କରୋନା ଯୋଗୁଁ ସ୍ଥଗିତ ରହିଛି ଯୁକ୍ତ ଦୁଇ ପରୀକ୍ଷା : ଆଜି ସବୁ ରାଜ୍ୟ ଓ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବେ ୪ କେନ୍ଦ୍ରମନ୍ତ୍ରୀ; ପରୀକ୍ଷଣ ସମ୍ପର୍କରେ ମତ ରଖିବ ଓଡ଼ିଶା

କନକ ବ୍ୟୁରୋ : ଚଳିତ ବର୍ଷ କୋଭିଡ ମହାମାରୀ ଭିତରେ ଦ୍ବାଦଶ କିମ୍ବା ଯୁକ୍ତ ଦୁଇ ପରୀକ୍ଷା କିପରି କରାଯିବ । ଏ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଭିଡିଓ କନଫରେନ୍‌ସିଂ ଜରିଆରେ ହେବାକୁ ଥିବା ଏହିContinue reading “କରୋନା ଯୋଗୁଁ ସ୍ଥଗିତ ରହିଛି ଯୁକ୍ତ ଦୁଇ ପରୀକ୍ଷା : ଆଜି ସବୁ ରାଜ୍ୟ ଓ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବେ ୪ କେନ୍ଦ୍ରମନ୍ତ୍ରୀ; ପରୀକ୍ଷଣ ସମ୍ପର୍କରେ ମତ ରଖିବ ଓଡ଼ିଶା”

ପୁରୀ ଗୋପରେ ବାତ୍ୟା ମୁକାବିଲା ପ୍ରସ୍ତୁତି : ସବୁ ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ‘ୟାସ’ ପୁଣିଥରେ ଉପକୂଳ ଓଡ଼ିଶା ପାଇଁ ବିପଦ ଆଣିଦେଇଛି। ବର୍ତ୍ତମାନ ସୁଦ୍ଧା ବାତ୍ୟାର ଦିଗ ଓ ଗତି ସ୍ପଷ୍ଟ ହୋଇ ନଥିଲେ ବି ଦୁଇବର୍ଷ ତଳେ ‘ଫନି’କୁ ଅଙ୍ଗେ ନିଭାଇଥିବା ପୁରୀ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡ଼ିଛି । ଏହାର ପ୍ରାକ୍‌ପ୍ରସ୍ତୁତି ସ୍ବରୂପ ଶନିବାର ଦିନ ଜିଲ୍ଲାପାଳ ସମର୍ଥ ବର୍ମା ୧୧ ବ୍ଲକର ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ନେଇ ବୈଠକ କରିଛନ୍ତିContinue reading “ପୁରୀ ଗୋପରେ ବାତ୍ୟା ମୁକାବିଲା ପ୍ରସ୍ତୁତି : ସବୁ ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ”

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ : ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ; ଆସନ୍ତାକାଲି ନେବ ବାତ୍ୟାର ରୁପ

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟାସ’ ଉତର-ଉତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ହେଲେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ କୈାଣସି ସ୍ପଷ୍ଟContinue reading “ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ : ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ; ଆସନ୍ତାକାଲି ନେବ ବାତ୍ୟାର ରୁପ”

କରୋନାରୁ କେତେ ଦିନ ଯାଏଁ ସୁରକ୍ଷା ଦେବ ଭ୍ୟାକସିନ ? ଫାଇଜର ଓ ମଡର୍ଣ୍ଣାକୁ ନେଇ ହୋଇଥିବା ଷ୍ଟଡିରୁ ଜଣାପଡିଲା, ୬ ମାସ ଯାଏଁ ପ୍ରଭାବୀ ରହୁଛି ଟୀକା

କନକ ବ୍ୟୁରୋ: କରୋନାର ପ୍ରଥମ ଲହର ଯାଇ, ଦ୍ୱିତୀୟ ଲହର ଚାଲିଛି । କୁହାଯାଉଛି ତୃତୀୟ ଲହର ବି ଆସିବ । ଏତିକି ବେଳେ ଭୁତାଣୁ ସହ ଲଢ଼ିବା ପାଇଁ ଏକମାତ୍ର ବାଟ ହେଉଛି ଭ୍ୟାକ୍ସିନ୍ । ହେଲେ ପ୍ରଶ୍ନ ହେଉଛି ଏହି ଭ୍ୟାକ୍ସିନ୍ କେତେ ଦିନ ଆମକୁ ସୁରକ୍ଷା ଦେବ । ଟିକା ନେବା ପରେ କେତେ ଦିନ ଯାଏଁ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ରହିବ? ଏହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନContinue reading “କରୋନାରୁ କେତେ ଦିନ ଯାଏଁ ସୁରକ୍ଷା ଦେବ ଭ୍ୟାକସିନ ? ଫାଇଜର ଓ ମଡର୍ଣ୍ଣାକୁ ନେଇ ହୋଇଥିବା ଷ୍ଟଡିରୁ ଜଣାପଡିଲା, ୬ ମାସ ଯାଏଁ ପ୍ରଭାବୀ ରହୁଛି ଟୀକା”

ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ । କହିଲେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଅଣାଯାଉ ବ୍ଲାକ ଫଙ୍ଗସ 

କନକ ବ୍ୟୁରୋ: ଦେଶରେ କରୋନା ସମୟରେ ଚିନ୍ତା ବଢାଇଲାଣି ବାକ୍ ଫଙ୍ଗସ । ସାରା ରାଜ୍ୟରେ ବର୍ତମାନ ୧୦ ହଜାର ଆଗଡୁ ମୁହାଁଉଛି ଏହି ମାରାତ୍ମକ ରୋଗର ଆକ୍ରାନ୍ତ ସଂଖ୍ୟା । ଏପରି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି , ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ଦେଶର ସମସ୍ତ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ସହିତ , ଔଷଧ ଅଭାବ ଦୂର କରିବାକୁ ମୋଦୀଙ୍କୁ ଚିଠି ଲେଖିଛନ୍ତି ସୋନିଆ । ଏପରି ସମୟରେContinue reading “ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ । କହିଲେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଅଣାଯାଉ ବ୍ଲାକ ଫଙ୍ଗସ “

ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା । ଇ ଇକ୍ୱାଲ ଟୁ ଏମସି ସ୍କୋୟାର ଲେଖା ଥିବା ଚିଠି ୧.୨ ମିଲିୟନ ଡଲାରରେ ହେଲା ନିଲାମ

କନକ ବ୍ୟୁରୋ: ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ହାତ ଲେଖା ନିଲାମି ହୋଇଛି । କେତେ ଟଙ୍କାରେ ଏହା ନିଲାମ ହୋଇଛି ଜାଣିଛନ୍ତି । ୧.୨ ମିଲିୟନ ଡଲାରରେ ଇ ଇକ୍ୱାଲଟୁ ଏମସି ସ୍କୋୟାରର ହାତ ଲେଖା ନିଲାମ ହୋଇଛି । ଆଇନ ଷ୍ଟାଇନଙ୍କ ନାଁ ବିଶ୍ୱରେ କିଏ ଜାଣିନି । ଏହି ମହାନ ବୈଜ୍ଞାନିକଙ୍କ ନାଁ ଧରିଲେ ତାଙ୍କର ଗୋଟିଏ ଗାଣିତିକ ସୂତ୍ର ସମସ୍ତଙ୍କୁ ମନକୁ ଆସିଥାଏ । ଇ ଇକ୍ୱାଲ ଟୁ ଏମସି ସ୍କୋୟାରContinue reading “ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା । ଇ ଇକ୍ୱାଲ ଟୁ ଏମସି ସ୍କୋୟାର ଲେଖା ଥିବା ଚିଠି ୧.୨ ମିଲିୟନ ଡଲାରରେ ହେଲା ନିଲାମ”

ଗ୍ଲୋବାଲ ଟୁରରେ ବାଧକ ହେବ କୋଭାକ୍ସିନ୍ ଟିକା । ଡବ୍ଲୁଏଚଓ ଦେଇନାହିଁ ଅନୁମତି । ଟିକା ନେଇଥିବା ପର୍ଯ୍ୟଟକଙ୍କୁ ଗ୍ରହଣ କରିବେନି ବିଦେଶୀ ରାଷ୍ଟ୍ର

କନକ ବ୍ୟୁରୋ: ଆପଣ କରୋନା ଟିକା ନେଇଛନ୍ତି କି? କୋଭାକ୍ସିନ୍ ନା କୋଭିସିଲ୍ଡ । ଯଦି ଆପଣ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ୍ କୋଭାକ୍ସିନ୍ ନେଇଛନ୍ତି, ତେବେ ଆପଣଙ୍କ ବିଦେଶ ଗ୍ରସ୍ତ ଉପରେ ଲାଗିପାରେ ରୋକ୍ । କାରଣ, କରୋନାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ କିଛି ଦେଶ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏଭଳି ଏକ ନିଷ୍ପତି ନେଇଛନ୍ତିି, ଯେଉଁଥିରେ କୋଭକସିନ୍ ଟିକା ନେଇଥିବା ଲୋକ ବିଦେଶ ଯିବା ସଂଭବ ହେବ ନାହିଁ । ସାରାContinue reading “ଗ୍ଲୋବାଲ ଟୁରରେ ବାଧକ ହେବ କୋଭାକ୍ସିନ୍ ଟିକା । ଡବ୍ଲୁଏଚଓ ଦେଇନାହିଁ ଅନୁମତି । ଟିକା ନେଇଥିବା ପର୍ଯ୍ୟଟକଙ୍କୁ ଗ୍ରହଣ କରିବେନି ବିଦେଶୀ ରାଷ୍ଟ୍ର”

ମହାକାଶରେ ମହାଜାଗତିକ ଘଟଣା । ମେ ୨୬ରେ ଦେଖାଯିବ ସୁପରମୁନ, ଲାଲ ଜହ୍ନ, ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

କନକ ବ୍ୟୁରୋ: ମେ ୨୬ ତାରିଖରେ ମହାକାଶରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨ଟା ୧୭ ମିନିଟରେ ପ୍ରବେଶ କରିବ । ସନ୍ଧ୍ୟା ୭ଟା ୨୨ ମିନିଟରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ । ହେଲେ ଏହି ସମୟରେ ଭାରତରେ ଦିନ ହୋଇଥିବ ଓ ଚନ୍ଦ୍ରContinue reading “ମହାକାଶରେ ମହାଜାଗତିକ ଘଟଣା । ମେ ୨୬ରେ ଦେଖାଯିବ ସୁପରମୁନ, ଲାଲ ଜହ୍ନ, ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ”

ଗଞ୍ଜାମରେ ଲୋକେ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ । ନିୟମ ଉଲ୍ଲଘଂନ କରି କରୁଛନ୍ତି ବିବାହ ଭୋଜିର ଆୟୋଜନ

କନକ ବ୍ୟୁରୋ: ବର୍ତମାନ ରାଜ୍ୟ କରୋନା ସହିତ ଲଢେଇ କରୁଛି । ଏପରି ସମୟରେ ଗଂଜାମ ଜିଲ୍ଲାରୁ ଆସୁଥିବା ଖବର ଶୁଣିଲେ ଆପଣଙ୍କୁ ଲାଗିବ ଆମେ ଏପରି କଠୋର ସମୟରେ କେତେ ପାଳନ କରୁଛେ କରୋନା ଗାଇଡଲାଇନ । ପ୍ରଶାସନର କଟକଣା ପରେ ବି ଏହାକୁ ଖାତିର କରୁନାହାନ୍ତି ଲୋକ । ଆଉ ନିୟମ ଉଲଂଘନ କରି ଆୟୋଜନ ହେଉଛି ବିବାହ ଓ ଭୋଜି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଗଂଜାମ ଜିଲ୍ଲାContinue reading “ଗଞ୍ଜାମରେ ଲୋକେ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ । ନିୟମ ଉଲ୍ଲଘଂନ କରି କରୁଛନ୍ତି ବିବାହ ଭୋଜିର ଆୟୋଜନ”

ଗାଁ ଅର୍ଥନୀତିକୁ ବିଗାଡି ଦେଉଛି କରୋନା । ପେଟ ପୋଷିବାକୁ ପ୍ରତିଦିନ ରୋଜଗାର କରୁଥିବା ଲୋକଙ୍କ ଉପରେ ଚଡକ

କନକ ବ୍ୟୁରୋ: ରାସ୍ତା କଡରେ ବସିଛନ୍ତି ବୃଦ୍ଧ ମହିଳା ଜଣକ । ଆଗରେ ଜରି ବସ୍ତା ଉପରେ ଶାଗ । କରୋନା କାଳରେ ଏହାକୁ ବିକ୍ରି କରି ଯାହା ଦି ପଇସା ପାଇବେ ପରିବାର ଚଳିବ । କରୋନା କଟକଣା ନେଇ ଧାର୍ଯ୍ୟ ସମୟ ଭିତରେ କିନ୍ତୁ ସରିପାରିଲାନି ଶାଗ ବିକ୍ରି । ତଥାପି ବସି ରହିଥିଲେ ଗ୍ରାହକ ଅପେକ୍ଷାରେ । ଏହି ସମୟରେ ମହିଳା ଜଣକଙ୍କ ପାଖକୁ ଆସିଥିଲେ ତହସିଲଦାର । ଦୁଃଖ ଶୁଣିବା ପରେContinue reading “ଗାଁ ଅର୍ଥନୀତିକୁ ବିଗାଡି ଦେଉଛି କରୋନା । ପେଟ ପୋଷିବାକୁ ପ୍ରତିଦିନ ରୋଜଗାର କରୁଥିବା ଲୋକଙ୍କ ଉପରେ ଚଡକ”

Design a site like this with WordPress.com
Get started