ରାସ୍ତା ମରାମତି ପାଇଁ କଲଭର୍ଟ ବସାଇବାକୁ ସୀମାର ୫ କିଲୋମିଟର ପୂର୍ବରୁ ଖୋଳାଯାଇଥିଲା ରାସ୍ତା : ଗଡ଼ିଲାନି ଗାଡି, ଚାଲିଚାଲି ଯାଇ ସୀମା ସମୀକ୍ଷା କଲେ ମାଥିଲି ତହସିଲଦାର

କନକ ବ୍ୟୁରୋ : ଓଡ଼ିଶାକୁ ପଶି ଆସୁଛି ଛତିଶଗଡ଼ । ସୀମାର ତଦାରଖ କରିବାକୁ ବାହାରିଥିଲେ ତହସିଲଦାର । କିନ୍ତୁ ରାସ୍ତା ମରାମତି ପାଇଁ କଲଭର୍ଟ ବସାଇବାକୁ ସୀମାର ୫ କିଲୋମିଟର ପୂର୍ବରୁ ଖୋଳାଯାଇଥିଲା ରାସ୍ତା । ଶେଷରେ ଉପାୟ ଶୂନ୍ୟ ତହସିଲଦାର ଗାଡିରୁ ଓଲ୍ଲାଇ ଚାଲି ଚାଲି ସୀମା ନିକଟରେ ପହଂଚିଥିଲେ । ମାଲକାନଗିରି ଜିଲ୍ଲା ମାଥିଲିରୁ ଆସିଛି ଏପରି ଚିତ୍ର । ଛତିଶଗଡ଼ ସୀମା ମାଡ଼ି ଆସୁଥିବା ଖବର ପାଇ ମାଥିଲି ତହସିଲଦାର ଅରୁଣContinue reading “ରାସ୍ତା ମରାମତି ପାଇଁ କଲଭର୍ଟ ବସାଇବାକୁ ସୀମାର ୫ କିଲୋମିଟର ପୂର୍ବରୁ ଖୋଳାଯାଇଥିଲା ରାସ୍ତା : ଗଡ଼ିଲାନି ଗାଡି, ଚାଲିଚାଲି ଯାଇ ସୀମା ସମୀକ୍ଷା କଲେ ମାଥିଲି ତହସିଲଦାର”

ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ୟାସ୍ । ଜାଣନ୍ତୁ ପାରାଦ୍ୱୀପ ଓ ବାଲେଶ୍ୱର ଠାରୁ କେତେ ଦୂରରେ ରହିଛି ବାତ୍ୟା?

କନକ ବ୍ୟୁରୋ : ଉପକୂଳ ଆଡକୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ବଳ ଗୋଟାଇବା ସହ ଧୀରେ ଧୀରେ ଆଗକୁ ବଢୁଛି । ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାContinue reading “ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ୟାସ୍ । ଜାଣନ୍ତୁ ପାରାଦ୍ୱୀପ ଓ ବାଲେଶ୍ୱର ଠାରୁ କେତେ ଦୂରରେ ରହିଛି ବାତ୍ୟା?”

ନର୍ସ ଚାକିରୀ ଛାଡ଼ି ଅଜଣା ମୃତଦେହ ସତ୍କାର କରୁଛନ୍ତି ମଧୁସ୍ମିତା ପୃଷ୍ଟି : ଅଢ଼େଇ ବର୍ଷରେ କଲେଣି ୫ଶହ ଅଜଣା ମୃତଦେହଙ୍କ ସଂସ୍କାର

କନକ ବ୍ୟୁରୋ : ମହାମାରୀ ବେଳେ ମୃତଦେହକୁ କାନ୍ଧ ମିଳୁନି । ସଂପର୍କୀୟ ବି ଶବର ପାଖ ମାଡିବାକୁ ଭୟ କରୁଛନ୍ତି । କରୋନା ଭୟରେ ପିପିଇ କିଟ୍ ପିନ୍ଧି ପୌର ପରିଷଦର ଓ ପ୍ରଶାସନ ପକ୍ଷରୁ ନିୟୋଜିତ ବ୍ୟକ୍ତି, କରୋନାରେ ମୃତବ୍ୟକ୍ତିଙ୍କ ଶବ ସତ୍କାର କରୁଛନ୍ତି । ହେଲେ ଏତିକି ବେଳେ ସାମ୍ନାକୁ ଆସିଛି ଜଣେ ମହିଳାଙ୍କ ମହାନତା । ଭୁବନେଶ୍ୱର ଭରତପୁର ଅଂଚଳର ମଧୁସ୍ମିତା ପୃଷ୍ଟି, ନର୍ସ ଚାକିରି ଛାଡି କରୁଛନ୍ତି ମୃତଦେହ ସତ୍କାରContinue reading “ନର୍ସ ଚାକିରୀ ଛାଡ଼ି ଅଜଣା ମୃତଦେହ ସତ୍କାର କରୁଛନ୍ତି ମଧୁସ୍ମିତା ପୃଷ୍ଟି : ଅଢ଼େଇ ବର୍ଷରେ କଲେଣି ୫ଶହ ଅଜଣା ମୃତଦେହଙ୍କ ସଂସ୍କାର”

କିଏ ହେବ ସିବିଆଇର ପରବର୍ତ୍ତୀ ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଆଜି କରିବେ ନିଷ୍ପତ୍ତି । ରେସରେ ୧୦୦ ଆଇପିଏସ୍ ଅଧିକାରୀ

କନକ ବ୍ୟୁରୋ : କିଏ ହେବ ସିବିଆଇର ପରବର୍ତ୍ତୀ ମୁଖ୍ୟ ? । ଏନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଆଜି ବୈଠକ କରି ନିଷ୍ପତ୍ତି ନେବେ । ଏହି କମିଟିରେ ନେତା ପ୍ରତିପକ୍ଷ ଅଧିର ରଂଜନ ଚୌଧୁରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନବି ରମଣା ସାମିଲ ଅଛନ୍ତି । ଏହି କମିଟି ସିବିଆଇର ପରବର୍ତ୍ତୀ ମୁଖ୍ୟପଦ ପାଇଁ ୧୯୮୪-୧୯୮୭ୂ ବ୍ୟାଚର ଆଇପିଏସ ଅଧିକାରୀଙ୍କ ନାମ ଉପର ଚର୍ଚ୍ଚା କରିବେ । ୧୯୮୪ ବ୍ୟାଚ୍ ଆସାମ-ମେଘାଳୟContinue reading “କିଏ ହେବ ସିବିଆଇର ପରବର୍ତ୍ତୀ ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଆଜି କରିବେ ନିଷ୍ପତ୍ତି । ରେସରେ ୧୦୦ ଆଇପିଏସ୍ ଅଧିକାରୀ”

ୟାସ୍ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା : କାଲିଠୁ ଉପକୂୂଳ ଓଡିଶାରେ ଆରମ୍ଭ ହେବ ବର୍ଷା

କନକ ବ୍ୟୁରୋ : ୟାସ୍ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା । ଆଜି ସନ୍ଧ୍ୟା ୫ଟା ଭିତରେ ସାମୁଦ୍ରିକ ଝଡର ରୂପ ନେବ । କାଲି ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହେବ ।  ଉତ୍ତର ଓ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ପକାଇବ ବାତ୍ୟା । ପାରାଦୀପଠାରୁ ୫୩୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ୱରଠାରୁ ୬୩୦ କିମି ଦୂରରେ ରହିଛି ବାତ୍ୟା ୟାସ୍ । ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମରContinue reading “ୟାସ୍ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା : କାଲିଠୁ ଉପକୂୂଳ ଓଡିଶାରେ ଆରମ୍ଭ ହେବ ବର୍ଷା”

ବାତ୍ୟା ମୁକାବିଲା ପ୍ରସ୍ତୁତି ଦେଖିବେ ବରିଷ୍ଠ ଅଧିକାରୀ : ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ୫ ଆଇଏଏସଙ୍କୁ ଦାୟିତ୍ୱ

କନକ ବ୍ୟୁରୋ : ବାତ୍ୟା ମୁକାବିଲା ପ୍ରସ୍ତୁତି ଦେଖିବେ ବରିଷ୍ଠ ଅଧିକାରୀ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୟାସ, ବାତ୍ୟାର ରୂପ ନେଇସାରିଥିବାବେଳେ ଏହା ୨୬ ତାରିଖ ବେଳକୁ ଓଡିଶା ଉପକୂଳରେ ପହଂଚିବ । ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲା ପାଇଁ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଭିଭି ଯାଦବ, ବାଲେଶ୍ୱର ବିଶାଲ ଦେବ ଏବଂ ମୟୁରଭଞ୍ଜ ପାଇଁContinue reading “ବାତ୍ୟା ମୁକାବିଲା ପ୍ରସ୍ତୁତି ଦେଖିବେ ବରିଷ୍ଠ ଅଧିକାରୀ : ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ୫ ଆଇଏଏସଙ୍କୁ ଦାୟିତ୍ୱ”

୨୪ ଘଂଟାରେ ଅତିଭୀଷଣ ବାତ୍ୟାର ରୂପ ନେବ ୟାସ୍ : ୨୬ ତାରିଖ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତମାନ ଏହା ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୨୪ ଘଂଟାରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ ଲାଗିଛି । ପାରାଦୀପର ୫୪୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୫୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ । ଧୀରେContinue reading “୨୪ ଘଂଟାରେ ଅତିଭୀଷଣ ବାତ୍ୟାର ରୂପ ନେବ ୟାସ୍ : ୨୬ ତାରିଖ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ”

ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୨ ଲକ୍ଷ ୨୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ, ୪୪୫୪ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ । ୨୪ ଘଂଟାରେ ୨ଲକ୍ଷ ୨୨ ହଜାର ୩୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୫୪ଜଣଙ୍କ ମୃତ୍ୟୁ । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨ ହଜାର ୫୪୪ଜଣ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭ । ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୩୭ ଲକ୍ଷ ୨୮ ହଜାର ୧୧ଜଣ । ଦେଶରେContinue reading “ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୨ ଲକ୍ଷ ୨୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ, ୪୪୫୪ ମୃତ୍ୟୁ”

ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରସ୍ତୁତି : ୩ ଦିନ ଲାଗି ପିଇବା ପାଣି ସଂରକ୍ଷଣ କରି ରଖିବାକୁ ପରାମର୍ଶ

କନକ ବ୍ୟୁରୋ : ବାତ୍ୟା ୟାସ ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ପାଇଁ ପିଇବା ପାଇଁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଅଧିକ ରହିପାରେ । ତେଣୁ ବ୍ୟାନର ଓ ହୋଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛିContinue reading “ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରସ୍ତୁତି : ୩ ଦିନ ଲାଗି ପିଇବା ପାଣି ସଂରକ୍ଷଣ କରି ରଖିବାକୁ ପରାମର୍ଶ”

ବାତ୍ୟା ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ କରିବେ ସମୀକ୍ଷା ବୈଠକ : ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରିବେ ଆଲୋଚନା

କନକ ବ୍ୟୁରୋ : ବାତ୍ୟା ୟାସର ମୁକାବିଲା ନେଇ ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦିନ ୧୧ଟାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ବାତ୍ୟାର ରୂପ ନେଇସାରିଛି ୟାସ । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତିContinue reading “ବାତ୍ୟା ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ କରିବେ ସମୀକ୍ଷା ବୈଠକ : ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରିବେ ଆଲୋଚନା”

Design a site like this with WordPress.com
Get started