବର୍ତ୍ତିତ ହେଉଛି ତେଣୁ ବାତ୍ୟାକୁ ନେଇContinue reading “ବାତ୍ୟା ‘ୟାସ’ ନେଇ ପ୍ରତିକ୍ରିୟା ରଖିଲେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ । କହିଲେ, ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ।”
ବାତ୍ୟା ପାଇଁ ଆରମ୍ଭ ହେଲା ସ୍ଥାନାନ୍ତର ପ୍ରକ୍ରିୟା । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନର ନିବେଦନ
କନକ ବ୍ୟୁରୋ: ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ ୟାଶ । ଏହାକୁ ଦୃଷ୍ଟିରେ ରଖି ଉପରୂଳବର୍ତୀ ଜିଲ୍ଲାଗୁଡିକରେ ପ୍ରସ୍ତୁତି ଜୋରଦୋର ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଜିଲ୍ଲା ଉପରେ ନଜର ରଖିବା ପାଇଁ ୫ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଭିଭି ଯାଦବ,Continue reading “ବାତ୍ୟା ପାଇଁ ଆରମ୍ଭ ହେଲା ସ୍ଥାନାନ୍ତର ପ୍ରକ୍ରିୟା । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନର ନିବେଦନ”
କୋଭିଡ ସମୟରେ ବାତ୍ୟା ମୁକାବିଲା ପାଇଁ ଓଡିଶାର ବଡ ଧରଣର ପ୍ରସ୍ତୁତି । ମୁତୟନ ହେବେ ୫୨ ଏନଡିଆରଏଫ ଟିମ୍ । ୬୦ ଓଡ୍ରାଫ୍ ଓ ୨ଶହ ଅଗ୍ନିଶମ ଟିମ୍ ସହ ଆଇଏନଏସ୍ ଚିଲିକାକୁ ରଖାଗଲା ସଜାଗ୍
କନକ ବ୍ୟୁରୋ: ବିପଦ ବସତି ଆଡକୁ ମାଡ଼ି ଆସୁଛି, ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ଏନଡିଆରଏଫ ଟିମ୍ ରାଜଧାନୀ ଭୁବନେଶ୍ୱରରେ ପହଂଚିବା ପରେ ଗ୍ରାଉଣ୍ଡ ଜିରୋ ଅଭିମୁଖେ ବାହାରି ଯାଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ସମସ୍ତ ଉପକରଣ ଧରି ସର୍ବାଧିକ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ଓଡ଼ିଶାରେ ନିୟୋଜିତ ରହିବେ ୫୨ଟି ଏନଡିଆରଏଫ ଟିମ୍ । ୩୨ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୨୦ଟି ପର୍ଯ୍ୟାୟକ୍ରମେContinue reading “କୋଭିଡ ସମୟରେ ବାତ୍ୟା ମୁକାବିଲା ପାଇଁ ଓଡିଶାର ବଡ ଧରଣର ପ୍ରସ୍ତୁତି । ମୁତୟନ ହେବେ ୫୨ ଏନଡିଆରଏଫ ଟିମ୍ । ୬୦ ଓଡ୍ରାଫ୍ ଓ ୨ଶହ ଅଗ୍ନିଶମ ଟିମ୍ ସହ ଆଇଏନଏସ୍ ଚିଲିକାକୁ ରଖାଗଲା ସଜାଗ୍ “
ବାତ୍ୟା ପାଇଁ ବନ୍ଦ ରହିବ ଟୀକାକରଣ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ଟୀକାକରଣ, ଡୋର ଟୁ ଡୋର ସର୍ଭେ ବନ୍ଦ ।
କନକ ବ୍ୟୁରୋ: ବାତ୍ୟା ପାଇଁ ବନ୍ଦ ରହିବ ଟୀକାକରଣ । ବାତ୍ୟା ୟାସକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ୨୫ରୁ ୨୭ ପର୍ଯ୍ୟନ୍ତ କୋଭିଡ୍ ଟିକାକରଣ ବନ୍ଦ । ଟେଷ୍ଟିଂ, ଘରକୁ ଘର ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯ଼ାଇଛି । ଅନ୍ୟପକ୍ଷରେ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଆଉ କେତେକ ଜିଲ୍ଲାContinue reading “ବାତ୍ୟା ପାଇଁ ବନ୍ଦ ରହିବ ଟୀକାକରଣ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ଟୀକାକରଣ, ଡୋର ଟୁ ଡୋର ସର୍ଭେ ବନ୍ଦ ।”
ପାଖେଇ ଆସୁଛି ବାତ୍ୟା । ସମୁଦ୍ର ମଝିରୁ ମାଡି ଆସୁଛି ବାତ୍ୟା ‘ୟାସ’ । ପାରାଦୀପଠୁ ୪୯୦, ବାଲେଶ୍ୱରଠୁ ୫୯୦ କି.ମି ଦୂରରେ ଝଡ…
କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା । ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ କମୁଛି ବ୍ୟବଧାନ । ପାରାଦୀପ ଠାରୁ ୪୯୦ କି.ମି ଦୂରରେ ଅଛି ବାତ୍ୟା । ବାଲେଶ୍ୱର ଠାରୁ ୫୯୦ କି.ମି ଦୂରରେ ରହିଛି ବାତ୍ୟା ୟାସ୍ । ତେବେ ସମୁଦ୍ର ଭିତରୁ ୭ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା । ଯାହା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ଆଉ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେContinue reading “ପାଖେଇ ଆସୁଛି ବାତ୍ୟା । ସମୁଦ୍ର ମଝିରୁ ମାଡି ଆସୁଛି ବାତ୍ୟା ‘ୟାସ’ । ପାରାଦୀପଠୁ ୪୯୦, ବାଲେଶ୍ୱରଠୁ ୫୯୦ କି.ମି ଦୂରରେ ଝଡ…”
ବାତ୍ୟା ‘ୟସ୍’ର ମୁକାବିଲା ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡିଶାରେ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ
କନକ ବ୍ୟୁରୋ: ବାତ୍ୟା ‘ୟସ୍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଛି । ଭିଡିଓ କନଫରେନ୍ସିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ‘ୟସ’ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣContinue reading “ବାତ୍ୟା ‘ୟସ୍’ର ମୁକାବିଲା ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡିଶାରେ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ”
ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୦୫ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୦୨୧ ଜଣ
କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଆଜି ଭଲ ଖବର । ଆଜି ରାଜଧାନୀରେ ସଂକ୍ରମଣ କମ ରହିଛି ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୦୫ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୬୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦContinue reading “ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୦୫ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୦୨୧ ଜଣ”
କରୋନା ଭଳି ଛୁଇଁଲେ ହୁଏନି ବ୍ଲାକ ଫଙ୍ଗସ ରୋଗ । ସଫା ରହିବାକୁ, ଗରମ ପାଣି ପିଇବାକୁ ଡାକ୍ତର ଦେଲେ ପରାମର୍ଶ
କନକ ବ୍ୟୁରୋ: କରୋନା ଭିତରେ ବ୍ଲାକ ଫଙ୍ଗସ ରୋଗ ଏବେ ଆତଙ୍କ ସୃଷ୍ଟି କରିଛି । ଏହି ରୋଗକୁ ନେଇ ଏବେ ଲୋକମାନେ ଅଧିକ ଅତଙ୍କିତ ହେଉଛନ୍ତି । ହେଲେ ରୋଗକୁ ନେଇ ଆତଙ୍କିତ ନହେବାକୁ କହିଛନ୍ତି ଡାକ୍ତର । କାରଣ ଏହି ରୋଗ ସଂକ୍ରାମକ ନୁହେଁ, ଏହା କରୋନା ଭଳି ଜଣକୁ ଅନ୍ୟ ଜଣକୁ ଡେଇଁ ନଥାଏ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିୟା । ଆଉ ଏହି ରୋଗରୁ ବଞ୍ଚିବା ପାଇଁ ସଫାସୁତରାContinue reading “କରୋନା ଭଳି ଛୁଇଁଲେ ହୁଏନି ବ୍ଲାକ ଫଙ୍ଗସ ରୋଗ । ସଫା ରହିବାକୁ, ଗରମ ପାଣି ପିଇବାକୁ ଡାକ୍ତର ଦେଲେ ପରାମର୍ଶ “
ବାତ୍ୟା ୟାସ୍ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ । କୌଣସି କର୍ମଚାରୀ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ବାତ୍ୟା ୟାସକୁ ଆଖି ଆଗରେ ରଖି ସମସ୍ତ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖ ଯାଏଁ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେନି । ତା ସହିତ କୌଣସି କର୍ମଚାରୀ ମୁଖ୍ୟାଳୟରେ ଛାଡି ପାରିବେନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅତି ଜରୁରୀ ଥିଲେ ବିଭାଗୀୟ ଅଧିକାରୀଙ୍କ ଅନୁମତିରେ କର୍ମଚାରୀ ଛୁଟି ନେଇପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଛୁଟିରେContinue reading “ବାତ୍ୟା ୟାସ୍ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ । କୌଣସି କର୍ମଚାରୀ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ।”