ବଣ୍ଡାଘାଟିକୁ କରୋନାରୁ ବଞ୍ଚାଇବା ପାଇଁ ପ୍ରୟାସ । ଟିକାକରଣକୁ ଜୋରଦାର କଲା ପ୍ରଶାସନ । ନିୟମଗିରିରେ ବଢୁଛି ସଂକ୍ରମଣ, ଟେଷ୍ଟିଂ, ଟ୍ରେସିଂ ଉପରେ ଗୁରୁତ୍ୱ ।

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ନିୟମଗିରି ପାହାଡ ଉପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଉ ସ୍ୱାସ୍ଥ ବିଭାଗ ପକ୍ଷରୁ ଟେଷ୍ଟିଂ ଟ୍ରେସିଙ୍ଗକୁ ମଧ୍ୟ ଜୋରଦାର କରାଯାଇଛି, ସେପଟେ ମାଲକାନଗିରି ବଣ୍ଡା ଘାଟିରେ କୋରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣରେ ରହିଥିବା ବେଳେ ସେଠାରେ ଗାଁକୁ ଗାଁ ଯାଇ ବଣ୍ଡା ସମ୍ପ୍ରଦାୟର ଲୋକଙ୍କୁ ଅଧିକରୁ ଅଧିକ ପରିମାଣରେ ଭ୍ୟାକ୍ସିନେସନ କରାଯାଉଛି । ଉଭୟ ଡଙ୍ଗରିଆ କନ୍ଧ ଓ ବଣ୍ଡା ସମ୍ପ୍ରଦାୟର ଲୋକେ ନିୟମକୁ ମାନୁନଥିବା ସହContinue reading “ବଣ୍ଡାଘାଟିକୁ କରୋନାରୁ ବଞ୍ଚାଇବା ପାଇଁ ପ୍ରୟାସ । ଟିକାକରଣକୁ ଜୋରଦାର କଲା ପ୍ରଶାସନ । ନିୟମଗିରିରେ ବଢୁଛି ସଂକ୍ରମଣ, ଟେଷ୍ଟିଂ, ଟ୍ରେସିଂ ଉପରେ ଗୁରୁତ୍ୱ ।”

ଓଡିଶାରେ ଅତିରିକ୍ତ ପିଏସଏ ପ୍ଲାଂଟ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ, ପିଏମ୍ କେୟାର୍ସ ଫଣ୍ଡରୁ ପୁଣି ଓଡିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍

କନକ ବ୍ୟୁରୋ: ପିଏମ କେୟାର୍ସ ଫଣ୍ଡରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା ହେବ । ଏଥିପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଅନେକ ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ରାଜ୍ୟର ବାଲେଶ୍ୱର,Continue reading “ଓଡିଶାରେ ଅତିରିକ୍ତ ପିଏସଏ ପ୍ଲାଂଟ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ, ପିଏମ୍ କେୟାର୍ସ ଫଣ୍ଡରୁ ପୁଣି ଓଡିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍”

ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ୟାସ୍ । ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ଓଡିଶା । ପଢନ୍ତୁ, ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ପ୍ରସ୍ତୁତି…

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ୟାସ୍ ଧୀରେ ଧୀରେ ବଳ ଗୋଟାଉଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବ । ଏହା ଆଗରୁ ଓଡିଶାର ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ଜୋର ଧରିଛି ବାତ୍ୟା ମୁକାବିଲାର ପ୍ରସ୍ତୁତି । ବାଲେଶ୍ୱର, ମୟୂରଭଂଜ, କେନ୍ଦ୍ରାପଡା ଓ ଭଦ୍ରକ ପରି ଜିଲ୍ଲାରେ ବାତ୍ୟା ଆଗରୁ ସଜାଗ ହୋଇଗଲାଣି ପ୍ରଶାସନ । ସାମୁଦ୍ରିକ ବାତ୍ୟା ୟାସ୍ ଆସିବା ଆଗରୁ କେନ୍ଦ୍ରାପଡା ଜିଲ୍ଲା ଉପକୂଳ ଅଂଚଳରେ କିପରି ଲୋକଙ୍କ ଧନଜୀବନ ରକ୍ଷାContinue reading “ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ୟାସ୍ । ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ଓଡିଶା । ପଢନ୍ତୁ, ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ପ୍ରସ୍ତୁତି…”

ବାତ୍ୟା ‘ୟାସ’ ପ୍ରଭାବରେ ଭିଜିବ ଓଡିଶା । ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା ।

କନକ ବ୍ୟୁରୋ: ବାତ୍ୟା ୟାସର ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ରାଜ୍ୟର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର. ଭଦ୍ରକ ସବୁଠାରୁ ଅଧିକ ବର୍ଷା ହେବ । ସେହିପରି ଏହି ଚାରି ଜିଲ୍ଲାରେ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ ଓଡିଶାରେ ସ୍ଥଳଭାଗContinue reading “ବାତ୍ୟା ‘ୟାସ’ ପ୍ରଭାବରେ ଭିଜିବ ଓଡିଶା । ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା ।”

ଆସୁଛି ବାତ୍ୟା ୟାସ । ୨୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ମାଡି ଆସୁଛି ସାମୁଦ୍ରିକ ଝଡ ୟାସ । ଏହାର ପ୍ରଭାବରେ ୨୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ହେଲେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକContinue reading “ଆସୁଛି ବାତ୍ୟା ୟାସ । ୨୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”

ବାତ୍ୟାର ଗତିପଥ ଆକଳନ କଲା ପାଣିପାଗ ବିଭାଗ । ଓଡିଶାରେ ହେବ ମାଡ । ବାଲେଶ୍ୱର ଭୋଗରାଇ ହୋଇପାରେ ଲ୍ୟାଣ୍ଡଫଲ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ? ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ । ବାଲେଶ୍ୱର – ଭୋଗରାଇ ଅଞ୍ଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମContinue reading “ବାତ୍ୟାର ଗତିପଥ ଆକଳନ କଲା ପାଣିପାଗ ବିଭାଗ । ଓଡିଶାରେ ହେବ ମାଡ । ବାଲେଶ୍ୱର ଭୋଗରାଇ ହୋଇପାରେ ଲ୍ୟାଣ୍ଡଫଲ ।”

ପାରାଦ୍ୱୀପ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଆମୋନିିଆ ଗ୍ୟାସ୍ ଲିକ୍, ୩ ମହିଳା ଗୁରୁତର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

କନକ ବ୍ୟୁରୋ: ପାରାଦ୍ୱୀପ ଗଡ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ଲକ୍ଷ୍ମୀ ନାରାୟଣ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଅଘଟଣ । ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୩ ମହିଳା ଗୁରୁତର । ଆଜି ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୩ ଜଣ ମହିଳା ଏହି ଗ୍ୟାସ୍ ପ୍ରଭାବରେ ବେହୋସ ହେଇଯାଇଥିଲେ । ଏହାପରେ ତାଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେContinue reading “ପାରାଦ୍ୱୀପ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଆମୋନିିଆ ଗ୍ୟାସ୍ ଲିକ୍, ୩ ମହିଳା ଗୁରୁତର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।”

ବାତ୍ୟା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ସୁରକ୍ଷା ସମୀକ୍ଷା କଲେ ଡିଜିପି । କହିଲେ, ଆମେ ପୂରା ପ୍ରସ୍ତୁତ ଅଛୁ

କନକ ବ୍ୟୁରୋ: ବାତ୍ୟା ପାଇଁ ସଜାଗ ଓଡିଶା ପୋଲିସ । ବାତ୍ୟା ୟାଶ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସୁରକ୍ଷା ତଦାରଖ କରିଛନ୍ତି ରାଜ୍ୟ ପୋଲିସ ଡିଜି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଗଞ୍ଜାମ ଓ ବ୍ରହ୍ମପୁର ଡିଆଇଜି, ଏଡିଜି ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ବୈଠକରେ ସ୍ଥାନାନ୍ତର ଓ ସାଇକ୍ଲୋନ ପରେ ରିଲିଫ ଓ ଉଦ୍ଧାର କାମ ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା । ଓଡ୍ରାଫରContinue reading “ବାତ୍ୟା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ସୁରକ୍ଷା ସମୀକ୍ଷା କଲେ ଡିଜିପି । କହିଲେ, ଆମେ ପୂରା ପ୍ରସ୍ତୁତ ଅଛୁ”

ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୦୪୧କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୪୧ ଜଣ  

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୦୪୧ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୮୯୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୦୪୧କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୪୧ ଜଣ  “

ବାତ୍ୟା ‘ୟାସ୍’ ଆସୁଛି । ଆସନ୍ତାକାଲି ସକାଳେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ ‘ୟାସ୍’ ।

କନକ ବ୍ୟୁରୋ: ଆସୁଛି ବାତ୍ୟା ‘ୟାସ୍’ । ପାଣିପାଗ ବିଭାଗ ଜାରି କରିଥିବା ତାଜା ବୁଲେଟିନ୍ ଅନୁସାରେ ଏହା ପ୍ରପାଟ ପ୍ରଲେୟାର (ଆଣ୍ଡାମାନ ଦ୍ୱୀପପୁଞ୍ଜ) ଠାରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୫୬୦ କିଲୋମିଟର, ପାରାଦୀପ ଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୫୯୦ କିଲୋମିଟର, ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୯୦ କିଲୋମିଟର ଏବଂ ଦିଗା (ପଶ୍ଚିମବଙ୍ଗ) ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୭୦ କିଲୋମିଟର ଦୂରରେ ରହିଛି । ତେବେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିContinue reading “ବାତ୍ୟା ‘ୟାସ୍’ ଆସୁଛି । ଆସନ୍ତାକାଲି ସକାଳେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ ‘ୟାସ୍’ ।”

Design a site like this with WordPress.com
Get started