ଟିକାକରଣ ବିସ୍ତାର ନେଇ ସରକାରଙ୍କୁ ଦୋଷଦେଲା ସେରମ୍ ଇନଷ୍ଟିଚ୍ୟଟ୍ । ନିର୍ଦ୍ଦେଶକ କହିଲେ ସରକାର ନା ଷ୍ଟକ ଦେଖିଲେ ନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ୍ ।

କନକ ବ୍ୟୁରୋ : କରୋନା ବିରୋଧୀ ଟିକାକରଣକୁ ନେଇ ପୁଣେର ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର ସହ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି କି ସରକାର ଟିକାକରଣ ଅଭିଯାନ ବିସ୍ତାର କରିବା ପୂର୍ବରୁ ଟିକାର ଷ୍ଟକ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଧ୍ୟାନ ଦେଇ ନାହାନ୍ତି । ତାଙ୍କର ଏହି ବୟାନ ଏଭଳି ସମୟରେ ଆସିଛି କି, ଯେତେବେଳେ ଦେଶରେ ଟିକାର ଅଭାବ ଅନୁଭତ ହୋଇଛି ଓ ରାଜ୍ୟ ସରକାରମାନେ ଟିକା ଯୋଗାଇ ଦେବାକୁContinue reading “ଟିକାକରଣ ବିସ୍ତାର ନେଇ ସରକାରଙ୍କୁ ଦୋଷଦେଲା ସେରମ୍ ଇନଷ୍ଟିଚ୍ୟଟ୍ । ନିର୍ଦ୍ଦେଶକ କହିଲେ ସରକାର ନା ଷ୍ଟକ ଦେଖିଲେ ନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ୍ ।”

ପଦ୍ମପୁର ଉପକାରାଗାରକୁ ପଶିଲା କରୋନା : ୮୩ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ

କନକ ବ୍ୟୁରୋ : ପଦ୍ମପୁର ଉପକାରାଗାରକୁ ପଶିଲା କରୋନା । ପଦ୍ମପୁର ଉପକାରାଗାରରେ ଏକା ଥରକେ ୮୩ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପଦ୍ମପୁର ଏସଡିଏମଓ ତହସିଲ ସାହୁ ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ କାରାଗାର ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ପ୍ରଥମେ ୩୦ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୩୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଜେଲରେ ଥିବା ୧୨୪ଜଣ ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯିବାରୁ ୮୩ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟContinue reading “ପଦ୍ମପୁର ଉପକାରାଗାରକୁ ପଶିଲା କରୋନା : ୮୩ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ”

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଭାରତୀୟ ପାଣିପାଗ ସଂସ୍ଥା ଆଇଏମଡି ପକ୍ଷରୁ ସୂଚନା

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ ୨୩ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେବ । ସେହିପରି ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ । ବାତ୍ୟା ରୂପ ନେବା ପରେ ଏହାରContinue reading “ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଭାରତୀୟ ପାଣିପାଗ ସଂସ୍ଥା ଆଇଏମଡି ପକ୍ଷରୁ ସୂଚନା”

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସଙ୍କଟାପନ୍ନ : ଫେସବୁକରେ ସେୟାର କଲେ ପୁଅର ଫଟୋ

କନକ ବ୍ୟୁରୋ : ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ଏକ ଫେସବୁକ ପୋଷ୍ଟରେ ହସ୍ପିଟାଲ ବେଡରେ ଅତି ମୂମୁର୍ଷୁ ଅବସ୍ଥାରେ ଥିବା ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ପୂର୍ବତନ ବିଧାୟକ । ଫୁସଫୁସରେ ସଂକ୍ରମଣ କାରଣରୁ ଏବଂ ଇସିଏମଓ ନଥିବାରୁ ତାଙ୍କ ପୁଅ ଆଉ ବଂଚିବେ ନାହିଁ ବୋଲି ସେ ଲେଖିଛନ୍ତି । କଟକ ଅଶ୍ୱୀନ ହସ୍ପିଟାଲରେ ତାଙ୍କ ପୁଅ କିଭଳିContinue reading “ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସଙ୍କଟାପନ୍ନ : ଫେସବୁକରେ ସେୟାର କଲେ ପୁଅର ଫଟୋ”

ଖୋର୍ଦ୍ଧା ବାଲୁଗାଁର ଦବଙ୍ଗ ପୋଲିସ : ଲିଫ୍ଟ ମାଗି ପଥର ମାଫିଆକୁ ଧରିଲେ ଏସଡିପିଓ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ବାଲୁଗାଁ ଏସଡିପିଓ । ଛଦ୍ମ ବେଶରେ ରାତି ଅଧିଆ ଯାଇ ପଥର ମାଫିଆଙ୍କୁ ଗିରଫ କରିଛନ୍ତି ଏସଡିପିଓ । ସାଦା ପୋଷାକରେ ଟ୍ରକକୁ ଲିଫ୍ଟ ମାଗି ଟାଙ୍ଗି ଥାନାରେ ହାଜର  କରାଇବାରେ ସକ୍ଷମ ହୋଇଛନ୍ତି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ । ଏହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଚାଲିଛି । କିଛି ଦିନ ତଳେ ମଦ ଦୋକାନକୁ ଗ୍ରାହକ ବେଶରେ ଯାଇ ମୋଟା ଅଙ୍କର ଫାଇନContinue reading “ଖୋର୍ଦ୍ଧା ବାଲୁଗାଁର ଦବଙ୍ଗ ପୋଲିସ : ଲିଫ୍ଟ ମାଗି ପଥର ମାଫିଆକୁ ଧରିଲେ ଏସଡିପିଓ”

ଅସହାୟ ମହିଳାଙ୍କୁ ସହାୟତାର ହାତ ବଢାଇଲେ ପ୍ରଶାସନିକ ଅଧିକାରୀ : ୪ଘଂଟାର ଅବଧି ପରେ ବି ବିକ୍ରି ହେଲାନାହିଁ ଶାଗ; ୨୦୦ ଟଙ୍କାରେ ସବୁତକ କିଣିନେଲେ ତହସିଲଦାର

କନକ ବ୍ୟୁରୋ : କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଲକଡାଉନ ଘୋଷଣା ପରେ ସାଧାରଣ ଖଟିଖିଆଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି । ପରିବା ସମେତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସରକାର ୪ଘଂଟାର ସମୟ ସ୍ଥିର କରିଛନ୍ତି । ସକାଳ ୭ଟାରୁ ୧୧ଟା ଭିତରେ ସାମଗ୍ରୀ ବିକ୍ରି ନହେଲେ ଜଣେ କରିବ କ’ଣ ? ପନିପରିବା କିମ୍ବା ଶାଗ ଭଳି ନଷ୍ଟ ହୋଇଯାଉଥିବା ସାମଗ୍ରୀ କେତେ ଦିନ ସାଇତି ରଖିହେବContinue reading “ଅସହାୟ ମହିଳାଙ୍କୁ ସହାୟତାର ହାତ ବଢାଇଲେ ପ୍ରଶାସନିକ ଅଧିକାରୀ : ୪ଘଂଟାର ଅବଧି ପରେ ବି ବିକ୍ରି ହେଲାନାହିଁ ଶାଗ; ୨୦୦ ଟଙ୍କାରେ ସବୁତକ କିଣିନେଲେ ତହସିଲଦାର”

କଟକ ବାଦାମବାଡି ଅଞ୍ଚଳରେ ନକଲି ଗୁଟଖା କାରଖାନା ଠାବ : ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା

କନକ ବ୍ୟୁରୋ : ପୁଣି କଟକରେ ନକଲି ଗୁଟକା ଗୋଦାମ ଠାବ କରିଛି ବାଦାମବାଡ଼ି ଥାନା ପୁଲିସ । କଟକ ଶଙ୍କରପୁର ସ୍ଥିତ ନିଉ କମଳପୁର ଠାରେ ନକଲି ଗୁଟକା ଗୋଦାମ ଉପରେ ଚଢ଼ାଉ କରିଛି ବାଦାମବାଡ଼ି ଥାନା ପୁଲିସ । ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଉକ୍ତ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ନକଲି ୧୩୬ ଟି ବ୍ୟାଗ ଗୁଟକା, ନାମୀଦାମୀ କମ୍ପାନିର ଲୋଗୋ ଜବତ କରାଯାଇଥିବା ବେଳେ ଜଣଙ୍କୁContinue reading “କଟକ ବାଦାମବାଡି ଅଞ୍ଚଳରେ ନକଲି ଗୁଟଖା କାରଖାନା ଠାବ : ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା”

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପଙ୍କ ସମୀକ୍ଷା । କହିଲେ, କେନ୍ଦ୍ର ପକ୍ଷରୁ ମିଳିବ ସମସ୍ତ ସହଯୋଗ, ଭୟଭୀତ ନ ହୋଇ ସଜାଗ ରହିବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ : ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା । ସମ୍ଭାବ୍ୟ ବାତ୍ୟା ୟାସକୁ କେମିତି ମୁକାବିଲା କରାଯିବ ଓ ଏଥିପାଇଁ କେମିତି ପ୍ରସ୍ତୁତି ଚାଲିଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପାଇଁContinue reading “ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପଙ୍କ ସମୀକ୍ଷା । କହିଲେ, କେନ୍ଦ୍ର ପକ୍ଷରୁ ମିଳିବ ସମସ୍ତ ସହଯୋଗ, ଭୟଭୀତ ନ ହୋଇ ସଜାଗ ରହିବାକୁ ଦେଲେ ପରାମର୍ଶ ।”

ଭାରତୀୟ ମେଡିକାଲ ସଂଘ ଦେଲା ଚମକାଇ ଦେବାଭଳି ଖବର । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ୪୨୦ ଡାକ୍ତରଙ୍କ ମୃତ୍ୟୁ । କେବଳ ଦିଲ୍ଲୀରୁ ୧୦୦

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତର ମାନଙ୍କ ଜୀବନ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଇଥିବା ସୂଚନା ଏବେ ଚିନ୍ତା ବଢାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତରେ ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସର୍ବାଧିକ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସେପଟେContinue reading “ଭାରତୀୟ ମେଡିକାଲ ସଂଘ ଦେଲା ଚମକାଇ ଦେବାଭଳି ଖବର । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ୪୨୦ ଡାକ୍ତରଙ୍କ ମୃତ୍ୟୁ । କେବଳ ଦିଲ୍ଲୀରୁ ୧୦୦”

ଆସୁଛି ବାତ୍ୟା ୟାସ : ଉପକୂଳିଆ ଅଂଚଳରେ ପ୍ରସ୍ତୁତି ଜୋରଦାର; ମତ୍ସ୍ୟଜୀବୀକୁ ସମୁଦ୍ରକୁ ଯିବାକୁ ବାରଣ କଲା ପ୍ରଶାସନ

କନକ ବ୍ୟୁରୋ : ଆସୁଛି ବାତ୍ୟା ୟାସ । ତେଣୁ ଉପକୂଳିଆ ଅଂଚଳରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋଣାର୍କ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଉଛି । ବିଶେଷ କରି ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ ଏବଂ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ ତାହା ଜଣାପଡିନାହିଁ । କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାContinue reading “ଆସୁଛି ବାତ୍ୟା ୟାସ : ଉପକୂଳିଆ ଅଂଚଳରେ ପ୍ରସ୍ତୁତି ଜୋରଦାର; ମତ୍ସ୍ୟଜୀବୀକୁ ସମୁଦ୍ରକୁ ଯିବାକୁ ବାରଣ କଲା ପ୍ରଶାସନ”

Design a site like this with WordPress.com
Get started